“ନିଶା ମୁକ୍ତ ଭାରତ” ପାଇଁ ନୟାଗଡ଼ରେ ଅନୈତିକ ନିଶା ସେବନ ବିରୋଧରେ ଏକ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ର ସରକାରଙ୍କ ପାଇଁ “ନିଶା ମୁକ୍ତ ଭାରତ” ଏକ ଚ୍ୟାଲେଞ୍ଜ ଥିବାବେଳେ, ବିଭିନ୍ନ ରାଜ୍ୟରେ ଅନୈତିକ ଡ୍ରଗ୍ସ୍ କାରବାର ଦେଶର ମେରୁଦଣ୍ଡକୁ ଦୁର୍ବଳ କରିଦେଉଛି। ଏଇ ଅନୈତିକ ନିଶା କବଳରେ ଓଡ଼ିଶାର ଛାତ୍ର ଓ ଯୁବପିଢୀ ଦିନକୁ ଦିନ ଛନ୍ଦି ହୋଇ ଯାଉଛନ୍ତି। ଏହି ନିଶା ପାଇଁ କେହି କେହି କ୍ୟାନ୍ସର, କିଡନୀ ଜନିତ ରୋଗ ଏବଂ ମାନସିକ ବିକାରଗ୍ରସ୍ତ ପ୍ରଭୃତିର ଶିକାର ହେଉଥିବା ବେଳେ କେହି କେହି ଯୁବକ ଅପରାଧ ଦୁନିଆକୁ ଆପଣେଇ ନେଉଥିବା ଦେଖିବାକୁ ମିଳୁଛି। ସରକାର ଏଥିପ୍ରତି କଠୋର ଆଇନ୍ ବ୍ୟବସ୍ଥା କରିଥିଲେ ମଧ୍ୟ, ସଚେତନତା ଅଭାବ ଯୋଗୁଁ ଏହାର ପ୍ରଭାବ ନିମ୍ନଗାମୀ। ଏଭଳି ସ୍ଥିତିରେ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ବାଣୀଧାରା, ପାରାଦ୍ୱୀପର ମୁଖ୍ୟ ଆଇନ ଜୀବ ଗତିକୃଷ୍ଣ ଶତପଥୀ ଙ୍କ ପ୍ରକାଳ୍ପନା ରେ ଅନ୍ତର୍ଜାତୀୟ ମଦକଦ୍ରବ୍ୟ…

Read More

ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ୭୬ତମ ବନମହୋତ୍ସବ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ୭୬ତମ ବନମହୋତ୍ସବ ଓ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବୃକ୍ଷରୋପଣ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ମା’ ଫାଉଣ୍ଡେସନ”ର କର୍ମକର୍ତ୍ତା ଏବଂ ବିଦ୍ୟାଳୟ ପରିବାରର ମିଳିତ ସହଯୋଗରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଆଲୁମିନି କମିଟି, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଭାଗ ନେଇଥିଲେ। ମା’ ଫାଉଣ୍ଡେସନ ତରଫରୁ ସଂଯୋଜକ ତଥା ପ୍ରକୃତି ମିତ୍ର ରଞ୍ଜନ ରଶ୍ମୀ ଜେନା, ବିଶିଷ୍ଟ ସମାଜସେବୀ ଦାମୋଦର ସାହୁ, ଅଭିନେତା ଦେବେନ୍ଦ୍ର ପରମଗୁରୁ, ଗୋପି ଗପବାଲା ଗୋପିନାଥ ସେଠୀ, ବ୍ୟଙ୍ଗକବି ଘରବୁଡ଼ା ପ୍ରତାପ ସାହୁ, ଆଲୁମିନି ସଭାପତି ଭଗବାନ୍ ଜେନା ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ପରେ ପରେ ବୃକ୍ଷର ଉପକାରିତା ଉପରେ ସଚେତନ ସଭା ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ଅଧ୍ୟକ୍ଷତାରେ…

Read More

ବିଦ୍ୟାଳୟରେ ୭୬ତମ ବନମହୋତ୍ସବ ପାଳିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ୍ ମଶାବାରୀ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ମଶାବାରୀ ଠାରେ ୭୬ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟ ରୁ ମୁଖ୍ୟ ଅତିଥି ଭାବରେ ବନପାଳ ସରିତା ବରାଳ, ମୁଖ୍ୟ ବକ୍ତା ଭାବରେ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, ସ୍ୱତନ୍ତ୍ର ଅତିଥି ଭାବରେ ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ସମ୍ମାନିତ ଅତିଥି ଭାବରେ ବନରକ୍ଷୀ ସୌମ୍ୟରଂଜନ ଦଳେଇ, ଉଦ୍ଧବ ପ୍ରଧାନ, ଅଲିଧା ବରାଳ, ବିନୟ ରଞ୍ଜନ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଈଶ୍ବର ଚନ୍ଦ୍ର ସିଠ,ଶିକ୍ଷାବିତ ବାଇଧର ସ୍ୱାଇଁ,କମିଟିର ସଭ୍ୟ ସଭ୍ୟା, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପ୍ରଥମେ ବୃକ୍ଷରେ ଅତିଥିମାନଙ୍କ ଦ୍ୱାରା ଜଳଦାନ କରାଇ ବୈଠକ ଅନୁଷ୍ଠିତ ହୋଇଥିଲା।ଛାତ୍ରଛାତ୍ରୀ ମାନେ ବୃକ୍ଷ ସମ୍ପର୍କରେ ବିଭିନ୍ନ ଭାଷଣ ପ୍ରଦାନ କରିଥିଲେ। ପରେ ଅତିଥି ମାନେ…

Read More

ଜୁଲାଇ ୯ରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ

ନୟାଗଡ଼, (ନୟାଗଡ଼ ଦର୍ପଣ): ଦେଶର କୋଟିକୋଟି ଶ୍ରମଜୀବୀଙ୍କ ସ୍ଵାର୍ଥ ବିରୁଦ୍ଧରେ ନୂତନ ଭାବରେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ଶ୍ରମକୋଡ୍ ବାତିଲ କରି ପୂର୍ବବତ୍ ଶ୍ରମିକ ଆଇନ ଲାଗୁ କରିବା ଦାବିନେଇ କେନ୍ଦ୍ରୀୟ ଟ୍ରେଡୟୁନିଅନ ମାନଙ୍କ ସର୍ବଭାରତୀୟ ଆହ୍ଵାନ କ୍ରମେ ଜୁଲାଇ ୯ରେ ନୟାଗଡ଼ ଜିଲ୍ଲାରେ ଏହି ହରତାଳକୁ ସଫଳ କରିବାପାଇଁ ମିଳିତ ମଞ୍ଚର ଆବାହକ ବରିଷ୍ଠ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଆଠଟି ଯାକ ବ୍ଳକ ସହିତ ଜିଲ୍ଲା ସଦରମହକୁମାରେ ସତ୍ୟାଗ୍ରହ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସିଆଇଟିୟୁର ନେତା ଶରତଚନ୍ଦ୍ର ବେହେରା, ସୁରେଶ ସ୍ବାଇଁ, ପବିତ୍ର ଇନ୍ଦ୍ରଜିତ, ଏଆଇଟିୟୁସି ନେତା ଅମୀୟ ପଟ୍ଟନାୟକ, ଆଇଏନଟିୟୁସି ନେତା ଆଲୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଧର୍ମଘଟକୁ ସଫଳ କରିବାପାଇଁ ଖସଡ଼ା ପ୍ରସ୍ତୁତ କରିଛନ୍ତି।

Read More