ନୟାଗଡ଼, (ନୟାଗଡ଼ ଦର୍ପଣ): ଅଦିନିଆ ବର୍ଷା ଚାଷୀ ଫସଲକୁ ଧୋଇଦେଇଛି। ଶାଗମାଛ ଦରରେ ଚାଷୀ ଅଭାବୀ ବିକ୍ରି କରୁଛି। ଜଳସେଚନ, ଜଳନିୟନ୍ତ୍ରଣ ଯୋଜନାର ନାଁ ଗନ୍ଧ ନାହିଁ। କେନ୍ଦ୍ର ଓ ରାଜ୍ୟ ଡବଲ ଇଞ୍ଜିନ ସରକାର କୃଷି ବ୍ୟବସ୍ଥାକୁ ଘରୋଇ କମ୍ପାନୀକୁ ଟେକିଦେବା ପାଇଁ ଅଣ୍ଟା ଭିଡିଛନ୍ତି। ଏଭଳି ସଙ୍ଗୀନ ଅବସ୍ଥାରେ ବ୍ୟାପକ ପ୍ରଭାବଶାଳୀ କୃଷକ ଆନ୍ଦୋଳନ ଗଢି ତୋଳିବାର ଆବଶ୍ୟକତା ରହିଛି ବୋଲି ସି.ପି.ଆଇ.(ଏମ୍)ର ରାଜ୍ୟ ସଂପାଦକ କମ୍ରେଡ ସୁରେଶ ପାଣିଗ୍ରାହୀ ନୟାଗଡ଼ ଜିଲ୍ଲା କମଟି ବୈଠକରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ପାର୍ଟିର ବରିଷ୍ଠ ନେତା ଶରତଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ନୟାଗଡ ଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସଂପାଦକ ହରିଶ୍ଚନ୍ଦ୍ର ମିଶ୍ର ଗତ ଅଦିନିଆ ବର୍ଷାରେ ଜିଲ୍ଲାର ନଷ୍ଟ ଫସଲର ଏକ ମୋଟାମୋଟି ଚିତ୍ର ଉପସ୍ଥାପନ କଲାପରେ କୃଷି ଆନ୍ଦୋଳନକୁ ଅଗ୍ରାଧିକାର ଦେଇ ସଂଗଠିତ…
Read MoreDay: January 9, 2025
ଜିଲ୍ଲା ସ୍ତରୀୟ ଡ଼ାକ ଟିକେଟ ପ୍ରଦର୍ଶନୀ “ନୟାଗଡ଼ ପେକ୍ସ-୨୦୨୫” ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତୀୟ ଡାକ ବିଭାଗ ନୟାଗଡ଼ ଡ଼ାକ ମଣ୍ଡଳ ପକ୍ଷରୁ ଦୁଇ ଦିନିଆ ପ୍ରଥମ ଜିଲ୍ଲା ସ୍ତରୀୟ ଡ଼ାକ ଟିକେଟ ପ୍ରଦର୍ଶନୀ ‘ନୟାଗଡ଼ ପେକ୍ସ – ୨୦୨୫’ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ମୁଖ୍ୟ ଅତିଥି ନିର୍ଦ୍ଦେଶକ ମୁଖ୍ୟାଳୟ ଅମିତ୍ କୁମାର ଝା, ଓଡିଶା ପରିମଣ୍ଡଳ, ସମ୍ମାନିତ ଅତିଥି ଭାବେ ଅନିଲ କୁମାର ଧିର ଫିଲାଟେଲଇଷ୍ଟ, ଅଜୟ କୁମାର ବାରିକ ଫିଲାଟେଲିଇଷ୍ଟ, ଖଗେଶ୍ଵର ମଲ୍ଲିକ, ଅଧୀକ୍ଷକ, ନୟାଗଡ ଡାକ ମଣ୍ଡଳ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପ୍ରଦର୍ଶନି ୧୦୦ରୁ ଉର୍ଦ୍ଧ୍ବ ଫ୍ରେମରେ ଉଭୟ ଭାରତୀୟ ଏବଂ ବିଦେଶୀ ଡାକ ଟିକେଟ,ବିରଳ ଡାକ ଟିକେଟ, ଡାକ ଉପକରଣ, ଜିଲ୍ଲା ଓ ରାଜ୍ୟ ସଂଗ୍ରାହକ ମାନଙ୍କ ଦ୍ଵାରା ସଂଗୃହୀତ ଡାକ ଟିକେଟ ଇତ୍ୟାଦି ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ଶିକ୍ଷାନୁଷ୍ଠାନ ଗୁଡ଼ିକର ୮୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଏହି…
Read More