ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ପଞ୍ଚାୟତର ଅବସର ପ୍ରାପ୍ତ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପ୍ରଫୁଲ୍ଲ ସାହୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଏହି ଚୟନ ପ୍ରକ୍ରିୟା ସଭାରେ ସର୍ବସମ୍ମତି କ୍ରମେ ଡ. ସୁକାନ୍ତି ମହାନ୍ତି ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ପ୍ରକାଶ କୁମାର ପଟ୍ଟନାୟକ ,ସମ୍ପାଦକ ରାଜକିଶୋର ନାୟକ ,ସହ ସଂପାଦକ ରବି ନାରାୟଣ ପାତ୍ର ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର ,ହିସାବ ସମୀକ୍ଷକ ବୃନ୍ଦାବନ ଜେନା, ସଂଯୋଜକ ନିରଞ୍ଜନ ମହାପାତ୍ର ଏବଂ ଉପଦେଷ୍ଟା ଭାବେ ଚକ୍ରଧର ପଟ୍ଟନାୟକ, ପ୍ରସନ୍ନ କୁମାର ଦାଶ, ସୁଧୀର କୁମାର ଦାସ, ପ୍ରମୋଦ କୁମାର ମହାପତ୍ର, ବୈକୁଣ୍ଠ ନାଥ ସାହୁ ପ୍ରମୁଖ ମନୋନୀତ ହୋଇଥିଲେ।
Read MoreYear: 2025
ଚିନ୍ମୟ ମିଶନ ପକ୍ଷରୁ ୧୮ରେ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ, ନୟାଗଡ଼ ଶାଖା ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀମଦ୍ ଭଗବତଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଚଳିତ ମାସ ୧୮ ତାରିଖରେ ପିଟିଏସ୍ ରୋଡ଼ରେ ଅବସ୍ଥିତ ଭାରତ ବିକାଶ ପରିଷଦ ଭବନରେ ଅନୁଷ୍ଠିତ ହେବ। ଜୁନିୟର ଏବଂ ସିନିୟର ଦୁଇଟି ବିଭାଗରେ ଅନୁଷ୍ଠିତ ହେବାକୁ ଥିବା ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଚିନ୍ମୟ ମିଶନ ପକ୍ଷରୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯିବ। ଜିଲ୍ଲାସ୍ତରରେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଏହି ପ୍ରତିଯୋଗିତାରେ ନର୍ସରୀ ଶ୍ରେଣୀ ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ଭଗବତ ଗୀତାର ୧୫ତମ ଅଧ୍ୟାୟର ଶ୍ଳୋକ ପାଠ କରିବେ । ଏ ନେଇ…
Read Moreବରିଷ୍ଠ ଆଇନଜୀବୀ ବୃନ୍ଦାବନ ପଣ୍ଡାଙ୍କ ଦ୍ଵାଦଶାହା ସ୍ମୃତିଚାରଣ ସଭା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓକିଲ୍ଲ ସଙ୍ଘର ପୂର୍ବତନ ସଭାପତି ତଥା ଜିଲ୍ଲାର ଖ୍ୟାତନାମା ଆଇନଜୀବୀ ସ୍ବର୍ଗତ ବୃନ୍ଦାବନ ପଣ୍ଡାଙ୍କ ଦ୍ୱଦଶାହ ଅବସରରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୀଳମାଧଵ ହୋଟେଲ ଠାରେ ସ୍ମୃତିସଭା ଆୟୋଜିତ ହୋଇଯାଇଛି। ସ୍ମୃତି ସଭାରେ ସ୍ବର୍ଗତ ପଣ୍ଡାଙ୍କ ଘନିଷ୍ଠ ସହପାଠୀ ପୂର୍ବତନ ମନ୍ତ୍ରୀ ତଥା ଆଠଗଡ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟ ଇଂ. ଦେବାଶିଷ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ବ୍ରଜକିଶୋର ପ୍ରଧାନ, କୈଳାସ ଚନ୍ଦ୍ର ପଟ୍ଟନାୟକ, ମନୋରଞ୍ଜନ ମହାପାତ୍ର, ସ୍ବର୍ଗତ ପଣ୍ଡାଙ୍କ ସମୁଦୀ ନାରାୟଣ ମହାପାତ୍ର ପ୍ରମୁଖ ସ୍ବର୍ଗତ ବୃନ୍ଦାବନ ପଣ୍ଡାଙ୍କ ଅମର ଆତ୍ମାର ସଦଗତି କାମନା କରିଵା ସହ ସ୍ମୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ…
Read Moreପ୍ରମୋଦ ଚନ୍ଦ୍ର ସାହୁଙ୍କ ସ୍ମୃତିଚାରଣ ସଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଶରଣକୁଳ ଗୁଡିଆ ସାହିର ବାସିନ୍ଦା ପ୍ରମୋଦ ଚନ୍ଦ୍ର ସାହୁ(୫୨) ସେପ୍ଟେମ୍ବର ୨୩ ତାରିଖ ମଙ୍ଗଳବାର ଦିନ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ଏହି ଅବସରରେ ତାଙ୍କ ସହପାଠୀମାନଙ୍କ ତରଫରୁ ସ୍ଥାନୀୟ ଶରଣକୁଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଶରଣକୁଳ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ପ୍ରମୋଦ ଚନ୍ଦ୍ର ସାହୁଙ୍କ ଜୀବନଶୈଳୀ ଓ କାର୍ଯ୍ୟଶୈଳୀ ସମ୍ପର୍କରେ ସହପାଠୀ ମାନେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ପ୍ରଥମେ ସମସ୍ତ ସହପାଠୀ ତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସେ ୧୯୮୮ ମସିହାର ମାଟ୍ରିକ ବ୍ୟାଚ୍ ଛାତ୍ର ଥିଲେ। ସ୍ବର୍ଗତ ପ୍ରମୋଦ ଜଣେ ମିଷ୍ଟଭାଷୀ, ଦାୟିତ୍ବ ସମ୍ପନ୍ନ ଓ ଦରଦୀ ହୃଦୟର ବ୍ୟକ୍ତି ଥିଲେ। ସେ ନୟାଗଡ ଜିଲ୍ଲା…
Read Moreସମର୍ପଣ ଗୃହରେ ଆନ୍ତର୍ଜାତିକ ଜରା ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ଗୃହରେ ଆନ୍ତର୍ଜାତିକ ଜରା ଦିବସ ପାଳନ ହୋଇଯାଇଛି। ଅକ୍ଟୋବର ୦୧ ତାରିଖ ହେଉଛି ଆନ୍ତର୍ଜାତିକ ଜରା ଦିବସ। ସରକାରଙ୍କ ତରଫରୁ ସପ୍ତାହବ୍ୟାପୀ ଏହି ଦିବସ ପାଳନ ହେବାକୁ ଥିବା ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ସ୍ବାସ୍ଥ୍ଯ ସମିତି ତରଫରୁ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପୁଷ୍ପା ନିଳିମା ଲାକ୍ରା,ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଅଶୋକ କୁମାର ସାହୁ, ନୟାଗଡ଼ ଓଲ୍ଡଟାଉନ୍ ସ୍ବାସ୍ଥ୍ଯକେନ୍ଦ୍ରର ଫାର୍ମାସିଷ୍ଟ ବେଦବ୍ୟାସ ପ୍ରଧାନ ସସମର୍ପଣରେ ପହଞ୍ଚି ସମସ୍ତ ଅନ୍ତେବାସୀ ମାନଙ୍କୁ ଫୁଲ ଚନ୍ଦନ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।ତାପରେ ସମସ୍ତ ଅନ୍ତେବାସୀ ମାନଙ୍କର ସ୍ବାସ୍ଥ୍ଯ ପରୀକ୍ଷା କରିବା ସହିତ ସ୍ବାସ୍ଥ୍ଯ ସୁରକ୍ଷା ଓ ବାର୍ଦ୍ଧକ୍ଯ ଜନିତ ବିଭିନ୍ନ ସମସ୍ଯାର…
Read Moreରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତାବ୍ଦୀ ଉଦ୍ଘାଟନୀ ଉତ୍ସବ ସହ ନଗର ପରିକ୍ରମା
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍)ର ଶତବାର୍ଷିକୀ ଉତ୍ସବ ସ୍ଥାନୀୟ ନବୀନ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହେଇଯାଇଛି। ୧୯୨୫ ମସିହା ବିଜୟା ଦଶମୀ ତିଥିରେ ଡାକ୍ତର କେଶବ ବଳିରାମ ହେଡଗେୱାର ସଂଘ ପ୍ରତିଷ୍ଠା କରିଥିଲେ । ସଂଘ ଗଠନର ଲକ୍ଷ୍ୟ ହେଉଛି ଦେଶର ନାଗରିକଙ୍କ ମଧ୍ୟରେ ସାଂସ୍କୃତିକ ସଚେତନତା, ଅନୁଶାସନ, ସେବା ଓ ସାମାଜିକ ଦାୟିତ୍ୱକୁ ପ୍ରୋତ୍ସାହନ କରିବା। ଏହି ପରିପ୍ରେକ୍ଷୀରେ ନୟାଗଡରେ ୧୫୦ରୁ ଊର୍ଦ୍ଧ୍ବ ସ୍ଵୟଂସେବକ ପୂର୍ଣ୍ଣ ଗଣବେଶରେ ଖଣ୍ଡପଡ଼ା ରୋଡସ୍ଥିତ ହନୁମାନ ମନ୍ଦିରରୁ ବାହାରି ନବୀନ କଲ୍ୟାଣ ମଣ୍ଡପଠାରେ ପହଞ୍ଚିଥିଲେ। ମଞ୍ଚ ସମ୍ମୁଖରେ ସ୍ବୟଂସେବକଙ୍କ ଦ୍ବାରା ଶାରୀରିକ ପ୍ରଦର୍ଶନ, ବ୍ୟାୟାମ, ଦଣ୍ଡ ପ୍ରୟୋଗର ପ୍ରଦର୍ଶନୀ କରାଯାଇଥିଲା। ନଗର କାର୍ଯ୍ୟବାହ ନରସିଂହ ସାହୁ ମଞ୍ଚସ୍ଥ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ବାଲାରସେନ ପାତ୍ର ଉପସ୍ଥିତ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ପରିସରରେ ସହିଦ କଷ୍ଟି ଡାକୁଆଙ୍କ ଜୟନ୍ତୀ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସହିଦ୍ କଷ୍ଟି ଡାକୁଆଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ଯାଳୟ ପରିସରରେ ଥିବା ସହିଦ୍ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସମେତ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନେ ପୁଷ୍ପ ମାଲ୍ୟାର୍ପଣ କରି ବିପ୍ଳବୀ କଷ୍ଟି ଡାକୁଆଙ୍କ ସ୍ମୃତିଚାରଣ କରିଥିଲେ। ବିଦ୍ଯାଳୟର ବରିଷ୍ଠ ସେବାବ୍ରତୀ ଆଚାର୍ଯ୍ୟା ଅର୍ଚ୍ଚନା ରଥ କଷ୍ଟି ଡାକୁଆଙ୍କ ଜୀବନୀ ବିଷୟରେ ଅବଗତ କରାଇଥିଲେ। ସହିଦ କଷ୍ଟି ଡାକୁଆ ଅମର ରହେ ସ୍ଲୋଗାନରେ ବିଦ୍ୟାଳୟ ପରିସର ପ୍ରକମ୍ପିତ ହୋଇଥିଲା। ଆଜି ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ହୋଇଥିବାରୁ ଉପସ୍ଥିତ ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀ ମାନେ ବୟସ୍କ ବ୍ଯକ୍ତି ମାନଙ୍କୁ ସମ୍ମାନ କରିବା, ସେମାନଙ୍କର ଯତ୍ନ ନେବା ଓ ସେବା କରିବା ପାଇଁ ଶପଥ ପାଠ କରିଥିଲେ।…
Read Moreସମର୍ପଣ ବୃଦ୍ଧାଶ୍ରମରେ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ଗୃହରେ ଆଜି ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳନ ହୋଇଯାଇଛି। ଏଇ ସପ୍ତାହବ୍ୟାପୀ ଆନ୍ତର୍ଜାତୀୟ ବୟୋବୃଦ୍ଧ ଦିବସ ପାଳନ ହେବାକୁ ଥିବା ପରିପ୍ରେକ୍ଷୀରେ ସମର୍ପଣ ପରିଚାଳନା କମିଟିର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ମାଇଁ ଭାରତ କେନ୍ଦ୍ର, ନୟାଗଡ଼ ଆନୁକୁଲ୍ୟରେ ଏକତା ୟୁଥ୍ କ୍ଳବ୍ ନୟାଗଡ଼ ତରଫରୁ ସମର୍ପଣ ଗୃହରେ ଅନ୍ତେବାସୀ ମାନଙ୍କୁ ନେଇ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିଚାଳନା କମିଟିର ସଦସ୍ଯ ପ୍ରଦୀପ କୁମାର ପ୍ରୁଷ୍ଟି,ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଶ୍ରୀକାନ୍ତ କୁମାର ପଟ୍ଟନାୟକ ଓ ମିହିର ରଂଜନ ନାୟକଙ୍କ ସମେତ ମାଇଁ ଭାରତ କେନ୍ଦ୍ର ନୟାଗଡ଼ର ସଦସ୍ଯ ଅନିଲ୍ କୁମାର ପ୍ରଧାନ ଓ ସୁକାନ୍ତି ପ୍ରଧାନ ସମର୍ପଣରେ ପହଞ୍ଚି ସମସ୍ତ ଅନ୍ତେବାସୀ ମାନଙ୍କୁ ଫୁଲ ଚନ୍ଦନ ଦେଇ…
Read Moreଆସନ୍ତାକାଲି ଠାରୁ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛୁଟି
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରବଳ ବର୍ଷା ଓ ବାତ୍ୟାର ଆସନ୍ନ ସମ୍ଭାବନା ଲକ୍ଷ୍ୟ କରି ନୟାଗଡ଼ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଛୁଟି ଘୋଷଣା କରିଛନ୍ତି।ଏ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୭୩୦୭ ପ୍ରକାଶିତ ହୋଇଛି।ଅନ୍ୟପକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ରହିଛି।
Read Moreନୟାଗଡ଼ ଜିଲ୍ଲା କେମିଷ୍ଟ୍ ଆଣ୍ଡ ଡ୍ରଗିଷ୍ଟ୍ ଆସୋସିଏସନର ଷଷ୍ଠ ସାଧାରଣ ଅଧିବେଶନ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କେମିଷ୍ଟ୍ ଆଣ୍ଡ ଡ୍ରଗିଷ୍ଟ୍ ଆସୋସିଏସନ୍ ର ଷଷ୍ଠ ସାଧାରଣ ଅଧିବେଶନ ନୟାଗଡ଼ ଜିଲ୍ଲାପରିଷଦ ପରିସରରେ ଥିବା ସୃଜନ ହଲରେ ସଭାପତି ପ୍ରହଲ୍ଲାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସୋସିଏସନ୍ ର ନବନିର୍ବାଚିତ ପଦାଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉପସ୍ଥିତ ସଦସ୍ୟମାନେ କରତାଳି ଦେଇ ସ୍ବାଗତ କରିଥିଲେ । ମୂଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ ସାହୁ ଉପସ୍ଥିତ ଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ଡ୍ରଗ ଇନ୍ସପେକ୍ଟର ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ର ସଭାପତି ଶ୍ରୀ ପି. ସତ୍ୟନାରାୟଣ ଓ ଯୁଗ୍ମ ସଂପାଦକ ଶ୍ରୀ ଶ୍ରୀକାନ୍ତ କାନୁନଗୋ ଏବଂ ଖୋର୍ଦ୍ଧା ଜିଲ୍ଲା ଆସୋସିଏସନ୍ ସଭାପତି ଗିରିଜା ପ୍ରସାଦ ରଥ ଯୋଗଦେଇଥିଲେ …
Read More