ସୋହମ ଓ ନେହେରୁ ଯୁବା କେନ୍ଦ୍ର ତରଫରୁ ସମ୍ବିଧାନ ଦିବସ ପାଳନ

ରାଜସୁନାଖଳା, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ସୋହମ” ପକ୍ଷରୁ ଭାରତ ସରକାରଙ୍କ ଯୁବ ଓ କ୍ରିଡା ବ୍ୟାପାର ବିଭାଗର ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ “ସମ୍ବିଧାନ ଦିବସ ” ରାଜସୁନଖଳା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ପାଳନ କରାଯାଇଅଛି। ଏହାକୁ ପ୍ରତିଷ୍ଠାନର ପ୍ରଶିକ୍ଷକ ମନୋରଞ୍ଜନ ଦାଶ, ଦୀପକ କୁମାର ପ୍ରଧାନ, ସୋହମ ସଙ୍ଗଠନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ, ବରିଷ୍ଠ ସଦସ୍ୟ ବିଦ୍ଯାଧର ଆଚାର୍ଯ୍ୟ ଭଗବାନଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରି ମହାବିଦ୍ୟାଳୟର ଶତାଧିକ ଛାତ୍ର/ଛାତ୍ରୀଙ୍କ ଗହଣରେ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଏଥିରେ ସମସ୍ତ ବରେଣ୍ୟ ଅତିଥି ବୃନ୍ଦ ସମ୍ବିଧାନ ଗଠନର ପୃଷ୍ଠଭୂମି, ଉପଦେୟତା, ନାଗରିକମାନଙ୍କର ମୌଳିକ ଅଧିକାର ଓ ଦାୟିତ୍ଵ ଉପରେ ବିଶେଷ ଭାବେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ “ଆମେ…

Read More

କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ଓ କୃଷକଙ୍କ ବିକ୍ଷୋଭ

ନୟାଗଡ଼,(ନୟାଗଡ଼ ଡଦର୍ପଣ): କେନ୍ଦ୍ର ମୋଦୀ ସରକାରର ଶ୍ରମିକ ଓ କୃଷକ ବିରୋଧୀ ନୀତି ବିରୋଧରେ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ କୃଷକ ସଂଗଠନ ଗୁଡିକ ତରଫରୁ ଶ୍ରମିକ, କୃଷକ ଓ ଜନଗଣଙ୍କର ୨୧ ଦଫା ଦାବୀ କୁ ନେଇ ଦେଶ ବ୍ୟାପୀ ଆଜି ଚେତାବନୀ ସମାବେଶ ଡାକରା ଦିଆ ଯାଇଥିଲା ବେଳେ ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କୃଷକ -ଶ୍ରମିକ ଙ୍କ ଚେତାବନୀ ବିକ୍ଷୋଭ ସଂଗଠିତ ହୋଇ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ କରାଯାଇଛି.। ଆଜି ଦିନ ୧୨ ଘଟିକା ସମୟରେ ନୟାଗଡ଼ PWD ବଙ୍ଗଳା ଠାରୁ ସତାଧିକ ଶ୍ରମିକ କୃଷକ ଙ୍କ ମିଳିତ ଶୋଭା ଯାତ୍ରା ବାହାରି ନୟାଗଡ ବଜାର ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଥୀ ବିଶ୍ୱନାଥ ମହାପାତ୍ର ଙ୍କ ସଭାପତିତ୍ୱରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା.।…

Read More

ନୟାଗଡ଼ ମହାବିଦ୍ୟାଳୟରେ ଭାରତୀୟ ସମ୍ବିଧାନ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଅଛି। ମହାବିଦ୍ୟାଳୟର ଅଧକ୍ଷ ଡ. ବିପିନ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା ପୂର୍ବକ ଅତିଥି ପରିଚୟ ପ୍ରଦାନକରିଥିଲେ। ଅଧ୍ୟାପକ ଗୌରହରି ସାହୁଙ୍କ ଦ୍ଵାରା ସମ୍ବିଧାନ ପ୍ରସ୍ତାବନା ପାଠ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡେପୁଟି କମାଣ୍ଡାଣ୍ଟ ଶ୍ରୀ ଭବେଶ କୁମାର ନାୟକ, ଅଧ୍ୟକ୍ଷ, ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟ, ନୟାଗଡ଼  ଉକ୍ତ ଦିବସର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ନୌସେନା ବାହିନୀର ଅଧିକାରୀ ଲେ. ଗୋଲୋକ ବିହାରୀ ନାୟକ, ସ୍ଥଳ ବାହିନୀ ଅଧିକାରୀ ଲେ. ଡ. ବିନ୍ଦୁଲତା ଷଣ୍ଢ (ବାଳିକା) ଏବଂ ଲେ. ଡ. କମଳ କୁମାର ବର୍ମା (ବାଳକ) ସହଯୋଗ କରିଥିଲେ। ମଞ୍ଚ ମଣ୍ଡନ କରିଥିଲେ, ପ୍ରାଧ୍ୟାପକ ମହାବିଦ୍ୟାଳୟର ରାଜନୀତି ବିଭାଗର ଅଧ୍ୟାପକ ଅଧ୍ୟାପିକାମାନେ ଦୁଇ…

Read More

ନଭେମ୍ବର ୩୦ରୁ କେ.ସି. କ୍ଳବରେ ଓପନ ଚେସ ଟୁର୍ଣ୍ଣାମେଣ୍ଟ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାସ ୩୦ ତାରିଖରୁ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଓଡ଼ିଶା ଚେସ ଆସୋସିଏସନର ଅନୁମୋଦନ କ୍ରମେ ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଳବ, ନୟାଗଡ଼ ମିଳିତ ଆନୁକୂଲ୍ୟରେ ନଭେମ୍ବର ୩୦ ଏବଂ ଡିସେମ୍ବର ୧, ଦୁଇଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ କେସି କ୍ଳବ ପରିସରରେ ଅନୁଷ୍ଠିତ ହେବ। ଜିଲ୍ଲା ଚେସ ଆସୋସିଏସନ ସଭାପତି ଶ୍ରୀଧର ସାହୁଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉଭୟ ଜୁନିଅର ଏବଂ ସିନିଅର ବିଭାଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଜୁନିଅର ବିଭାଗ ଏବଂ ଦଶମ ଶ୍ରେଣୀରୁ ଉର୍ଦ୍ଧ୍ୱ ପିଲାମାନେ ସିନିଅର ବିଭାଗରେ ଅଂଶ ଗ୍ରହଣ କରି ପାରିବେ। ଉଭୟ ବିଭାଗରୁ ବିଜୟୀ ପ୍ରଥମ ୫ ଜଣଙ୍କୁ ପୁରସ୍କୃତ କରାଯିବା…

Read More