ଭଏସ୍ ଅଫ୍ ନୟାଗଡ଼ ସିଜିନ-୫

ଚଳିତ ବର୍ଷ ନଭେମ୍ବର ୨୪ ତାରିଖ ରବିବାର ଠାରୁ ଆରମ୍ଭ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଏକ ଅନନ୍ଯ ଅନୁଷ୍ଠାନ ନୟାଗଡ଼ କ୍ଳବ୍ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ସଂଗୀତ ପ୍ରତିଯୋଗିତା “ଭଏସ୍ ଅଫ୍ ନୟାଗଡ଼” କେବଳ ନୟାଗଡ଼ ନୁହେଁ ରାଜ୍ଯର ଏକ ସଫଳ ସଂଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ। ସଂଗୀତ ସାଧନା କରୁଥିବା ଛାତ୍ରଛାତ୍ରୀ ଓ ଯୁବ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ତଥା ରାଜ୍ଯ ସ୍ତରରେ ସେମାନଙ୍କୁ ପରିଚିତ କରାଇବା ଆମର ପ୍ରଧାନ ଲକ୍ଷ୍ଯ। ପ୍ରକାଶ ଥାଉକି, ଗତ ଚାରିବର୍ଷ ମଧ୍ଯ ରେ ହୋଇଥିବା ପ୍ରତିଯୋଗିତାର ୦୫ ଜଣ ପ୍ରତିଭାବାନ କଳାକାର ଆଜି ରାଜ୍ଯ ସ୍ତରରେ ନିଜସ୍ବ ପରିଚୟ ସ୍ରୁଷ୍ଟି କରି ପାରିଛନ୍ତି। ଚଳିତ ବର୍ଷ ନଭେମ୍ବର ୨୪ ତାରିଖ ରବିବାର ଦିନ ନୟାଗଡ଼ ୟୁନିଟେକ୍ କଲେଜ ରେ ପ୍ରଥମ ପର୍ଯ୍ଯାୟ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ…

Read More

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ସମିତିର ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତିର ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅପରାହ୍ନ ୪ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି ଉପସ୍ଥିତ ସମସ୍ତ ସଦସ୍ୟ ସ୍ୱାଗତ କରିବା ସହିତ ବୈଠକରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିବା ପାଇଁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ମଂଚରେ ଉପସ୍ଥିତ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା, ମାନ୍ୟବର ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଦେବଦତ୍ତ ପଣ୍ଡା, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନାତନ କାଲୋ ଏବଂ ଅନ୍ୟାନ୍ୟ ଉପସ୍ଥିତ ପ୍ରତିନିଧି ମାନ୍ୟବର ସାଂସଦ ପୁରୀ, କଟକ ଓ…

Read More

ନୟାଗଡ଼ ଜିଲ୍ଳାରେ ସକାଳ ୭ରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଭାରୀଯାନରେ ପରିବହନ ନିଷିଦ୍ଧ

ନୟାଗଡ଼, (ନୟାଗଡ଼ ଦର୍ପଣ): ମୋଟର ଯାନ ଆକ୍ଟ ୧୯୮୮(୫୯)ର ସେକ୍‌ସନ ୧୧୫ ଏବଂ ଓଡ଼ିଶା ମୋଟରଯାନ ରୁଲ ୧୯୯୩ର ରୁଲ ୧୭୩ ଅନୁସାରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ  ସମଗ୍ର ନୟାଗଡ଼ ଜିଲ୍ଲାରେ ମାଲ ପରିବହନ କରୁଥିବା ଭାରୀଯାନ ଯଥା-ଟିପର, ଟ୍ରକ୍‌, ଇତ୍ୟାଦି ଦ୍ୱାରା ବାଲି, ମୋରମ,ଗୁଣ୍ଡ ପଥର(ଚିପସ୍‌), ଖଣ୍ଡ ପଥର, ଇଟା ଇତ୍ୟାଦିର ପରିବହନ  ସକାଳ ୭ଘଟିକା ଠାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଜିଲ୍ଲାପାଳ-ତଥା-ଜିଲ୍ଲା ମାଜଷ୍ଟ୍ରେଟ୍ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି। ଏହି ନିଷିଦ୍ଧାଦେଶକୁ ଦିବା ୧ଘଟିକା ଠାରୁ ୩ଘଟିକା ପର୍ଯ୍ୟନ୍ତ କୋହଳ କରାଯାଇଛି । ଏହି ଆଦେଶ ଚଳିତ ମାସ ତା.୨୧.୧୧.୨୦୨୪ରିଖ ଠାରୁ ତା.୨୦.୧୨.୨୦୨୪ପର୍ଯ୍ୟନ୍ତ ବଳବତ୍ତର ରହିବ । ପରିବହନ କରୁଥିବା ଯାନଗୁଡ଼ିକ ଅତ୍ୟଧିକ ମାଲ ବୋଝେଇ,ବିନା ତମ୍ବୁ ଢାଙ୍କୁଣୀ, ପୁଣି କେତେକ ଫଟା ଡାଲା ଯୋଗୁଁ  ପିଚୁରାସ୍ତା…

Read More

ସରକାରୀ ଆଇ.ଟି.ଆଇ ନୟାଗଡ଼ରେ ଆଇନ ସଚେତନତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଶିକ୍ଷା ଗ୍ରହଣ ଯେପରି ଗୁରୁତ୍ଵପୂର୍ଣ୍ଣ, ସେହିପରି ସଠିକ ବିଷୟ ଚୟନ, ଅଧିକାର, କର୍ତ୍ତବ୍ୟ ଓ ଆଇନଗତ ଜ୍ଞାନ ମଧ୍ୟ ଦରକାର । ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, ସରକାରୀ ଆଇ.ଟି.ଆଇ ନୟାଗଡ଼ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଜାତୀୟ ଆଇନ ସେବା ପ୍ରାଧିକରଣ ସଙ୍ଗୀତ “ଏକ ମୁଠି ଆସମାନ” ଗାନ ସହିତ ଶ୍ରୀ ପବନ କୁମାର  ବେହେରାଙ୍କ ସଂଯୋଜନାରେ ସଭାକାର୍ଯ ଅନୁଷ୍ଠିତ ହୋଇଥିଲା। ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ପୋସ୍କୋ ନିୟମର ଆବଶ୍ୟକତା ସହିତ କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ଉଦାହରଣ ସହିତ ପ୍ରାଞ୍ଜଳ ଭାବରେ ଦର୍ଶାଇଥିଲେ । ଆଇନଜୀବି ଶ୍ରୀ…

Read More

ବରିଷ୍ଠ କଂଗ୍ରେସ ନେତା,ଦୃଢ ସଙ୍ଗଠକଙ୍କ ପରଲୋକ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀର ଚାନ୍ଦପୁର ଜୋନ୍ (୨୪ନଂ)ର ମୟୁରଝାଲିଆ ପଞ୍ଚାୟତର ତୃଣମୂଳ ସ୍ତରର ଜଣେ ଜଣାଶୁଣା ବିଶିଷ୍ଟ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତି,ରଣପୁର ତଥା ନୟାଗଡ଼ ଜିଲ୍ଲା କଂଗ୍ରେସର ଜଣେ ଦୃଢ ସଙ୍ଗଠକ ତଥା ଅଞ୍ଚଳର ବିଶିଷ୍ଟ ସମାଜସେବୀ ସୁରେନ୍ଦ୍ର ନାଥ କଳସଙ୍କ ଶୁକ୍ରବାର (ରାସ ପୂର୍ଣ୍ଣିମା)ସକାଳ ୬ ଘଟିକା ସମୟରେ ନିଜ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ଖବରରେ ନିଜ ଗାଁ’ ସମେତ ପାଖଆଖ ୯/୧୦ ଗୋଟି ପଞ୍ଚାୟତ ତଥା ରଣପୁର,ଚାନ୍ଦପୁର ଓ ଗୋପାଳପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ୬୨ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ଶ୍ରୀଯୁକ୍ତ କଳସ ଦୀର୍ଘଦିନ ଧରି କଂଗ୍ରେସର ଜଣେ ଦୃଢ଼ ସଙ୍ଗଠକ ଓ ଛାମୁଆ ନେତା ଭାବେ ପରିଚିତ ଥିବା ସହ ଅଧୁନା ନୟାଗଡ଼ ଜିଲ୍ଲା କଂଗ୍ରେସର ଉପ ସଭାପତି ଥିଲେ। ତାଙ୍କ ବିଚକ୍ଷଣ ଗୋଟି ଚାଳନାରେ…

Read More

ବସ ଓ ବାଇକ ଧକ୍କା, ୨ ମୃତ

ରଣପୁର,(ନୟାଗଡ଼ ଦର୍ପଣ): ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ସଂଗ୍ରହରୁ ଜଣାପଡିଛି ଯେ ନୟାଗଡ ଜିଲ୍ଲା ରଣପୁର ନିକଟସ୍ଥ ଲୋଧାଚୁଆ ଛକ ଠାରେ ଏହି ଦୁର୍ଘଟଣା ଘଟିଛି। ଚୌଧୁରୀ ନାମକ ଏକ ଯାତ୍ରୀବାହୀ ଘରୋଇ ବସ କଟକ ନର୍ସିଙ୍ଗପୁର ଅଭୁମୁଖେ ଯାଉଥିବା ବେଳେ ଲୋଧାଛୁଆ ଛକ ଠାରେ ଏକ ବାଇକକୁ ଧକ୍କା ଦେଇଥିବା ଜଣାପଡିଛି। ବାଇକ ରେ ଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଅନ୍ୟ ଜଣେ ଗୁରୁତର ହୋଇଥିବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପରିଚୟ ମିଳି ନଥିବା ବେଳେ ରଣପୁର ଅଂଚଳ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ରଣପୁର ପୋଲିସ ପହଂଚି ତଦନ୍ତ କରୁଥିବା ଜଣାପଡିଛି।

Read More

ଖଣ୍ଡପଡ଼ାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା

ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ  ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ର ଖଣ୍ଡପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି।  ଏହାକୁ ଅନୁଷ୍ଠାନର ସଭାପତି ଡ. ବିଜୟ କୁମାର ଚୌଧୁରୀ ଏବଂ ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମିଶ୍ର ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ  ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର କଣ୍ଠଶିଳ୍ପୀ ମାନେ ଅଂଶ ଗ୍ରହଣ କରିଥିଲେ। ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶ, ଗୁରୁ ପ୍ରଭାତ ଦାଶ ଏବଂ କଣ୍ଠଶିଳ୍ପୀ ଅଧ୍ୟାପକ ଡ. ଆଶୁତୋଷ ମିଶ୍ର ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ   କଣ୍ଠଶିଳ୍ପୀ ମାନଙ୍କୁ ସେମି ଫାଇନାଲ ପର୍ଯ୍ୟାୟ ପାଇଁ ଚୟନ କରିଥିଲେ।  ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ…

Read More

ବିତର୍କ ପ୍ରତିଯୋଗିତା; ବରିଷ୍ଠରେ ଶୁଭାଶିଷ, କନିଷ୍ଠରେ ପ୍ରିୟରଞ୍ଜନ ପ୍ରଥମ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦୈନିକ ଖବରକାଗଜ ‘ସକାଳ’ ୪ର୍ଥ ସ୍ୱନ୍ନକ୍ଷତ୍ର ଦିବସ ଉପଲକ୍ଷେ ନୟାଗଡ଼ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ସଭାଗୃହରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ଅନେକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । କନିଷ୍ଠ ବର୍ଗରେ ବିଚାରକ ଭାବେ ଅବସରପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ମହମ୍ମର ଓମାର ମଲ୍ଲିକ, ସାମ୍ବାଦିକ ରାମକୃଷ୍ଣ ରଥ, ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଶୁଭ୍ରାଂଶୁ ବିଶ୍ୱାଳ ଦାୟିତ୍ୱ ନିର୍ବାହ କରିଥିଲେ । ନୟାଗଡ଼ ଏନ୍‌ଏସି ଉଚ୍ଚ ବିଦ୍ୟାଳୟ ଛାତ୍ର ପ୍ରିୟରଞ୍ଜନ ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଭାପୁର ବ୍ଲକ କଇଁଫୁଲିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଛାତ୍ର ପ୍ରଦ୍ୟୁମ୍ନ କୁମାର ସାହୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଓଡ଼ଗାଁ ଛାତ୍ରୀ…

Read More

ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶାଦ୍ଵାରା ଜିଲ୍ଲାସ୍ତରୀୟ ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ତଥା ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ସରସ୍ଵତୀ ବିଦ୍ୟା ମନ୍ଦିର ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ବ୍ଲକର ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା ୭୦ରୁ ଅଧିକ ଛାତ୍ରଛାତ୍ରୀମାନେ ଗୀତାର ଚତୁର୍ଥ ଅଧ୍ୟାୟକୁ ଆବୃତ୍ତି କରିଥିଲେ। ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠା କାର୍ଯ୍ୟକାରିଣୀ ସଦସ୍ୟା ମନୋରମା ପରିଡ଼ା ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଜିଲ୍ଲାସଂଯୋଜକ ହରେକୃଷ୍ଣ ମୁଦୁଲି  ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଉଦ୍ଘାଟକ ଭାବେ ଚନ୍ଦ୍ରଭାନୁ ବରାଡ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନପୂର୍ବକ ଉଦ୍ଘାଟନ କରିଥିଲେ। ବିଚାରକ ଭାବେ ଅଧ୍ୟାପିକା ଶୁଭଲକ୍ଷ୍ମି ସାହୁ, ଅଧ୍ୟାପକ ରବୀନ୍ଦ୍ର କୁମାର ଦାସ, ଶିକ୍ଷୟିତ୍ରୀ ଲକ୍ଷ୍ମୀ ଚନ୍ଦନା ବିଶ୍ଵାଳ, ରଜନୀ ରାଉତ, ଋତୁପର୍ଣ୍ଣା ମହାନ୍ତି, ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଆଲୋକ…

Read More

ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟର ଦ୍ୱିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଆଚାର୍ଯ୍ୟ ବିଶ୍ୱରଂଜନ ସଭାପତି ଓ ପ୍ରଶାନ୍ତ ଜେନା ସମ୍ପାଦକ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟର ଦ୍ୱିବାର୍ଷିକ ସମ୍ମିଳନୀ ଓ ଛାଡଖାଇ ଭେଟଭାଟ ନୟାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ତତସହିତ ସାଙ୍ଗଠନିକ ନିର୍ବାଚନ ଉପଦେଷ୍ଟା ସଞ୍ଜୟ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ସମ୍ମିଳନୀରେ ପରିବର୍ତ୍ତନଶୀଳ ଗଣମାଧ୍ୟମ ରୂପ ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟଅତିଥିଭାବେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ବକ୍ତାଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ସମ୍ମାନିତ ଅତିଥିଭାବେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ପୁରୀ ସାଂସଦ ଡ଼ଃ ସମ୍ବିତ ପାତ୍ରଙ୍କ ପ୍ରତିନିଧିଭାବେ ବରିଷ୍ଠ ଆଇନଜୀବି ପ୍ରିୟବ୍ରତ ପ୍ରହରାଜ, ରାଜ୍ୟ ଓୟୁଜେ ସମ୍ପାଦକ ପ୍ରସନ୍ନ ପାଇକରାୟ, ରଣପୁର ପୁର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟ ସମ୍ପାଦକ…

Read More