ଅଚ୍ୟୁତ ସାମନ୍ତ ଓ ରମେଶ ବେହେରାଙ୍କ ମାରାଥନ ପ୍ରଚାର

ନୂଆଗାଁ, (ନୟାଗଡ଼ ଦର୍ପଣ): ଦଶପଲ୍ଲା ନିର୍ବାଚନୀ ମଣ୍ଡଳି ବିଜେଡ଼ି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ଓ କନ୍ଧମାଳ ବିଜେଡ଼ି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଏକ ବିଶାଳ ବାଇକ୍ ରାଲିରେ ଶକ୍ତି ପ୍ରଦର୍ଶନ ସହ ମାରାଥନ ପ୍ରଚାର କରିଛନ୍ତି । ନୂଆଗାଁ ବ୍ଳକର ମାଳିସାହି, ଖଣ୍ଡୁଗାଁ, ମହିପୁର୍ ବାହାଡଝୋଲା, କପ୍ତାପଲ୍ଲଇ, ଗୁମି, ଜକଡା, ନୂଆଗାଁ, କୋରଡ଼ା, ସୋରଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଘର ଘର ବୁଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି ଯୋଜନା, ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ଲୋକମାନଙ୍କୁ କହିବା ସହ ଆଗାମୀ ୨୦ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଯୋଡ଼ି ଶଙ୍ଖରେ ଭୋଟ ଦେବାପାଇଁ ନିବେଦନ କରିଥିଲେ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅଧିକରୁ ଅଧିକ ବିକଶିତ କରିବା ପାଇଁ ପ୍ରଚେଷ୍ଟା ଜାରି ଥିଲା ଆଗକୁ ମଧ୍ୟ ଜାରି ରହିବ…

Read More

ପୁଣି ବିଜେଡିର ମିଶ୍ରଣ ପର୍ବ, ବାଉଁଶଗାଡିଆ ଓ ଭାଡିକିଳାର ବିରୋଧୀ ନେତା ବିଜେଡିରେ ସାମିଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୨୧୦୦ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଏବଂ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ବିଜେଡିରେ ଯୋଗଦେଉଛନ୍ତି । ବିଧାୟକ ଡ. ଅରୁଣ କୁମାର ସାହୁ ଓ ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି। ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଉଁଶଗାଡିଆ ଗ୍ରାମର ଦିଲ୍ଲୀପ ତ୍ରିପାଠୀ, ପ୍ରକାଶ ଚନ୍ଦ୍ର କର, ନିରଞ୍ଜନ ତ୍ରିପାଠୀ, ପ୍ରଦୀପ କର, ବିଶ୍ୱବନ୍ଦିତ କର ଓ ଭାଡିକିଳା ଗ୍ରାମର ରବିନ୍ଦ୍ର ପ୍ରଧାନ ବିରୋଧୀ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଆଜିର ଏହି…

Read More

ଗୋଟିଏ ଦିନରେ ୨୨ଟି ଗାଁରେ ଅରୁଣଙ୍କ ଗ୍ରୀନ୍ କ୍ୟାମ୍ପେନ୍‌

ଯୋଡ଼ିଶଙ୍ଖରେ ମତଦାନ ପାଇଁ ଭୋଟରଙ୍କୁ ଦେଲେ ଆହ୍ୱାନ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ଜୋରଦାର ଚାଲିଛି ପ୍ରଚାର। ବିଜେଡି ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଗ୍ରୀନ କ୍ୟାମ୍ପେନକୁ ଦେଉଛନ୍ତି ଗୁରୁତ୍ୱ । ଆଜି ଗୋଟିଏ ଦିନରେ ଡ. ସାହୁ ୨୨ଟି ଗାଁକୁ ଯାଇ କରିଛନ୍ତି ପ୍ରଚାର । ପ୍ରତ୍ୟେକ ଭୋଟରଙ୍କ ପାଖରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଡ଼ି ଶଙ୍ଖରେ ମତଦାନ ଆହ୍ୱାନକୁ ପହଞ୍ଚାଇବାକୁ ଲକ୍ଷ ରଖିଛନ୍ତି । ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ଓ ଉନ୍ନତିକୁ ମୁଦା କରି ବିପୁଳ ଭୋଟରେ ବିଜୟ ଲାଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ଡ଼ ଅରୁଣ । ଆଜି ବିଜେଡି ବିଧାୟକ ପ୍ରାର୍ଥୀ ଡ. ସାହୁ ନୟାଗଡ଼ ବ୍ଲକର ୨୨ ଟି ଗାଁରେ ପ୍ରଚାର…

Read More

ପୁଣି ୧୦ରୁ ଉର୍ଦ୍ଧ୍ୱ ବିରୋଧୀ ନେତା ବିଜେଡିରେ ସାମିଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୨୧୦୦ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି। ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ଯୋରଦାର କରିଥିବା ବେଳେ ଏହି ସମୟରେ ପ୍ରତ୍ୟେକ ଦିନ ଅନେକ ବିରୋଧୀ ଦଳର ନେତା ବିଜେଡିରେ ଯୋଗ ଦେଉଛନ୍ତି । ବିଜେଡି ଅଧୀକ ଶକ୍ତିଶାଳୀ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଓ ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । କାଳିକାପ୍ରସାଦ…

Read More