ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ତ୍ରିନାଥ ଛକସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ହନୁମାନ ଚାଳିଶା ପଠନ ଏବଂ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ପବିତ୍ର ରେଖା ପଞ୍ଚମୀ ଅବସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ସଭାପତି ସୁରେନ୍ଦ୍ରନାଥ ମହାପାତ୍ର ଏବଂ ସମ୍ପାଦକ ଘନଶ୍ୟାମ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଦସ୍ୟ ଥରେ ଥରେ ହନୁମାନ ଚାଳିଶା ପାଠ କରି ସର୍ଵମଙ୍ଗଳ କାମନା କରିଥିଲେ। ପରେ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଏବଂ ଭକ୍ତମାନେ ପ୍ରସାଦ ସେବନ କରିଥିଲେ। ଅନୁଷ୍ଠାନର ସଂଯୋଜିକା ଶ୍ରାବଣୀ ମିଶ୍ରଙ୍କ ସମେତ ସଦସ୍ୟ ସତ୍ୟ ନାରାୟଣ ସାହୁ, ଅରୁଣ କୁମାର ମହାନ୍ତି, ହରିହର ମିଶ୍ର, ରବୀନ କୁମାର ମହାପାତ୍ର, କୃଷ୍ଣପ୍ରିୟା ଦାଶ, ପ୍ରସନ୍ନ କୁମାର ବସନ୍ତିଆଙ୍କ ସମେତ ଅନେକ ଭକ୍ତ ଏବଂ…
Read MoreDay: August 14, 2025
ଜିଲ୍ଲାସ୍ତରୀୟ ଧରିତ୍ରୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଧରିତ୍ରୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ ଗ୍ରାମର ଗୋଷ୍ଠୀ ସମ୍ବଳର ସୁପରିଚାଳନା, ବିକାଶ ଓ ସୁ-ବିନିଯୋଗର ଏ ପ୍ରଶିକ୍ଷଣ ତଥା କର୍ମଶାଳା ଯାହା ଜଙ୍ଗଲ ଅଧିକାର ନିୟମ-୨୦୦୬ ଉପରେ ପର୍ଯବେଷିତ ନୟାଗଡ଼ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ଉପ- ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁ, ଅତିରିକ୍ତ ତହସିଲଦାର, ସହକାରୀ ବନ ସରଂକ୍ଷକ, ରେଂଜର, ଅତିରିକ୍ତ ଜିଲ୍ଲା ମଂଙ୍ଗଳ ଅଧିକାରୀ ସଦର, ସମସ୍ତ ମଂଗଳ ସଂପ୍ରସାରଣ ଅଧିକାରୀ , ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରଶିକ୍ଷକ, ବସୁନ୍ଧରାକ ପ୍ରଶିକ୍ଷକ, ୧୭ଟି ଗ୍ରାମର ଗ୍ରାମ ଅଧିକାର…
Read Moreରଣପୁର ନିର୍ବାଚନ ମଣ୍ଡଳୀରେ ଚାନ୍ଦପୁର , ଗୋପାଳପୁର, ରଣପୁର ଗ୍ରାମୀଣ ମଣ୍ଡଳରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି
ରଣପୁର, (ନୟାଗଡ଼ ଦର୍ପଣ): ପ୍ରତେକ ଲୋକଙ୍କ ପାଖରେ ଦେଶପ୍ରେମର ବାର୍ତ୍ତା ପହଞ୍ଚାଇବା ପାଇଁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ। ଏହି ପରିପ୍ରେକ୍ଷୀରେ ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦପୁର ମଣ୍ଡଳରେ ମଣ୍ଡଳ ସଭାପତି ଅକ୍ଷୟ ସାହୁଙ୍କ ନେତୃତ୍ୱରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶତାଧିକଲୋକ ମୋଟର ସାଇକେଲରେ ହାତରେ ତ୍ରିରଙ୍ଗା ପତାକା ଧରି ଭାରତ ମାତା କି ଜୟ, ବନ୍ଦେ ମାତରଂ ଗାନ କରିଥିଲେ। ଏହି ତ୍ରିରଙ୍ଗା ଶୋଭାଯାତ୍ରାଟି ଚମ୍ପାଗଡ଼ ଛକ ଠାରୁ ବାହାରି ଚାନ୍ଦପୁର ବଜାର ପରିକ୍ରମା କରି କେରେଣ୍ଡାଟାଙ୍ଗୀ ଛକ ପର୍ଯ୍ୟନ୍ତ ଯାଇଥିଲା ଏହି ଶୋଭାଯାତ୍ରାରେ ୨୫୦ ଶହ ମୋଟର ସାଇକେଲ ଓ ୫ ଶହ ରୁ ଉର୍ଦ୍ଧ୍ବ ଲୋକ ସାମିଲ୍ ହେଇଥିଲେ । ଗୋପାଳପୁର ମଣ୍ଡଳରେ ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ନେତୃତ୍ବରେ ୫୦୦ରୁ ଉର୍ଦ୍ଧ୍ବ ଲୋକ…
Read More