ରୋଟାରୀ କ୍ଲବ ନୟାଗଡ଼ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏବଂ ଚଷମା ବଣ୍ଟନ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ଏବଂ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଭୁବନେଶ୍ୱର ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏବଂ ମାଗଣା ଚଷମା ବଣ୍ଟନ କାର୍ଯ୍ୟକ୍ରମ ଓଡ଼ଗାଁ ବ୍ଲକ ଆରଡା ପଞ୍ଚାୟତର କେନ୍ଦୁପଲ୍ଲୀ ଗାଁ’ରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରଟି ରୋଟାରୀ କ୍ଲବର ପୂର୍ବତନ ସଭାପତି ରୋଟାରିଆନ ଶ୍ରୀକାନ୍ତ ଖଟେଇଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ସୁନିତା ସାହୁ ଓ କେନ୍ଦୁପଲ୍ଲୀ ଗାଁ’ର ସଭାପତି ରାଜକିଶୋର ନାୟକ ଓ ସଂପାଦକ ପ୍ରମୋଦ ପ୍ରଧାନ ଯୋଗଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ରୋଗୀମାନଙ୍କୁ ଚଷମା ବଣ୍ଟନ କରିବା ସହ ସେମାନଙ୍କ ସହ ତାଙ୍କର ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଏହି…

Read More

ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଂଘ ବାର୍ଷିକ ସାଧାରଣ ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଂଘ ବାର୍ଷିକ ସାଧାରଣ ସଭା ଆରସିଏମ୍‌ଏସ୍ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ପୁରେନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସମବାୟ ସମିତି ମହାମଞ୍ଚ ସଭାପତି ଗୋଲଖ ପ୍ରସାଦ ମହାପାତ୍ର, ଅନ୍ୟତମ ଅତିଥି ଭାବେ ସଂଘର ଉପଦେଷ୍ଟା ପବିତ୍ର ମୋହନ ଦାସ, ଉପଦେଷ୍ଟା ସୈାଭାଗ୍ୟ ପାତ୍ର ପ୍ରମୂଖ ଯୋଗ ଦେଇଥିଲେ । ୨୦୨୫ ମେ ୩୧ ତାରିଖ ସୁଦ୍ଧା ସମିତିରେ କାର୍ଯ୍ୟ କରୁଥିବା ସମସ୍ତ ବର୍ଗର କର୍ମଚାରୀ ତଥା ସମ୍ପାଦକ, ସହ ସମ୍ପାଦକ, କିରାଣୀ, ଡିଇଓ, ପିଅନଙ୍କୁ ସରକାରୀ କ୍ୟାଡର ଭୁକ୍ତ କରି ରାଜ୍ୟ ସରକାରଙ୍କ କର୍ମଚାରୀମାନେ ପାଉଥିବା ସମସ୍ତ ସୁବିଧା ସୁଯୋଗ ସହିତ ୭ମ ବେତନ କମିଶନ ପ୍ରଦାନ ବ୍ୟବସ୍ଥା କରିବା ପାଇଁ…

Read More

ଜିଲ୍ଲା କୋର୍ଟ କମ୍ପ୍ଲେକ୍ସରେ ୭୬ତମ ବନ ମହୋତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ଓକିଲ ସଙ୍ଘ ପାର୍କିଙ୍ଗ ସ୍ଥାନରେ ଆଜି ଜିଲ୍ଲା ଓକିଲ ସଙ୍ଘ, ରୋଟାରୀ କ୍ଲବ ନୟାଗଡ ଏକ୍ସଏଲେନ୍ସୀ ଏବଂ ନୟାଗଡ କେସି କ୍ଲବର ମିଳିତ ଆନୁକୂଲ୍ୟରେ ୭୬ତମ ବନମହୋତ୍ସବକୁ ଜିଲ୍ଲା ଜଜ ଆନନ୍ଦ ଚନ୍ଦ୍ର ମହାରଣା ଆମ୍ରପଲ୍ଲୀ ଆମ୍ବ ଚାରା ରୋପଣ କରି ଉଦଘାଟନ କରିଥିଲେ। ଓକିଲ ସଙ୍ଘ ଉଦ୍ଧିଷ୍ଟ ପାର୍କିଂ ସ୍ଥାନରେ ଆୟୋଜିତ ଏହି ଚାରରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ପରିବାର ଅଦାଲତ ଜଜ ଇନ୍ଦୁ ଶର୍ମା, ଅତିରିକ୍ତ ଜିଲ୍ଲା ଜଜ ରୀଜା ରାୟ, ସ୍ୱତନ୍ତ୍ର ପୋକ୍ସ ଜଜ ମାନସ ପଣ୍ଡା, ରେଜିଷ୍ଟ୍ରାର ସୋନାଲି ସରିତା, ଡିଏଲଏସଏ ସଚିବ ଅଞ୍ଜଳି ମଛଖଣ୍ଡ, ଡ଼ିଏଫଓ କ୍ଷମା ଷଡ଼ଙ୍ଗୀ, ଏସିଏଫ ସତ୍ୟଜିତ କର, ସିଡିଏମଓ ଡ଼. ସୁଶାନ୍ତ କୁମାର ଦାଶଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଜଜ, ଜିଲ୍ଲା ଓକିଲ ସଙ୍ଘ…

Read More

ନୟାଗଡ଼ରେ ଟ୍ରେଡୟୁନିଅନ ଧର୍ମଘଟ

ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରମକୋଡ୍ ବାତିଲ କରି ପୂର୍ବବତ୍ ଶ୍ରମିକ ଆଇନ ଲାଗୁ କରିବା ଦାବିନେଇ ଶ୍ରମିକ ସଂଗଠନ ମାନଙ୍କର ମିଳିତ ମଞ୍ଚର ଆହ୍ଵାନ କ୍ରମେ ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ କରି ନୟାଗଡ଼ ଜିଲ୍ଲା ସଦର ମହକୁମାରେ ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ହରତାଳ ପାଳନ କରାଯାଇଛି। ଜୁଲାଇ ୦୯ର ଏହି ଆନ୍ଦୋଳନ ମୋଦି ସରକାରର ମନମାନି ତଥା ଶ୍ରମିକ -କୃଷକ ବିରୋଧୀ ପଦକ୍ଷେପ ବିରୋଧରେ ସାଧାରଣ ଜନତାର ଦୁର୍ବାର ରଣହୁଙ୍କାର ବୋଲି ବିକ୍ଷୋଭକାରୀ ଶ୍ରମିକ ନେତାମାନେ ମତବ୍ୟକ୍ତ କରିଥିଲେ। ନୟାଗଡ଼ର ପ୍ରମୁଖ ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟରେ ସତ୍ୟାଗ୍ରହୀମାନେ ପିକେଟିଙ୍ଗ୍ କରି ବନ୍ଦ କରିଥିଲେ। ଶହଶହ ମଧ୍ୟାହ୍ନ ଭୋଜନ ପାଚିକା, ଆଶାକର୍ମୀ, ବିଦ୍ୟୁତ କର୍ମଚାରୀ, ନିର୍ମାଣ ଶ୍ରମିକ, କୃଷକ ନୟାଗଡ଼ ପୂର୍ତ୍ତ ଡ଼ାକବଙ୍ଗଳା ଠାରୁ ପଟୁଆରରେ ବାହାରି…

Read More

ନୟାଗଡ଼ରେ ନବ ନିର୍ମିତ ବାଇପାସ ରାସ୍ତାର ଉଭୟ ପାର୍ଶ୍ଵରେ ଲାଗିବ ଫଳ ଗଛ

ନୟାଗଡ଼, (ନୟାଗଡ଼ ଦର୍ପଣ): ବନମହୋତ୍ସବ ପରିପ୍ରେକ୍ଷୀରେ ନୟାଗଡ଼ ସହରରେ ନବନିର୍ମିତ ୧୭କିମି ବାଇପାସ ରାସ୍ତାର ଉଭୟ ପାର୍ଶ୍ଵରେ ଫଳ ଚାରାରୋପଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟନାୟକଙ୍କୁ ନୟାଗଡ଼ ସିଭିଲ ସୋସାଇଟି ଏକ ପ୍ରସ୍ତାବ ପତ୍ର ଦେଇଥିଲେ। ନୟାଗଡ଼ ସହରକୁ ସବୁଜ ବନାନୀରେ ପରିଣତ କରି ପ୍ରଦୂଷଣ ମୁକ୍ତ ସହରର ପ୍ରୟାସ ସ୍ୱରୂପ ଆବେଦନ ପତ୍ରର କିଛି ଘଣ୍ଟା ମଧ୍ୟରେ ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ସହିତ ଆଲୋଚନା କରି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବନଖଣ୍ଡ ଅଧିକାରିଣୀ ସମ୍ମତି ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସାରା ଓଡ଼ିଶାରେ ଏକ ଉଦାହରଣ ସୃଷ୍ଟି କରିବାର ସମ୍ଭାବନା ଅଛି। ଏହି ସ୍ୱୀକୃତି ଓ ସହଯୋଗ ପାଇଁ ନୟାଗଡ଼ ସିଭିଲ ସୋସାଇଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ବନଖଣ୍ଡ ଅଧିକାରୀଙ୍କ…

Read More

ଧନ୍ଦାମୂଳକ ଶିକ୍ଷାର ଶିକ୍ଷକ ପ୍ରଶିକ୍ଷକ ଅଭିଭାବକ ବୈଠକ

ଶରଣକୁଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ଶିକ୍ଷକ ପ୍ରଶିକ୍ଷକ ଓ ଅଭିଭାବକ  ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ନୂତନ ବର୍ଷରେ ଧନ୍ଦାମୂଳକ ଶିକ୍ଷାର ଗୁଣାତ୍ମକ ମାନର ବିକାଶ, ଧନ୍ଦାମୂଳକ ଶିକ୍ଷାର ସଚେତନତା, ଅତିଥି ଶିକ୍ଷକଙ୍କ ଶିକ୍ଷା, ଶିଳ୍ପ ପରିଭ୍ରମଣ ଓ ଛାତ୍ରଛାତ୍ରୀଙ୍କର ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରଯାଇଛି। ପ୍ରଧାନ ଶିକ୍ଷକ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଧନ୍ଦାମୂଳକ ଶିକ୍ଷା ଦ୍ଵାରା ହୋଇପାରିବ ଓ ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ଏହି ଧନ୍ଦାମୂଳକ ଶିକ୍ଷା, ଶିକ୍ଷା କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ସେହିପରି ସ୍ପୋକ ସ୍କୁଲ ତଥା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଧନ୍ଦାମୂଳକ ଶିକ୍ଷା…

Read More

ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାହୁଲ ଗାନ୍ଧୀଙ୍କ ସମ୍ବିଧାନ ବଂଚାଅ ସମାବେଶ ପାଇଁ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ନୟାଗଡ଼ସ୍ଥିତ କେ.ସି କ୍ଲବ ଠାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡିଶା ଦାୟିତ୍ୱରେ ଥିବା ଅଖିଳ ଭାରତ କଂଗ୍ରେସ କମିଟି ପ୍ରଭାରୀ ଅଜୟ କୁମାର ଲଲୁ ଯୋଗଦେଇ ଓଡ଼ିଶାରେ ବିଜେପି ସରକାର ଶାସିତ ସମୟରେ ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ରରେ ମୋଦି ସରକାର ୧୧ବର୍ଷ ଶାସନ କାଳ ମଧ୍ୟରେ ନାଗରୀକଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରିଛନ୍ତି। ଯଥା କୌଣସି ରାଜନେତା ଦେଶର ହିତ ପାଈ ଯଦି କୁହନ୍ତି ED ଓ CBI ଡର…

Read More

କଳାବ୍ୟାଚ୍ ପିନ୍ଧି କାର୍ଯ୍ୟ କରୁଛନ୍ତି ନୟାଗଡ ଜିଲ୍ଲା ରାଜସ୍ୱ ଅମଲା ସଂଘର କର୍ମକର୍ତା

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ରାଜସ୍ଵ ଅମଲା ସଂଘ ନୟାଗଡ ଜିଲ୍ଲା ଶାଖାର କର୍ମକର୍ତା ସଂଘର ୧୦ ଦଫା ଦାବି ନେଇ ଆଜିଠାରୁ କଳାବ୍ୟାଚ୍ ପିନ୍ଧି ସରକାରୀ କାର୍ଯ୍ୟ କରୁଛନ୍ତି । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍ ପରିଧାନ କରି କାର୍ଯ୍ୟ କରିବେ । ତଥାପି ଯଦି ଦାବୀ ଗୁଡିକ ପୂରଣ କରିବାରେ ରାଜ୍ୟସରକାର ଅବେହେଳା କରନ୍ତି ତେବେ ଆସନ୍ତା ଜୁଲାଇ ୧୪ରୁ ସଂମ୍ପୂର୍ଣ୍ଣ ଭାବରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓଡିଶା ରାଜସ ଅମଲା ସଂଘର ନୟାଗଡ଼ ଜିଲ୍ଲା ଶାଖାର ସଭାପତି ରୋଶନୀ ରାଣୀ ଦେବୀ କହିଛନ୍ତି।ସୂଚନା ମୁତାବକ, ଅମଲା ସଙ୍ଘର ୧୦ଦଫା ଦାବି ମଧ୍ୟରୁ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ ଅମଲାଙ୍କ ମୂଳ ଦରମା ଓ.ଆର୍.ଏସ୍.ପି-୨୦୧୭ ନିୟମ ଅନୁଯାୟୀ ଲେବଲ୍ ୯କୁ ବୃଦ୍ଧି। ଜିଲ୍ଲାରେ ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ, ରାଜ୍ୟରେ…

Read More

“ନିଶା ମୁକ୍ତ ଭାରତ” ପାଇଁ ନୟାଗଡ଼ରେ ଅନୈତିକ ନିଶା ସେବନ ବିରୋଧରେ ଏକ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ର ସରକାରଙ୍କ ପାଇଁ “ନିଶା ମୁକ୍ତ ଭାରତ” ଏକ ଚ୍ୟାଲେଞ୍ଜ ଥିବାବେଳେ, ବିଭିନ୍ନ ରାଜ୍ୟରେ ଅନୈତିକ ଡ୍ରଗ୍ସ୍ କାରବାର ଦେଶର ମେରୁଦଣ୍ଡକୁ ଦୁର୍ବଳ କରିଦେଉଛି। ଏଇ ଅନୈତିକ ନିଶା କବଳରେ ଓଡ଼ିଶାର ଛାତ୍ର ଓ ଯୁବପିଢୀ ଦିନକୁ ଦିନ ଛନ୍ଦି ହୋଇ ଯାଉଛନ୍ତି। ଏହି ନିଶା ପାଇଁ କେହି କେହି କ୍ୟାନ୍ସର, କିଡନୀ ଜନିତ ରୋଗ ଏବଂ ମାନସିକ ବିକାରଗ୍ରସ୍ତ ପ୍ରଭୃତିର ଶିକାର ହେଉଥିବା ବେଳେ କେହି କେହି ଯୁବକ ଅପରାଧ ଦୁନିଆକୁ ଆପଣେଇ ନେଉଥିବା ଦେଖିବାକୁ ମିଳୁଛି। ସରକାର ଏଥିପ୍ରତି କଠୋର ଆଇନ୍ ବ୍ୟବସ୍ଥା କରିଥିଲେ ମଧ୍ୟ, ସଚେତନତା ଅଭାବ ଯୋଗୁଁ ଏହାର ପ୍ରଭାବ ନିମ୍ନଗାମୀ। ଏଭଳି ସ୍ଥିତିରେ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ବାଣୀଧାରା, ପାରାଦ୍ୱୀପର ମୁଖ୍ୟ ଆଇନ ଜୀବ ଗତିକୃଷ୍ଣ ଶତପଥୀ ଙ୍କ ପ୍ରକାଳ୍ପନା ରେ ଅନ୍ତର୍ଜାତୀୟ ମଦକଦ୍ରବ୍ୟ…

Read More

ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ୭୬ତମ ବନମହୋତ୍ସବ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ୭୬ତମ ବନମହୋତ୍ସବ ଓ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବୃକ୍ଷରୋପଣ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ମା’ ଫାଉଣ୍ଡେସନ”ର କର୍ମକର୍ତ୍ତା ଏବଂ ବିଦ୍ୟାଳୟ ପରିବାରର ମିଳିତ ସହଯୋଗରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଆଲୁମିନି କମିଟି, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଭାଗ ନେଇଥିଲେ। ମା’ ଫାଉଣ୍ଡେସନ ତରଫରୁ ସଂଯୋଜକ ତଥା ପ୍ରକୃତି ମିତ୍ର ରଞ୍ଜନ ରଶ୍ମୀ ଜେନା, ବିଶିଷ୍ଟ ସମାଜସେବୀ ଦାମୋଦର ସାହୁ, ଅଭିନେତା ଦେବେନ୍ଦ୍ର ପରମଗୁରୁ, ଗୋପି ଗପବାଲା ଗୋପିନାଥ ସେଠୀ, ବ୍ୟଙ୍ଗକବି ଘରବୁଡ଼ା ପ୍ରତାପ ସାହୁ, ଆଲୁମିନି ସଭାପତି ଭଗବାନ୍ ଜେନା ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ପରେ ପରେ ବୃକ୍ଷର ଉପକାରିତା ଉପରେ ସଚେତନ ସଭା ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ଅଧ୍ୟକ୍ଷତାରେ…

Read More