ନୟାଗଡ଼, (ନୟାଗଡ଼ ଦର୍ପଣ): ସେବା ଯୋଗାଇବାର ଉତ୍ସାହ ହେଲେ, ସବୁଦିନ ସେବା ଉତ୍ସବ ହେବ। ସେବା କରିବା ପାଇଁ ସଚେତନତା ସୃଷ୍ଟି କରିବା ସହ ଯୁବପିଢ଼ିଙ୍କୁ ଏଥିରେ ଅଧିକରୁ ଅଧିକ ସାମିଲ କରିବାର ଆବଶ୍ୟକତା ଅଛି। ସମାଜରେ ସେବା ଭାବନା ଜଗିଲେ ଯାଇ ହି ଏକ ସମୃଦ୍ଧ ଉତ୍ସାହ ଭରିବ। ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧୫ତାରିଖରୁ ଅନୁଷ୍ଠିତ ଅଷ୍ଟମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବରେ ଯୋଗଦେଇ ମଂଚାସୀନ ଅତିଥିମାନେ ଏଭଳି ମତ ରଖିଛନ୍ତି। ଗତ ଜୁଲାଇ ୧୫ ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ୩୦ ତାରିଖ ଯାଏଁ ଅନୁଷ୍ଠିତ ହୋଇଯାଇଥିବା ଏହି ଜିଲ୍ଲାସ୍ଥରୀୟ ଉତ୍ସବରେ ଜିଲ୍ଲାର ୨ହଜାର ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ରାସନ ଓ ଆର୍ଥିକ ସହାୟତା ସାଙ୍ଗକୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଯାଇଥିଲା। ଚଳିତ ବର୍ଷ ଏହି ସେବାଉତ୍ସବ ଜିଲ୍ଲାର…
Read MoreDay: July 30, 2025
ନବଘନପୁର ନିକଟରେ ସିଭିଲ ସୋସାଇଟି ପକ୍ଷରୁ ବୃକ୍ଷରୋପଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଞ୍ଚଳିକ ପରିବହନ ବିଭାଗ ଏବଂ ସିଭିଲ ସୋସାଇଟି ନୟାଗଡ଼ର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ। ଆଜି ନବଘନପୁର ସ୍ଥିତ ଫିଟନେସ ସେଣ୍ଟର ଅନୁଷ୍ଠାନ ପରିସରରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ ପରିଡ଼ା ପ୍ରମୁଖ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେ ବିଭିନ୍ନ ଫଳ ପ୍ରଦାନକାରୀ ଗଛ ଲଗାଇଥିଲେ। ଏହି କାର୍ଯ୍ୟକ୍ରମରେ ସିଭିଲ ସୋସାଇଟି ନୟାଗଡ଼ର ଚେୟାରମ୍ୟାନ ସହିତ ସଦସ୍ୟମାନେ ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।
Read Moreଓଡ଼ିଶା ରାଜ୍ୟ ମହିଳା ଆୟୋଗର ବିବାଦ ସମାଧାନ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ରାଜ୍ୟ ମହିଳା କମିଶନରଙ୍କ ଦ୍ୱାରା ଆୟୋଜିତ ଶିବିର ରେଜିଷ୍ଟ୍ରାର ସୁଶିଲ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିବେକାନନ୍ଦ ସାହୁ Convenor Secretary, ବନ୍ଦନା ମହାନ୍ତି ଏବଂ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଦୁଇ ମହିଳା କାଉନସିଲର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ପଣ୍ଡା, ପ୍ରୋଗ୍ରାମ ଅଫିସର ଜୟଶ୍ରୀ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ। ଏଥିରେ ଆୟୋଗର ୩୨ଗୋଟି କେସ୍ର ମାମଲା ଶୁଣାଣୀ ପାଇଁ ଦାଖଲ କରାଯାଇଥିଲା । ସେଥି ମଧ୍ୟରୁ ୧୮ଗୋଟିର ମାମଲା ଶୁଣାଣୀ କରାଯାଇଥିବା ବେଳେ ତନ୍ମଧ୍ୟରୁ ୨ଟି ମାମଲା ଆପୋଷ ସମାଧାନ ହୋଇଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ୫ଟି ମାମଲା, ସୁରକ୍ଷା ଅଧିକାରୀଙ୍କୁ ୭ଟି ମାମଲା, ପୁନର୍ବାର ଶୁଣାଣୀ ପାଇଁ ୩ଟି ମାମଲା ଏବଂ ଅନ୍ୟ ବିଭାଗକୁ ୧ଟି ମାମଲା ତଦନ୍ତ କରି ରିପୋର୍ଟ…
Read Moreଏନଏସି ଉଚ୍ଚ ବିଦ୍ୟାଳୟର ପରିଚାଳନା ଓ ଉନ୍ନୟନ କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ଶିକ୍ଷାବର୍ଷର ଦ୍ୱିତୀୟ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ନୟାଗଡ଼ ଏନଏସି ହାଇସ୍କୁଲ ସଭା ଗୃହରେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ ଅଭିଭାବକମାନଙ୍କୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ “ଆସ ସ୍କୁଲ ଯିବା” ଅଭିଯାନ, ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ନିରାପଦ ପରିବେଶ ସୃଷ୍ଟି, ବାଳିକା ମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସଚେତନତା ଓ କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ପାଇଁ ସୁରକ୍ଷାକୁ ସୁନିଶ୍ଚିତକରିବା,ମା’ଙ୍କ ପାଇଁ ଗଛ ଟିଏ, କୈଶୋର ଛାତ୍ରୀମାନଙ୍କ ପାଇଁ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନର ବ୍ୟବସ୍ଥା,ବିଦ୍ୟାଳୟରେ ପରିଷ୍କାର ଓ ପରିଚ୍ଛନ୍ନତା ସହିତ ସ୍ବଚ୍ଛତା ପକ୍ଷ ପାଳନ,ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ଜୋତା ଆଦି ଉପକରଣ ବିତରଣ, ଛାତ୍ରଛାତ୍ରୀମାନଙ୍କ କ୍ୟାରିୟର ଗଠନରେ ପିତାମାତାଙ୍କ ଭୂମିକା,…
Read Moreଜିଲ୍ଲାସ୍ତରୀୟ ଭିଜିଲାନ୍ସ ମନିଟରିଙ୍ଗି କମିଟି ବୈଠକ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଭିଜିଲାନ୍ସ ମନିଟରିଙ୍ଗି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନିର୍ଯାତନା ନିବାରଣ)1995 ନିୟମ ବିଷୟରେ ସମୀକ୍ଷା କରାଯାଇଥିଲା। ନୟାଗଡ଼ ଜିଲ୍ଲାରେ ଯେପରି ନିର୍ଯାତନା ହ୍ରାସ କରାଯିବ ସେଥିପାଇଁ ଜନ ସଚେତନନତା ସହ ବ୍ଲକ ଓ ପଞ୍ଚାୟତରେ ତଥା ପ୍ରମୁଖ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଯିବା ଲାଗି ପ୍ରସ୍ତାବ ରଖାଯାଇଛି। ନିର୍ଯାତନା ଲାଗି ଉସୁକାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯାନୁଷାନ ଗ୍ରହଣ ଲାଗି ଦାବି କରାଯାଇଥିବା ଜଣାପଡ଼ିଛି। ଏହି ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟନାୟକ, ଡେପୁଟି କଲେକ୍ଟର ତପସ୍ଵିନୀ ହାଁସଦା, ଜିଲ୍ଲା କୋଷାଧିକାରୀ ଲକ୍ଷ୍ମୀଧର ମୁର୍ମୁ, ତହସିଲଦାର…
Read More“ଆମ ବିଦ୍ୟାଳୟ ଆମ ଗୌରବ”ର ସଂକଳ୍ପ ନେଲେ ଅଭିଭାବକ
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ରାଜ୍ୟସ୍ତରୀୟ ଦ୍ଵିତୀୟ ଅଭିଭାବକ ଓ ଶିକ୍ଷକ ସଂଘର ବୈଠକ ପୁରାତନ ସଭାପତି ତଥା ବର୍ତ୍ତମାନ କମିଟିର ବରିଷ୍ଠ ସଦସ୍ୟ ସନ୍ତୋଷ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ଶତାଧିକ ଅଭିଭାବକ ଉପସ୍ଥିତ ହୋଇ ସରକାରଙ୍କ ପ୍ରଦତ୍ତ ବିଷୟବସ୍ତୁ ଉପରେ ସନ୍ତୋଷଜନକ ଆଲୋଚନା କରିଥିଲେ। ପ୍ରାରମ୍ଭରେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ଉପସ୍ଥିତ ସଦସ୍ୟ ସଦସ୍ୟାଙ୍କୁ ସ୍ବାଗତକରି ବୈଠକର ଆଭିମୁଖ୍ୟ ପ୍ରଦାନ୍ କରିଥିଲେ। ପରେ ପରେ ବରିଷ୍ଠ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ସରକାରଙ୍କ ସୂଚିତ ବିନ୍ଦୁ ଉପରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ। ତତ୍ ସହିତ ଛାତ୍ରଛାତ୍ରୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସୁରକ୍ଷା ସମେତ ମଧ୍ୟାହ୍ନ ଭୋଜନ ଉପରେ ଆଲୋଚନା ହୋଇଥିଲା। ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସନ୍ତୋଷ…
Read More