ଗଣିଆରେ ବ୍ଲକସ୍ତରୀୟ ହିନ୍ଦୀ ଦିବସ ପାଳିତ

ଗଣିଆ, (ନୟାଗଡ଼ ଦର୍ପଣ): ଗଣିଆ ବ୍ଲକ ବେଲପଡା ପାଟଣା ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ହିନ୍ଦୀ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ବିଇଓ ରବୀନ୍ଦ୍ରନାଥ ରାଉତରାୟ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତାରୂପେ କିଶୋର ପ୍ରସାଦ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଗଦୀଶଚନ୍ଦ୍ର ମିଶ୍ର, ସଂମ୍ମାନିତ ଅତିଥି ଭାବେ କାହ୍ନୁ ଚରଣ ରାଉତ, ବିଜୟ କୁମାର ସେନ,, ସୁରେଶ କୁମାର ସାହୁ ଉପସ୍ଥିତ ରହି ହିନ୍ଦୀ ଦିବସ ଉପରେ ଆଲୋକପାତ କରିବା ସହ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନବ ଶିକ୍ଷକ କିଶୋର ମହାରଣା ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିବା ବେଳେ, ସମସ୍ତ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଯଥା ସଞ୍ଜୟ କୁମାର ପରିଡା, ଲକ୍ଷ୍ମୀ ପ୍ରିୟା ମହାଳିକ, ରିଙ୍କି ମଲ୍ଲିକ, ସୁରେଶ…

Read More

ବିଜେପି ନେତା ରାଘବଙ୍କ ନାଁ’ରେ ନୂଆଗାଁ ଥାନାରେ ଅଭିଯୋଗ କଲେ ସମିତି ସଭ୍ୟା

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ଝୋଲା ପଞ୍ଚାୟତର ସମିତି ସଭ୍ୟା ମିତା ଅଧିକାରିଙ୍କୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ବିଜେପିର ବିଧାୟକ ପାର୍ଥି ହୋଇଥିବା ରାଘବ ମଲ୍ଲିକ ଓ ତାଙ୍କ ସହଯୋଗୀମାନେ ଅସଦାଚରଣ କରିବା ସହ ଜୀବନରୁ ମାରିଦେବା ଧମକକୁ  ନେଇ ନୂଆଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନା ଥାଉକି ଗତ ତା ୧୨/୯/୨୦୨୪ ରିଖ ଗୁରୁବାର ଦିନ ୧.୩୦ ମିନିଟ୍ ସମୟରେ ବିଜେପି ନେତା ରାଘବ ମଲ୍ଲିକ କିଛି ଗୁଣ୍ଡା ଶ୍ରେଣୀର ଅସାମାଜିକ ଲୋକଙ୍କୁ ଆଣି ନୂଆଗାଁ ପରିସରରେ ଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ଧସେଇ ପସି ଥିଲେ। ଅଧ୍ୟକ୍ଷାଙ୍କୁ ନାନା ପ୍ରକାର କଟୁ କଥା କହିବା ସହ ଅସମ୍ମାନ କରୁଥିବା ସମୟରେ ପାଖରେ ବସିଥିବା ବାହାଡ଼ାଝୋଲା ସମିତି ସଭ୍ୟା ମିତା ଅଧିକାରୀ ଏହାର ପ୍ରତିବାଦ…

Read More

ତୃତୀୟ  ରାଷ୍ଟ୍ରୀୟ ଲୋକ ଅଦାଲତ, ନୟାଗଡ ଜିଲ୍ଲାରେ ୧୨୧୫ଟି ମାମଲା ଫଇସଲା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ଭାରତରସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ  ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ  ବାବଦକୁ ୨୯,୧୫,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୭୯ ଦେୱାନି ମାମଲା ଫଇସଲା କରାଯାଇଥିଲା।  ଏନ. ଆଇ. ଆକ୍ଟ କେସ ୨୪ଟି ଫଇସଲା କରାଯାଇ ୧୯,୫୦,୦୦୦  ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହଜନିତ ୨୫  ଟି ମାମଲା ଫଇସଲା କରାଯାଇଥିଲା । ବ୍ଯାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୦୧ଜଣ ଋଣ ଗ୍ରହିତାଙ୍କଠାରୁ ୪୬,୪୮,୩୫୮ଟଙ୍କା ଦେବା ପାଇଁ ରାଜିନାମା…

Read More

୧୭ରେ ସୁଭଦ୍ରା ଯୋଜନାର ପ୍ରଥମ ଟଙ୍କା

ନୟାଗଡ଼, (ନୟାଗଡ଼ ଦର୍ପଣ: ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଚୂଡ଼ାନ୍ତ। – ‘ସୁଭଦ୍ରା’ର ଶୁଭାରମ୍ଭ ସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ। – ଗୋଟିଏ ସ୍କିମ୍‌ରେ ସବୁଠୁ ବେଶୀ ମହିଳା ଉପକୃତ ଯୋଜନା ‘ସୁଭଦ୍ରା’। – ଓଡ଼ିଶାର ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ‘ସୁଭଦ୍ରା’ର ସୁଫଳ ପାଇବେ। – ଭୁବନେଶ୍ୱରରେ ୨୮୦୦ କୋଟିର ରେଲ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ। – ୧ ହଜାର କୋଟିର ନ୍ୟାସନାଲ ହାଇୱେ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମ। – ଦେଶର ୧୩ ଲକ୍ଷ PMAY-G ହିତାଧିକାରୀଙ୍କ ପ୍ରଥମ କିସ୍ତି ରିଲିଜ କରିବେ। – ୧୪ଟି ରାଜ୍ୟର PMAY-G ହିତାଧିକାରୀ ଏହାର ଉପକାର ପାଇବେ।

Read More