ବିକାଶ ମେଳା, ସୁଭଦ୍ରା ଯୋଜନା ଶୁଭାରମ୍ଭ, ସ୍ୱଚ୍ଛତା ପକ୍ଷ ପାଳନ ସମ୍ବନ୍ଧେ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିକାଶ ମେଳା,ସୁଭଦ୍ରା ଯୋଜନା ଶୁଭାରମ୍ଭ, ସ୍ୱଚ୍ଛତା ପକ୍ଷ ପାଳନ ନିମନ୍ତେ ଓସୱାନ୍ ସଭାକକ୍ଷରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ,ଭା.ପ୍ର.ସେ.ଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ  ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଓସୱାନ୍ ବୈଠକ ସହିତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଆଭାସି ମାଧ୍ୟମରେ ଯୋଗ ଦେଇଥିଲେ । ପ୍ରଥମେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରି କହିଥିଲେ ଯେ,ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ଆମ ଜିଲ୍ଲାରେ ତିନୋଟି ଉନ୍ନୟନମୂଳକ କାର୍ଯ୍ୟକ୍ରମ ଏକାସାଙ୍ଗରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଆସନ୍ତା କାଲି ତା.୧୭.୦୯.୨୦୨୪ରିଖ ରାଜ୍ୟ, ଜିଲ୍ଲା ଏବଂ ବ୍ଲକସ୍ତରରେ ସୁଭଦ୍ରା ଯୋଜନା ଶୁଭ ଉଦ୍‌ଘାଟନ ହେବାକୁ ଯାଉଛି । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପାଇଁ ନୟାଗଡ଼ ଜିଲ୍ଲାରୁ ୫୦୦ ସୁଭଦ୍ରା ଯୋଜନାର ଲାଭାର୍ôଥ ଭୁବନେଶ୍ୱର ଯାଉଛନ୍ତି । ସେମାନଙ୍କର ଯିବା ଆସିବା, ଖାଇବା ପିଇବା ଇତ୍ୟାଦି ଜିଲ୍ଲା…

Read More

ନୟାଗଡ଼ ଜିଲ୍ଲାର ଧନ୍ଦାମୂଳକ ଶିକ୍ଷାର୍ଥୀ ଙ୍କ ବିଶ୍ଵକର୍ମା ପୂଜା ପାଳନ।

ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ବିଶ୍ଵକର୍ମା ପୂଜା ଧୂମଧାମରେ ରାଜ୍ୟ ସାରା ପାଳିତ ହୋଇଛି। ଦେବଶିଳ୍ପି ବିଶ୍ଵକର୍ମା ସମସ୍ତ ଶିଳ୍ପ ଏବଂ ଶିଳ୍ପୀ ଙ୍କ କୂଳ ଦେବତା । ଦେବ ଶିଳ୍ପୀଙ୍କ ପୂଜାକୁ ନେଇ ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ। ଏଥର ବେଶ୍ ଧୂମଧାମରେ ବିଶ୍ଵକର୍ମା ପୂଜା ପାଳନ କରାଯାଉଛି ବିଶେଷ କରି ଶିଳ୍ପ କାରଖାନା ମାନଙ୍କରେ ବିଶ୍ଵକର୍ମାଙ୍କ ପୂଜା ପାଳନ କରାଯାଇଥିଲେ ମଧ୍ୟ ଓଡ଼ିଶାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପୂଜା ପାଳନ କରିଛନ୍ତି। ଦେବ ଶିଳ୍ପୀ ବିଶ୍ଵକର୍ମା ସକଳ ଶିଳ୍ପ କଳାର ଜନକ ସେଥିପାଇଁ ଧନ୍ଦାମୂଳକ ଶିକ୍ଷା ଉପଲବ୍ଧ ଥିବା ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ପୂଜା ଅନୁଷ୍ଠିତ ହୋଇଛି।ନୟାଗଡ଼ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ତଥା ନାରାୟଣ ଉଚ୍ଚ ବିଦ୍ୟାଳୟ (ଶରଣକୁଳ), ବଜେନ୍ଦ୍ର ହାଇ ସ୍କୁଲ (ନୟାଗଡ଼),ମଧ୍ୟ ଖଣ୍ଡ ନୋଡାଲ ହାଇ ସ୍କୁଲ (ଦଶପଲ୍ଲା) ରାଧାକାନ୍ତ…

Read More

ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶା  ତରଫରୁ ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡିଶାର ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଜିଲ୍ଲା ପ୍ରମୁଖ  ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ଯାଳୟର କୁନି କୁନି ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ଏହି ବିଜ୍ଞାନ ମେଳାରେ ମୋଟ ୫୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୦୨ ଟାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡିଶାର ବରିଷ୍ଠ କାର୍ଯ୍ଯକର୍ତ୍ତା କୁରୁକ୍ଷେତ୍ର ଧାଙ୍ଗଡ ମାଝୀ ପର୍ଯ୍ଯବେକ୍ଷକ ଭାବେ ଯୋଗଦେଇ କୁନିକୁନି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଜ୍ଞାନ ଯୁଗରେ ପ୍ରତ୍ଯେକ ଛାତ୍ରଛାତ୍ରୀ ବିଜ୍ଞାନ ଅନୁସନ୍ଧିତ୍ସୁ ହେବା ପାଇଁ ପରାମର୍ଶ…

Read More

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ବୈଠକ, ସଂଘୀୟ ବିଚାରାଧାରାକୁ ମଜବୁତ କରିବା ପାଇଁ ନିଷ୍ପତ୍ତି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସାମ୍ବାଦିକତା କ୍ଷେତ୍ରରେ ସ୍ୱାଭିମାନକୁ ବଜାୟ ରଖିବା, ସଂଘୀୟ ବିଚାରାଧାରାକୁ ମଜବୁତ କରିବା, ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନେବା ସମ୍ପର୍କିତ ଅନେକ ଆଲୋଚନା ହୋଇଥିଲା। ସମାଜକୁ ନୂତନ ଦିଗଦର୍ଶନ ଦେବା ସହିତ ସମାଜର ଉନ୍ନତି ପାଇଁ ସାମ୍ବାଦିକମାନେ ସଦା ସର୍ବଦା ଚେଷ୍ଟିତ ହେବା ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ମାତ୍ର ସାମ୍ୱାଦିକତାକୁ ଢାଲ କରି କିଛି ଅସାମାଜିକ ଲୋକ ଏହା ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ସଂଘ ଉଦ୍ୟମ କରିବା ପାଇଁ ଉପସ୍ଥିତ ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ। ଏଥି…

Read More