ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ୨୦ତମ ପି.ଏମ. କିଷାନ୍ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ୨୦ତମ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାର ସିଧା ପ୍ରସାରଣ କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲା ପାଣିପୋଇଲା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ, ଉତ୍ତରପ୍ରଦେଶ ଠାରେ ଅନୁଷ୍ଠିତ ହୋଇଥିବା ସିଧା ପ୍ରସାରଣ ମାଧ୍ୟମରେ ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁପାଳନ ଏବଂ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ବିଭାଗ ଗୋକୁଳାନନ୍ଦ ମଲ୍ଲିକ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ର, ନୟାଗଡ଼ ଓ କୃଷି ବିଭାଗ, ନୟାଗଡ଼ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଜିଲ୍ଲାର ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ଚାଷୀ ଭାଇ ଓ ଭଉଣୀମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ…

Read More

ଅନଲାଇନ ଉପସ୍ଥାନ ବ୍ୟବସ୍ଥା  ବିରୋଧରେ ବିଶାଳ ରାଲି, ବିଇଓ ଅଫିସ ଘେରାଉ ଏବଂ ପ୍ରତିବାଦ ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ସରକାରଙ୍କ ପକ୍ଷରୁ ଅନ୍‌ଲାଇନରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ଉପସ୍ଥାନ ନେବା ନିର୍ଦ୍ଦେଶକୁ ନୟାଗଡ଼ ବ୍ଲକ ମିଳିତ  ଶିକ୍ଷକ ସଂଘ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ଆଜି ମଧ୍ୟାହ୍ନରେ ନୟାଗଡ଼ ବ୍ଲକରେ କାର୍ଯ୍ୟରତ ମାଧ୍ୟମିକ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ,ଆଲୋଷ୍ଟା, ଏକ୍ସ କ୍ୟାଡର ଶିକ୍ଷକ ସଂଘ ଆଦି ପକ୍ଷରୁ ଏକ ବିଶାଳ ରାଲି ସ୍ଥାନୀୟ ସମଗ୍ର ଶିକ୍ଷା କାର୍ଯାଳୟରୁ ବାହାରି ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା।  ଏଠାରେ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ସମ୍ପାଦକ ମାଣିକେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ପ୍ରତିବାଦ ସଭାରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ତଥା ଶିକ୍ଷକ ନେତା ଶେଖ ଅବଦୁଲ ଖାଲିକ, ବ୍ଲକ ଓଷ୍ଠା ସଂଘ ସଭାପତି ଅଭିମନ୍ୟୁ ମହାନ୍ତି,…

Read More

ନରସିଂହପୁର କ୍ଲଷ୍ଟରରେ ଦ୍ଵିତୀୟ ମାସିକ କ୍ଲଷ୍ଟର ବୈଠକ

ରଣପୁର,(ନୟାଗଡ଼ ଦର୍ପଣ): ଗଣଶିକ୍ଷା ବିଭାଗ ଓଡ଼ିଶା ର ନିର୍ଦ୍ଦେଶ ଅନୁଯାୟୀ ଆଜି ସାରା ରାଜ୍ୟରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଦ୍ଵିତୀୟ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ନରସିଂହପୁର କ୍ଲଷ୍ଟର ଅନ୍ତର୍ଗତ ହଂସରା ପ୍ରାଥମିକ ବିଦ୍ୟାଳୟରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକ ନରସିଂହପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ନେତୃତ୍ୱରେ ଓ ହଂସରା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀ ଦେଇ ଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ବୈଠକର ଶୁଭାରମ୍ଭ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଧୂପ-ଦୀପ ଦେଇ ହୋଇଥିଲା। ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ନରସିଂହପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋଦାବରୀ ନାୟକ ଏବଂ ମୁଖ୍ୟ ବକ୍ତା ଭାବେ ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନୀଳାଦ୍ରି…

Read More

ବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ୍ ଆଞ୍ଚଳିକ ସାଧନକେନ୍ଦ୍ର ମଶାବାରୀ ଅନ୍ତର୍ଗତ ପନ୍ତିଖାରୀ ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଶାବାରୀରେ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଣତି ମଞ୍ଜରୀ ଶର୍ମା, ହୋମିଓପ୍ୟାଥିକ ଡାକ୍ତର ଦେବୀ ପ୍ରସାଦ ପଣ୍ଡା ଓ ପ୍ରକୃତିବନ୍ଧୁ ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ ଉପସ୍ଥିତ ହୋଇ ପ୍ରଥମେ ଏକବୃକ୍ଷରେ ସମସ୍ତେ ଜଳଦାନ କରି ଠାକୁରଙ୍କ ନିକଟରେ ଧୂପ ଦୀପ ଅର୍ପଣ କରିଥିଲେ।ବିଦ୍ୟାଳୟର ଶିକ୍ଷାର୍ଥୀମାନେ ମୁଖସ୍ଥ ଶିବ ପଞ୍ଚାକ୍ଷର ମନ୍ତ୍ରଗାନ କରିଥିଲେ।ବରିଷ୍ଠ ଶିକ୍ଷୟିତ୍ରୀ ସୁରମା ଷଢଙ୍ଗୀ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ଡାକ୍ତର ଶର୍ମା ଶିକ୍ଷାର୍ଥୀଙ୍କୁ କଲେରା, ଡେଙ୍ଗୁ ଓ ମ୍ୟାଲେରିଆ ସମ୍ପର୍କରେ ବୁଝାଇବା…

Read More

ରୋହିବାଙ୍କ ବିଦ୍ୟାଳୟ ତରଫରୁ ଶ୍ମଶାନଘାଟ ନିକଟରେ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କର ସ୍କାଉଟ ଗାଇଡ଼ ଓ ଇକୋକ୍ଲବର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ବଡ଼ପୋଖରୀ ସନ୍ନିକଟ ଶ୍ମଶାନ ଘାଟ ନିକଟରେ ଯାହାକି ୨୧ନମ୍ବର ରାଜ୍ୟ ରାଜପଥ କଡରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବାରିକଙ୍କ ଅନୁମତି କ୍ରମେ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ଓ ଶିକ୍ଷୟିତ୍ରୀ ଅବନ୍ତୀ ବେହେରାଙ୍କ ନିର୍ଦେଶ କ୍ରମେ ପ୍ରାୟ ୪୮ଜଣ ସ୍କାଉଟ ଗାଇଡ଼ ଓ ଇକୋକ୍ଳବ ଛାତ୍ର ଛାତ୍ରୀ ନିମ୍ବ, ଶାଳୁଆ, ବଉଳ, ଚାକୁଣ୍ଡା, ପିସ୍ତା ବାଦାମ ଆଦି ଛାୟା ପ୍ରଦାନ କାରି ବୃକ୍ଷ ରୋପଣ କରି ଥିଲେ। ଶ୍ରୀ ସାହୁ ସମସ୍ତ ପିଲାମାନଙ୍କୁ ବୃକ୍ଷରୋପଣ ସାଙ୍ଗକୁ ବିଭିର୍ଣ୍ଣ ବୃକ୍ଷର ସୁରକ୍ଷା ପ୍ରତିଦୃଷ୍ଟି…

Read More