ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସଚେତନତା ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦୌରା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ, ଅଞ୍ଜଳି ମଚ୍ଚଖଣ୍ଡଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ,ଇଟାମାଟି ଠାରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ତଥା ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ନେଇ ଅଧାରୁ ପାଠ ଛାଡୁଥିବା ଛାତ୍ର, ଛାତ୍ରୀଙ୍କ ପୁନଃ ବିଦ୍ୟାଳୟକୁ ପ୍ରତ୍ୟାବର୍ତନ ସମ୍ବନ୍ଧରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ସଚିବ, ଅଞ୍ଜଳି ମଚ୍ଚଖଣ୍ଡ ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ କରି ନିଜ ବକ୍ତବ୍ୟରେ କହିଥିଲେ, ଆଜିର ଛାତ୍ରଛାତ୍ରୀ କାଲିର ଭବିଷ୍ୟତ। ଛାତ୍ରଛାତ୍ରୀମାନେ ଯଦି ଶିକ୍ଷା ଲାଭରୁ ବଞ୍ଚିତ ହୁଅନ୍ତି ତାହାଲେ ସମାଜର ଉର୍ଣ୍ଣତି ସଂଭବ ନୁହେଁ। ସେଥିପାଇଁ…

Read More

ରାଜସୁନଖଳାକୁ ଏନ୍ ଏ ସି ମାନ୍ୟତା ପ୍ରସଙ୍ଗ

ପୁରୀ ସାଂସଦଙ୍କ ସମର୍ଥନ ମାଗିଲେ ଆର୍ତ୍ତତ୍ରାଣ ରାଜସୁନାଖଳା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରାଜସୁନାଖଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରସଙ୍ଗରେ ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ରଙ୍କ ସମର୍ଥନ ଲୋଡିଲେ ସ୍ଥାନୀୟ ସ୍ୱେଚ୍ଛାସେବୀ ତଥା ଏନ୍ଏସି ଦାବିରେ ଆନ୍ଦୋଳନ କରୁଥିବା ସ୍ୱେଚ୍ଛାସେବୀ ଆର୍ତ୍ତତ୍ରାଣ ପ୍ରଧାନ।  ଏନ୍ ଏ ସି ମାନ୍ୟତା ପାଇଁ ଗତ 2023 ମସିହା ମାର୍ଚ୍ଚ 23ତାରିଖ ରେ ଆମରଣ ଅନଶନ କରିଥିଲେ ଶ୍ରୀ ପ୍ରଧାନ। ତେବେ ୨ମାସ ଭିତରେ ପ୍ରକ୍ରିୟା କରି ମାନ୍ୟତା ମିଳିବାକୁ ପ୍ରତିଶୃତି ଦେଇଥିଲା ଜିଲ୍ଲା ପ୍ରଶାସନ। ମାତ୍ର ୨ବର୍ଷ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମାନ୍ୟତା ମିଳିନି। ଅନ୍ୟପଟେ ସମ୍ପ୍ରତି ରାଜ୍ୟ ସରକାର 7 ଟି ଜିଲ୍ଲାର ଅନେକ ଅଞ୍ଚଳକୁ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଏଥିରେ ରାଜ ସୁନାଖଳାର ନାଁ ନାହିଁ। ପୂର୍ବରୁ ଏପ୍ରସଙ୍ଗ…

Read More