ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ମହାକାଶ ଦିବସ ଅବସରରେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ମହାକାଶ ଦିବସ ଉତ୍ସାହର ସହିତ ପାଳନ କରାଯାଇଛି। ଗାଇଡ୍ ଶିକ୍ଷୟିତ୍ରୀ ତଥା ବିଜ୍ଞାନ ଶିକ୍ଷିକା ଜ୍ୟୋତିର୍ମୟୀ ରାଉତ ଓ ତ୍ରିପୁରା ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଚନ୍ଦ୍ରପୃଷ୍ଠ, ଚନ୍ଦ୍ରୟାନ -୩, ବିକ୍ରମ, ପ୍ରଜ୍ଞାନ ଓ ରକେଟର ସୁନ୍ଦର ସୁନ୍ଦର ମଡେଲ ପ୍ରସ୍ତୁତ କରିଥିବା ବେଳେ ମହାକାଶକୁ ରକେଟ୍ ପ୍ରକ୍ଷେପଣ କିପରି ହୁଏ ପରୀକ୍ଷାକରି ଦେଖାଇଥିଲେ। ଏ ସମସ୍ତ ମହାକାଶ ସମ୍ବନ୍ଧୀୟ ତଥ୍ଯକୁ ବିଜ୍ଞାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ରାଉତ ପୁଙ୍ଖାନୁପୁଙ୍ଖ ଭାବରେ ଷଷ୍ଠ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବୁଝାଇ ଥିଲେ। ଏହି ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ମାର୍ଗଦର୍ଶନ ଦେଇଥିବା ବେଳେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଜ୍ଞାନକୌଶଳକୁ ଭୂୟସୀ ପ୍ରଶଂସା କରିଥିଲେ। ପରିଶେଷରେ ଏପରି ସମୟ ସାପେକ୍ଷ କାର୍ଯ୍ୟକ୍ରମକୁ ଦିନକ ମଧ୍ୟରେ ପ୍ରସ୍ତୁତକରି ପ୍ରଦର୍ଶିତ କରିଥିବାରୁ ଛାତ୍ରଛାତ୍ରୀ ଓ ଦୁଇ ଗାଇଡ ଶିକ୍ଷୟିତ୍ରୀଙ୍କୁ ବରିଷ୍ଠ ଶିକ୍ଷକ ସଭିଙ୍କୁ ଧନ୍ୟବାଦ ଦେଇଥିଲେ।

Related posts