୭୯ତମ ସ୍ୱାଧୀନତା ଦିବସରେ ସାଇ ସିଦ୍ଧି ଫାଉଣ୍ଡେସନ ତରଫରୁ ଶିକ୍ଷଣ ସାମଗ୍ରୀ ଓ  ଖାଦ୍ୟ ବଣ୍ଟନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ୭୯ତମ ସ୍ବାଧିନତା ଦିବସ ଅବସରରେ ସାଇ ସିଦ୍ଧି ଫାଉଣ୍ଡେସନ ତରଫରୁ ନୟାଗଡ଼ ନୂତନ ବସ ଷ୍ଟାଣ୍ଡ ନିକଟରେ ଥିବା “ସେବା” ବୌଦ୍ଧିକ ଭିନ୍ନକ୍ଷମ ଶିଶୁମାନଙ୍କ ସ୍ଵତନ୍ତ୍ର ବିଦ୍ୟାଳୟ ଠାରେ କାର୍ଯକ୍ରମ କରାଯାଇଥିଲା। ଅସହାୟଙ୍କର ପ୍ରତିଟି ସେବାରେ ସମର୍ପିତ ସହ ଏକାଠି ହୋଇ ନିରୀହ ଶିଶୁଙ୍କ ମୁହେଁ ହସ ଫୁଟାଇବା ସାଇ ସିଦ୍ଧି ଫାଉଣ୍ଡେସନ ପରିବାରର ନିଆରା ପ୍ରୟାସରେ “ସେବା” ସ୍ଵତନ୍ତ୍ର ବିଦ୍ୟାଳୟ ଠାରେ ସମସ୍ତ ଭିନ୍ନକ୍ଷମ ପିଲାମାନଙ୍କ ସହ ସମୟ କାଟିବା ସହ ଶିକ୍ଷଣ ସାମଗ୍ରୀ ଓ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନ ଅଧକ୍ଷ ସାଇ ଶୁଭମ, ଶଙ୍କର୍ଷଣ ବେହେରା, ଶୁଭାଶିଷ ନାୟକ, ଆଲୋକ କୁମାର ଦାସ, ବିକାଶ ଦାସ, ରାଜେଶ ସାହୁ, ସାଇ ସ୍ବରାଜ, ତାପସ କୁମାର ସାହୁ, ଓମ, ବିକାଶ, ସଂକେତ, ସୁମିତ୍ ପ୍ରମୁଖ ସହଯୋଗ କରିଥିଲେ। ସ୍ଵତନ୍ତ୍ର…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ୭୯ ତମ ସ୍ବାଧିନତା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ୭୯ତମ ସ୍ବାଧିନତା ଦିବସ ପାଳନ ପାଇଁ ସମଗ୍ର ଦେଶ ଉତ୍ସବ ମୁଖର। ପୁରପଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା। ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପାଳିତ ହୋଇଥିବା ସ୍ବାଧିନତା ଦିବସରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବିଚାରପତି ଅଞ୍ଜଳୀ ମଛଖଣ୍ଡ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାପରେ ବିଦ୍ଯାଳୟ ପଡିଆରେ ସମ୍ମିଳିତ ଛାତ୍ରଛାତ୍ରୀଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରି ସ୍ବାଧିନତା ଦିବସର ମହାନତା ବିଷୟରେ ଆଲୋକପାତ କରିଥିଲେ । ଆଜିର ଛାତ୍ର କାଲିର ନାଗରିକ। ତେଣୁ ଭଲ ପାଠ ପଢିବା ସହିତ ଭଲ ମଣିଷ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ…

Read More

ସମର୍ପଣ ବୃଦ୍ଧାଶ୍ରମରେ ପତାକା ଉତ୍ତୋଳନ କଲେ ପୂର୍ବତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ମହାସମାରୋହରେ ପାଳିତ ହୋଇଯାଇଛି ୭୯ତମ ସ୍ବାଧିନତା ଦିବସ। ରଣପୁରର ପୂର୍ବତନ ବିଧାୟକ ସତ୍ଯନାରାୟଣ ପ୍ରଧାନ ଅତିଥି ଭାବେ ଯୋଗଦେଇ ଆଶ୍ରମ ଅନ୍ତେବାସୀ ଓ ସଦସ୍ଯମାନଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରି ମହାନ୍ ଦେଶଭକ୍ତ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ କରିବା ସହିତ ଆଶ୍ରମ ପରିଚାଳନା କମିଟି ସଦସ୍ଯ ମାନଙ୍କ ସେବା ଓ ସମୟଦାନ ପାଇଁ ସାଧୁବାଦ ଜଣାଇଥିଲେ। ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଶ୍ରୀଧର ସାହୁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ, ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ, ପ୍ରଦୀପ କୁମାର ପ୍ରୁଷ୍ଟି, ଶ୍ରୀକାନ୍ତ ପଟ୍ଟନାୟକ, ଦୁର୍ଯ୍ଯୋଧନ ସାହୁଙ୍କ ସମେତ ପ୍ଳେସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।

Read More

ଚିନ୍ମୟ ମିଶନ ପକ୍ଷରୁ ହନୁମାନ ଚାଳିଶା ପଠନ ଏବଂ ସମୂହ ପ୍ରସାଦ ସେବନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ତ୍ରିନାଥ ଛକସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ହନୁମାନ ଚାଳିଶା ପଠନ ଏବଂ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ପବିତ୍ର ରେଖା ପଞ୍ଚମୀ ଅବସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ସଭାପତି ସୁରେନ୍ଦ୍ରନାଥ ମହାପାତ୍ର ଏବଂ ସମ୍ପାଦକ ଘନଶ୍ୟାମ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଦସ୍ୟ ଥରେ ଥରେ ହନୁମାନ ଚାଳିଶା ପାଠ କରି ସର୍ଵମଙ୍ଗଳ କାମନା କରିଥିଲେ। ପରେ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଏବଂ ଭକ୍ତମାନେ ପ୍ରସାଦ ସେବନ କରିଥିଲେ। ଅନୁଷ୍ଠାନର ସଂଯୋଜିକା ଶ୍ରାବଣୀ ମିଶ୍ରଙ୍କ ସମେତ ସଦସ୍ୟ ସତ୍ୟ ନାରାୟଣ ସାହୁ, ଅରୁଣ କୁମାର ମହାନ୍ତି, ହରିହର ମିଶ୍ର, ରବୀନ କୁମାର ମହାପାତ୍ର, କୃଷ୍ଣପ୍ରିୟା ଦାଶ, ପ୍ରସନ୍ନ କୁମାର ବସନ୍ତିଆଙ୍କ ସମେତ ଅନେକ ଭକ୍ତ ଏବଂ…

Read More

ଜିଲ୍ଲାସ୍ତରୀୟ ଧରିତ୍ରୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଧରିତ୍ରୀ ଆବା ଜନଜାତି ଗ୍ରାମ ଉତ୍କର୍ଷ  ଅଭିଯାନ ଅନ୍ତର୍ଗତ ଗ୍ରାମର ଗୋଷ୍ଠୀ ସମ୍ବଳର ସୁପରିଚାଳନା, ବିକାଶ ଓ ସୁ-ବିନିଯୋଗର ଏ ପ୍ରଶିକ୍ଷଣ ତଥା କର୍ମଶାଳା ଯାହା ଜଙ୍ଗଲ ଅଧିକାର ନିୟମ-୨୦୦୬ ଉପରେ ପର୍ଯବେଷିତ ନୟାଗଡ଼ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ଉପ- ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁ, ଅତିରିକ୍ତ ତହସିଲଦାର, ସହକାରୀ ବନ ସରଂକ୍ଷକ, ରେଂଜର, ଅତିରିକ୍ତ ଜିଲ୍ଲା ମଂଙ୍ଗଳ ଅଧିକାରୀ ସଦର, ସମସ୍ତ ମଂଗଳ ସଂପ୍ରସାରଣ ଅଧିକାରୀ , ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରଶିକ୍ଷକ, ବସୁନ୍ଧରାକ ପ୍ରଶିକ୍ଷକ, ୧୭ଟି ଗ୍ରାମର ଗ୍ରାମ ଅଧିକାର…

Read More

ରଣପୁର ନିର୍ବାଚନ ମଣ୍ଡଳୀରେ ଚାନ୍ଦପୁର , ଗୋପାଳପୁର, ରଣପୁର ଗ୍ରାମୀଣ ମଣ୍ଡଳରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି

ରଣପୁର, (ନୟାଗଡ଼ ଦର୍ପଣ): ପ୍ରତେକ ଲୋକଙ୍କ ପାଖରେ ଦେଶପ୍ରେମର ବାର୍ତ୍ତା ପହଞ୍ଚାଇବା ପାଇଁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ। ଏହି ପରିପ୍ରେକ୍ଷୀରେ ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦପୁର ମଣ୍ଡଳରେ ମଣ୍ଡଳ ସଭାପତି ଅକ୍ଷୟ ସାହୁଙ୍କ ନେତୃତ୍ୱରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶତାଧିକଲୋକ ମୋଟର ସାଇକେଲରେ ହାତରେ ତ୍ରିରଙ୍ଗା ପତାକା ଧରି ଭାରତ ମାତା କି ଜୟ, ବନ୍ଦେ ମାତରଂ ଗାନ କରିଥିଲେ। ଏହି ତ୍ରିରଙ୍ଗା ଶୋଭାଯାତ୍ରାଟି ଚମ୍ପାଗଡ଼ ଛକ ଠାରୁ ବାହାରି ଚାନ୍ଦପୁର ବଜାର ପରିକ୍ରମା କରି କେରେଣ୍ଡାଟାଙ୍ଗୀ ଛକ ପର୍ଯ୍ୟନ୍ତ ଯାଇଥିଲା ଏହି ଶୋଭାଯାତ୍ରାରେ ୨୫୦ ଶହ ମୋଟର ସାଇକେଲ ଓ ୫ ଶହ ରୁ ଉର୍ଦ୍ଧ୍ବ ଲୋକ ସାମିଲ୍ ହେଇଥିଲେ । ଗୋପାଳପୁର ମଣ୍ଡଳରେ ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ନେତୃତ୍ବରେ ୫୦୦ରୁ ଉର୍ଦ୍ଧ୍ବ ଲୋକ…

Read More

ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରିଣୀ ବୈଠକ ଓ ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ପ୍ରଥମ ବାର୍ଷିକ ଉତ୍ସବ

ଖଣ୍ଡପଡ଼ା, (ନୟାଗଡ଼ ଦର୍ପଣ): ଖଣ୍ଡପଡ଼ା ସହର ସ୍ଥିତ ପଠାଣି ସାମନ୍ତ କଲ୍ୟାଣ ମଣ୍ଡପ ପରିସରରେ ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ଆସୋସିଏସନର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ସଭାପତି ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତାଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଯୋଗଦେଇଥିଲେ। ଚତୁର୍ଥ ସ୍ତମ୍ଭର ମର୍ଯ୍ୟାଦା ହାନୀ କରିବା ଭଳି କାର୍ଯ୍ୟ ନକରି କଲମ ମୁନକୁ ସ୍ବଛ ଭାବରେ ଚଲାଇବାକୁ ଶ୍ରୀ କର ପରାମର୍ଶ ଦେଇଥିଲେ। ସେହିପରି ସମ୍ମାନିତ ଅତିଥିଭାବେ ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ କୁମାର ଖଟେଇ, ଜିଲ୍ଲା ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, ଖଣ୍ଡପଡ଼ା…

Read More

ନିଶାମୁକ୍ତ ଭାରତ ଅଭିଯାନର ୫ମ ବର୍ଷ ପୂର୍ତ୍ତି ଉପଲକ୍ଷେ ସମୂହ ଶପଥପାଠ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ନିଶାମୁକ୍ତ ଭାରତ ଅଭିଯାନର ୫ମ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାବ୍ୟାପି ସମୂହ ଶପଥପାଠ ଉତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଦିବା ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ ନିଶା ସେବନର କୁପରିଣାମ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଅବକାରୀ ଅଧିକ୍ଷକ ଜ୍ଞାନରଂଜନ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ, ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହିତ ବ୍ରହ୍ମକୁମାରୀ ଗୀତା, IRCAର ସମସ୍ତ କର୍ମକର୍ତ୍ତା ଯୋଗଦାନ ପୂର୍ବକ ନିଶା ବିରୁଦ୍ଧରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଦିବସ ପାଳନ ଅବସରରେ ଜିଲ୍ଲାର…

Read More

ବିଶ୍ଵ ଅଙ୍ଗଦାନ ଦିବସରେ “ସୁରଜ୍ ଆୱାର୍ଡ” ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଭାସି ଯୋଗେ ଯୋଡ଼ି ହୋଇଥିବା ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ କରିଥିବା  ପରିବାରଙ୍କୁ  ଆଜି ସ୍ବାସ୍ଥ୍ୟ ବିଭାଗ ତରଫରୁ “ସୁରଜ୍ ଆୱାର୍ଡ”  ସହ ଆର୍ଥିକ ପ୍ରୋତ୍ସାହନ ରାଶି ଡିମାଣ୍ଡ ଡ୍ରାଫ୍ଟ ଆକାରରେ ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲାରେ ଓସ୍ୱାନ ଭିଡିଓ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଶାନ୍ତ କୁମାର ଦାସ, ଡେପୁଟି କଲେକ୍ଟର, ତପତି ରାଜ, ଡିପିଏମ ପ୍ରକାଶ ଚନ୍ଦ୍ର ବାନାର୍ଜୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଏଥିରେ ଯୋଡି ହୋଇଥିଲେ। ନୟାଗଡ଼ ପୁରୁଣା ସହର ସ୍ଥିତ ଦାଣ୍ଡ ସାହିର ସ୍ୱର୍ଗତ ଶିବୁନ ସିଦ୍ଧାର୍ଥ ସାହୁଙ୍କର ଅଙ୍ଗ, ଲିଭର ପ୍ରଦାନ କରିଥିବାରୁ ତାଙ୍କ ମା ଜୟନ୍ତୀ ସାହୁଙ୍କୁ “ସୁରଜ୍ ଆୱାର୍ଡ”…

Read More

ଶିକ୍ଷକ ମାନଙ୍କ ଜୋରଦାର ବିକ୍ଷୋଭ ପ୍ରଦର୍ଶନ, ଜିଲ୍ଲାପାଳଙ୍କ ଅଫିସ ଘେରାଉ

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନଲାଇନ ଉପସ୍ଥାନକୁ ବିରୋଧ କରି  ନୟାଗଡ଼ ଜିଲ୍ଲା ମିଳିତ  ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସ୍ତରରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଥିଲା। ଜିଲ୍ଲାର ସମସ୍ତ ୮ଟି ବ୍ଲକର ଶିକ୍ଷକ ମାନେ ଏଥିରେ ସାମିଲ ହୋଇ ଏକ ବିଶାଳ ରାଲିରେ ନିୟୁଟାଉନ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର ନାରା ଦେଇ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ଵ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବଜାର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି  କାର୍ଯ୍ୟାଳୟ ସାମନା ମୁଖ୍ୟ ରାସ୍ତାକୁ ଅବରୋଧ କରି ପ୍ରତିବାଦ ସଭା କରିଥିଲେ। ଏଥିରେ ଜିଲ୍ଲାରେ କାର୍ଯ୍ୟରତ ମାଧ୍ୟମିକ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଏବଂ…

Read More