ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି । ମୁଖ୍ୟଅତିଥି ରୂପେ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଶିକ୍ଷା ବିଭାଗୀୟ ମୁଖ୍ୟ କୃପାସିନ୍ଧୁ କରନ୍ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ପ୍ରଧାନଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯକ୍ରମ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଆଜିର ଆଲୋଚ୍ୟ ବିଷୟ ଶିଶୁଙ୍କ ଶାରୀରିକ ଓ ମାନସିକ ଆବଶ୍ୟକତା ଓ ପରିବାରରେ ଆହାର ଓ ବିହାର ବ୍ୟବସ୍ଥା ବିଷୟରେ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।ଅନୁଷ୍ଠାନର ସଭାପତି କେଶବ ଚନ୍ଦ୍ର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯକ୍ରମଟି ବିଦ୍ୟାଳୟର ସମ୍ପାଦକ ଭାସ୍କର ଚନ୍ଦ୍ର ସାହୁ, ସମସ୍ତ ଗୁରୁଜୀ ଗୁରୂମା ଓ ପରିଚାଳନା ସମିତି ଓ…
Read MoreMonth: February 2025
ଜିଲ୍ଳା ଆଇନ୍ସେବା ପ୍ରାଧିକରଣ ତରଫରୁ ପରିବେଶ ସ୍ୱଚ୍ଛତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଜିଲ୍ଲା ଗ୍ରାମୀଣ ଆଇନ ସଚେତନତା କର୍ମୀମାନଙ୍କୁ ନେଇ ନୟାଗଡ଼ ଖେଳପଡ଼ିଆ ଠାରେ ପରିବେଶର ସୁରକ୍ଷା ପାଇଁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଖେଳପଡ଼ିଆ ପରିସରରେ ପାଣିବୋତଲ, ଜରି, ଗଛର ଡାଳପତ୍ର ପଡ଼ି ପଡ଼ିଆଟି ଅପରସ୍କାର ହୋଇ ପଡ଼ିଥିଲା। ଏହି ପଡ଼ିଆରେ ଖେଳପ୍ରେମୀମାନେ ପ୍ରତିଦିନ ଖେଳକୁଦ କରିଥାନ୍ତି। ନୟାଗଡ଼ର ସଚେତନ ବୁଦ୍ଧିଜୀବୀମାନେ ମଧ୍ୟ ପ୍ରାତଃ ଭ୍ରମଣ କରି ନିଜର ସ୍ୱାସ୍ଥ୍ୟ ପ୍ରତି ସଜାଗ ହୋଇଥାନ୍ତି। କିନ୍ତୁ ଦୁଃଖର ବିଷୟ ଅସଚେତନତା ଜନସାଧାରଣ ପଡ଼ିଆରେ ଅପରିସ୍କାର କରି ପଡ଼ିଆଟିକୁ ଦୂଷିତ କରିଛନ୍ତି।ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କ ନିର୍ଦ୍ଦେଶ ଜିଲ୍ଲା ଆଇନ ସଚେତନତା କର୍ମୀମାନେ ହାତରେ ଝାଡ଼ୁଧରି ପଡ଼ିଆଟିକୁ ପରିସ୍କାର କରିଛନ୍ତି। ଜିଲ୍ଲା ଆଇନସେବା ପ୍ରାଧିକରଣର ଏପରି କାର୍ଯ୍ୟକୁ…
Read Moreବିଶ୍ଵ ମାତୃଭାଷା ଦିବସ ଅବସରରେ ବହୁଭାଷୀ କବିତା ଓ ସଙ୍ଗୀତ ଆସର ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଫେବୃଆରୀ ୨୧ ହେଉଛି ବିଶ୍ଵ ମାତୃଭାଷା ଦିବସ। ଏହି ଅବସରରେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦ,ମା’ ଫାଉଣ୍ଡେସନ ସାମାଜିକ ଅନୁଷ୍ଠାନ,ପରମ୍ପରା ସାହିତ୍ୟ ସଂସଦ, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ, ନାଟ୍ୟଧାରା, ମୈତ୍ରୀ ଯୁବ ସଂସଦ, ଆର୍ଟ ପଏଣ୍ଟ ଓ ସୁଧା ସାଂସ୍କୃତିକ ପରିଷଦର ମିଳିତ ଆୟୋଜନରେ ମୁକ୍ତାକାଶ ବହୁଭାଷୀ କବିତା ଓ ସଙ୍ଗୀତ ଆସର ସ୍ଥାନୀୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବରିଷ୍ଠ କବି ଏମ. ଔରଙ୍ଗଜେବ, ବିଶିଷ୍ଟ ସାହିତ୍ୟନୁରାଗୀ ଉପେନ୍ଦ୍ର ତ୍ରିପାଠୀ, କବି ନିର୍ମଳ ଚନ୍ଦ୍ର ଶୂରଦେଓ, ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ। କବି ତଥା ଅଧ୍ୟାପକ…
Read Moreଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ଦିବସ ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କନ୍ୟା ସନ୍ତାନ ମାନେ ଉପଯୁକ୍ତ ଶିକ୍ଷା ପାଇଲେ ସମାଜର ଉନ୍ନତି ଘଟିବ ବୋଲି ମତବ୍ୟକ୍ତ କରିଥିଲେ। କନ୍ୟା ସନ୍ତାନ ମାନଙ୍କୁ ଠିକ ଭାବରେ ଲାଳନ ପାଳନ ସହିତ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପାଣ୍ଡେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ତଥା ଶିକ୍ଷା ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟା ସଂଯୁକ୍ତା ପଢ଼ିଆରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଜୟଶ୍ରୀ ପ୍ରଧାନ, ଶିଶୁ ସୁରକ୍ଷା ଆଇନ ପରାମର୍ଶଦାତା…
Read Moreନୟାଗଡ ମେଡିକାଲ କଲେଜ ସ୍ଥାପନା ପ୍ରସଙ୍ଗ
ଜିଲ୍ଲାବାସୀଙ୍କୁ ଡବଲ ଇଞ୍ଜିନ ସରକାର ଲଲିପପ ଧରେଇଲେ ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ବିଧାନସଭାରେ ବଜେଟ ଉପସ୍ଥାପନ ପରିପ୍ରେକ୍ଷୀରେ ମୋହନ ସରକାରଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା ପାଇଁ ମୋହର ମାରି ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଭଦ୍ରକ ଜିଲ୍ଲା ଏବଂ ନୟାଗଡ ଜିଲ୍ଲା ଭୌଗଳିକ ଏବଂ ଜନସଂଖ୍ୟା ଦୃଷ୍ଟିରୁ ସମାନ। ଏକଦିନରେ ଜିଲ୍ଲାର ମାନ୍ୟତା ପାଇଥିଲା। ତେବେ ଉଭୟ ଜିଲ୍ଲାର ଜନସାଧାରଣ ମେଡିକାଲ କଲେଜ ପାଇଁ ବାରମ୍ବାର ଦାବୀ ଉଠାଉ ଥିଲେ। କିନ୍ତୁ ବିଜେପି ସରକାର ପାତରଅନ୍ତର ନୀତି ଆପଣାଇ ନୟାଗଡ ଜିଲ୍ଲା ବାସୀଙ୍କୁ ଭଣ୍ଡେଇ ଦେଇଛନ୍ତି ବୋଲି ନୟାଗଡ ବିଧାନସଭା କଂଗ୍ରେସ ପ୍ରାର୍ଥୀ ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଟୁଇଟ କରି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ଯେତେବେଳେ ବିଧାନସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭଦ୍ରକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ…
Read Moreଭାରତର ବିଭିନ୍ନ ଜନଜାତିର ଭାଷା ଆଧାରରେ ଜାତୀୟସ୍ତରୀୟ ଅନୂଦିତ କାବ୍ୟପାଠ
ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ୫ ଟି ରାଜ୍ୟର ୧୫ ଜଣ ଯୁବ କବି ତଥା ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଖ୍ୟାତିପ୍ରାପ୍ତ ଅନୁବାଦକମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ଜାତୀୟସ୍ତରର ଅନୂଦିତ କାବ୍ୟପାଠ ଓ ଆଲୋଚନାଚକ୍ର। ” ଶବ୍ଦ ଖୋ ଗୟେ ବସନ୍ତ କେ ଫୁଲୋଁ ମେଁ” ଶୀର୍ଷକ ଏହି କାର୍ଯ୍ୟକ୍ରମରେ , ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ନାଗାଲାଣ୍ଡ, ଓଡ଼ିଶା,,ଆସାମ, ରୁ ସାହିତ୍ୟିକମାନେ ପ୍ରତିନିଧିତ୍ଵ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଉତ୍ତରାଖଣ୍ଡର ବିଶିଷ୍ଟ ଲେଖକ, ଅନୁବାଦକ ଗମ୍ଭୀର ସିଂହ ପଲାନୀ ଯୋଗଦେଇ କହିଥିଲେ-ବର୍ତ୍ତମାନ ସାହିତ୍ୟ ରେ ଅନୁବାଦ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଏବଂ ଯୁବ ପିଢୀ ର ଯୋଗଦାନ ଏହି ଆବଶ୍ୟକତା କୁ ସଫଳ କରିପାରିବ। ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଯୁବ ଅନୁବାଦକମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅନୁବାଦ ସାହିତ୍ୟ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମରେ…
Read Moreନୟାଗଡ଼ରେ ମିଳିତ ମଞ୍ଚର ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ବୈଠକ ବ୍ରଜେନ୍ଦ୍ର ଉଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଲୋଷ୍ଟାର ଜିଲ୍ଲା ସମ୍ପାଦକ ନୀଳାଦ୍ରି ଭୂଷଣ ସୁବୁଦ୍ଧି ସଭାପତିତ୍ବ କରିଥିଲେ । ନୟାଗଡ଼ ଜିଲ୍ଲା ଓଷ୍ଟାର ନୂତନ ସମ୍ପାଦକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଶ୍ରୀଯୂକ୍ତ ମାନସ କୁମାର ସାହୁ ଙ୍କୁ ପୂର୍ବ ସମ୍ପାଦକ ତଥା ଜିଲ୍ଲା ଯୁଗ୍ମ ସମ୍ପାଦକ ପରମାନନ୍ଦ ଦଳାଇଙ୍କ ସମେତ ମଞ୍ଚାସୀନ ମାଣିକେଶ୍ବର ସ୍ୱାଇଁ, ସମ୍ପାଦକ ରାଜ୍ୟ କାର୍ଯ୍ୟକାରିଣୀ ଓଷ୍ଟା, ରାଜ୍ୟ ଓଷ୍ଟାର ସଦସ୍ୟ ବିନାୟକ ପରିଡ଼ା, ଜିଲ୍ଲା ଓଷ୍ଟାର ସଭାପତି ଅଯୋଧ୍ୟା ନାଥ ନାୟକ ,ଜିଲ୍ଲା କର୍ଯ୍ୟକାରୀ ସଭାପତି ଘନଶ୍ୟାମ ରାଉତ,୧୯୪ ସଂଗଠନର ନେତୃତ୍ବ ଇନ୍ଦ୍ରମଣି ବାରିକ ପ୍ରଭୃତି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହାପରେ ସମ୍ପାଦକ ବୈଠକର ଆଭିମୁଖ୍ୟ ଜଣାଇବା…
Read Moreଭକ୍ତି ସଙ୍ଗୀତ ଗ୍ରାଣ୍ଡ ଫାଇନାଲ,ବିଷ୍ନୁପ୍ରିୟା ହେଲେ ନୟାଗଡ଼ ‘ସଙ୍ଗୀତ କଲ୍ଲୋଳ’
ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମଣ୍ଡପ ଠାରେ ଆଜି ଆୟୋଜିତ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲରେ ନୟାଗଡ଼ ବ୍ଲକର ବିଷ୍ନୁପ୍ରିୟା ବେହେରା ବିଜୟୀ ହୋଇ ୧୧ହଜାର ନଗଦ ରାଶି ସହିତ ନୟାଗଡ଼ ସଙ୍ଗୀତ କଲ୍ଲୋଳ ଉପାଧିରେ ଭୂଷିତ ହୋଇଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ଭାପୁର ବ୍ଲକର ଓମ ପ୍ରକାଶ ମହାରଣା ଏବଂ ତୃତୀୟ ସ୍ଥାନରେ ନୟାଗଡ଼ ବ୍ଲକର ଶୁଚିସ୍ମିତା ଦୋରା ବିଜୟୀ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଜିଲ୍ଲାର ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ପ୍ରତିଯୋଗିତାରୁ ଶ୍ରେଷ୍ଠ ୧୩ ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ। ତିନି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ଗ୍ରାଣ୍ଡ ଫାଇନାଲରେ ବିଚାରକ ଭାବେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ନମିତାରାଣୀ ଦାଶ,କଣ୍ଠଶିଳ୍ପୀ ରଶ୍ମିତା ଦାଶ ଏବଂ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଶୋକ…
Read Moreନେହେରୁ ଯୁବା କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗୀତା
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ “ସୋହମ” ଏବଂ ଭାରତ ସରକାରଙ୍କ ଯୁବ ଓ କ୍ରିଡା ବ୍ୟାପାର ବିଭାଗ ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ “ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତା” ନୟାଗଡ ଷ୍ଟାଡିୟମ ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହାକୁ ନୟାଗଡ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ନୟାଗଡ ମୁନିସପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ, ସୋହମ ସଙ୍ଗଠନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ, ଉପସଭାପତି ତଥା ବିଶିଷ୍ଠ ପରିବେଶବିତ ଓ ପରିବେଶ ମିତ୍ର ଅନାଦି ଚରଣ ମହାନ୍ତି, ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ଶତପଥୀ ପ୍ରମୁଖ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏଥିରେ ନୟାଗଡ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ବିଜୟୀ ହୋଇ ଆସିଥିବା ଯୁବକ ବର୍ଗର ଫୁଟବଲ, ୧୦୦ ମିଟର ଦୌଡ, ଟାଇକୁଣ୍ଡ ଏବଂ…
Read More“ଜାତୀୟ ସ୍ତରୀୟ ହସ୍ତ କଳା ଶିକ୍ଷା ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ:
ଓଡ଼ିଶାରୁ ଦଶଜଣ ଶିକ୍ଷକ ପ୍ରଶିକ୍ଷଣ ନେଲେ”
ନୟାଗଡ଼, (ନୟାଗଡ଼ ଦର୍ପଣ): ଆସାମ ରାଜ୍ୟ ଗୌହାଟୀ ଜିଲ୍ଲାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୧୦ ଜଣ ଶିକ୍ଷକ ଯୋଗଦାନ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । କେନ୍ଦ୍ର ସଂସ୍କୃତି ବିଭାଗ ଦ୍ବାରା ପରିଚାଳିତ ସାଂସ୍କୃତିକ ପ୍ରଶିକ୍ଷଣ ଓ ସାଧନ କେନ୍ଦ୍ର ବା ସିସିଆର୍ଟି ଆଞ୍ଚଳିକକେନ୍ଦ୍ର ଗୌହାଟୀ ଆସାମ ଠାରେ ଆୟୋଜିତ ଏହି ୧୦ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାରତର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରୁ ସମୁଦାୟ ୬୧ଜଣ ଶିକ୍ଷକ ଶିଷୟିତ୍ରୀ ଯୋଗଦାନ କରିଥିଲେ। ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମରେ ହସ୍ତକଳା କୌଶଳ ସମ୍ପର୍କରେ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଚଳିତ ଫେବୃୟାରି ମାସ ୦୪ରୁ ୧୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ କ୍ଷେତ୍ର ପରାମର୍ଶଦାତା ନିରଞ୍ଜନ ଭୂଇଁୟା ଓ ସଂଯୋଜକ ଶଶାଙ୍କ ଶେଖର…
Read More