ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରତିଷ୍ଠାନର ଦ୍ଵିତୀୟ ତ୍ରୟ ମାସିକ ବୈଠକ

ନୟାଗଡ, (ନୟାଗଡ଼ ଦର୍ପଣ): ଅତିରିକ୍ତ ଜ଼ିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୟମାସିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିର୍ଦେଶକ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ ଅଜିତ କୁମାର ମହାନ୍ତି, ଡ଼ିଡ଼ିଏମ ନାବାର୍ଡ଼ ତୃପ୍ତି ତାପସି, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଏବଂ ଜ଼ିଲ୍ଲାର ସମସ୍ତ ବିଭାଗୀୟ ମୁଖ୍ୟମାନେ ଯୋଗଦାନ କରି ତାଲିମ ପ୍ରତିଷ୍ଠାନର ସୁପରିଚାଳନା ନିମନ୍ତେ ସେମାନଙ୍କର ସୁପରାମର୍ଶ ପ୍ରଦାନ କରିଥିଲେ।

Read More

ଜିଲ୍ଲାରେ ରୋକି ହେଉନି ବାଲ୍ୟ ବିବାହ, ତଥାପି ଚାଲିଛି ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ

ନୟାଗଡ,(ନୟାଗଡ଼ ଦର୍ପଣ): ଏବେବି ସଚେତନ ନାହାନ୍ତି ପିତା ମାତା। ସେମାନଙ୍କୁ ସଚେତନ କରିପାରୁନାହାନ୍ତି ଜିଲ୍ଲାରେ ଠିକା ନେଇଥିବା NGO ସଂସ୍ଥା। ବର୍ଷର ନଭେମ୍ବର ମାସ ଶେଷ ହେବା ବେଳକୁ ମନେ ପଡ଼େ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ। ବର୍ଷ ତମାମ ଜିଲ୍ଲାରେ ଚାଲିଛି ବାଲ୍ୟ ବିବାହ। କାଁ ଭାଁ ଅଭିଯୋଗ ଆସିଲେ ତତ୍ପର ହୋଇ ଉଠନ୍ତି ଏହି ସବୁ NGO ସଂସ୍ଥା ବୋଲି ଆଲୋଚନା ହେଉଛି । ଆମେ କହିବା କାହାକୁ ଶୁଣିବ କିଏ??? ତଥାପି ଆଜି ନଭେମ୍ବର ୨୭ତାରିଖ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜ଼ିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୟାଗଡ ଜ଼ିଲ୍ଲାରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ପ୍ରଦୀପ ପ୍ରଜ୍ଵଳନ କରି ଶୁଭ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନାତନ କାଲୋ, ଜ଼ିଲ୍ଲା…

Read More

ନୟାଗଡ଼ ଜିଲ୍ଲା କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତୀୟ ଉପମହାଦେଶର ଜାତୀୟତା, ଦେଶପ୍ରେମ ଓ ଅଖଣ୍ଡତା ପାଇଁ ସମ୍ବିଧାନ ଏବଂ ସମ୍ବିଧାନର ମୌଳିକ ଉପାଦାନ ଜାଣିବା ନିହାତି ଆବଶ୍ୟକ । ୨୬ ନଭେମ୍ବର ୧୯୪୯ ମସିହାରେ ସମ୍ବିଧାନ ସମ୍ପୂର୍ଣ୍ଣ  ହୋଇଥିବାବେଳେ, ୨୬ ଜାନୁଆରୀ ୧୯୫୦ ମସିହାରୁ ସମ୍ବିଧାନ କାର୍ଯ୍ୟକ୍ଷମ ହେଲା । ସମ୍ବିଧାନର ମହନୀୟତାକୁ ଜାଣିବା ଉଦେଶ୍ୟରେ ୨୬ ନଭେମ୍ବରକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଇ ଆସୁଅଛି। ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ ସମସ୍ତ ବିଚାରପତି ଏବଂ କର୍ମଚାରୀମାନଙ୍କୁ ନେଇ ଦିବା ୧୧ଘଟିକା ସମୟରେ ସମ୍ବିଧାନର ମୁଖବନ୍ଧ ପଠନ କରାଯାଇଥିଲା। ପୁନଶ୍ଚ ଅପରାହ୍ନ ୪.୩୦ ଘଟିକା ସମୟରେ ଜିଲ୍ଲା କୋର୍ଟ ପରିସର ତୃତୀୟ ମହଲା କନଫରେନ୍ସ ହଲରେ  “ମୌଳିକ କର୍ତ୍ତବ୍ୟ”…

Read More