ମରାମତି ହେଉନି ଭଙ୍ଗା ଗେଟ, ଗାଈଗୋରୁଙ୍କ ଆଡ଼ାସ୍ଥଳୀ ପାଲଟିଛି ନୟାଗଡ଼ ରେଳଷ୍ଟେସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ରକ୍ଷଣା ବେକ୍ଷଣ ଅଭାବ ତଥା ରେଳ ବିଭାଗର ପରିଚାଳନା ଗତ ତ୍ରୁଟି ପାଇଁ ନୟାଗଡ଼ ଟାଉନ ରେଳ ଷ୍ଟେସନ ଏବେ ବୁଲା ଗାଈଗୋରୁଙ୍କ ଆଡାସ୍ଥଳୀ ପାଲଟିଛି। ସେହିପରି  ସଫେଇ କାର୍ଯ୍ୟ ଠିକ ଭାବରେ ହେଉ ନଥିବାରୁ ଷ୍ଟେସନ ପରିସର ମଧ୍ୟରେ ଅଳିଆ ଆବର୍ଜନା କୁଢ଼ କୁଢ଼ ହୋଇ ଜମା ହେବା ସହିତ ବିଭିନ୍ନ ଅନାବନା ଗଛଲତା ଷ୍ଟେସନ ଚତୁର୍ପାଶ୍ୱରେ ଉଠି ଲଟାବୁଦାରେ ପରିପୂର୍ଣ୍ଣ ହେବାରେ ଲାଗିଛି। ବର୍ଷା ଦିନେ ଏହି ଲଟାବୁଦା ମଧ୍ୟରୁ ସାପ ବିଛା ଆଦି ସରୀସୃପ ଜାତୀୟ ଜୀବଜନ୍ତୁ ବାହାରି ଯାତ୍ରୀମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଏଠାରେ କେହି ସ୍ଥାୟୀ ସଫେଇ କର୍ମଚାରୀ ନଥିବାରୁ ଏପରି ପରିବେଶ ସୃଷ୍ଟି ହେଉଥିବା ଜାଣିବାକୁ ମିଳିଛି।ରେଳ ବିଭାଗ ପକ୍ଷରୁ ଷ୍ଟେସନ ପରିମଳ ଏବଂ ସଫେଇ ବାବଦକୁ ମାସିକ ମାତ୍ର ୮ହଜାର ଟଙ୍କା ଅନୁଦାନ…

Read More

ଜିଲ୍ଲାସ୍ତରୀୟ ଦୁଇ ଦିନିଆ କର୍ମଶାଳା “ଚାଲ ସୁରକ୍ଷା ଲାଗି କଥା ହେବା” ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଅନୁସୂଚିତ ଜାତି ଓ ଅନୂସୁଚିତ ଜନଜାତି ଉନ୍ନୟନ ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଆନୁକୁଲ୍ୟରେ ହଷ୍ଟେଲର ସୁପରିଚାଳନା ସହ ଅନ୍ତେବାସୀ ଓ ଅନ୍ତବାସିିନୀଙ୍କ ସୁରକ୍ଷା ଓ ଶିକ୍ଷା ଲାଗି ପ୍ରଧାନ ଶିକ୍ଷକ ତଥା ହଷ୍ଟେଲ ପରିଚାଳକଙ୍କ ନୟାଗଡ଼ ଜିଲ୍ଲାସ୍ତରୀୟ ଦୁଇ ଦିନିଆ କର୍ମଶାଳା “ ଚାଲ ସୁରକ୍ଷା ଲାଗି କଥା ହେବା” ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର ତପସ୍ଵିନୀ ହାଁସଦା ଶୁଭାରମ୍ଭ କରିଥିଲେ। ନୟାଗଡ ଜିଲ୍ଲାର ସମସ୍ତ ବ୍ଲକର ମଂଗଳ ସଂପ୍ରସାରଣ ଅଧିକାରୀ, ୩୯ ଗୋଟି ହଷ୍ଟେଲର ପ୍ରଧାନ ଶିକ୍ଷକ ତଥା ପରିଚାଳକମାନେ ଯୋଗ ଦେଇଥିଲେ। ଦୁଷ୍ମନ୍ତ ପୃଷ୍ଟି, ଅତିରିକ୍ତ ଜିଲ୍ଲା ମଂଙ୍ଗଳ ଅଧିକାରୀ ସଦର ଏବଂ ମହମ୍ମଦ ଅର୍ସଦ ଅନସାରୀ, ଜିଲ୍ଲା ଶିଶୁ ଅଧିକାରୀ, ନୟାଗଡ଼, ଅମିୟବାଳା ପଟ୍ଟନାୟକ ଫ୍ରିଲନ୍ସର ଭୁବନେଶ୍ଵର,…

Read More

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଣୀଙ୍କୁ ସମ୍ବର୍ଦ୍ଧିତକଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ଭୁବନେଶ୍ଵର ଲୋକସେବା ସଦନ ଗୃହଠାରେ ଗୀତାଞ୍ଜଳୀ ସାହୁ ବ୍ଲକ୍ ଶିକ୍ଷା ଅଧିକାରୀ ଓଡଗାଁ ପାଇଁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ । ଏହା ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ଦ୍ୱାରା ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷା ସଚିବ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଉଲ୍ଲେଖନୀୟ ଅବଦାନ ଯୋଗୁଁ ସେ ନୟାଗଡ ଜିଲ୍ଲା ପାଇଁ ଶିକ୍ଷା କ୍ଷେତ୍ରର ଗୌରବ ଆଣିଛନ୍ତି। ସେ ବର୍ତ୍ତମାନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ମହଲରୁ ଶୁଭେଚ୍ଛା ଅଭିନନ୍ଦନର ସୁଅ ଛୁଟିଛି।

Read More