ନୟାଗଡ଼, (ନୟାଗଡ଼ ଦର୍ପଣ): ସମସ୍ତ ପ୍ରାକୃତିକ ଓ ଭୌଗୋଳିକ ପରିବେଶର ଅନୁକୂଳ ଅବସ୍ଥିତି ସତ୍ତ୍ୱେ ନୟାଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଆଶାନୁରୂପ ହୋଇପାରି ନଥିବାରୁ ଉଦ୍ ବେଗ ପ୍ରକାଶ କରି ଆଜି ନୟାଗଡ କେସି କ୍ଳବଠାରେ ଓଡ଼ିଶାର ରାଜଧାନୀ ସହରରେ ସୁପ୍ରତିଷ୍ଠିତ ନୟାଗଡିଆଙ୍କୁ ନେଇ ଗଠିତ ହୋଇଥିବା ନୟାଗଡ଼ ଜିଲ୍ଲା ବିକାଶ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ କରୁଣାକର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ସମ୍ମିଳନୀର ଉଦ୍ୟୋକ୍ତା ତଥା ବରିଷ୍ଠ କର୍ମକର୍ତ୍ତା ଭାରତ ସରକାରଙ୍କ ପ୍ରାକ୍ତନ ଗଣମାଧ୍ୟମ ପରାମର୍ଶଦାତା ଡଃ. ଉମାକାନ୍ତ ମିଶ୍ର, ଗବେଷକ ତଥା ପାଠାଗାର ଆନ୍ଦୋଳନର ପ୍ରମୁଖ ପ୍ରବୀର ପଟ୍ଟନାୟକ, ଡଃ ବ୍ରଜବନ୍ଧୁ ପଣ୍ଡା, ସ୍ତମ୍ଭକାର ଡଃ ଜାନକୀଶ ବଡ଼ପଣ୍ଡା ଏହି ଅଧିବେଶନରେ ଯୋଗ ଦେଇ ନୟାଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ରାଜଧାନୀ ସହରରେ ପ୍ରତିଷ୍ଠିତ ଏହି…
Read MoreDay: March 28, 2025
ବାର୍ଷିକୋତ୍ସବ ପାଳନ ଦ୍ୱାରା ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭା ପରିସ୍ଫୁଟିତ ହୋଇଥାଏ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶିଶୁମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା ଲୁକ୍କାୟିତ ପ୍ରତିଭା ବାର୍ଷିକୋତ୍ସବ ପାଳନ ମାଧ୍ୟମରେ ପରିସ୍ଫୁଟିତ ହୋଇଥାଏ। ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବ୍ୟତୀତ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ରହିଥିବା ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ନୟାଗଡ଼ ବ୍ଲକ ଅନ୍ତର୍ଗତ କାଳିକାପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକଉତ୍ସବରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ବାର୍ଷିକୋତ୍ସବ ସଭାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ କୁମାର ମଲ୍ଲିକ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଅନ୍ୟତମ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନିରଞ୍ଜନ ନାୟକଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳୀ ମହାପାତ୍ର, ସମିତି ସଭ୍ୟା ଶୁଚିସ୍ମିତା ଭଟ୍ଟ, ପରିଚାଳନା କମିଟି…
Read Moreନୟାଗଡ଼ରେ ବିଶ୍ୱ ନାଟ୍ୟ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସମଗ୍ର ବିଶ୍ଵରେ ମଂଚ ନାଟକର ବ୍ୟାପ୍ତି ସହ ନିର୍ଦ୍ଦେଶକ, ନାଟ୍ୟକାର, କଳାକାର, ମଂଚ ସହଯୋଗୀମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ୧୯୬୨ ମସିହାରୁ ପାଳିତ ହେଉଛି ବିଶ୍ୱ ନାଟ୍ୟ ଦିବସ। ଚଳିତ ବର୍ଷ ନୟାଗଡ଼ର ଦୁଇ ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମଞ୍ଚାୟନ ଏବଂ ନାଟ୍ୟଧାରା ର ମିଳିତ ସହଯୋଗରେ ସ୍ଥାନୀୟ ନ୍ୟୁ ଜନତା କଂପ୍ଲେକ୍ସ ପରିସରରେ ପାଳିତ ହୋଇଯାଇଛି ବିଶ୍ୱ ନାଟ୍ୟ ଦିବସ। ନାଟ୍ୟଧାରାର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନାଚକ୍ର ରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ବିଶିଷ୍ଟ ଅତିଥି ନୟାଗଡ଼ ପୈାର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ, ସମ୍ମାନିତ ଅତିଥି ବରିଷ୍ଠ ନାଟ୍ୟକାର ବିଶ୍ୱନାଥ ମହାପାତ୍ର, ଅଭିନେତା ତଥା ନାଟ୍ୟ ଧାରା ସଂପାଦକ ମି.କାଳିଆ ଯୋଗଦେଇ ବିଶ୍ୱ ନାଟ୍ୟ ଦିବସ ପରିପ୍ରେକ୍ଷିରେ ନୟାଗଡ଼…
Read Moreଆମ ସଂସ୍କୃତି ଆମ ଖେଳନା କର୍ମଶାଳା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅନ୍ୟତମ ପୁରାତନ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ର ବିକାଶ ନିମନ୍ତେ ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ ଓ ସରୋଜ ସାହୁଙ୍କ ସଂଯୋଜନାକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଣ୍ଢେଇ କାରିଗର ବାସନ୍ତୀ ଦେଇ ତଥା ସରୋଜିନୀ ପଲେଇ କଣ୍ଢେଇ ପ୍ରସ୍ତୁତି ଶୈଳୀ ଏବଂ ଚିତ୍ରଶିଳ୍ପୀ ହରିବନ୍ଧୁ ଦାସ ମାଟି ଖେଳନା ପ୍ରସ୍ତୁତିର ଶୈଳୀ ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷିତ କରାଇଥିଲେ। ଦ୍ଵିତୀୟ ଦିବସରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ବାର୍ଷିକ ଉତ୍ସବ। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଇଟାମାଟିର ସରପଞ୍ଚ ସ୍ୱପ୍ନେଶ୍ୱରୀ ସେଠୀ ଏବଂ ସମ୍ମାନିତ ଅତିଥି ରୂପେ ପୁରାତନ ଛାତ୍ର ସଂଗଠନର…
Read More