ରାଜ୍ୟସ୍ତରୀୟ ନାଟ୍ୟମେଳାର ୩ୟ ସଂଧ୍ୟା: ‘ଭିନ୍ନ ଏକ ନିଷ୍ପତ୍ତି’ରେ ବିଭୋର ଦର୍ଶକ

ନୟାଗଡ଼,(ନୟାଗଡ଼ ଦର୍ପଣ): ବାପା ମା ନିଜ ପୁଅଝିଅଙ୍କୁ ପାଳିପୋଷି ବଡ଼ କରିବାରେ କିଛି ସର୍ତ୍ତ ରଖି ନଥାନ୍ତି। ସେମାନେ ନିଜ ପାଇଁ ନୁହେଁ, ବରଂ ପୁଅ ଝିଅଙ୍କୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି। ସ୍ବପ୍ନକୁ ସାକାର କରିବା ପାଇଁ ସେମାନେ ପ୍ରତିଟି ଆହ୍ୱାନକୁ ଖୁସି ଖୁସିରେ ସାମ୍ନା କରିଚାଲିଥାନ୍ତି। ହେଲେ, ସିଡିରେ ଗଛ ଚଢି ସାରିବା ପରେ ସିଡିକୁ ଭୁଲିଯିବା ନ୍ୟାୟରେ ଏବର ଅନେକ ପୁଅ ବାପା ମା’ଙ୍କୁ ହତାଦର କରି ଅସହାୟ କରି ଚାଲିଛନ୍ତି। କେବଳ ସାମାଜିକ ସମାଲୋଚନାରୁ ବର୍ତ୍ତି ଯିବାପାଇଁ ଏକ ନୂଆ ବାଟ ଖୋଜି ନେଇଛନ୍ତି, ଯାହାକି ଏକ ସଂସ୍କୃତିରେ ପରିଣତ ହୋଇଛି। ଅନ୍ୟର ପୁଅ ହାତରେ ନିଜର ଦାୟିତ୍ଵ ସମର୍ପି ଦେଇ, ସେମାନେ ସମାଜକୁ ଦେଖାଉଛନ୍ତି ଯେ ଆମ ବାପା ମା ଖୁସିରେ ଅଛନ୍ତି। ପରପୁଅ ଦାୟିତ୍ଵ ପାଳି ଚାଲିଛି ସତ…

Read More

ରାଜ୍ୟସ୍ତରୀୟ ନାଟ୍ୟମେଳାର ୨ୟ ସଂଧ୍ୟା: ବିମୋହିତ କଲା ବସ୍ତାବଧର୍ମୀ ସାମାଜିକ ନାଟକ ‘ଭିନ୍ନ ଏକ ସହଯାତ୍ରୀ’

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୫ମ ରାଜ୍ୟସ୍ତରୀୟ ନାଟ୍ୟମେଳାର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କରିଥିଲା ଭିନ୍ନ ସ୍ୱାଦର ଏକ ବାସ୍ତବଧର୍ମୀ ସାମାଜିକ ନାଟକ ‘ଭିନ୍ନ ଏକ ସହଯାତ୍ରୀ’ ।  ସୋମବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ  ବିଶିଷ୍ଟ ନାଟ୍ୟକାର ପଞ୍ଚାନନ ଦାଶ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ମଳୟ କୁମାର ମହାନ୍ତି । ପଞ୍ଚଧ୍ୱନି ନାଟ୍ୟ ପରିଷଦ, ଭୁବନେଶ୍ୱର ପକ୍ଷରୁ ପରିବେଷିତ ଏହି ନାଟକରେ ସଙ୍ଗୀତ ନିର୍ଦ୍ଦେଶନାରେ ଥିଲେ ମାନସ କୁମାର ପରିଡ଼ା।ଆଜି ଅତିଥିଭାବେ ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଯୋଗଦାନ କରିଥିବା ବେଳେ ନାଟ୍ୟଧାରା ପରିବାର ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସଂପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ଡ.ବିଜୟ…

Read More

ଛାତ୍ରଛାତ୍ରୀଙ୍କୁ ନେଇ ପଥପ୍ରାନ୍ତ ନାଟକ “ଜଙ୍ଗଲ ଦେଇଛି ଜୀବନ ପ୍ରାଣ” 

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କର ଇକୋକ୍ଳବ ଓ ସ୍କାଉଟ ଗାଇଡର  ପ୍ରାୟ ୨୦ଜଣ ଛାତ୍ର ଛାତ୍ରୀମାନଙ୍କୁ ନେଇ ରୋହିବାଙ୍କ ଗ୍ରାମରେ “ଜଙ୍ଗଲ ଦେଇଛି ଜୀବନ ପ୍ରାଣ ” ପଥପ୍ରାନ୍ତ ନାଟକ ପରିବେଷଣ ହୋଇସାରିଛି। ପିଲାମାନେ ଭାଲୁ, ସିଂହ, ହରିଣ,  ଶୁଆ, ଚିଲ, ସାଗୁଣା ଆଦି ବେଶ ଓ ମୁଖାପିନ୍ଧି ପରିବେଷଣ କରିଥିଲେ। ଜଙ୍ଗଲରେ ନିଆଁ ଲଗାଇବାର କୁପରିଣତି ସ୍ୱରୂପ ତାପମାତ୍ରାରେ ଅହେତୁକ ବୃଦ୍ଧି ସାଙ୍ଗକୁ ଜଙ୍ଗଲରେ ବାସକରୁଥିବା ପଶୁପକ୍ଷୀ ମାନଙ୍କର ବାସସ୍ଥାନ ହରାଇଛନ୍ତି। ସେ କାରଣରୁ ପଶୁପକ୍ଷୀମାନେ ଗ୍ରାମ ଓ ସହର ଅଭିମୁଖୀ ହେବା ସାଙ୍ଗକୁ ମଣିଷ ଓ ପଶୁମାନଙ୍କ ମଧ୍ୟ୍ୟରେ ଖାଦ୍ୟ ଖାଦକ ଲଢେଇ ପାଇଁ ଉଭୟଙ୍କ ଜୀବନ  ହାନି ହେବା, ବର୍ଷା ଉଭେଇ ଯିବା ଆଦି ବିପଦ ପ୍ରତି ଲୋକଙ୍କୁ ସଚେତନ କରାଇ  ଜଙ୍ଗଲରେ ଗଛଲଗାବା, ଜଙ୍ଗଲକୁ ନିଆଁ ଦାଉରୁ…

Read More