ଡକ୍ଟର ଏପିଜେ ଅବଦୁଲ କଲାମ ପ୍ରଫେସନାଲ  ଆଚିଭର ସମ୍ମାନ ପାଇଲେ  ଶିକ୍ଷକ ପ୍ରତାପ କୁମାର ପରିଡ଼ା

ନୟାଗଡ଼, (ନୟାଗଡ଼ ଦର୍ପଣ): ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନେସନାଲ କନଫରେନ୍ସ -୨୦୨୫ ପ୍ରତିଭା ସମ୍ମାନ ଓ ସାରସ୍ବତ ସମ୍ମାନ  ସୁପର ଥାର୍ଟୀ ସମାରୋହ ଉତ୍ସବ ଭୁବନେଶ୍ଵର ଗୀତା ଗୋବିନ୍ଦ ସଦନ (ଜୟଦେବ ଭବନ) ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନୟାଗଡ଼ ଜିଲ୍ଲାର ଆଦର୍ଶ ଶିକ୍ଷକ, ଲେଖକ ତଥା କବି ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ଡକ୍ଟର ଏପିଜେ ଅବଦୁଲ କଲାମ ପ୍ରଫେସନାଲ  ଆଚିଭର ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧନା କରଗଲା ତତ୍ ସହ ଆଦର୍ଶ ଶିକ୍ଷକ ଓ ଯୁବ ଲେଖକ କବି ଭାବରେ  ଚକ୍ ଦେ ଇଣ୍ଡିଆର ସୁପର ଥାର୍ଟୀ କାର୍ଯ୍ୟକ୍ରମରେନିଜର କବିତା ଓ ବକ୍ତବ୍ୟ ରଖିଥିଲେ ଏହା କେବଳ ଭାରତର ୩୦ ଜଣ ପ୍ରତିଭାଙ୍କୁ ସମ୍ମାନିତ…

Read More

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସଚେତନତା ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦୌରା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ, ଅଞ୍ଜଳି ମଚ୍ଚଖଣ୍ଡଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ,ଇଟାମାଟି ଠାରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ତଥା ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ନେଇ ଅଧାରୁ ପାଠ ଛାଡୁଥିବା ଛାତ୍ର, ଛାତ୍ରୀଙ୍କ ପୁନଃ ବିଦ୍ୟାଳୟକୁ ପ୍ରତ୍ୟାବର୍ତନ ସମ୍ବନ୍ଧରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ସଚିବ, ଅଞ୍ଜଳି ମଚ୍ଚଖଣ୍ଡ ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ କରି ନିଜ ବକ୍ତବ୍ୟରେ କହିଥିଲେ, ଆଜିର ଛାତ୍ରଛାତ୍ରୀ କାଲିର ଭବିଷ୍ୟତ। ଛାତ୍ରଛାତ୍ରୀମାନେ ଯଦି ଶିକ୍ଷା ଲାଭରୁ ବଞ୍ଚିତ ହୁଅନ୍ତି ତାହାଲେ ସମାଜର ଉର୍ଣ୍ଣତି ସଂଭବ ନୁହେଁ। ସେଥିପାଇଁ…

Read More

ରାଜସୁନଖଳାକୁ ଏନ୍ ଏ ସି ମାନ୍ୟତା ପ୍ରସଙ୍ଗ

ପୁରୀ ସାଂସଦଙ୍କ ସମର୍ଥନ ମାଗିଲେ ଆର୍ତ୍ତତ୍ରାଣ ରାଜସୁନାଖଳା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରାଜସୁନାଖଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରସଙ୍ଗରେ ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ରଙ୍କ ସମର୍ଥନ ଲୋଡିଲେ ସ୍ଥାନୀୟ ସ୍ୱେଚ୍ଛାସେବୀ ତଥା ଏନ୍ଏସି ଦାବିରେ ଆନ୍ଦୋଳନ କରୁଥିବା ସ୍ୱେଚ୍ଛାସେବୀ ଆର୍ତ୍ତତ୍ରାଣ ପ୍ରଧାନ।  ଏନ୍ ଏ ସି ମାନ୍ୟତା ପାଇଁ ଗତ 2023 ମସିହା ମାର୍ଚ୍ଚ 23ତାରିଖ ରେ ଆମରଣ ଅନଶନ କରିଥିଲେ ଶ୍ରୀ ପ୍ରଧାନ। ତେବେ ୨ମାସ ଭିତରେ ପ୍ରକ୍ରିୟା କରି ମାନ୍ୟତା ମିଳିବାକୁ ପ୍ରତିଶୃତି ଦେଇଥିଲା ଜିଲ୍ଲା ପ୍ରଶାସନ। ମାତ୍ର ୨ବର୍ଷ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମାନ୍ୟତା ମିଳିନି। ଅନ୍ୟପଟେ ସମ୍ପ୍ରତି ରାଜ୍ୟ ସରକାର 7 ଟି ଜିଲ୍ଲାର ଅନେକ ଅଞ୍ଚଳକୁ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଏଥିରେ ରାଜ ସୁନାଖଳାର ନାଁ ନାହିଁ। ପୂର୍ବରୁ ଏପ୍ରସଙ୍ଗ…

Read More

ଓଡ଼ଗାଁର ଦୁଇ ଶିକ୍ଷକ ଦମ୍ପତି ୫ଜଣ ଛାତ୍ରଛାତ୍ରୀଙ୍କ ଶିକ୍ଷାଭାର ଗ୍ରହଣ କଲେ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକର ଶିକ୍ଷକ ଦମ୍ପତି ପ୍ରକୃତି ବନ୍ଧୁ ତଥା ରୋହିବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ଓଡ଼ଗାଁ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଆରତୀ ସାହୁ ରୋହିବାଙ୍କ ଅଞ୍ଚଳରେ ରହି ଆସୁଥିବା ମାଟିଆ କେଳା ଯେଉଁମାନେ କି ମଙ୍କୁ ଆଦିବାସୀ ଅଟନ୍ତି। ସେମାନଙ୍କ ୫ଜଣ ପିଲାଙ୍କ ସମସ୍ତ ଶିକ୍ଷା ଖର୍ଚ୍ଚ ବହନ କରିବେ। କେବଳ ବର୍ଷେ କି ଦୁଇ ବର୍ଷ ନୁହେଁ ସେମାନଙ୍କୁ ୧୮ବର୍ଷ ହେଲା ପର୍ଯ୍ୟନ୍ତ ସମସ୍ତ ପାଠ୍ୟ ଉପକରଣ, ପୋଷାକ, ଟ୍ୟୁସନ ଖର୍ଚ୍ଚ ବହନ କରିବେ । ଆଜି ଶିକ୍ଷକ ଦମ୍ପତି ସେମାନଙ୍କ ବାସସ୍ଥାନକୁ ଯାଇ ନିଜ ଖର୍ଚ୍ଚରେ ଖାତା, ପେନ, ପେନସିଲ ସାଙ୍ଗକୁ ଅଣ୍ଡା, ବିସ୍କେଟ, ଫଳ ଦେଇ ପିଲାଙ୍କ ଖବର ବୁଝିଥିଲେ। ସେ ପିଲାମାନେ ହେଲେ କୃଷ୍ଣ…

Read More

ପ୍ରକୃତି କୋଳରେ ବର୍ଷା କାଳୀନ ସାହିତ୍ୟ ଆସର “ମେଘ ମହ୍ଲାର”

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବୁଢାବୁଢ଼ିଆଣି ନିକଟସ୍ଥ ପ୍ରକୃତିର ବରଦାନ ବରକନ୍ୟା ଝରଣାଠାରେ ନୟାଗଡ଼ ଜିଲା ଲେଖକ ପରିଷଦ ଓ ନୟାଗଡ଼ ଦର୍ପଣ ପରିବାରର ମିଳିତ ଆନୁକୂଲ୍ୟରେ ବର୍ଷା କାଳୀନ ସାହିତ୍ୟ ଆସର ‘ମେଘ ମହ୍ଲାର’ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ପ୍ରାୟ ଶତାଧିକ ପ୍ରତିଭାଧାରୀ ସାହିତ୍ୟର ସୃଜନଶୀଳ ସ୍ରଷ୍ଟାମାନେ ଯୋଗଦେଇଥିଲେ। ଗଳ୍ପ, କବିତା, ସଙ୍ଗୀତ ଓ ବ୍ୟଙ୍ଗ ଚତୁଃଧାରାର ମଧୁର ମିଳନରେ ପ୍ରେମ ଭକ୍ତି ରୋମାଞ୍ଚକର କବିତା ଗଳ୍ପ ଓ ସଙ୍ଗୀତର ଭାବମୟ ପରିବେଶ ସ୍ମୃତି ଓ ବିସ୍ମୃତିର ସନ୍ଧିକ୍ଷଣରେ ଉପସ୍ଥିତ ସମସ୍ତ କବି ମନପ୍ରାଣରେ ସୃଷ୍ଟି ହୋଇଥିଲା ଅପାର ଆନନ୍ଦ। ଏହି ଅବସରରେ ସ୍ଵର୍ଗତ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ ଦ୍ଵାରା ରଚିତ ‘ଜହ୍ନର ମନ’ ଏବଂ ‘ରାଧାକୃଷ୍ଣ ଭାରତୀ’ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। କବି ନିଳୀମା ନନ୍ଦ, କ୍ଷଣପ୍ରଭା କର,…

Read More

ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୟାଗଡ ବ୍ଲକ କଂଗ୍ରେସର ସାଂଗଠନିକ ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ଅତିଥି ଭବନ ଠାରେ ପୂର୍ବତନ ବ୍ଲକ କଂଗ୍ରେସ୍ ସଭାପତି ଫକୀର ଚରଣ ମଲ୍ଲଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଯାଇଅଛି। ଓଡିଶା ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ଅଖିଳ ଭାରତ କଂଗ୍ରେସ କମିଟି କିସାନ୍ କଂଗ୍ରେସ୍ ଜାତୀୟ ସଂଯୋଜକ ଅମିୟ ପଟନାୟକ ଯୋଗଦେଇ ନୟାଗଡ ବ୍ଲକ ବ୍ଲକ କଂଗ୍ରେସ ସଂଗଠନକୁ କ୍ରିୟାସିଳ କରିବା ପାଇଁ ଉପସ୍ଥିତ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଆଗାମୀଦିନରେ ଜିଲ୍ଲାର ବରିଷ୍ଠ ନେତୃମଣ୍ଡଳୀ ଗ୍ରାମପଂଚାୟତ କୁ ଯାଇ ସଂଗଠନକୁ କ୍ରିୟାଶୀଳ କରିବାପାଇଁ ଉପସ୍ଥିତ କାର୍ଯ୍ୟ କାର୍ଯ୍ୟକର୍ତା ଙ୍କୁ ଆହ୍ୱାନ କରିଥିଲେ। ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକ ଯୋଗଦେଇ ଆଗାମୀ ଦିନରେ ନୟାଗଡ ବ୍ଲକ କଂଗ୍ରେସର କର୍ମକର୍ତ୍ତା ଏକତ୍ରିତ ହୋଇ କେନ୍ଦ୍ରର ବିଜେପି ସରକାର ଓ ଓଡ଼ିଶାର ମୋହନ ସରକାର ୧୧ମାସ ଶାସରେ କେବଳ…

Read More

ଏକ ଦିବସୀୟ ସ୍ଵେଚ୍ଛାସେବୀ ନେତୃତ୍ବ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ମଡେଲ ଡିଗ୍ରୀ କଲେଜଠାରେ ଉଚ୍ଚଶିକ୍ଷା ବିଭାଗ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ସେବା ଯୋଜନା ଏକ ଦିବସୀୟ ସ୍ଵେଚ୍ଛାସେବୀ ନେତୃତ୍ବ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଜାତୀୟ ସେବା ସଂସ୍ଥା ଓଡ଼ିଶା ଶାଖା ଆଞ୍ଚଳିକ ନିର୍ଦ୍ଦେଶିକା ସରିତା ପଟେଲ, ଉଚ୍ଚଶିକ୍ଷା ବିଭାଗର  ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଜିତେନ୍ଦ୍ର କୁମାର ସାହୁ, ଯୁବ ବ୍ୟାପାର ଅଧିକାରୀ ଅଜିତ୍ କୁମାର ଯୋଗଦେଇ ଜାତୀୟ ସେବା ଯୋଜନାର ଆବଶ୍ୟକତା ବିଷୟରେ ଯୁବବର୍ଗଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। ଏହି ଉତ୍ସବରେ ଚାରୋଟି ଅଧିବେଶନ ମାଧ୍ୟମରେ ଶିବିରର୍ଥୀମାନଙ୍କୁ  ନିରୋଦ ବରଣ ଖୁଣ୍ଟିଆ, ଡକ୍ଟର ସୁନିଲ କୁମାର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଡକ୍ଟର ଚିତ୍ତରଞ୍ଜନ ଦାଶ ଉଦବୋଧନ ଦେଇ ଯୁବନେତୃତ୍ବ,…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସଂସ୍କୃତ ମାସ ପାଳନ ଅବସରରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଓ ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନ, ବାଲେଶ୍ୱରର ମିଳିତ ସହଯୋଗରେ ବିଦ୍ଯାଳୟର ପଞ୍ଚମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ଯୟନରତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଶିବିରର ପ୍ରଶିକ୍ଷକ ଭାବେ ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନ, ବାଲେଶ୍ଵରର ପ୍ରଚାରକ ଜୟପ୍ରକାଶ ଶାସ୍ତ୍ରୀ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲା ବେଳେ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ର ସଂସ୍କୃତ ଅଧ୍ଯାପକ ଡକ୍ଟର ସନ୍ତୋଷ କୁମାର ସାହୁ ଓ ଖଳିସାହି ଉଚ୍ଚ ବିଦ୍ଯାଳୟ ର ଶିକ୍ଷକ ଗୋସ୍ୱାମୀ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ…

Read More

ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ମହାକାଶ ଦିବସ ଅବସରରେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ମହାକାଶ ଦିବସ ଉତ୍ସାହର ସହିତ ପାଳନ କରାଯାଇଛି। ଗାଇଡ୍ ଶିକ୍ଷୟିତ୍ରୀ ତଥା ବିଜ୍ଞାନ ଶିକ୍ଷିକା ଜ୍ୟୋତିର୍ମୟୀ ରାଉତ ଓ ତ୍ରିପୁରା ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଚନ୍ଦ୍ରପୃଷ୍ଠ, ଚନ୍ଦ୍ରୟାନ -୩, ବିକ୍ରମ, ପ୍ରଜ୍ଞାନ ଓ ରକେଟର ସୁନ୍ଦର ସୁନ୍ଦର ମଡେଲ ପ୍ରସ୍ତୁତ କରିଥିବା ବେଳେ ମହାକାଶକୁ ରକେଟ୍ ପ୍ରକ୍ଷେପଣ କିପରି ହୁଏ ପରୀକ୍ଷାକରି ଦେଖାଇଥିଲେ। ଏ ସମସ୍ତ ମହାକାଶ ସମ୍ବନ୍ଧୀୟ ତଥ୍ଯକୁ ବିଜ୍ଞାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ରାଉତ ପୁଙ୍ଖାନୁପୁଙ୍ଖ ଭାବରେ ଷଷ୍ଠ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବୁଝାଇ ଥିଲେ। ଏହି ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ମାର୍ଗଦର୍ଶନ ଦେଇଥିବା ବେଳେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଜ୍ଞାନକୌଶଳକୁ…

Read More

ରାଜସୁନାଖଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରସଙ୍ଗ, ପୁଣି ଆନ୍ଦୋଳନ କରିବେ ଯୁବ ସାମ୍ବାଦିକ ଆର୍ତ୍ତତ୍ରାଣ ପ୍ରଧାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜସୁନାଖଳାକୁ ଏନ.ଏ.ସି ମାନ୍ୟତା ଦେବାରେ ପୁଣି ଅବହେଳା କରିଛନ୍ତି ସରକାର। ଏହି ଦାବିକୁ ନେଇ ପୁଣି ଆନ୍ଦୋଳନ ଜୋରଦାର କରିବାକୁ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ସ୍ୱେଚ୍ଛାସେବୀ ଆର୍ତ୍ତତ୍ରାଣ ପ୍ରଧାନ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ବୃହତ ଗ୍ରାମ ପଞ୍ଚାୟତ ରୂପେ ପରିଚିତ ରାଜ ସୁନାଖଳାକୁ ଏନଏସି ମାନ୍ୟତା ପାଇଁ ବିଗତ ଦଶନ୍ଧି ଧରି ପ୍ରୟାସ ଚାଲିଛି। ମାତ୍ର ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ବାରମ୍ବାର ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ସୀମାରେ ରହିଥିବା ଏହି ପଞ୍ଚାୟତରେ ଜନସଂଖ୍ୟା ଅନୁସାରେ ଏନଏସି ଘୋଷଣା ହୋଇଯିବା କଥା। ମାତ୍ର ଦୀର୍ଘ ଦିନର ଏହି ଦାବିକୁ ଲଗାତର ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପାଇଁ ସରକାରଙ୍କ ରହିଥିବା ସମସ୍ତ ଯୋଗ୍ୟତା ଏବଂ ମାପଦଣ୍ଡ…

Read More