ନୟାଗଡ଼, (ନୟାଗଡ଼ ଦର୍ପଣ): ଗୁରୁଦିବସ ଅବସରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେଇଥିଲା। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ମୁଖ୍ୟଅତିଥିଭାବରେ ଯୋଗଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ରାଉତ, ବନଲତା ବେହେରା , ଡିଆଇଟିର ଅଧକ୍ଷ ଶ୍ରୀ ଯୁକ୍ତ ବିଜୟ କୁମାର ତ୍ରିପାଠୀ ଏବଂ ଆଠ ଗୋଟି ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ ଉପସ୍ଥିତ ରହି ସମ୍ବର୍ଦ୍ଧିତ ପ୍ରତିଭୂମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ସମାଜରେ ଶିକ୍ଷକମାନେ ଶିକ୍ଷାର୍ଥୀମାନଙ୍କର ପଥ ପ୍ରଦର୍ଶକ ହେବେ ହେବା ପାଇଁ ଉପଦେଶ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଗୁରୁ ହିଁ ଆମ ସଂସ୍କୃତିର ଉର୍ଜା ବୋଲି ଅଭିଭାଷଣ ଦେଉଥିଲେ। ସ୍ବାଗତ ଅଭିଭାଷଣରେ ଆମରେ ଅତିରିକ୍ତ ଜିଲ୍ଲା ଶିକ୍ଷା…
Read MoreDay: September 5, 2025
ଅବସରପ୍ରାପ୍ତ ଶିକ୍ଷକଙ୍କୁ ‘ଭକ୍ତିପୂତ ପ୍ରଣାମ’ କାର୍ଯ୍ୟକ୍ରମ, ସମାଜ ସଚେତନତା ପାଇଁ ଆହ୍ୱାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦରବ୍ଲକ ଓ ନଗରପାଳିକା ଆନୁକୁଲ୍ୟରେ ଆଜି ଅବସରପ୍ରାପ୍ତ ଶିକ୍ଷକଙ୍କୁ ଭକ୍ତିପୂତ ପ୍ରଣାମ କାର୍ଯ୍ୟକ୍ରମ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୬ଶହରୁ ଉର୍ଦ୍ଧ୍ୱ ଅବସରପ୍ରାପ୍ତ ଶିକ୍ଷକ ଓ ଅବସରପ୍ରାପ୍ତ ଅଧ୍ୟାପକ ଯୋଗ ଦେଇଥିଲେ । ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଏବଂ ଅନେକ ନିର୍ବାଚିତ ଜନପ୍ରତିନିଧି ଗୁରୁମାନଙ୍କୁ ଉତ୍ତରୀୟ ଫୁଲ, ଚନ୍ଦନ ଦେଇ ସମ୍ବର୍ନ୍ଧିତ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ପୈାର ପରିଷଦ ଉପାଧ୍ୟକ୍ଷ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅତିଥିଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ଅନନ୍ୟ ବୋଲି…
Read Moreନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଗୁରୁ ଦିବସ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଗୁରୁ ଦିବସ ଉତ୍ସବ ପାଳନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ହରେକୃଷ୍ଣ ମୁଦୁଲି, କୃପାସିନ୍ଧୁ କରଣ, ଭଗବାନ ସାହୁ, ଉମା ଚରଣ ତ୍ରିପାଠୀ ଉପସ୍ଥିତ ଥିଲେ। ମୁଖ୍ୟଅତିଥିଭାବେ ଅବସରପ୍ରାପ୍ତ ନୟାଗଡ଼ ମଣ୍ଡଳ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦେଇ ଶିଶୁମାନଙ୍କୁ ଉଦବୋଧନ ଦେଇଥିଲେ। ମୁଖ୍ୟ ଅତିଥି ଶିଶୁମାନଙ୍କୁ ଗୁରୁ ଶିଷ୍ୟ ପାଠ୍ୟକ୍ରମ ସହ ସମ୍ପର୍କକୁ ନେଇ କହିଥିଲେ ତିନିହେଁ ତ୍ରିଭୁଜର ଶୀର୍ଷ ବିନ୍ଦୁ ଅଟନ୍ତି । ଗୁରୁ ଶିଷ୍ୟ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ଦେଶ ମାତୃକାର ମଙ୍ଗଳ କାମନା ରଖିବା ଉଚିତ୍ ବୋଲି ଆହ୍ବାନ କରିଥିଲେ। ୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗୁରୁପୂଜନ କାର୍ଯ୍ୟକ୍ରମକୁ ମହାଆଡମ୍ବରରେ ପାଳନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ…
Read Moreନୟାଗଡ଼ ରୋଟାରୀ କ୍ଳବ୍ ପକ୍ଷରୁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗୁରୁ ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ଗୁରୁଦିବସ ମହାସମାରୋହରେ ପାଳନ ହୋଇଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ରୋଟାରୀ କ୍ଳବ୍ ନୟାଗଡ଼ର ସଭାପତି ବସିରନ୍ ବିବି ସଭାରେ ସଭାପତିତ୍ୱ କରିଥିଲେ। ଏହି ଗୁରୁ ପୂଜନ ସମାରୋହରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ସଭାମଞ୍ଚରେ ସ୍ଥାପିତ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପ୍ରତିଛବିରେ ପୁଷ୍ପ ମାଲ୍ୟାର୍ପଣ କରି ଧୂପଦୀପ ପ୍ରଦାନ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ନିଆରା ଢଙ୍ଗରେ ଗୁରୁ ପୂଜନ ଦେଖି ମୁଖ୍ଯ ଅତିଥି ବିମୋହିତ ହୋଇଥିଲେ। ଏବଂ ଶିଷ୍ଯମାନଙ୍କର ସଫଳତା ହେଉଛି ଗୁରୁଙ୍କ ପରିଚୟ ବୋଲି କହିଥିଲେ। ଛାତ୍ରଛାତ୍ରୀ ମାନେ ଗୋଟିଏ ଗୋଟିଏ ଥାଳିରେ…
Read Moreପିତାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରି ପ୍ରଂଶସା ସାଉଁଟିଲେ ଝିଅ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଦୀର୍ଘ ୫ବର୍ଷ ପରେ ନନ୍ଦିଘୋରରେ ଜୟ ଜଗନ୍ନାଥ ଚୁଡା ମିଲର ନବୀକରଣ ସହିତ ଆଜି ଶୁଭ ଉଦଘାଟନ ହୋଇଯାଇଛି। ୩ ଏକର ପରିମିତ ଜାଗାରେ ନିର୍ମିତ ଏହି ମିଲରେ ଦିନକୁ ୨୦୦ ବସ୍ତା ଧାନ ପେଡା ଯାଇ ଚୁଡା ଉତ୍ପାଦନ ହେବ ବୋଲି ଜଣାପଡିଛି। ପ୍ରୋପାଇଟର ଆଦ୍ୟାଶା ପ୍ରିୟଦର୍ଶିନୀଙ୍କ କରକମଳରେ ଏହା ଉଦଘାଟିତ ହୋଇଛି। ମୁଖ୍ୟ ଭାବେ ଜଗନ୍ନାଥ ସାହୁ ସମସ୍ତକାର୍ଯ୍ୟ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ, ଏହି ମିଲର ମାଲିକ ୨୦୨୦ ମସିହା ଜାନୁଆରୀ ମାସରେ କାର୍ ଦୁର୍ଘଟଣାରେ ସ୍ତ୍ରୀ ଓ ପୁଅ ସହିତ ପ୍ରାଣହରାଇ ଥିଲେ। ତାଙ୍କର ଯିବିତ ଏକମାତ୍ର ଝିଅ ଆଦ୍ୟାଶା ଆଜି ନିଜ ମିଲ ଚଳାଇବାକୁ ସାହସ କରିଛନ୍ତି। ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିଥିବାରୁ ଏଥିପାଇଁ ଝିଅ ଅଦ୍ୟାଶାଙ୍କୁ ସବୁମହଲରୁ ପ୍ରସଂଶାର ସୁଅ ଛୁଟିଛି। ନୂତନ ବ୍ୟବସାୟକୁ…
Read More