କଦଳୀବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ, କଦଳୀବନ୍ଧ ଠାରେ ଆଜି ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ଓଡ଼ଗାଁ ତହସିଲଦାର ଡ. ମାନସରଞ୍ଜନ ଭୋଇ ମୁଖ୍ୟ ଅତିଥି, ମଣ୍ଡଳ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ତଥା ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, ସୌଦାମିନୀ ମହାପାତ୍ର, ଉକ୍ତ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କାର୍ତ୍ତିକେଶ୍ୱର ପଣ୍ଡା, ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ମଶାବାରୀର ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ର, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ, ପୂର୍ବତନ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ତ୍ରିଲୋଚନ ସାମନ୍ତରାୟ, ଶିକ୍ଷକ ଶୁସେନ୍ଦୁ ଷଡ଼ଙ୍ଗୀ ଓ ଶିକ୍ଷୟିତ୍ରୀ ମଧୁସ୍ମିତା ଆଚାରୀ ମଞ୍ଚାସୀନ ଥିଲେ। ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱରେ ପ୍ରଥମେ ରଘୁନାଥଙ୍କ ଫଟୋଚିତ୍ରରେ ପୁଷ୍ପ, ଧୂପ,…

Read More

ଇଟାମାଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଇଟାମାଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁବାଟିକା ବିଭାଗ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” ପ୍ରଥମ ପର୍ଯ୍ୟାୟର ଚତୁର୍ଥ ସୋପାନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବଂଶୀଧର ମହାବିଦ୍ୟାଳୟ, ଇଟାମାଟିରର ଅବସରପ୍ରାପ୍ତ ଅଧ୍ୟକ୍ଷ ହରପ୍ରସାଦ ରଣସିଂ ମହୋଦୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ପ୍ରଧାନାଚାର୍ଯ୍ୟ ପ୍ରକାଶ ଜୀବନ ପାଳ ମୁଖ୍ୟ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ଆଜିର ଆଲୋଚ୍ୟ ବିଷୟ ଔପଚାରିକ ଓ ଅନୌପଚାରିକ ଶିକ୍ଷା ବିଷୟରେ ସୁଚିନ୍ତିତ ମତାମତ ଉପସ୍ଥାପନା କରିଥିଲେ। ଶିଶୁ ଭାଇଭଉଣୀମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ, ବିଷୟକୁ ନେଇ ନୃତ୍ୟ, ପ୍ରାୟୋଗିକ (ଜନ୍ମଦିନ ପାଳନ, ଗଣେଶଙ୍କ ଚତୁରତା ବାଲନାଟ୍ୟ) କରାଯାଇଥିଲା। ପରିଚାଳନା ସମିତିର ସଦସ୍ୟା ସୁବାସିନୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟି…

Read More

ଡ଼ଃ ଜ୍ଞାନଦୀପ ପ୍ରଧାନଙ୍କୁ ଆଇପିସିଏମଏସ ୟୁନିଭରସିଟି ଫ୍ରାନ୍ସରେ ଡକ୍ଟରେଟ୍ ଲାଭ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶଙ୍ଖେଇ ଗ୍ରାମର ତିକ୍ଷ୍ଣ ଗବେଷକ ପଦାର୍ଥ ବିଜ୍ଞାନରେ ନୂତନ ଉଦ୍ଭାବନ କରିଛନ୍ତି। ଆଇପିସିଏମଏସ ୟୁନିଭରସିଟି ଫ୍ରାନ୍ସର ଦୀକ୍ଷାନ୍ତ ସମାରୋହରେ ଓଡିଶାର ନୟାଗଡ଼ ଜିଲ୍ଲାର ସ୍ୱାଭିମାନୀ ପୁଅ ଡ଼ଃ ଜ୍ଞାନଦୀପ ପ୍ରଧାନଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ସମ୍ମାନ ଦିଆଯାଇଛି। ଏକ ପ୍ରତିଭାଶାଳୀ ଗବେଷକ ଭାବେ ପରିଚିତ ଡ଼ଃ. ପ୍ରଧାନ ତାଙ୍କ ଡ଼କ୍ଟରେଟ୍ କାର୍ଯ୍ୟ  ପ୍ରଫେସର ମାଥିୟ୍ୟୁ ବାଇଲ୍ଲେୟୂଲଙ୍କ ତତ୍ତ୍ୱାବଧାନରେ ଆଇପିସିଏମଏସ ୟୁନିଭରସିଟି, ଫ୍ରାନ୍ସ ପଦାର୍ଥ ବିଜ୍ଞାନ ବିଭାଗରେ ସମ୍ପୂର୍ଣ୍ଣ କରିଛନ୍ତି। ତାଙ୍କ ଗବେଷଣାର ମୁଖ୍ୟ କ୍ଷେତ୍ର ଥିଲା ବକ୍ର ଚୁମ୍ବକରେ ଘୂର୍ଣ୍ଣନ ତରଙ୍ଗର ଗତିଶୀଳତା। ପଦାର୍ଥ ବିଜ୍ଞାନ ପାଇଁ ସେ ଗତି ଦିଗରେ ନୂତନ ଉଦ୍ଭାବନ କରିଛନ୍ତି, ଯାହା ଗତିଜ ଶକ୍ତିରେ ନୂଆ ଆଶା ଦେଇପାରେ। ଡ଼ଃ ପ୍ରଧାନଙ୍କର ଏହି ଗବେଷଣା କାର୍ଯ୍ୟ ବିଶ୍ୱବ୍ୟାପୀ ମାନ୍ୟତା ପାଇଛି, ଏବଂ ସେ ବିଭିନ୍ନ ଆନ୍ତର୍ଜାତୀୟ ପତ୍ରିକାରେ…

Read More

ନୂଆଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଳକର କଳା, ସାହିତ୍ୟ ଓ ସଂସ୍କୃତିକୁ ନେଇ ନୂଆଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ ହୋଇଯାଇଛି । ଅପରାହ୍ନରେ ମଞ୍ଚ ପୂଜା କରାଯାଇ ସ୍ଥାନୀୟ କଳାକାର ଓ କୁନି କୁନି ପ୍ରତିଭାମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସନ୍ଧ୍ୟାରେ କନ୍ଧମାଳ ସାଂସଦ ତଥା ନୂଆଗାଁ ମହାତ୍ସବ କମିଟି ଓ ପଲ୍ଲିଶ୍ରୀ ମେଳାର ଅଧ୍ୟକ୍ଷ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସମବାୟ ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଯାଜପୁର ସାଂସଦ ରବି ନାରାୟଣ ବେହେରା, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଦଶପଲ୍ଲାର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି…

Read More