ସୌମ୍ୟାଶ୍ରୀଙ୍କ ଏକାଦଶାହରେ ନିରବ ପାର୍ଥନା ଓ ଦୀପଦାନ କଲେ ନୟାଗଡ ଜିଲ୍ଲା କଂଗ୍ରେସ କର୍ମୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟରେ ବିଜେପି ଦଳ କ୍ଷମତାସୀନ ହେବାପରେ ନାରୀ ଦୁଷ୍କର୍ମ, ବାଳିକା ଅପହରଣ ଓ ଅତ୍ୟାଚାର ସମସ୍ତ ସୀମା ଅତିକ୍ରମ କରିଛି ଏବଂ ଏହି ଧାରା ଏବେବି ଜାରି ରହିଛି । କଂଗ୍ରେସ ଦଳ ସର୍ବଦା ନାରୀନ୍ୟାୟ ପାଇଁ ତା’ର ଉଦ୍ୟମ ଅବ୍ୟାହତ ରଖିଛି । ଏଥିପାଇଁ ସଂସଦରୁ ସଡ଼କ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରିଆସୁଅଛି । ସବୁଠାରୁ ସ୍ପର୍ଶକାତର ଏବଂ ନିନ୍ଦନୀୟ ଘଟଣା ହେଉଛି ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା । ନ୍ୟାୟ ପାଇବାରେ ବିଫଳ ହୋଇ ଶେଷରେ ଆତ୍ମହତ୍ୟା କରିବା ସରକାରଙ୍କର ସମସ୍ତ ବିଫଳତାକୁ ପଦାରେ ପକାଇଛି । ଏ ସମ୍ପର୍କରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ୨୪ତାରିଖ ଗୁରୁବାର ଦିନ ଦିବଂଗତ ଏଫଏମ କଲେଜ ଛାତ୍ରୀଙ୍କ ଏକାଦଶାହ ଦିନ ତାଙ୍କୁ ନ୍ୟାୟ ପ୍ରଦାନ…

Read More

ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ  ଛାତ୍ରୀମାନଙ୍କ ସଶକ୍ତି କରଣ ପାଇଁ ଆଲୋଚନା ଚକ୍ର

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ବିଶ୍ୱ ବିଦ୍ୟାଳୟ ସାଙ୍ଗକୁ ମହା ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ, ଅଧ୍ୟାପିକା ଓ ମହିଳା କର୍ମଚାରୀମାନେ ଅଧ୍ୟାପକ ଅବା ଶିକ୍ଷକମାନଙ୍କ ଖରାପ ବ୍ୟବହାରକୁ ରୋକିବା ସାଙ୍ଗକୁ ଛାତ୍ରୀମାନଙ୍କୁ ସାହାସିକତାର ବାର୍ତ୍ତା ଦେବା ପାଇଁ ଓଡିଶା ସରକାର ମହାବିଦ୍ୟାଳୟ ଏବଂ ବିଶ୍ୱ ବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସ୍ଥାପନ କଲେ। ତାହା ସର୍ବାଗ୍ରେ ପ୍ରସଂଶା ଯୋଗ୍ୟ ଏଥିରେ ତିଳେମାତ୍ର ସନ୍ଦେହ ନୁହେଁ। ଏଥୁରୁ ଆଉ ପାଦେ ଆଗକୁ ଯାଇ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ରେ ଛାତ୍ରୀମାନଙ୍କୁ ନେଇ ଏକ ସୁରକ୍ଷା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇସାରିଛି। ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବାରିକ, ଶିକ୍ଷୟିତ୍ରୀ ଅବନ୍ତୀ ବେହେରା, ସୁନିତା ବେହେରା, ବିଜୟ ଲଷ୍ମୀ ଦଳେଇ, ପଦ୍ମିନୀ ନାୟକ, ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ, ସୂର୍ଯ୍ୟମଣି ନାୟକ,…

Read More

ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ୍ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ, କଦଳୀବନ୍ଧ ଠାରେ ଆଜି ମା’ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ ଓ ରଘୁନାଥ ମଲିକଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ହତା ମଧ୍ୟରେ ବଉଳ, ଚମ୍ପା, ଅଁଳା, ପେସ୍ତାବାଦାମ ବୃକ୍ଷରୋପଣ କରାଯାଇଛି।ବରିଷ୍ଠ କିରାଣୀ ବିମଳ ବାରିକ,ଲକ୍ଷ୍ମଣ ତ୍ରିପାଠୀ, ପ୍ରକୃତିବନ୍ଧୁ ଶିକ୍ଷକ ରଞ୍ଜନ କୁମାର ଦାଶ ଆକାଉଣ୍ଟାଣ୍ଟ୍  ନିରଞ୍ଜନ ରଥ,ସ୍ୱାଗତିକା ମହାପାତ୍ର, ଚିନ୍ମୟ ସାଥୁଆ,ସଶ୍ମିତା ନାୟକ,ଗୌରାଙ୍ଗ ମୁଦୁଲି ଓ ଅନୁଜ ନାୟକ ସହଯୋଗ କରିଥିଲେ।ପୂର୍ବରୁ ଲଗାଯାଇଥିବା ଗଛ ଗୁଡିକର ଯତ୍ନ ନେଇଥିବା ଯୋଗୁଁ ଗଛ ଯେପରି ବଞ୍ଚିରହିଛି ଠିକ ସେହିପରି ଆଜି ଲଗାଯାଇଥିବା ଗଛର ଯତ୍ନ ନେବାପାଇଁ ସଭିଏଁ ଶପଥ କରିଥିଲେ।ସେହିପରି ସରକାରୀ ପ୍ରାଥମିକ ବିଦ୍ୟାଳୟ,କଦଳୀବନ୍ଧ ଠାରେ ପ୍ରଧାନଶିକ୍ଷକ ରଞ୍ଜନ କୁମାର ଦାଶ ଓ ଶିକ୍ଷିକା…

Read More

ସେବା ଉତ୍ସବ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଦଶପଲ୍ଲା ରାମଲୀଳା ଯାତ୍ରା ମଣ୍ଡପ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାଭାଗିତାରେ ବିଭିର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ପାରିବେଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର କଳାକେନ୍ଦ୍ରର କଳାକାରମାନଙ୍କ ସମେତ ସ୍ଥାନୀୟ କଳାକାର ମାନେ ଓଡିଶୀ ଓ ଶାସ୍ତ୍ରୀୟ ନୃତ୍ୟ ଗୀତ ପରିବେଶଣ କରିଥିଲେ। ଶେଷରେ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର ଙ୍କ ଅଧକ୍ଷତାରେ ସାହିତ୍ୟିକ ହାଡିବନ୍ଧୁ ମହାଖୁଡ଼, ପ୍ରିୟରଞ୍ଜନ ଦାସପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେବା ଉତ୍ସବ ସମିତି ସମସ୍ତ କର୍ମକର୍ତା ଏହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Read More

ନୟାଗଡ଼ର ସର୍ବ ପୁରାତନ କୃଷ୍ଣଚନ୍ଦ୍ର କ୍ଳବର ୯୯ତମ ପ୍ରତିଷ୍ଠା ଦିବସ ପାଳିତ

ନୟାଗଡ, (ନୟାଗଡ଼ ଦର୍ପଣ): ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠିତ ନୟାଗଡ଼ର ଐତିହ୍ୟ ସମ୍ପର୍ଣ୍ଣ ମର୍ଯ୍ୟାଦା ବହନ କରୁଥିବା କୃଷ୍ଣଚନ୍ଦ୍ର କ୍ଳବ୍ ତାର ୯୯ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରିଛି। ଏହି ଅବସରରେ କ୍ଳବର ମୁଖ୍ୟ ସଭାଗୃହରେ ଆୟୋଜିତ ଉତ୍ସବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନୟାଗଡ଼ ଏସଡିପିଓ ଡ ଜ୍ୟୋତିରଂଜନ ସାମନ୍ତରାୟ ଯୋଗଦେଇଥିଲେ। କ୍ଳବର ସଭାପତି ଭାଗିରଥି ଦାସ ସଭାପତିତ୍ବ କରିଥିବାବେଳେ ମଞ୍ଚ ସଂଯୋଜନା କରିଥିଲେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଏବଂ ସମ୍ପାଦକ ତଥା କ୍ରୀଡାବିତ ସଂଗ୍ରାମ କେଶରୀ ଗୁମାନସିଂ ବିବରଣୀ ପାଠ କରିଥିଲେ। ମଞ୍ଚରେ ଉପସ୍ଥିତ ଥିଲେ ଉପସଭାପତି ଭବାନୀଶଙ୍କର ଦାସ, ସହ ସମ୍ପାଦକ ଚନ୍ଦନ ମହାପାତ୍ର ଓ କୋଷାଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ର। ପ୍ରତିବର୍ଷ ଭଳି ଏବର୍ଷ ବିଭିନ୍ନ…

Read More

କୁଳୁରୁକୁମ୍ପାରେ ସେବା ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଦଶପଲ୍ଲା ବ୍ଲକ ଅନ୍ତର୍ଗତ କୁଳୁରୁକୁମ୍ପା ଠାରେ ନବମ ବାର୍ଷିକ ସେବା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତି ଓ ଵାଣିଗୋଚ୍ଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ମିଳିତ ଉଦ୍ୟମରେ  କୁଲୁରିକୁମ୍ପା ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଚଷମା ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହେବା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ରେ ପ୍ରାୟ ଦେଢ଼ ଶହ ଜଣ ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ଓ ପ୍ରାୟ ୨୦ଜଣଙ୍କୁ ଚଷମା ବଣ୍ଟନ କରାଯାଇଥିଲା।  ଅନ୍ୟପକ୍ଷେ ସେବା ସମିତି ସଦସ୍ୟଙ୍କ ଦ୍ୱାରା ମନୁଷ୍ୟ ଓ ବନ୍ୟଜନ୍ତୁ ମଧ୍ୟରେ ବିବାଦ ପ୍ରତିବିଧାନ ସମ୍ପର୍କରେ ସଚେତନ ସଭା କରାଯିବା ସହ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା। ସେବା ଉତ୍ସବ ସମିତି ଅଧ୍ୟକ୍ଷ…

Read More

ଇଟାମାଟି ଠାରେ ଅବସର ପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ବୃକ୍ଷରୋପଣ

ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମ ପଞ୍ଚାୟତର ଅବସର ପ୍ରାପ୍ତ ଶିକ୍ଷକ ସଂଘର ସମ୍ପାଦକ ରାଜ କିଶୋର ନାୟକଙ୍କ ତତ୍ତ୍ଵାବଧାନରେ ବଂଶୀଧର ଡ଼ିଗ୍ରୀ ମହାବିଦ୍ୟାଳୟ ନିକଟସ୍ଥ କେନାଲ ହୁଡ଼ାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଅଛି । ପ୍ରାୟ କୋଡିଏ ଜଣ ଅବସର ପ୍ରାପ୍ତ ଶିକ୍ଷକ ଏକତ୍ରିତ ହୋଇ ଚାଳିଶରୁ ଉର୍ଦ୍ଧ ବଉଳ, ଅଶୋକ, ଆମ୍ବ ଓ ଗଙ୍ଗ ଶିଉଳି ଗଛ ଲଗାଇଥିଲେ। ତ୍ରିନାଥ ସାଥୁଆ, ପ୍ରସନ୍ନ କୁମାର ଦାଶ, ରବି ନାରାୟଣ ପାତ୍ର, ଲକ୍ଷ୍ମୀଧର ସାମନ୍ତରାୟ, ପ୍ରଦୀପ୍ତ ସାହୁ, ଦେବପ୍ରସାଦ ଜେନା, ଡ଼. ସୁକାନ୍ତି ମହାନ୍ତି, ପ୍ରକାଶ ପଟ୍ଟନାୟକ, ବୃନ୍ଦାବନ ପରିଡା, ନକୁଳ ଦାସ, ସୁରେନ୍ଦ୍ର ମଲ୍ଲ, ଶ୍ୟାମ ପାତ୍ର, ଅର୍ଜ୍ଜୁନ ସାଥୁଆ, କିଶୋର ମିଶ୍ର, ସତ୍ୟବାଦୀ ସିଂ, ରମେଶ ପୃଷ୍ଟି, ଦେବରାଜ ଷଢ଼ଙ୍ଗୀ, ଇତ୍ୟାଦି ଉପସ୍ଥିତ ରହି ସହଯୋଗ କରିଥିଲେ। ଗଛ ଆମର ଜୀବନ କହିଲେ…

Read More

‘ସେଇ ଝିଅ ଶିବାନୀ’ ଉପନ୍ୟାସର ପାଠକୀୟ ଚର୍ଚ୍ଚା

ନୟାଗଡ଼, (ନୟାଗଡ଼ ଦର୍ପଣ): ସାହିତ୍ୟ ହେଉଛି ସମାଜର ଦର୍ପଣ। ପ୍ରଗତିଶୀଳ ସମାଜଧର୍ମୀ ସାହିତ୍ୟ ହିଁ ସାମାଜିକ ସ୍ରୋତରେ ମୋଡ ପରିବର୍ତ୍ତନ କରିଦେଇ ପାରେ। କମ୍ରେଡ ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ଗୁଡିକ ସାଧାରଣ ମଣିଷର ଭାବୋଚ୍ଛ୍ଵାସକୁ ନେଇ ପରିପୁଷ୍ଟ। ‘ସେଇ ଝିଅ ଶିବାନୀ ‘ ଉପନ୍ୟାସ ନାରୀ ସଶକ୍ତିକରଣ, ଶୋଷଣବାଦୀ ସମାଜ ବ୍ୟବସ୍ଥାର ବିଭତ୍ସ ‌ବିରୂପ, ସମ୍ବେଦନଶୀଳ ନାରୀ ମନର କଥା ଓ ଗାଥା ତତ୍ ସହିତ କାଳକ୍ରମେ ହଜି ଯାଉଥିବା ଶବ୍ଦ ମାନଙ୍କୁ ପ୍ରୟୋଗ କରି ପାଠକୀୟ ଉତ୍କଣ୍ଠାର ସୁପରିବାହି ମସଲାରେ ଭରପୂର ବୋଲି ସମୀକ୍ଷକ ଭାବରେ ନୟାଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ଆୟୋଜିତ ସାରସ୍ବତ ସମାରୋହରେ ସମୀକ୍ଷକ ଭାବରେ ଯୋଗଦେଇ ମତବ୍ୟକ୍ତ କରିଥିଲେ ବିଧାୟକ ତଥା ସାହିତ୍ୟିକ ଡ. ଅରୁଣ କୁମାର ସାହୁ। ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ…

Read More

ନରସିଂହପୁର କ୍ଲଷ୍ଟରରେ ଅନୁଷ୍ଠିତ ହେଲା ପ୍ରଥମ ମାସିକ କ୍ଲଷ୍ଟର ବୈଠକ

ରଣପୁର,(ନୟାଗଡ଼ ଦର୍ପଣ) : ଗଣଶିକ୍ଷା ବିଭାଗ ଓଡ଼ିଶାର ନିର୍ଦ୍ଦେଶ ଅନୁଯାୟୀ ଆଜି ସାରା ରାଜ୍ୟରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରଥମ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ନରସିଂହପୁର କ୍ଲଷ୍ଟର ଅନ୍ତର୍ଗତ ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକ ରଣାପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ନେତୃତ୍ୱ ଓ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ବୈଠକର ଶୁଭାରମ୍ଭ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଧୂପ-ଦୀପ ଦେଇ ହୋଇଥିଲା, ଯାହାର ଉଦ୍‌ଘାଟନ କରିଥିଲେ ଜିଲ୍ଲା ଶିକ୍ଷା ଓ  ପ୍ରଶିକ୍ଷଣ ପ୍ରତିଷ୍ଠାନ ନୟାଗଡ, ରାଜସୁନାଖଳା ର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ ଓ ରଣପୁର ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ରସାନନ୍ଦ ପ୍ରଧାନ। ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ଭ୍ରମରବର…

Read More

ମୃତ୍ୟୁ ପରେ ମେଡିକାଲ କଲେଜକୁ କରାଯାଇଛି ଶରୀର ଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶରଣକୁଳ ନିକଟ କଟରାଝରୀ ଗ୍ରାମରେ ମୃତ ଗ୍ରାମ ମୁଖିଆ ହଜାରି ବରାଡଙ୍କ ଏକାଦଶାହ ଅବସରରେ ବରିଷ୍ଠ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ହଜାରି ବରାଡ ଜୀବଦ୍ଦଶାରେ ନିଜ ମୃତ୍ୟୁ ପରେ ତାଙ୍କ ଶରୀର କଟକ ବଡ଼ ଡ଼ାକ୍ତରଖାନାକୁ ହସ୍ତାନ୍ତର କରି ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ଗବେଷଣାରେ ଲାଗିବା ପାଇଁ ଇଛାପତ୍ର ସଂପାଦିତ କରିଥିଲେ ଓ ତାଙ୍କର ଏକମାତ୍ର ପୁତ୍ର ପବିତ୍ର ଇନ୍ଦ୍ରଜିତ ପିତାଙ୍କ ଶେଷ ଇଛା ପୂରଣ କରିଥିଲେ। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ନୟାଗଡ଼ ତଥା ସ୍ଥାନୀୟ ଅଞ୍ଚଳର ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ପିତା ଓ ପୁତ୍ରଙ୍କର ସାଧୁ ଲକ୍ଷ୍ୟର ଭୂୟସୀ ପ୍ରଶଂସା କରିଥିଲେ ଏବଂ ପଚାଶରୁ ଉର୍ଦ୍ଧ୍ବ ବ୍ୟକ୍ତି ସ୍ଵର୍ଗତ ବରାଡଙ୍କ ପଦାଙ୍କ ଅନୁସରଣ କରିବାକୁ ଶପଥବଦ୍ଧ ହୋଇଥିଲେ। ବୈଜ୍ଞାନିକ ବିଚାରଧାରାର…

Read More