ନୟାଗଡ଼, (ନୟାଗଡ଼ ଦର୍ପଣ): ଦେଶର କୋଟିକୋଟି ଶ୍ରମଜୀବୀଙ୍କ ସ୍ଵାର୍ଥ ବିରୁଦ୍ଧରେ ନୂତନ ଭାବରେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ଶ୍ରମକୋଡ୍ ବାତିଲ କରି ପୂର୍ବବତ୍ ଶ୍ରମିକ ଆଇନ ଲାଗୁ କରିବା ଦାବିନେଇ କେନ୍ଦ୍ରୀୟ ଟ୍ରେଡୟୁନିଅନ ମାନଙ୍କ ସର୍ବଭାରତୀୟ ଆହ୍ଵାନ କ୍ରମେ ଜୁଲାଇ ୯ରେ ନୟାଗଡ଼ ଜିଲ୍ଲାରେ ଏହି ହରତାଳକୁ ସଫଳ କରିବାପାଇଁ ମିଳିତ ମଞ୍ଚର ଆବାହକ ବରିଷ୍ଠ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଆଠଟି ଯାକ ବ୍ଳକ ସହିତ ଜିଲ୍ଲା ସଦରମହକୁମାରେ ସତ୍ୟାଗ୍ରହ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସିଆଇଟିୟୁର ନେତା ଶରତଚନ୍ଦ୍ର ବେହେରା, ସୁରେଶ ସ୍ବାଇଁ, ପବିତ୍ର ଇନ୍ଦ୍ରଜିତ, ଏଆଇଟିୟୁସି ନେତା ଅମୀୟ ପଟ୍ଟନାୟକ, ଆଇଏନଟିୟୁସି ନେତା ଆଲୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଧର୍ମଘଟକୁ ସଫଳ କରିବାପାଇଁ ଖସଡ଼ା ପ୍ରସ୍ତୁତ କରିଛନ୍ତି।
ଜୁଲାଇ ୯ରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ
