ରାଜସୁନାଖଳା, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ସୋହମ” ପକ୍ଷରୁ ଭାରତ ସରକାରଙ୍କ ଯୁବ ଓ କ୍ରିଡା ବ୍ୟାପାର ବିଭାଗର ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ “ସମ୍ବିଧାନ ଦିବସ ” ରାଜସୁନଖଳା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ପାଳନ କରାଯାଇଅଛି। ଏହାକୁ ପ୍ରତିଷ୍ଠାନର ପ୍ରଶିକ୍ଷକ ମନୋରଞ୍ଜନ ଦାଶ, ଦୀପକ କୁମାର ପ୍ରଧାନ, ସୋହମ ସଙ୍ଗଠନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ, ବରିଷ୍ଠ ସଦସ୍ୟ ବିଦ୍ଯାଧର ଆଚାର୍ଯ୍ୟ ଭଗବାନଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରି ମହାବିଦ୍ୟାଳୟର ଶତାଧିକ ଛାତ୍ର/ଛାତ୍ରୀଙ୍କ ଗହଣରେ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଏଥିରେ ସମସ୍ତ ବରେଣ୍ୟ ଅତିଥି ବୃନ୍ଦ ସମ୍ବିଧାନ ଗଠନର ପୃଷ୍ଠଭୂମି, ଉପଦେୟତା, ନାଗରିକମାନଙ୍କର ମୌଳିକ ଅଧିକାର ଓ ଦାୟିତ୍ଵ ଉପରେ ବିଶେଷ ଭାବେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ “ଆମେ ଓ ଆମ ସମ୍ବିଧାନ” ଶୀର୍ଷକ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ସଂଗଠନ ତରଫରୁ ମାନପତ୍ର ଓ ପୁରସ୍କାର ବିତରଣ କରଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ବରିଷ୍ଠ ପ୍ରଶିକ୍ଷକ ମନୋରଞ୍ଜନ ଦାଶ ପରିଚାଳନା କରିଥିବା ବେଳେ ପ୍ରଶିକ୍ଷକ ଦୀପକ କୁମାର ପ୍ରଧାନ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପ୍ରତିଷ୍ଠାନର ଶିକ୍ଷକ ପ୍ରତାପ କୁମାର ମହାପାତ୍ର, ଶିକ୍ଷୟତ୍ରୀ ଅନିନ୍ଦିତା ପ୍ରିୟଦର୍ଶିନୀଙ୍କ ସହ ପ୍ରତିଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।
Related posts
-
ରଣପୁରରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୫ଜଣ
December 8, 2024 Jajati Comments Off on ରଣପୁରରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୫ଜଣରଣପୁର, (ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ କଳିଙ୍ଗ... -
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜସୁନାଖଳା ଠାରେ ୨୦୨୩-୨୫ ବର୍ଷର ଗୁରୁ ଛାତ୍ରଛାତ୍ରୀମାନଙ୍କ ସାମଗ୍ରୀକ ବିକାଶ... -
ବିଦ୍ୟାଳୟ, ଅଙ୍ଗନବାଡି, ପଚାୟତ କାର୍ଯ୍ୟାଳୟ ସହ ଛତୁଆ କେନ୍ଦ୍ର ବୁଲି ଦେଖିଲେ ରାଜ୍ୟ ଫୁୁଡ କମିଶନ ବିଭାଗର ଅଧିକାରୀ
December 7, 2024 Jajati Comments Off on ବିଦ୍ୟାଳୟ, ଅଙ୍ଗନବାଡି, ପଚାୟତ କାର୍ଯ୍ୟାଳୟ ସହ ଛତୁଆ କେନ୍ଦ୍ର ବୁଲି ଦେଖିଲେ ରାଜ୍ୟ ଫୁୁଡ କମିଶନ ବିଭାଗର ଅଧିକାରୀରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ପଚାୟତ କାର୍ଯ୍ୟାଳୟ ତଥା ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ...