ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଳକ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ବାଲାରସେନ ପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରିଣୀ ଗୀତାଞ୍ଜଳି ସାହୁ, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, କନକ ନ୍ୟୁଜର ଜିଲ୍ଲା ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥ, DSS ଶରତ ସାହୁ, IPE ଅନିଲ କୁମାର ଦାସ, ଜିଲ୍ଲା ପରିଷଦ ସଦସ୍ୟ ବସନ୍ତ କୁମାର ପ୍ରଧାନ, ଘୋଳାହାଣ୍ଡି ସରପଞ୍ଚ ପ୍ରଦୀପ୍ତ ସ୍ୱାଇଁ, ମଧ୍ଯଖଣ୍ଡ ସରପଞ୍ଚ ସସ୍ମିତା ପ୍ରଧାନ, ଦଶପଲ୍ଲା ଅଞ୍ଚଳର ବିଶିଷ୍ଟ ଗାଳ୍ପିକ ହାଡିବନ୍ଧୁ ମହାଖୁଡ଼, ବିଦ୍ୟାଳୟର ପୂର୍ବତନ ସମ୍ପାଦକ ତଥା ଆଇନୀଜୀବୀ ଶରତ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ଦଶପଲ୍ଲା…
Read MoreDay: July 1, 2025
ଅବସରକାଳୀନ ସମ୍ବର୍ଦ୍ଧନା ସଭା
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ କୋମଣ୍ଡ ଆଞ୍ଚଳିକ ସାଧନକେନ୍ଦ୍ର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କୋମଣ୍ଡ ଠାରେ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ସଭା ଗୋବିନ୍ଦ ଚନ୍ଦ୍ର ଦଳେଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ସରପଞ୍ଚ ଦିପୀକା ସେଠୀ, ସ୍ୱତନ୍ତ୍ର ଅତିଥି ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜକିଶୋର ସାହୁ,ମୁଖ୍ୟବକ୍ତା ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରଘୁନାଥ ମଲିକ, ସମ୍ମାନିତ ଅତିଥି ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ବଟକୃଷ୍ଣ ପଣ୍ଡା, ଶେଷଦେବ ସାହୁ,ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପରିଷଦର ସଭାପତି ରାମେଶ୍ୱର ପଣ୍ଡା, ସଚ୍ଚିଦାନନ୍ଦ ଦାସ, ସୁକାନ୍ତ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସିମାଞ୍ଚଳ ପ୍ରଧାନ,ପୂର୍ବତନ ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକ, ପୂର୍ବତନ ପରିଚାଳନା କମିଟି ଅଧ୍ୟକ୍ଷ ପବିତ୍ର ମୋହନ ପ୍ରଧାନ ଆସନ ଅଳଂକୃତ କରିଥିଲେ।ଅବସର ଗ୍ରହଣ କରିଥିବା ଶିକ୍ଷକ…
Read Moreନୟାଗଡ଼ରେ ଆଉ ଏକ ରୋଟାରୀ କ୍ଳବ ଗଠନ ନିମନ୍ତେ ରୋଟାରୀ ସଂସ୍ଥାର ଅନୁମତି ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ୧୯୯୦ମସିହାରେ ଗଠିତ ନୟାଗଡ଼ ରୋଟାରୀ କ୍ଳବ ଗଠନ ପର ରୋଟାରୀ ଆନ୍ତର୍ଜାତିକ ସଂସ୍ଥା, ଆମେରିକା, ନୟାଗଡ଼ରେ ଆଉ ଏକ ନୂତନ ରୋଟାରୀ କ୍ଳବ ଗଠନ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି। ରୋଟାରୀ କ୍ଳବ ଅଫ ନୟାଗଡ଼ ଏକ୍ସିଲେନ୍ସିର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ରୋଟାରୀ ଅଫିସରୁ ରୋଟାରୀ କାର୍ଯ୍ୟକାରୀ ସମ୍ପାଦକ ବରିଷ୍ଠ ରୋଟାରୀଆନ ସୁଶାନ୍ତ କୁମାର ମହାପାତ୍ରଙ୍କ ଠାରୁ ଅନୁମତି ପତ୍ର ଗ୍ରହଣ କରିଛନ୍ତି। ସମାଜସେବୀ ଶ୍ରୀଯୁକ୍ତ ପଟ୍ଟନାୟକ କୁହନ୍ତି “ରୋଟାରୀ” ଏବଂ ସେବା ତାଙ୍କ ଜୀବନ। ଏଥି ସହିତ ନୂତନ ରୋଟାରୀ କ୍ଳବ ପାଇଁ ସେ ଦୈନିକ ସମୟଦେବେ ବୋଲି ପ୍ରକାଶ କରିଛନ୍ତି।
Read More