ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାକକ୍ଷରେ ପ୍ରଧାନମନ୍ତ୍ରୀ ଅନୁସୂଚୀତ ଜାତି ଅଭ୍ୟୁଦୟ ଯୋଜନାରେ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ପଞ୍ଚାୟତର ମହିତମା ଗ୍ରାମ ଏବଂ ସିଙ୍ଗାରପଲ୍ଲୀ ପଞ୍ଚାୟତର ସିଙ୍ଗାରପଲ୍ଲୀ ଗ୍ରାମ, ନୟାଗଡ଼ ବ୍ଲକର ଲକ୍ଷ୍ମିପ୍ରସାଦ ପଞ୍ଚାୟତର ଯଦୁପୁର ଗ୍ରାମ ଏବଂ ମୁଥାଗାଡ଼ିଆ ପଞ୍ଚାୟତର ମୁଥାଗାଡ଼ିଆ ଗ୍ରାମ, ଭାପୁର ବ୍ଲକର ଫତେଗଡ଼ ପଞ୍ଚାୟତ ଅନ୍ତର୍ଗତ ମଣିପୁର ଗ୍ରାମ ଏବଂ ପଦ୍ମାବତୀ ପଞ୍ଚାୟତର ହାତୁଆରି ଗ୍ରାମ, ଖଣ୍ଡପଡ଼ା ବ୍ଲକର ବନମାଳିପୁର ପଞ୍ଚାୟତର ବାହାଡ଼ା ଗ୍ରାମ ଇତ୍ୟାଦି ୭ଗୋଟି ଗ୍ରାମର ଅନୁସୂଚୀତ ଜାତିର ଲୋକମାନଙ୍କ ସଂଖ୍ୟା ୫୦%ରୁ ଅଧିକ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିରିକୃତ ୩୬ଗୋଟି ମାନଦଣ୍ଡରେ ଯୋଗ୍ୟ ବିବେଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ସେହି ଗ୍ରାମଗୁଡ଼ିକର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆସିଥିବା ଯୋଜନାଗୁଡ଼ିକ ଜିଲ୍ଲାସ୍ତରୀୟ…
Read MoreDay: December 11, 2024
ନୟାଗଡ଼ରେ ନୂଆ ଓଡ଼ିଶା ପ୍ରଶିକ୍ଷାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ମିନି କନଫରେନସ୍ ହଲରେ ନୂଆ ଓଡ଼ିଶା ତାଲିମ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେଇଥିବା ୨୯ଜଣ ତାଲିମାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଯୋଗ ଦେଇଥିବା ଅତିଥିମାନେ ହେଲେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଦୁର୍ଗାଚରଣ ଦାସ ଏବଂ ଇନୋଡଷ୍ଟ୍ ସଂସ୍ଥାର ଅଧିକାରୀମାନେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
Read More