ନୟାଗଡ଼,(ନୟାଗଡ଼ ଦର୍ପଣ): ଅନଲାଇନ ଉପସ୍ଥାନକୁ ବିରୋଧ କରି ଚଳିତ ମାସ ୧୩ ତାରିଖରେ ନୟାଗଡ଼ ଜିଲ୍ଲା ମିଳିତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସ୍ତରରେ ଏକ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସୂଚନା ମିଳିଛି। ଏ ନେଇ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ବ୍ଲକ ଶିକ୍ଷକ ସଂଘ ଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଧ୍ୟମିକ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ, ଆଲୋଷ୍ଟା, ଏକ୍ସ କ୍ୟାଡର ଶିକ୍ଷକ ସଂଘ ପ୍ରଭୃତି ଜିଲ୍ଲାସ୍ତରୀୟ ଆନ୍ଦୋଳନରେ ସାମିଲ ହୋଇ ସରକାରଙ୍କ ଅନଲାଇନ ଉପସ୍ଥାନ ନିଷ୍ପତ୍ତିକୁ ଜୋରଦାର ବିରୋଧ କରିବେ ବୋଲି ଜଣା ପଡିଛି। ଆନ୍ଦୋଳନରେ ଭାଗ ନେଉଥିବା ଶିକ୍ଷକ ମାନଙ୍କ କହିବା କଥା ହେଲା ସରକାର ଅନ୍ୟ କୌଣସି ବିଭାଗର କର୍ମଚାରୀ ମାନଙ୍କ ପାଇଁ…
Read MoreDay: August 8, 2025
ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ୱାନ ଷ୍ଟପ କେନ୍ଦ୍ର ଉଦଘାଟିତ
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ନିକଟରେ ନୂତନ ୱାନ ଷ୍ଟପ କେନ୍ଦ୍ର (ସଖି)ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଏସ.ଡ଼ି.ପି.ଓ, ଏ.ଡି.ଏମ, ଡ଼ି.ଏସ.ଡବ୍ଲ୍ୟୁ.ଓ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଶାସନ, ପୋଲିସ, ଜିଲ୍ଲା ସମାଜ ମଙ୍ଗଳ ଓ ଜିଲ୍ଲା ଶିଶୁ ସୁରକ୍ଷା ଓ ଏନ.ଜି.ଓ ମାନଙ୍କ ମିଳିତ ସହଯୋଗରେ ଏହି କେନ୍ଦ୍ର ଦୀର୍ଘ ପାଞ୍ଚ ବର୍ଷ ହେଲା ହସ୍ପିଟାଲରେ ଚାଲୁଥିଲା । ଆଜିଠାରୁ ଏହାର ନିଜସ୍ବ ଗୃହ ଉଦଘାଟନ ହେବା ସହ ସମସ୍ତ ପରାମର୍ଶ ଓ ଅନ୍ୟାନ୍ୟ ସେବା ଗୁଡିକ ସୁବିଧାରେ ଚାଲିପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ପରିଶେଷରେ ସମ୍ପାଦିକା (ଓ.ଏସ.ସି ) ଧନ୍ୟବାଦ ଅର୍ପଣ କରିଥିଲେ।
Read Moreଗୋଲେଇ ଛକରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ, ବିଜେପି ସରକାର ବିରୁଦ୍ଧରେ ନାରାବାଜି
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବିଜେପି ସରକାରକୁ ଦାୟୀ କରିଛି ନୟାଗଡ଼ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ଆଜି ଦଳ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ସରକାର ବିରୁଦ୍ଧରେ ନାରାବାଜି କରାଯାଇଛି । ରାଜ୍ୟରେ ଛାତ୍ର ଓ ନାରୀ ଅସୁରକ୍ଷିତ । ଦିନକୁ ଦିନ ଛାତ୍ରୀ ଓ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଛି । ଯାହାକୁ ନେଇ ନୟାଗଡ଼ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରରୁ ଏକ ଶୋଭାଯାତ୍ରା ବାହାରି ନୟାଗଡ଼ ଟାଉନଥାନାଠାରେ ନୟାଗଡ଼ ଏସ୍ଡିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ଥାନା ଅଧିକାରୀ ବିଜୟା ସାହୁଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେଠାରୁ…
Read Moreଶ୍ରୀରାମ ଫାଉଣ୍ଡେସନ ଓଡିଶା ସହଯୋଗରେ ଛାତ୍ର ପଢିଲେ ପାଠ
ଭାପୁର, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଭାପୁର ବ୍ଲକ ନିମାଣୀ ଗ୍ରାମରେ ଆଇ ଘରେ ବାର ବର୍ଷ ରହି ବିଦ୍ୟାଳୟ ବାରଣ୍ଡା ମାଡି ନଥିବା ପିଲାର ମାର୍ଗଦର୍ଶକ ସାଜିଲା ଶ୍ରୀରାମ ଫାଉଣ୍ଡେସନ ଓଡିଶା। ସୂଚନାଯୋଗ୍ୟ, ବୋଲଗଡ ନିର୍ବାଚନ ମଣ୍ଡଳୀ ସମ୍ପୁର ଗ୍ରାମର ବାଦଲ ନାୟକ(୧୨) ତାଙ୍କ ମା’ଙ୍କ ସହ ଆଉ ଦୁଇ ଜଣ ଭାଇ ଭଉଣୀ ଅଜା ଘର ନିମାଣୀ ଗ୍ରାମରେ ଆଇ କେଳୁଣୀ ନାୟକଙ୍କ ପାଖରେ ରହି ଆସୁଥିଲା। ବିଧବା ଆଇ ଦୁଃଖର ପାହାଡ଼ ମୁଣ୍ଡରେ ଧରି ଚାଲୁଥିବା ବେଳେ ବିକଳାଙ୍ଗ ଝିଅର ଛୁଆମାନଙ୍କର ଭରଣ ପୋଷଣ ମଧ୍ୟ କରୁଥିଲା। ବହୁ ବାର ଗ୍ରାମରେ ଥିବା ବିଦ୍ୟାଳୟରେ ନାତିର ନାମ ଲେଖାଇବା ପାଇଁ ଘୁରି ବୁଲିଲେ ବି କୌଣସି ସୁଫଳ ମିଳି ନଥିଲା। ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଖୋର୍ଦ୍ଧାରୁ ଆସୁଥିବା ଡାକ୍ତର ଆଶୁତୋଷ ମିଶ୍ର ଏହି…
Read More