ନୟାଗଡ଼,(ନୟାଗଡ଼ ଦର୍ପଣ): ୨୩ତାରିଖରେ ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ସେମିଫାଇନାଲ ପର୍ଯ୍ୟାୟ ନୟାଗଡ଼ ସାଗର ପୋଖରୀ କୂଳ ବୁଦ୍ଧ ମଣ୍ଡପରେ ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ମୋଟ ୩୩ ପ୍ରତିଯୋଗୀ ସେମିଫାଇନାଲ ପର୍ଯ୍ୟାୟକୁ ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟର ଅନ୍ତିମ ପ୍ରତିଯୋଗିତା ରଣପୁର ବ୍ଲକରେ ଅନୁଷ୍ଠିତ ହୋଇଥିଲା। ରଣପୁର ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ପ୍ରତିଯୋଗିତାରେ ମୋଟ ୭ ଜଣ ପ୍ରତିଯୋଗୀ ସେମିଫାଇନାଲ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ସଙ୍ଗୀତଜ୍ଞ ଲକ୍ଷ୍ମୀ ପ୍ରତିମା ଶତପଥୀ, ସତ୍ୟନାରାୟଣ ମହାପାତ୍ର,ଜୟଶ୍ରୀ ଦେବୀ ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ କଣ୍ଠଶିଳ୍ପୀ ମାନଙ୍କୁ ଚୟନ କରିଥିଲେ। ଏହି ପ୍ରତିଯୋଗିତାରେ ସଙ୍ଗୀତଧାରା ସଭାପତି ନାଟ୍ୟଭୂଷଣ ଡ ବିଜୟ ଚୌଧୁରୀ, ଉପସଭାପତି ନିର୍ମଳ ଶୁରଦେଓ, ସମ୍ପାଦକ ପ୍ରଶାନ୍ତ…
Read MoreYear: 2024
ବିଜେପି ଛାଡି ବିଜେଡିରେ ଯୋଗଦେଲେ ଇଟାମାଟି ପଞ୍ଚାୟତର ୩୦ପରିବାର
ନୟାଗଡ଼,(ନୟାଗଡ଼ ଦର୍ପଣ): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୟାଗଡ଼ ବ୍ଲକ ଇଟାମାଟି ଗ୍ରାମ ପଞ୍ଚାୟତର ବିରୋଧୀ ଦଳର ଆଗଧାଡ଼ିର ନେତାମାନେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଶକ୍ତିଶାଳୀ ହେଉଛି ବିଜେଡି। ଆଜି ଏହି ନିର୍ବାଚନ ମଣ୍ଡଳୀର ବହୁ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ କାର୍ଯ୍ୟରେ ସାମିଲ ହେବା ଏବଂ ନୟାଗଡ଼ ବିଧାୟକ ଡ଼ଃ. ଅରୁଣକୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ବିରୋଧୀଦଳର କର୍ମୀମାନେ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି। ବିଜୁ ଜନତା ଦଳରେ ଏହି ୩୦ପରିବାର ଯୋଗ ଦେବା ପରେ ଇଟାମାଟି ପଞ୍ଚାୟତରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରାଯିବ ବୋଲି ବିଜେଡିରେ ସାମିଲ ହୋଇଥିବା ମହିଳାମାନେ ବକ୍ତବ୍ୟରେ…
Read Moreଓଡଗାଁ ଗାଇଡ଼ାନ୍ସ ପବ୍ଲିକ ସ୍କୁଲରେ ବିଜ୍ଞାନ, ଚିତ୍ର କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀ
ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ କଲେଜ ରୋଡରେ ଥିବା ଗାଇଡ଼ାନ୍ସ ପବ୍ଲିକ ସ୍କୁଲ ରେ ୨୦୨୩-୨୪ ପାଇଁ ଏକ ବିଜ୍ଞାନ,ଚିତ୍ର କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀକୁ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପଞ୍ଚାନନ ପଣ୍ଡା ଉଦଘାଟନ କରିଥିଲେ । ବିଜ୍ଞାନ ପ୍ରଦର୍ଶନୀ ପାଇଁ ବିଚାରକ ଭାବେ ଓଡ଼ଗାଁ କ୍ଲଷ୍ଟର ର ସି ଆର ସି ସି ନରେଶ ପାଣିଗ୍ରାହୀ , ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ପବିତ୍ର ମୋହନ ସାହୁ ଏବଂ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବୁଦ୍ଧିଆ ପାତ୍ର ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିଥିବା ବେଳେ ଚିତ୍ର କଳା ଓ ହସ୍ତଶିଳ୍ପ ବିଭାଗରେ ଅତିଥି ତଥା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପଞ୍ଚାନନ ପଣ୍ଡା ,ପ୍ରକୃତିବନ୍ଧୁ ତଥା ଶିକ୍ଷକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାଶ , କଳା ଶିକ୍ଷକ ଶ୍ରୀଯୁକ୍ତ ଏକଲବ୍ୟ ଦାସ ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିଥିଲେ। ଅନୁଷ୍ଠାନର ଚେୟାରମ୍ୟାନ…
Read Moreଓଡଗାଁରେ ଗାଇଡ଼ାନ୍ସ ପବ୍ଲିକ ସ୍କୁଲର ଅଷ୍ଟମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା
ଓଡଗାଁ,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ପରିସରରେ ଓ ୧୯/୦୧/୨୦୨୪ ରିଖରେ ସ୍ଥାନୀୟ ମିନି ଷ୍ଟାଡିୟମ୍ ଦୁଇ ଦିନ ଧରି ମହା ଆଡମ୍ବରରେ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାରମ୍ପରିକ ରୀତି ରେ ପ୍ରିନ୍ସିପଲ୍ ଶ୍ରୀଯୁକ୍ତ ରଞ୍ଜନ କୁମାରଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରାଯାଇଥିଲା । ପରବର୍ତ୍ତୀ ସମୟରେ ପ୍ରଥମ ଦିନରେ ସମସ୍ତ ଇଣ୍ଡୋର୍ ଖେଳଗୁଡ଼ିକ ଖେଳା ଯାଇଥିଲା ବେଳେ ଦ୍ଵିତୀୟ ଦିବସରେ ଆଉଡୋର ଖେଳ ଗୁଡ଼ିକୁ ଖେଳା ଯାଇଥିଲା । ସ୍କୁଲ ର ସମସ୍ତ ଛାତ୍ର ଓ ଛାତ୍ରୀ ଏହି କ୍ରୀଡାରେ ଭାଗ ନେଇଥିଲେ । ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଓ ଛାତ୍ରୀଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବା ସୂଚନା ଦିଆଯାଇଛି । କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ଜଗନ୍ନାଥ ପରିଡ଼ାଙ୍କ ସହଯୋଗରେ ଓ ବିଶ୍ବରଂଜନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଉକ୍ତ କ୍ରୀଡ଼ା…
Read Moreସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ରାଉତଙ୍କ ପରଲୋକ
ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଆରଡା ପଞ୍ଚାୟତ ମହୁଲିଆ ଗ୍ରାମର ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ରାଉତଙ୍କ ୧୧୨ ବର୍ଷ ବୟସରେ ନିଜ ଗ୍ରାମରେ ପରଲୋକ ହୋଇଯାଇଛି। ଏହି ସଚ୍ଚା ଦେଶପ୍ରେମୀଙ୍କ ବିୟୋଗରେ ‘ନୟାଗଡ଼ ଦର୍ପଣ’ର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
Read Moreସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ମେଳା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦୁରିଆ ଆନୁକୂଲ୍ୟରେ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କଳା କୌଶଳ ଉପରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ମେଳା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଆଜିର କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଶୁ ସାହିତ୍ୟ ସାଧିକା ତଥା ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଲେଖିକା ବସିରନ୍ ବିବି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଓଡ଼ଗାଁ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଉମର ମଲ୍ଲିକ ଯୋଗଦେଇଥିଲେ l ସାହିତ୍ୟ ସୃଜନୀ କ୍ଲବ୍ ରେ କବିତା ଦାସ, କୌଶଳି କ୍ଲବ୍ ରେ ସ୍ବିଟି ଲେଙ୍କା, ଜିଜ୍ଞାସା କ୍ଲବ୍ ରେ ସୁମନ କୁମାର ସାହୁ ଓ କ୍ରୀଡ଼ାଙ୍ଗନା କ୍ଲବ୍ ରେ ଶିବୁ ଦଳେଇ ଓ ବ୍ୟକ୍ତିଗତ ପ୍ରଦର୍ଶନରେ ସାହିତ୍ୟ ସୃଜନୀର ବିଜେତା କବିତା…
Read Moreନୟାଗଡ଼ ନାଟକ ମହୋତ୍ସବର ଉଦଯାପନ ସଂଧ୍ୟାର ନାଟକ ଭିନ୍ନ ଏକ ରାଗିଣୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ପାଞ୍ଚଦିନ ଧରି ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟରେ ଚାଲିଥିବା ନୟାଗଡ଼ ନାଟକ ମହୋତ୍ସବର ପଞ୍ଚମ ସଂଧ୍ୟାରେ ମଞ୍ଚସ୍ଥ ହୋଇଥିଲା ସୁଧା ସାଂସ୍କୃତିକ ଅନୁଷ୍ଠାନ,ନୟାଗଡର ନାଟକ ଭିନ୍ନ ଏକ ରାଗିଣୀ । ଜଣେ ଯୁବକର ସ୍ୱପ୍ନ, ଆଇ. ଏ. ଏସ. ହେବାର ସଂକଳ୍ପ କେମିତି ସମାଜର ବିଭିନ୍ନ ଘଟଣା ପ୍ରବାହରେ ବାଧାପ୍ରାପ୍ତ ହୋଇଛି ଏମିତି ଏକ ରୋଚକ ଘଟଣାକୁ ନେଇ ଗତିଶୀଳ ନାଟକ ଭିନ୍ନ ଏକ ରାଗିଣୀ। ନାଟକ ରଚନା କରିବା ସହ ନିର୍ଦ୍ଦେଶନା ଦେଇଥିଲେ ନାଟ୍ୟକାର ଡ. ଆଶୁତୋଷ ମିଶ୍ର । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ ବି.ଡି.ଓ ପଦ୍ମ ଚରଣ ସାହୁ, ବିଶିଷ୍ଟ ଅତିଥି ଭାବେ ଓଡ଼ିଆ ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ନାଟ୍ୟକାର ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ର ଯୋଗଦେଇ ନୟାଗଡରେ ନାଟକର ସମୃଦ୍ଧି ପାଇଁ ଏମିତି…
Read Moreବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଓଡିଶାର ମହାନାୟକ ଗାନ୍ଧୀଙ୍କ ପ୍ରିୟ ଓଡିଆ ପୂଜ୍ୟ ବିପ୍ଳବୀ ଶ୍ରୀ ମିଶ୍ର ଙ୍କର ୧୩୪ ତମ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ଆଜି ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼, ପୂଜ୍ୟପୂଜା କମିଟି,ନୟାଗଡ଼ ଓ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ, ଦଶପଲ୍ଲା ମିଳିତ ଆନୁକୁଲ୍ୟରେ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ବିଦ୍ଯାଳୟ ପରିସରରେ…
Read Moreନୟାଗଡ଼ ନାଟକ ମହୋତ୍ସବର ଚତୁର୍ଥ ସଂଧ୍ୟାର ନାଟକ ‘ଗେଷ୍ଟ’
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନାଟକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମଂଚସ୍ଥ ହୋଇଥିଲା ନାଟକ ଗେଷ୍ଟ । ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟ ଠାରେ ସିରିୟସ ଜୋନ୍ ନୟାଗଡ଼ର କଳାକାରମାନଙ୍କୁ ନେଇ ଅଭିନୀତ ହୋଇଥିଲା ହାସ୍ୟ ରସାତ୍ମକ ଓ ସାମାଜିକ ସଚେତନତା ପୂର୍ଣ୍ଣ ନାଟକ “ଗେଷ୍ଟ “।ସରକାରୀ ଚାକିରୀ କରିଥିବା ଜଣେ ନିମ୍ନ ମଧ୍ୟବିତ୍ତ ବ୍ୟକ୍ତି ଘରକୁ ଆସିଥିବା ଅତିଥିଙ୍କ ଦ୍ଵାରା କିପରି ହଇରାଣ ହୋଇଛନ୍ତି ଏବଂ ଏ ସବୁ ପରେ ବି ଅତିଥି ଚାଲିଯିବା ପାଇଁ କୌଣସି ଆଗ୍ରହ ଦେଖାଉନାହାନ୍ତି ଏମିତି ଏକ ରୋଚକ ଘଟଣାକୁ ନେଇ ଗତିଶୀଳ ନାଟକ ଗେଷ୍ଟ। ନାଟକ ରଚନା କରିଛନ୍ତି ଆମ ସମୟର ଖ୍ୟାତନାମା ନାଟ୍ୟକାର ଦର୍ପ ନାୟଣ ସେଠୀ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ କୁମାର ସାମନ୍ତରାୟ ।ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ଜିଲ୍ଲା…
Read Moreନୟାଗଡ଼ ନାଟକ ମହୋତ୍ସବର ତୃତୀୟ ସଂଧ୍ୟାର ନାଟକ ବିଦ୍ରୋହ ନିଜ ବିରୁଦ୍ଧରେ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମଂଚସ୍ଥ ହୋଇଥିଲା ନାଟକ ବିଦ୍ରୋହ ନିଜ ବିରୁଦ୍ଧରେ। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରେକ୍ଷାଳୟ ଠାରେ ସିରିୟସ ଜୋନ୍ ନୟାଗଡ଼ର କଳାକାରମାନଙ୍କୁ ନେଇ ଅଭିନୀତ ହୋଇଥିଲା ଭିନ୍ନ ଶୈଳୀର ନାଟକ “ବିଦ୍ରୋହ ନିଜ ବିରୁଦ୍ଧରେ”। ନିଜକୁ ବେଶ୍ ଉଚ୍ଚଶିକ୍ଷିତ ଓ ବୁଦ୍ଧିମାନ ମନେକରୁଥିବା କିଛି ତଥାକଥିତ ମଣିଷ ମଧ୍ୟ ସମୟକ୍ରମେ ଅଂଧବିଶ୍ୱ।ସର କବଳରେ କବଳିତ ହୋଇଥାଏ।ବଂଚିବାର ଦୁର୍ବାର ଦୁର୍ବଳତା ଯୋଗୁଁ ନିଜ ଆଦର୍ଶ,ସଂସ୍କାର , ଅଭିମାନକୁ ମଧ୍ୟ ଦୂରେଇ ଦେଇଥାନ୍ତି ସେମାନେ, ଏମିତି ଏକ ମାନସିକ ଭାବବୋଧକୁ ନେଇ ନାଟକ ରଚନା କରିଛନ୍ତି ନାଟ୍ୟକାର ଗଦାଧର ନନ୍ଦ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ପବିତ୍ର କୁମାର ମହାନ୍ତି।ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ସଚିବ ପ୍ରବୋଧ କୁମାର ରଥ,ସମ୍ମାନିତ ଅତିଥି ବିଶିଷ୍ଟ…
Read More