ନୟାଗଡ ଜିଲ୍ଲା ଚାଷୀକୂଳଙ୍କୁ ସାର ଯୋଗାଇବାରେ ମୋହନ ସରକାର ବିଫଳ ଚାଷୀଙ୍କୁ କେପିଆର ସୁପର ନକଲି ସାର ବିକ୍ରି ହେଉଛି : କଂଗ୍ରେସ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଲକ୍ଷାଧିକ ଚାଷୀକୂଳଙ୍କୁ ଧାନ ରୋଇବାର ୨୧ଦିନ ଭିତରେ ବିଜେପି ସରକାର ଆବଶ୍ୟକୀୟ ସାର ଯୋଗାଇବାରେ ବିଫଳ ହୋଇଥିବାର ସୁଯୋଗ ନେଇ ଘରୋଇ ସାର ବିତରକ ସଂସ୍ଥାମାନେ ସାର ଅଭାବୀ ବିକ୍ରି ଆଳରେ ମାତ୍ରାଧିକ କଳାବଜାରୀ କରି ୟୁରିଆ ବସ୍ତା ପ୍ରତି ୯୦୦ ଟଙ୍କାରେ ଖୋଲା ବିକ୍ରି କରି ଚାଷୀଙ୍କୁ ଶୋଷଣ କରୁଛନ୍ତି। ଏଥିପାଇଁ ନୟାଗଡ ଜିଲ୍ଲାପାଳ ଦାୟୀ ବୋଲି କଂଗ୍ରେସ ନୟାଗଡ ବିଧାୟକ ପ୍ରାର୍ଥୀ କହିଛନ୍ତି। ଜିଲ୍ଲାରେ ଗତ ଅଗଷ୍ଟ ମାସରେ କେପିଆର ସୁପର ସାର ଯାହାର ଗୁଣବତ୍ତା ନମୁନା ପରୀକ୍ଷାରେ ଫେଲ ହୋଇ ତାହାର ବିକ୍ରି ନିଷିଦ୍ଧ ହୋଇଛି ସେହି ନକଲି ସାର ନୟାଗଡ…
Read MoreYear: 2025
ଅଧିକାର ମିତ୍ରଙ୍କ ଦ୍ୱାରା ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର
ନୟାଗଡ,(ନୟାଗଡ଼ ଦର୍ପଣ): ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶରେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୁଇଦିନ ଧରି ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଅଧିକାର ମିତ୍ରମାନଙ୍କୁ ନେଇ ଦୁଇ ଦିନରେ ନୟାଗଡ଼, ଖଣ୍ଡପଡା, ଭାପୁର, ଗଣିଆ, ଦଶପଲ୍ଲା, ନୂଆଗାଁ, ଓଡଗାଁ, ରଣପୁର ବ୍ଲକର ସହର ବଜାର ଓ ପଂଚାୟତର ଅଧିକାଂଶ ଗ୍ରାମକୁ ଯାଇ ପ୍ରଚାର ପତ୍ର ଏବଂ ଡାକଵାଜି ଯନ୍ତ୍ର ମାଧ୍ୟମରେ ଆସନ୍ତା ତେର ୧୩ତାରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି ବୋଲି ପ୍ରଚାର କରିଛନ୍ତି। ଅଧିକାର ମିତ୍ର କର୍ମୀମାନେ ଜନସାଧାରଣଙ୍କ ନିକଟକୁ ଯାଇ ଲୋକ ଅଦାଲତ କଣ, ସେ ସମ୍ପର୍କ ରେ ବୁଝାଇ ବାକୁ ଯାଇ କହିଛନ୍ତି କୋର୍ଟ କଚେରୀ ରେ ବିଚରା ଧୀନ…
Read Moreସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱଚ୍ଛ ନାରୀ ଓ ସଶକ୍ତ ପରିବାର ଅଭିଯାନର” ବୈଠକ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ବିଭାଗର ସ୍ୱଚ୍ଛ ନାରୀ ଓ ସଶକ୍ତ ପରିବାର ଅଭିଯାନର” ବୈଠକ ଅନୁଷ୍ଠିତ ହେଇଥିଲା। ଏହି ଅଭିଯାନର ଆରମ୍ଭ ୧୭ ସେପ୍ଟେମ୍ବର ୨୦୨୫ ରୁ ୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କୁ ଲୋକ ଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚାଇବା ତଥା ଜିଲ୍ଲା କୁ ରାଜ୍ୟ ସ୍ଥର ରେ ଏକ ଉତ୍ତମ ସ୍ଥାନ ରେ ପହଞ୍ଚାଇବା ଉପରେ ଜିଲ୍ଲାପାଳ ଜୋର୍ ଦେବା ସହିତ ସମସ୍ତ ସ୍ୱାସ୍ଥ୍ୟ ବିଭାଗ ର ଉପସ୍ଥିତ ଥିବା ଅଧିକାରୀ ଏବଂ ଅନ୍ୟ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ସମସ୍ତ ବୟସ୍କର ମହିଳାମାନଙ୍କ ସ୍ବାସ୍ଥ୍ୟସେବା ପ୍ରଦାନ ତଥା 1. ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ (Primary Health Screening):o ପ୍ରତ୍ୟେକ ବ୍ଲକ ଶିବିର ଆୟୋଜନ କରି ସ୍ୱାସ୍ଥ୍ୟ ଯାଞ୍ଚ ଏବଂ…
Read Moreବାଣୀଗୋଛାରେ ଗଡ଼ିଲା ସବୁଜରଥ, ସାମ୍ବାଦିକଙ୍କୁ ଡ଼ାକି ଉପେକ୍ଷା କଲେ ବନବିଭାଗ କର୍ମଚାରୀ
ଦଶପଲ୍ଲା, (ନୟାଗଡ଼ ଦର୍ପଣ) : ବାଣୀଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ବନାଞ୍ଚଳ ଅଧିକାରୀ ସଂସାର ବର୍ଗିଆଙ୍କ ନେତୃତ୍ୱରେ ସବୁଜରଥ କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଥିଲା। ଏଥିରେ ବନପାଳ ରାଜ କୁମାର ଶତପଥୀ, ପୁଷ୍ପଲତା ପ୍ରଧାନ, ଗୋଲକ ବେହେରାଙ୍କ ସମେତ ସମସ୍ତ ବନକର୍ମଚାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସମ୍ପର୍କରେ ବନପାଳ ରାଜ କୁମାର ଶତପଥୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୂର୍ବରୁ ଅବଗତ କରାଇ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କହିଥିଲେ।ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଖବର ସଂଗ୍ରହ କରିବା ଉଦ୍ଦେଶ୍ୟରେ ବାଣୀଗୋଛାରେ ପହଂଚିଥିଲେ। କିନ୍ତୁ ସେତେବେଳେ ବନପାଳ ଆଉ ଟିକିଏ ସମୟ ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ଆପଣ ଅପେକ୍ଷା ଟିକେ କରିଥାନ୍ତୁ କହି ସାମ୍ବାଦିକଙ୍କୁ ଆଉ ନ ଜଣାଇ ଅପେକ୍ଷା କରାଇ କାର୍ଯ୍ୟକ୍ରମ କୁ ସାରିଦେଇଥିଲେ। କିଛି ଘଣ୍ଟାପରେ ଗଣମାଧ୍ୟମ ପ୍ରତିନିଧି ବନପାଳଙ୍କୁ ଫୋନକରି କାର୍ଯ୍ୟକ୍ରମ ସମ୍ପର୍କରେ ପଚାରିବାରୁ ବନପାଳ…
Read Moreଜାତୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୫ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଅଜିମ୍ ପ୍ରେମଜି ୟୁନିଭରସିଟି, ବାଙ୍ଗାଲୋର ଠାରେ ପାଞ୍ଚ ଦିନ ବ୍ୟାପି ଚାଲିଥିବା ଦ୍ଵିତୀୟ ପର୍ଯ୍ୟାୟ ପ୍ରଧାନଶିକ୍ଷକଙ୍କ ନେତୃତ୍ୱ ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାରୁ ପାଞ୍ଚ ଜଣ ପ୍ରଧାନଶିକ୍ଷକ ଯୋଗ ଦେଇଥିଲେ। ରଣପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମହତପଲାର ପ୍ରଧାନ ଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ, ଗୋଳଗୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ନୂଆଗାଁ ବ୍ଲକର ପ୍ରଧାନ ଶିକ୍ଷୟିତ୍ରୀ ଡ.ବାସନ୍ତୀ ବେହେରା,ମଶାବାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଓଡ଼ଗାଁ ବ୍ଲକର ଭାବଗ୍ରାହୀ ମହାପାତ୍ର ଏବଂ ଜନତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗମ୍ଭାରିଡିହିର ଭକ୍ତ ରଞ୍ଜନ ମିଶ୍ର ତଥା ଲେଙ୍କୁଡ଼ିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୟାଗଡ଼ ବ୍ଲକର ପ୍ରଧାନ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରମୁଖ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାରୁ ପ୍ରତିନିଧିତ୍ୱ କରି ପବିତ୍ର ଗୁରୁଦିବସରେ ୟୁନିଭରସିଟିର ଡାଇରେକ୍ଟର ଜୁଲଫିକର ହାଇଦରଙ୍କ ଠାରୁ…
Read Moreରୋଟାରୀ କ୍ଳବ୍ ନୟାଗଡ଼ରେ ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ ଭବନ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ ତଥା ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଳବର ସଭାପତି ରୋଟାରିଆନ୍ ବସିରନ ବିବିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ ପୌର ପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇ ଶିକ୍ଷକ ମାନେ ଆଗାମୀ ଭବିଷ୍ଯତ ଶିଶୁମାନଙ୍କୁ ଉତ୍ତମ ମଣିଷ ଭାବେ ଗଢୁଥିବାରୁ ଶିକ୍ଷକ ମାନେ ହେଉଛନ୍ତି ସମାଜର ପଥ ପ୍ରଦର୍ଶକ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ଚିତ୍ତରଂଜନ ପାଣ୍ଡେ ଯୋଗ ଦେଇ ଶିକ୍ଷକ ମାନେ ହେଉଛନ୍ତି ଛାତ୍ରଛାତ୍ରୀ ମାନଙ୍କର ଦ୍ବିତୀୟ ଅଭିଭାବକ। ଅନ୍ଯ ପେଶାର ମଣିଷଟିଏ ଭୁଲ୍ କଲେ ଚଳିବ କିନ୍ତୁ ଜଣେ ଶିକ୍ଷକ ଭୁଲ୍ କଲେ ଚଳିବନି। କାରଣ…
Read Moreନୟାଗଡ଼ରେ ଜିଲ୍ଲାସ୍ତରୀୟ ଫୁଟୁବଲ ରେଫରୀ ମନୋନୟନ ପରୀକ୍ଷା ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ନୟାଗଡ ଜିଲ୍ଲାସ୍ତରୀୟ ଫୁଟୁବଲ ରେଫରୀ ମନୋନୟନ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ରେଫରୀ ମନୋନୟନ ପରୀକ୍ଷାକୁ କଟକ ସ୍ଥିତ ଫାଓର ମୁଖ୍ୟ ରେଫରୀ ଦୁର୍ଗା ମାଧବ ନାୟକ ଉପସ୍ଥିତ ରହି ବୈଷୟିକ ଦୃଷ୍ଟି କୋଣରୁ ପରକ୍ଷିବା ସହ ପ୍ରାକ୍ଟିକାଲ ପରୀକ୍ଷାକୁ ନିୟନ୍ତ୍ରଣ କରିଥିଲେ। ପୂର୍ବରୁ ଏହି ରେଫରୀ ମନୋନୟନ ପ୍ରକ୍ରିୟାର ଥିଓରୀ ପରୀକ୍ଷା ସମାପ୍ତ ହୋଇଯାଇଥିବା ବେଳେ ଏହି ସମସ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ଆଲୋକ କୁମାର ଦାଶ, ଜିଲ୍ଲା ଆଥଲେଟିକ ଆସୋସିଏସନର ଉପ ସଭାପତି ଭବାନୀଶଙ୍କର ଦାସ, ସମ୍ପାଦକ ଅଶେଷ ଦାସ, ଯୁଗ୍ମ ସମ୍ପାଦକ ବିନାୟକ ପ୍ରସାଦ ରାଓଙ୍କ ସମେତ ଜିଲ୍ଲା ଆଥଲେଟିକ ଆସୋସିଏସନର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଗେଇ ନେଇଥିଲେ।
Read Moreଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ -୨୦୨୫ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆନ୍ତର୍ଜାତୀୟ ସାକ୍ଷରତା ଦିବସ -୨୦୨୫ ପାଳିତ ହୋଇଥିଲା । ଏହା ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଦିବସରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀମତୀ ରୋଜିନା ଦାସ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଏକ ସଚେତନ ରାଲି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳୀ ସାହୁ,ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ଶରତ କୁମାର ସାହୁ ଓ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ ଯୋଗଦାନ କରିଥିଲେ। ନବ ଭାରତ ସାକ୍ଷରତା ଅଭିଯାନ କାର୍ଯକ୍ରମରେ ବିଚାରକ ଭାବରେ ସୁସାହିତିକ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଓ ଶିକ୍ଷକ ପ୍ରତାପ କୁମାର ପରିଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ଼ାଝୋଲା ଯୋଗଦେଇଥିଲେ। ବିଭିନ୍ନ…
Read Moreଶିକ୍ଷକ ଆନ୍ଦୋଳନର ପ୍ରମୁଖ ନେତା ତଥା ଦକ୍ଷ ଶିକ୍ଷା ସଙ୍ଗଠକ ଅଲେଖ ବେହେରାଙ୍କୁ ବିପୁଳ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ସଭାକକ୍ଷରେ ପ୍ରାକ୍ତନ ଶିକ୍ଷକ, ଶିକ୍ଷକ ଆନ୍ଦୋଳନର ପ୍ରମୁଖ ନେତା ତଥା ଦକ୍ଷ ଶିକ୍ଷା ସଙ୍ଗଠକ ଅଲେଖ ବେହେରାଙ୍କୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିପୁଳ ଉତ୍ସାହ ଉଦ୍ଦୀପନା ସହିତ ଗୁରୁ ପୂଜନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ଷୀୟାନ ଶିକ୍ଷକ ଲିଙ୍ଗରାଜ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ପରିଚାଳନା କରିଥିଲେ ପ୍ରାକ୍ତନ ଛାତ୍ର ବିଶ୍ଵନାଥ ମହାପାତ୍ର। ଅଧ୍ୟାପିକା ନୀଳିମା ନନ୍ଦ ସର୍ବପ୍ରଥମେ ଗୁରୁବନ୍ଦନା ପାଠ କଲାପରେ ଗୁରୁଜୀଙ୍କ ଶତାଧିକ ପୁରାତନ ଛାତ୍ରଛାତ୍ରୀ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ ପୂର୍ବକ ଗୁରୁ ପ୍ରଣାମ କରିଥିଲେ। ଅତିଥିଭାବେ ଯୋଗ ଦେଇ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଓ ଦଶପଲ୍ଲାର ବିଧାୟକ ରମେଶ ଚନ୍ଦ୍ର ବେହେରା ଗୁରୁ ଶିଷ୍ୟ ସମ୍ପର୍କର ପବିତ୍ର ବନ୍ଧନ, ଗୁରୁ ପୂଜନର ମହନୀୟ ପରମ୍ପରା ଓ…
Read Moreନଗର ବିଜେଡି ସଭାପତିଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା, ଅମୁଲ୍ୟ ନୟାଗଡ଼ ପାଇଁ ଅମୁଲ୍ୟ ଥିଲେ
ନୟାଗଡ଼,(ନୟାଗଡ଼ ଦର୍ପଣ): ଅବସରପ୍ରାପ୍ତ ପୁଲିସ ଅଧିକାରୀ ତଥା ନଗର ବିଜେଡି ସଭାପତି ଅମୁଲ୍ୟ ମହାନ୍ତିଙ୍କ ପରଲୋକରେ ଆଜି ବ୍ଲକ ସଭାଗୃହଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ପ୍ରତାପ ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ପ୍ରମୂଖ ଯୋଗ ଦେଇଥିଲେ । ଏହି ସଭାରେ ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗ ଦେଇ ଅମୁଲ୍ୟ ମହାନ୍ତି ନୟାଗଡ଼ ପାଇଁ ଅମୁଲ୍ୟ ଥିଲେ ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ମହାନ୍ତିଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାରେ ହୋଇଥିଲେ ବି ସେ ନିଜକୁ ସର୍ବଦା ନୟାଗଡ଼ିଆ ବୋଲି…
Read More