ନୟାଗଡ,(ନୟାଗଡ଼ ଦର୍ପଣ): ଏବେବି ସଚେତନ ନାହାନ୍ତି ପିତା ମାତା। ସେମାନଙ୍କୁ ସଚେତନ କରିପାରୁନାହାନ୍ତି ଜିଲ୍ଲାରେ ଠିକା ନେଇଥିବା NGO ସଂସ୍ଥା। ବର୍ଷର ନଭେମ୍ବର ମାସ ଶେଷ ହେବା ବେଳକୁ ମନେ ପଡ଼େ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ। ବର୍ଷ ତମାମ ଜିଲ୍ଲାରେ ଚାଲିଛି ବାଲ୍ୟ ବିବାହ। କାଁ ଭାଁ ଅଭିଯୋଗ ଆସିଲେ ତତ୍ପର ହୋଇ ଉଠନ୍ତି ଏହି ସବୁ NGO ସଂସ୍ଥା ବୋଲି ଆଲୋଚନା ହେଉଛି । ଆମେ କହିବା କାହାକୁ ଶୁଣିବ କିଏ??? ତଥାପି ଆଜି ନଭେମ୍ବର ୨୭ତାରିଖ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜ଼ିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୟାଗଡ ଜ଼ିଲ୍ଲାରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ପ୍ରଦୀପ ପ୍ରଜ୍ଵଳନ କରି ଶୁଭ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନାତନ କାଲୋ, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅର୍ଚନା କଅଁର, ଶିଶୁ ମଙ୍ଗଳ ସମିତିର ଅଧକ୍ଷ କିଶୋରେ ଚନ୍ଦ୍ର ମହାପାତ୍ର , ଜ଼ିଲ୍ଲା ଶିଶୁ ସୁରକ୍ଷ୍ୟା ଅଧିକାରୀ ସିବିୟାନ ପ୍ରଧାନ, ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଦିପ୍ତିମୟୀ ଶୁଭଦର୍ଶିନୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଗଣିଆ ଉନ୍ନୟନ ପରିଷଦର ଅଧକ୍ଷା ଉଷା ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ। ଅନ୍ୟାନ୍ୟ ଅଂଶ ଗ୍ରହଣ କାରୀଙ୍କ ମଧ୍ୟରେ ଜ଼ିଲ୍ଲାର ସମସ୍ତ ସିଡିପିଓ, ସୁପର ଭାଇଜର, ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ବାଲ୍ୟ ବିବାହ ପରି ଏକ ସାମାଜିକ ବ୍ୟାଧିକୁ ସମାଜରୁ ସମୂଳେ ଉତ୍ପାଟନ କରିବା ପାଇଁ ସବୁ ବର୍ଗର ଲୋକଙ୍କୁ ଏକାଠି ହୋଇ କାମ କରିବା ନିମନ୍ତେ ଜ଼ିଲ୍ଲାପାଳ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ବାଲ୍ୟ ବିବାହକୁ ପ୍ରତିରୋଧ କରିଥିବା ଦୁଇଜଣ ଶିଶୁ କନ୍ୟାଙ୍କୁ ଜ଼ିଲ୍ଲାପାଳ ସମ୍ବର୍ଦ୍ଧିତ କରି କହିଥିଲେ ଯେ, ଏହି ଦୁଇଝିଅଙ୍କ ପରି ଅନ୍ୟମାନେ ବାଲ୍ୟ ବିବାହ ବିରୋଧରେ ଏକାଠି ହେଲେ ଆଗାମୀ ଦିନରେ ଆମେ ବାଲ୍ୟ ବିବାହ ମୁକ୍ତ ଭାରତ ନିଶ୍ଚୟ କରି ପାରିବା। ଏହା ଉପରେ ଲାଠିପଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଶପଥ ପାଠ କରା ଯାଇଥିଲା। ସନ୍ଧ୍ୟା ସମୟରେ ଜ଼ିଲ୍ଲାପାଳଂକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ମହମବତୀ ଶୋଭାଯାତ୍ରାର ଆୟୋଜନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜ଼ିଲ୍ଲା ପ୍ରଶାସନ ଓ ଗଣିଆ ଉନ୍ନୟନ ପରିଷଦ ମିଳିତ ଭାବେ ଆୟୋଜନ କରିଥିଲେ। ଗଣିଆ ଉନ୍ନୟନ ପରିଷଦର ଅଧକ୍ଷା ଉଷା ପଟ୍ଟନାୟକ ମଂଚ ପରିଚାଳନା କରିଥିଲେ। ଶିଶୁ ସୁରକ୍ଷା ଅନୁଷ୍ଠାନର ଆନୁଷ୍ଠାନିକ ଅଧିକାରୀ ସତ୍ୟ ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
Related posts
-
ପ୍ରଧାନମନ୍ତ୍ରୀ ଅନୁସୂଚୀତ ଜାତି ଅଭ୍ୟୁଦୟ ଯୋଜନାର ଉନ୍ନୟନ କାର୍ଯ୍ୟ କମିଟି ଦ୍ୱାରା ଅନୁମୋଦନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାକକ୍ଷରେ ପ୍ରଧାନମନ୍ତ୍ରୀ ଅନୁସୂଚୀତ ଜାତି ଅଭ୍ୟୁଦୟ ଯୋଜନାରେ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ... -
ନୟାଗଡ଼ରେ ନୂଆ ଓଡ଼ିଶା ପ୍ରଶିକ୍ଷାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ମିନି କନଫରେନସ୍ ହଲରେ ନୂଆ ଓଡ଼ିଶା ତାଲିମ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ... -
ଭଏସ୍ ଅଫ୍ ନୟାଗଡ଼ ସେମିଫାଇନାଲ ଅନୁଷ୍ଠିତ, ଫାଇନାଲରେ ୧୦ଯୁବ କଣ୍ଠଶିଳ୍ପୀ
December 8, 2024 Jajati Comments Off on ଭଏସ୍ ଅଫ୍ ନୟାଗଡ଼ ସେମିଫାଇନାଲ ଅନୁଷ୍ଠିତ, ଫାଇନାଲରେ ୧୦ଯୁବ କଣ୍ଠଶିଳ୍ପୀନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ ର ସେମିଫାଇନାଲ ଅନୁଷ୍ଠିତ...