ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାବ୍ୟାପି ଟାଟାପାୱାର କମ୍ପାନୀ ଅଘୋଷିତ ବିଦ୍ୟୁତ କାଟ କରି ଗ୍ରାହକ ଶୋଷଣ ନୀତି ବନ୍ଦ ଦବୀରେ ଜିଲ୍ଲା କଂଗ୍ରେସ କମିଟି ଏବଂ ଛାତ୍ର କଂଗ୍ରେସ କମିଟି ପକ୍ଷରୁ ନୟାଗଡ଼ ଟାଟାପାୱାର ମୁଖ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଜିଲ୍ଲାରେ ବାରମ୍ବାର ବିଦ୍ୟୁତ କାଟ କରି ଲୋକଙ୍କୁ କଲବଲ କରି ଟାଟାପାୱାର, ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ କରିସାରିଲାଣି ତେଣୁ ଉପୋଭୋକ୍ତାଙ୍କୁ ସର୍ବନିମ୍ନ, ନିରନ୍ତର ବିଦ୍ୟୁତ ସେବା ଯୋଗାଇବାରେ ବିଫଳତା ପାଇଁ ଟାଟାପାୱାର ଚୁକ୍ତି ସର୍ତ୍ତlବଳୀ ଖିଲାପ ହୋଇଥିବାରୁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ସହିତ କରିଥିବା ଚୁକ୍ତି ସର୍ତ୍ତବଳୀ ଉଲ୍ଲଙ୍ଘନ କରି ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ବିଦ୍ୟୁତ ଉପୋଭୋକ୍ତାଙ୍କୁ ଲାଇନ କାଟିକାଟି ଅଣାୟତ୍ତ କରିସାରିଲେଣି ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ। ତେଣୁ ଟାଟାପାୱାର ଏଗ୍ରିମେଣ୍ଟ ବାତିଲ କରାଯାଉ ବୋଲି…
Read MoreCategory: ନୟାଗଡ଼
ରାଇପଡା ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ଼ମେମ୍ବରଙ୍କ ସମେତ ବରିଷ୍ଠ କଂଗ୍ରେସ, କମ୍ୟୁନିଷ୍ଟ ଓ ବିଜେଡିର ଶତାଧିକ ନେତା ଓ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି
ରଣପୁର, (ନୟାଗଡ଼ ଦର୍ପଣ): ରାଇପଡା ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଅଛି, ଏହି ମିଶ୍ରଣ ପର୍ବରେ ରାଇପଡା ଗ୍ରାମ ପଞ୍ଚାୟତ ର କଂଗ୍ରେସ, କମ୍ୟୁନିଷ୍ଟ, ବିଜେଡି ର ବହୁ ବରିଷ୍ଠ ନେତା ଓ କର୍ମୀ ମାନେ ନିଜ ଦଳ ଛାଡ଼ି ବିଜେପିରେ ଯୋଗଦାନ କରିଛନ୍ତି । ସେମାନଙ୍କ ମଧ୍ୟରେ ରାଇପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ବାସନ୍ତୀ ଦେଇ, ନାଏବ ସରପଞ୍ଚ ଛନ୍ଦ୍ରମଣି ପ୍ରଧାନ,୮ ନଂ ୱାର୍ଡ ମେମ୍ବର ହଜାରି ଜେନା,୯ ନଂ ୱାର୍ଡ ମେମ୍ବର ସୁକାନ୍ତ ଜେନା,୧୧ ନଂ ୱାର୍ଡ ମେମ୍ବର ଚୈତନ୍ୟ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଦାସ, ରାଇପଡା ଗ୍ରାମ ର ସୁଧାକର ପାଇକରାୟ, ପୂର୍ଣ୍ଣଚନ୍ଦ୍ର ମାଝୀ,ଅକ୍ରୁର ମାଝୀ, ପ୍ରଦୀପ ପ୍ରଧାନ, ଧନୁ ବେହେରା, ଭଗବାନ ସାହୁ, କପିଳ ସାମନ୍ତରାୟ, ସୋମନାଥ ପ୍ରଧାନ, ରମାକାନ୍ତ ଜେନା, ଗୁଣନିଧି ପ୍ରଧାନ, ଲିଙ୍ଗରାଜ…
Read MoreSIR ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅପିଲ କଲେ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ନୟାଗଡ଼ ଜିଲ୍ଲାରେ Special Intensive Revision (S. I. R) ଉପରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। SIR ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ସଠିକ୍, ସ୍ବଚ୍ଛ ଓ ଅଦ୍ୟତନ କରିବା । ଏଥିପାଇଁ ୩୦ ମଇ ୨୦୨୬ ରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ BLOମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ । ଭୋଟର ମାନେ ଏହି ଦୁଇଟି ଫର୍ମ ସଠିକ ଭାବେ ପୂରଣ କରିବେ ଓ ଗୋଟିଏ କପି ନିଜ ପାଖରେ ପ୍ରମାଣ ପାଇଁ ରଖିବେ ଏବଂ ଅନ୍ୟ କପିଟି BLO ସଂଗ୍ରହ କରିବେ । ତେଣୁ ସମସ୍ତ ଭୋଟରମାନେ BLOଙ୍କୁ ସହଯୋଗ କରନ୍ତୁ ଓ ସଠିକ…
Read Moreଇଡି ଆକ୍ରୋଶ ବିରୁଦ୍ଧରେ ନୟାଗଡ଼ରେ ସିପିଆଇଏମର ବିକ୍ଷୋଭ
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜନୈତିକ ଦାଉ ସାଧିବା ଲାଗି କେରଳର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଉପରେ କେନ୍ଦ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋଦି ଓ ଶାହାଙ୍କ ପ୍ରତ୍ୟକ୍ଷ ଉଦ୍ୟମରେ ଏବଂ ରାଜ୍ୟ ସରକାରଙ୍କ ପ୍ରରୋଚନାରେ ଯେଭଳି ବର୍ବରୋଚିତ ଚଢାଉ କରିଛି, ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସିପିଆଇ ଏମ୍ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଅନୁଷ୍ଠିତ ବିକ୍ଷୋଭରେ ବକ୍ତାମାନେ ପ୍ରକାଶ କରିଛନ୍ତି । ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଜମେଶ୍ୱର ସାମନ୍ତରାୟ କେନ୍ଦ୍ର ସରକାରର ଏହି ସ୍ଵୈରତାନ୍ତ୍ରିକ ଆକ୍ରୋଶମୂଳକ ଦମନ ନୀତିକୁ କଟୁ ସମାଲୋଚନା କରି କହିଥିଲେ ଯେ ଶିକ୍ଷା, ସ୍ଵାସ୍ଥ୍ୟ, ଦାରିଦ୍ର୍ୟ ବିମୋଚନ, କର୍ମ ନିଯୁକ୍ତି, ସାଧୁତା, ସାଂପ୍ରଦାୟିକ ସଦ୍ଭାବ ରକ୍ଷାରେ ସାରା ବିଶ୍ବରେ ରେକର୍ଡ ସୃଷ୍ଟି କରିଥିବା ଦୀର୍ଘ କାଳର କମ୍ୟୁନିଷ୍ଟ…
Read Moreନିଷ୍ଠା ଓ ତ୍ୟାଗର ପର୍ବ ଇଦୁଜ୍ ଜୁହା ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ମହାପୁରୁଷ ଇବ୍ରାହିମଙ୍କ ତ୍ୟାଗ ଓ ଈଶ୍ୱରଙ୍କ ନିକଟରେ ସମର୍ପଣ ଭାବକୁ ମନେ ପକାଇବା ପାଇଁ ଇସଲାମ ଧର୍ମର ଅନ୍ୟତମ ବଳିଦାନର ପର୍ବ ଇଦୁଜ୍ ଜୁହା ସିନ୍ଦୁରିଆର ଇଦ୍-ଗାହ୍ ଠାରେ ପାଳନ ହୋଇଯାଇଛି। ଆଜିର ଏହି ଜିଲ୍ଲାସ୍ତରୀୟ ଇଦ ପର୍ବରେ ସିନ୍ଦୁରିଆ ତଥା ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଇଦ୍-ଗାହ୍ ଠାରେ ଉପସ୍ଥିତ ହୋଇ ଵିଶିଷ୍ଟ ଧର୍ମଗୁରୁ ଜଲାଲୁଦ୍ଦିନ୍ ମିଫତାହିଙ୍କ ଇମାମତରେ ନମାଜ୍ ପାଠ କରିବା ସହିତ ମହାପୁରୁଷ ଇବ୍ରାହିମ୍ ଙ୍କ ଈଶ୍ୱର ଭକ୍ତି ଉପରେ ଦୀକ୍ଷାନ୍ତ ଭାଷଣ ଶୁଣିଥିଲେ l ଏକଦା ମହାପୁରୁଷ ଇବ୍ରାହିମ ଆଲେଇହିସ୍ସଲାମ୍ ଅପୁତ୍ରିକ ଥିଲେ l ଆଲ୍ଲାଙ୍କ କୃପାରୁ ଅଶି ବର୍ଷ ବୟସରେ ସେ ଏକ ପୁତ୍ର ସନ୍ତାନର ବାପ ହେଲେ l ମକ୍କାର ମରୁଭୂମିରେ ଇବ୍ରାହିମ୍ ଙ୍କ ଔରସରୁ ମାତା ହାଜରା ଯେଉଁ ପୁତ୍ର ସନ୍ତାନ ଜନ୍ମଦେଲେ…
Read Moreରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଓଷ୍ଟା), କଟକର ୩୨ ତମ ରାଜ୍ୟସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଓ ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ୩୭ ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଆସନ୍ତା ୫ ଓ ୬ ତାରିଖ ଦୁଇଦିନ ଧରି ‘ପଠାଣି ସାମନ୍ତ ସଂସ୍କୃତି ଭବନ’ ନୟାଗଡ଼ଠାରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ କାର୍ଯ୍ୟରତ ପ୍ରାୟ ୧ ହଜାରରୁ ୧୨ଶହ ଶିକ୍ଷକ ପ୍ରତିନିଧି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବିଶାଳ କାର୍ଯ୍ୟକ୍ରମର ସଫଳତା ନେଇ ଏହାର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ରାଜ୍ୟସଂଘ ସଭାପତି ବିକ୍ରମ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୀଳମାଧଵ କଲ୍ୟାଣ ମଣ୍ଡପଠାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିଥିଭାବେ ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡେରେସନ ମହାସଚିବ ଜ୍ୟୋତି ରଞ୍ଜନ ଦାଶ, ଓଷ୍ଟା ରାଜ୍ୟ…
Read Moreସାମ୍ବାଦିକଙ୍କ ପିତୃ ବିୟୋଗ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସହରର ମୁରବୀ ସ୍ଥାନିୟ ବ୍ୟକ୍ତି ଶେଖର ରଥଙ୍କର (୯୩) ବର୍ଷ ବୟସରେ ନୟାଗଡ଼ ସହର ନୁଆରାଜବାଟି ସ୍ଥିତ ବାସ ଭବନରେ ବାର୍ଦ୍ଧକ୍ୟ ଜନିତ ରୋଗରେ ସୋମବାର ବିଳମ୍ବିତ ରାତ୍ରରେ ପରଲୋକ ହୋଇଯାଇଛି। ଜଣେ ଧର୍ମ ପରାୟଣ, ପରୋପକାରୀ ମଣିଷ ଭାବେ ସମଗ୍ର ନୟଗଡରେ ତାଙ୍କର ସୁନାମ ଥିଲା। ତାଙ୍କ ପରଲୋକରେ ସହରରେ ଶୋକର ଛାଇ ଖେଳିଯାଇଛ। ନୟାଗଡ ଏନ.ଏ.ସିରେ ବହୁ ଦିନ ଧରି ସ୍ୱାସ୍ଥ୍ୟ ନିରୀକ୍ଷକ ଭାବେ ସାଧୁତାର ସହ କାର୍ଯ୍ୟକରି ସହରବାସୀଙ୍କ ବେଶ୍ ପ୍ରିୟ ଭାଜନ ହୋଇ ପାରିଥିଲେ ସ୍ୱର୍ଗତ ଶେଖର ରଥ। ମୃତ୍ୟୁ ଶଯ୍ୟା ନିକଟରେ ୬ପୁଅ ୭ବୋହୂଙ୍କ ସମେତ ସମସ୍ତ ନାତି ନାତୁଣୀ ଉପସ୍ଥିତ ଥିବାବେଳେ ତାଙ୍କର ମଧ୍ୟମ ପୁତ୍ର ଜିଲ୍ଲା ଶିକ୍ଷା କାର୍ଯ୍ୟଳୟର ଅବସରପ୍ରାପ୍ତ ବରିଷ୍ଠ ସହାୟକ କୈଳାଶ ରଥ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସଂସ୍କାର…
Read Moreନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜରମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ସମ୍ମିଳନୀ କକ୍ଷରେ ବିଡିଓ ଓ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜରମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରିତୀବାଳା ରଣା ଓ ତହସିଲଦାର ଡ. ମାନସରଞ୍ଜନ ଭୋଇ କିପରି ବିଏଲ୍ଓ ମାନେ ଘରଘର ବୁଲି ତା ୩୦.୫.୨୬ରିଖ ଠାରୁ ତା ୨୮.୬.୨୬ ରିଖ ପର୍ଯ୍ୟନ୍ତ ଭୋଟରମାନଙ୍କୁ ଫର୍ମ ବଣ୍ଟନ କରି ଉପଯୁକ୍ତ ତଥ୍ୟ ସଂଗ୍ରହ କରିବେ। ସେ ବିଷୟରେ ବିଷଦ ଭାବରେ ବୁଝାଇଥିଲେ।ବି ଏଲ୍ ଓ ମାନଙ୍କୁ ସହଯୋଗ ପାଇଁ ପାଞ୍ଚ ଜଣ ଲେଖାଏଁ ସରକାରୀ କର୍ମଚାରୀଙ୍କୁ ସ୍ବେଚ୍ଛାସେବୀ ଭାବରେ ନିୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମ କିପରି ଅନାୟାସରେ ସଫଳ ହେବ ସେଥିପାଇଁ ସଭିଏଁ…
Read Moreବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ସୃଷ୍ଟି ହୋଇଥିବା ବିଦ୍ୟୁତ୍ ବିଭ୍ରାଟକୁ ନେଇ ସୋମବାର ନୟାଗଡ଼ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିଛି ବିଜୁ ଜନତା ଦଳ। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଟିପିସିଓଡିଏଲ୍ ମୁଖ୍ୟ କାର୍ଯ୍ୟାଳୟଠାରେ ପହଞ୍ଚିଥିଲା। ବିଜୁ ଜନତା ଦଳର ନେତା ଓ କର୍ମୀମାନେ ରାସ୍ତାରେ ବିଞ୍ଚଣା ହଲାଇ ପ୍ରତିବାଦ କରିବା ସହ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଆଗରେ ଜୋରଦାର ପ୍ରତିବାଦ କରିଥିଲେ । ରାଜ୍ୟରେ ୨୦ ହଜାର ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେଉଥିବା ବେଳେ ସରକାର ବଳକା ବିଜୁଳିକୁ ଅନ୍ୟ ରାଜ୍ୟକୁ କମ୍ ଦରରେ ବିକ୍ରି କରୁଛନ୍ତି, ରାଜ୍ୟର ଜନସାଧାରଣଙ୍କୁ ୟୁନିଟ୍ ପିଛା ଅଧିକ ଦରରେ ଯୋଗାଉଛନ୍ତି। ବିଜେପି ସରକାର ଘୋଷଣା କରିଥିବା ୩ ଶହ ୟୁନିଟ୍ ମାଗଣା ବିଜୁଳି କୁଆଡ଼େ ଗଲା…
Read Moreନୟାଗଡ ଝିଅ ଜୀନା ମହାପାତ୍ର ପାଇଲେ ପି.ଏଚ୍.ଡି.
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜନୀତି ବିଜ୍ଞାନରେ PHD ଡିଗ୍ରୀ ହାସଲ କଲେ ନୟାଗଡ଼ ଝିଅ ଜୀନା ମହାପାତ୍ର। ନୟାଗଡ ଜିଲ୍ଲା ସୋଲପଟା ଗ୍ରାମର ସୁରେନ୍ଦ୍ର କୁମାର ମହାପାତ୍ରଙ୍କ କନିଷ୍ଠ କନ୍ୟା ଡଃ ଜିନା ମହାପାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ନୟାଗଡ଼ ଜିଲ୍ଲାର ମହିଳାମାନଙ୍କୁ ନେଇ ଗ୍ରାମାଞ୍ଚଳରେ ସରକାର ଗଠନରେ ରହିଥିବା ଭୂମିକା ପ୍ରସଙ୍ଗରେ ଏକ ଗବେଷଣାତ୍ମକ ପ୍ରବନ୍ଧ ରଚନା କରିଥିଲେ। ଗବେଷଣା କାର୍ଯ୍ୟଟି ସୁଦର୍ଶନ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ପ୍ରାଧ୍ୟାପକ ଡଃ. ସୁଶାନ୍ତ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଫଳତାର ସମାପିତ ହୋଇଥିଲା। ଏହି ବିଷୟରେ ଉଲ୍ଲେଖନୀୟ ଗବେଷଣା କାର୍ଯ୍ୟ ପାଇଁ ଉତ୍କଳ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନୟାଗଡ଼ର ଝିଅ ଜୀନା ମହାପାତ୍ରଙ୍କୁ ଡ଼କ୍ଟରେଟ ଉପାଧି ପ୍ରଦାନ କରାଯିବାକୁ ଯୋଗ୍ୟ ବିବେଚନା କରାଯାଇଛି। ଜୀନାଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ସ୍ଥାନୀୟ ଅଂଚଳରେ ପ୍ରଶଂସାର…
Read More