ଲାଠିପଡାରେ କାର୍ଲମାର୍କ୍ସ ଜୟନ୍ତୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ପୃଥିବୀ ସାମ୍ରାଜ୍ୟବାଦ, ଉପନିବେଶବାଦ ଓ ପୁଞ୍ଜିବାଦର ଦଂଶନରେ ତ୍ରାହି ତ୍ରାହି ଡାକୁଥିଲା ବେଳେ ସର୍ବହରା ଶ୍ରେଣୀ ମୁକ୍ତିମନ୍ତ୍ରର ଉଦଗାତା କାର୍ଲମାର୍କ୍ସ ୧୮୧୮ମସିହା ମଇ୫ତାରିଖରେ ଜର୍ମାନୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କରି ଲେଖା କମ୍ୟୁନିଷ୍ଟ ଇସ୍ତାହାର ଓ ଦାସ୍ କ୍ୟାପିଟାଲ ସାରା ବିଶ୍ୱରେ ନିପୀଡିତ ଶ୍ରେଣୀର ମୁକ୍ତି ଆନ୍ଦୋଳନକୁ ଚଳଚଞ୍ଚଳ କରିଥିଲା ଏବଂ ପ୍ୟାରିକମ୍ୟୁନ୍, ଆମେରିକା ଚିକାଗୋର ଶ୍ରମିକ ଆନ୍ଦୋଳନ, ଋଷ୍ ବିପ୍ଳବ, ଭାରତର ସ୍ଵାଧୀନତା ସଂଗ୍ରାମରେ ମାର୍କସବାଦ ମୁଖ୍ୟ ଚାଳିକାଶକ୍ତି ଭାବରେ କାର୍ଯ୍ୟ କରିଥିଲା ବୋଲି ବର୍ଣ୍ଣନା କରି ଆସନ୍ତା ମଇ୨୦ ହରତାଳକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ ସିଆଇଟିୟୁ ନେତା ବିଶ୍ଵନାଥ ମହାପାତ୍ର। କମ୍ରେଡ ଜଗବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଳନରେ ଶ୍ରମିକ ନେତା ପବିତ୍ର ଇନ୍ଦ୍ରଜିତ, ତ୍ରିଲୋଚନ ପ୍ରଧାନ ପ୍ରମୁଖ ମଇ୨୦ ସାଧାରଣ ଧର୍ମଘଟକୁ ସଫଳ କରିବାପାଇଁ ଆହ୍ୱାନ ଦେଇଥିଲେ।…

Read More

ରଣପୁରରେ ଚାଇଲଡ଼ି ଟ୍ରାକିଙ୍ଗ ସର୍ଭେ କାର୍ଯ୍ୟ ପରିଦର୍ଶନ କଲେ ଯୁଗ୍ମ ନିର୍ଦ୍ଦେଶିକା

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ଚାଲିଥିବା ଚାଇଲଡ଼ି ଟ୍ରାକିଙ୍ଗ ସର୍ଭେ (CTS) କାର୍ଯ୍ୟର ବ୍ୟବସ୍ଥାପନା ଓ  ପ୍ରଗତିକୁ ନିଜେ ଘୁରି ଦେଖିଲେ ରାଜ୍ୟ ସରକାରଙ୍କ ଯୁଗ୍ମ ନିର୍ଦ୍ଦେଶିକା ରାଜଶ୍ରୀ ପଟ୍ଟନାୟକ | ଏହି ପରିଦର୍ଶନ ସମୟରେ ନୟାଗଡ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ବନଲତା ବେହେରା ଓ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ, ସାଧନ କେନ୍ଦ୍ର ସଂଯୋଜକ ପବିତ୍ର ମୋହନ ସାମନ୍ତରାୟ ମଧ୍ୟ ଉପସ୍ଥିତ ରହି ସ୍ଥାନୀୟ ଅଞ୍ଚଳରେ ହେଉଥିବା ସର୍ଭେ କାର୍ଯ୍ୟକୁ ନିରୀକ୍ଷଣ କରିଥିଲେ। ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ପଟ୍ଟନାୟକ ଏହି ବିଷୟରେ ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ସହିତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ସେମାନେ ଏହି କାର୍ଯ୍ୟକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ସଂପର୍କିତ ଉଦ୍ୟମ ବୋଲି…

Read More