ଭଏସ୍ ଅଫ୍ ନୟାଗଡ଼ ବିଜେତା ହେଲେ  ପ୍ରୀତିପଦ୍ମା ମିଶ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ କ୍ଲବ୍ ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍-୬ ର ଫାଇନାଲ  ରୋଟାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ପାଞ୍ଚବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼। ଆଜିର କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ  ମାନନୀୟ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଭଏସ୍ ଅଫ୍ ନୟାଗଡ଼ ବିଜେତାଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିବା ସହିତ ସମସ୍ତ ପ୍ରତିଯୋଗୀଙ୍କ ଉଜ୍ଜ୍ବଳ ଭବିଷ୍ଯତ କାମନା କରିଥିଲେ। ବିଚାରକ ଭାବେ ବରିଷ୍ଠ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର, ବରିଷ୍ଠ ସଂଗୀତ ନିର୍ଦ୍ଦେଶକ ଅଶୋକ କୁମାର ଗାଣ୍ଠିଆ ଓ ସଂଗୀତ ମହାବିଦ୍ୟାଳୟ ଭୁବନେଶ୍ୱରର ଅଧ୍ଯାପକ ଲଳିତ କୁମାର କର ଯୋଗଦେଇ…

Read More

୬୪ତମ ସର୍ବଭାରତୀୟ ଫୁଟବଲ ଟୁଣ୍ଣାର୍ମେଣ୍ଟ

ନୟାଗଡ଼, (ନୟାଗଡ଼ ଦର୍ପଣ): ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଜିଲାର ସର୍ବପୁରାତନ ଲଡ଼ୁକେଶ ଆଥଲେଟିକ ଆସୋସିଏସନ, ଶରଣକୁଳ ଦ୍ୱାରା ଆୟୋଜିତ ୬୪ତମ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟର ରବିବାର ଫାଇନାଲ ଖେଳରେ ଗଣ୍ଡରପୁର ଫୁଟବଲ କ୍ଲବ, ଭୁବନେଶ୍ୱର ଟାଇ ବ୍ରେକରରେ ୟୁନାଇଟେଡ ସ୍ପୋର୍ଟ୍ସ କ୍ଲବ, ବରଗଡ଼ ୫-୪ ଗୋଲରେ ହରାଇ ବିଜୟ ହୋଇ ଚାମ୍ପିଯାନ ହୋଇଛି। ଦଶ ହଜାରରୁ ଉର୍ଦ୍ଧ ଦର୍ଶକଙ୍କ ଗହଣରେ ଅପରାହ୍ନ ୩ଟାରେ ଆରମ୍ଭ ହୋଇଥିବା ଆଜିର ପ୍ରଥମାର୍ଦ୍ଧ ଖେଳ ଖୁବ ସଂଘର୍ଷପୂର୍ଣ୍ଣ ହୋଇଥିଲେ ମଧ୍ୟ ଗୋଲଶୂନ୍ୟ ଥିଲା। ଦ୍ୱିତୀୟାର୍ଦ୍ଧର ଚିତାକର୍ଷକ ଖେଳରେ ୧୯ ତମ ମିନିଟରେ ଗଣ୍ଡରପୁର ୧୧ନଂ ଜର୍ସି ଖେଳାଳିଙ୍କ ଗୋଲ ଦଳକୁ ୧-୦ ଆଗୁଆ ରଖିଥିଲା। ପରେ ବରଗଡ଼ ଆକ୍ରମଣାତ୍ମକ ଖେଳି ୨୮ତମ ମିନିଟରେ ୯ନଂ ଜର୍ସି ଖେଳାଳି ସୁଶୀଲ ପଢିଆରିଙ୍କ ଏକ ଗୋଲ ପରେ ୩୫ତମ ମିନିଟରେ…

Read More

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବଙ୍କ ସହ ଭୁବନେଶ୍ୱରରେ ବୃକ୍ଷରୋପଣ କଲେ ପ୍ରକୃତିବନ୍ଧୁ ସନ୍ତୋଷ ସାର

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ଭାରତ ସ୍କାଉଟ ଗାଇଡ଼ ଭୁବନେଶ୍ୱରରେ ୧୮ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଚାଲିଥିବା ରାଜ୍ୟସ୍ତରୀୟ “ଉଡାନ” କ୍ୟାମ୍ପରେ ନୟାଗଡ଼ ଜିଲ୍ଲା ତରଫରୁ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ଅବନ୍ତୀ ବେହେରା ନିଜ ବିଦ୍ୟାଳୟରୁ ୨୨ଜଣ ସ୍କାଉଟ ଗାଇଡ଼କୁ ନେଇ କ୍ୟାମ୍ପରେ ଯୋଗ ଦେଇଥିଲେ। କ୍ୟାମ୍ପର ଶେଷଦିନ ସର୍ବ ଧର୍ମ ପ୍ରାର୍ଥନାପରେ ପ୍ରକୃତିକୁ ଭଲ ପାଉଥିବା ପ୍ରକୃତିପ୍ରେମୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସେଲର ସ୍ୱତନ୍ତ୍ର ସଚିବ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ତରଫରୁ ଛାତ୍ରୀଛାତ୍ରଙ୍କୁ ପ୍ରକୃତିକୁ ସବୁଜିମା ଭଳି ସଚେତନତା କାର୍ଯ୍ୟ ପାଇଁ ସୂଚନା ମିଳିବା କ୍ଷଣି ସଙ୍ଗେ ସଙ୍ଗେ ନିଜର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଯିବାକୁ ହାତ ବଢ଼ାଇଥିଲେ ପ୍ରକୃତିବନ୍ଧୁ ଶ୍ରୀ ସାହୁ। ଏହା ପରେ ୨୫ଟି ଜିଲ୍ଲାରୁ କିଛି ଜିଲ୍ଲା ନୟାଗଡ଼, ମାଲକାନଗିରି, ମୟୁରଭଞ୍ଜ, ଗଞ୍ଜାମରୁ ୧୫୬ଜଣ ସ୍କାଉଟ…

Read More

ଶ୍ରମ କୋଡ ବାତିଲି ଦାବୀରେ CITU ନେତୃତ୍ବରେ ବିକ୍ଷୋଭ ଓ ଆନ୍ଦୋଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ର ସରକାର ଶ୍ରମିକମାନଙ୍କ ସ୍ଵାର୍ଥ ପାଇଁ ଉଦ୍ଦିଷ୍ଟ ଶ୍ରମ ଆଇନକୁ ବାତିଲ କରି ୨୨ନଭେମ୍ବର ଠାରୁ ଶ୍ରମିକ ସ୍ଵାର୍ଥ ବିରୋଧୀ ଶ୍ରମ କୋଡ ଲାଗୁ କରୁଥିବାରୁ ଏହାର ପ୍ରତିବାଦରେ ସିଆଇଟିୟୁ ନେତୃତ୍ବରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଦିବସରେ ନୟାଗଡ଼ ଛକଠାରୁ ଏକ ପଟୁଆରରେ ଯାଇ ଶ୍ରମିକ ନେତା ଆଡଭୋକେଟ ଶରତଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ବିକ୍ଷୋଭ ସଭା ଅନୁଷ୍ଠିତ କରିଥିଲେ ବିଭିନ୍ନ ୟୁନିଅନର ପ୍ରତିନିଧି ବର୍ଗ। ମୋଦି ସରକାର କର୍ପୋରେଟ ମାଲିକଙ୍କ ସ୍ଵାର୍ଥ ରକ୍ଷା କରିବା ପାଇଁ ଭାରତୀୟ ଶ୍ରମିକମାନଙ୍କ ପକ୍ଷ ଛେଦନ କରିବାକୁ ଶ୍ରମିକଙ୍କ କଷ୍ଟଲବ୍ଧ ୪୪ଶ୍ରମ ଆଇନକୁ ବାତିଲ କରିଛନ୍ତି ଓ ପ୍ରକାରାନ୍ତରେ ଏକ ନିକମା ପ୍ରଭାବହୀନ ଶ୍ରମ କୋଡ ପ୍ରଚଳନ କରିଛନ୍ତି। ଏହା ତୁରନ୍ତ ପ୍ରତ୍ୟାହାର ନିମନ୍ତେ ସାରା ଭାରତରେ ପାଳନ କରାଯାଉଥିବା…

Read More

ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲୀଶ୍ରୀ ମେଳା, କୃଷି ଯନ୍ତ୍ରପାତି ମେଳା ଓ ପୁସ୍ତକ ମେଳା -୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଜିଲ୍ଲା ପରିଷଦ ସଭାଗୃହ (ସୃଜନ)ଠାରେ ନୟାଗଡ଼ ଜିଲ୍ଲା ମହୋତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବିଜୟାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପ-ଜିଲ୍ଲାପାଳ କର୍ଣ୍ଣଦେଵ ସମାଦାର ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଏବର୍ଷ ନୟାଗଡ଼ ଜିଲ୍ଲା ମହୋତ୍ସବ ଡିସେମ୍ବର ମାସ ୨୪ ତାରିଖରେ ଆରମ୍ଭ ହୋଇ ୨୮ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପି ନୟାଗଡ଼ ‌ଷ୍ଟାଡିଅମରେ ଅନୁଷ୍ଠିତ ହେବ।      …

Read More

ବିଶ୍ଵ ମତ୍ସ୍ୟ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): କୃଷି ବିଜ୍ଞାନ କେନ୍ଦ୍ର, ପାଣିପୋଇଲା ଓ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ପକ୍ଷରୁ ମିଳିତ ଭାବେ କୃଷି ବିଜ୍ଞାନ କେନ୍ଦ୍ର ରେ ବିଶ୍ଵ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି। ବିଶ୍ବର କୋଟି କୋଟି ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ବିଶାଳ ସମୁଦ୍ର ତଥା ଅନ୍ୟାନ୍ୟ ଜଳ ଉତ୍ସର ଗୁରୁତ୍ୱକୁ ଉପଲବ୍ଧି କରିବା ତଥା ଏହା ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବୀଙ୍କ ଜୀବିକା ସୁନିଶ୍ଚିତ କରିବା ସହ ଏକ ପୋଷଣୀୟ ମତ୍ସ୍ୟଧରା କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ପ୍ରତିବର୍ଷ ବିଶ୍ଵ ବ୍ୟାପି ବିଶ୍ଵ ମତ୍ସ୍ୟ ଦିବସ ପାଳନ କରାଯାଏ। ରାଜ୍ୟସ୍ତରରେ ପାଳିତ ହେଉଥିବା ବିଶ୍ଵ ମତ୍ସ୍ୟ ଦିବସ କାର୍ଯ୍ୟକ୍ରମକୁ ସିଧା ସଳଖ ଭାବେ ଏଠାରେ ଉପସ୍ଥିତ ମତ୍ସ୍ୟଜୀବୀମାନେ ଦେଖିଥିଲେ। ସରକାରଙ୍କ ପକ୍ଷରୁ ପ୍ରାକୃତିକ ଜଳଉତ୍ସର ସୁରକ୍ଷା ତଥା ମତ୍ସ୍ୟଜୀବୀଙ୍କ ଆର୍ଥିକ ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା…

Read More

ଡ. ସୁରେଶ ବରାଡ଼ଙ୍କ ହିନ୍ଦୀ ଆଭାସୀ ଗଳ୍ପ ସଂକଳନ ‘ଆଁସୁ’ ଲୋକାର୍ପିତ

ଶରଣକୁଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ବତ ସାଧକ, କବି, ପ୍ରାବନ୍ଧିକ, ଗାଳ୍ପିକ, ଉପନ୍ୟାସକାର, ନାଟ୍ୟକାର ତଥା ଲେଖକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ହିନ୍ଦୀ ଆଭାସୀ ଗଳ୍ପ ସଂକଳନ ‘ଆଁସୁ’ ଲୋକାର୍ପିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ଵାରା ଆୟୋଜିତ ଚଳିତ ମାସ ୧୧ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲରେ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ, ଆଗ୍ରା ତଥା ଭୁବନେଶ୍ଵର କ୍ଷେତ୍ରୀୟ ଶାଖା ଆନୁକୁଲ୍ୟରେ ଚାଲିଥିବା ହିନ୍ଦୀ ଶିକ୍ଷକ ନବୀକରଣ ପାଠ୍ୟକ୍ରମ ଶିବିରରେ ଗତକାଲି ମଧ୍ୟାହ୍ଣ ବିରତି କାଳରେ ଉକ୍ତ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପାଠ୍ୟକ୍ରମ ଶିବିରରେ ନୟାଗଡ଼ ଜିଲ୍ଲାର ୬୩ଟି ବିଦ୍ୟାଳୟର ୬୩ ଜଣ ହିନ୍ଦୀ ଶିକ୍ଷକ ପ୍ରଶିକ୍ଷଣ ନେଉଥିଲେ। ଏଥିରେ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନର ଭୁବନେଶ୍ଵର କେନ୍ଦ୍ରର ନିର୍ଦ୍ଦେଶକ ତଥା ବୈଜ୍ଞାନିକ ଡ. ରଞ୍ଜନ କୁମାର ଦାଶ…

Read More

ରାଜ୍ୟ ନିର୍ବାଚନ କମିଶନଙ୍କର ନୟାଗଡ ଜିଲ୍ଲା ପରିଦର୍ଶନ

ନୟାଗଡ,(ନୟାଗଡ଼ ଦର୍ପଣ): ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ନୟାଗଡ ଜିଲ୍ଲା ପରିଦର୍ଶନରେ ଆସି ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ନୟାଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ସଦଭାବନା ସଭାଗୃହରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟେ ବିଜୟାନନ୍ଦ ନାୟକ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳର ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ରହି ସମୀକ୍ଷା ବୈଠକରେ ଭାଗ ନେଇଥିଲେ । ଏଥି ସହିତ ଡେପୁଟି କଲେକ୍ଟର (ନିର୍ବାଚନ), ଆସିଷ୍ଟାଣ୍ଟ କଲେକ୍ଟର (ନିର୍ବାଚନ) ଉପସ୍ଥିତ ଥିଲେ ।…

Read More

ନୟାଗଡ଼ ଜିଲ୍ଲା ତରଫରୁ ରାଜ୍ୟସ୍ତରୀୟ “ଉଡାନ” କ୍ୟାମ୍ପରେ ସମ୍ମାନିତ ହେଲେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ଼ ତରଫରୁ ଭୁବନେଶ୍ୱର ସ୍କାଉଟ ଗାଇଡ଼ର ମୁଖ୍ୟ କାର୍ଯ୍ୟାଳୟରେ 18 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ ଚାଲିଥିବା “ଉଡାନ” କ୍ୟାମ୍ପରେ ନୟାଗଡ଼ ଜିଲ୍ଲାରୁ ସ୍ଥିରୀକୃତ ହୋଇ ଓଡଗାଁ ବ୍ଲକର ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ନିର୍ଦେଶକ ବୀରେନ୍ଦ୍ର କୁମାର କୋରକୋରାଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି। ଏହାସହିତ ଭାରତ ସ୍କାଉଟ ଏବଂ ଗାଇଡ଼ର ଉପସଭାପତି ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ଼ର ମୁଖ୍ୟ କମିଶନର ଡ଼ଃ କାଳିପ୍ରସାଦ ମିଶ୍ର ଏବଂ ଓଡିଶା ଭାରତ ସ୍କାଉଟ ଗାଇଡ଼ର ରାଜ୍ୟ ସମ୍ପାଦକ ଶରତ ଚନ୍ଦ୍ର ପାଇକରାୟ ଉକ୍ତ ବିଦ୍ୟାଳୟର ଛାତ୍ରୀ ସନ୍ଧ୍ୟାରାଣୀ ନାୟକଙ୍କୁ ସ୍ବର୍ଣ୍ଣ ପଦକ ସହିତ ଅଙ୍କିତା ନାୟକଙ୍କୁ ରୌପ୍ୟ ପଦକ ପ୍ରଦାନ କରି ସମ୍ମାନିତ କରିଛନ୍ତି। ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଦିବାସୀ…

Read More

ମେଧାବୀ ଛାତ୍ରୀଙ୍କ ପାଠପଢା ଦାୟିତ୍ୱ ନେବ ରୋଟାରୀ କ୍ଳବ ନୟାଗଡ଼

ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ତରଫରୁ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଇକୋନୋମିକ୍ସ ବିଭାଗର ଦ୍ବିତୀୟ ବର୍ଷର ମେଧାବୀ ଛାତ୍ରୀ ରଶ୍ମିତା ପରିଡ଼ାଙ୍କୁ ୧୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ରଶ୍ମିତାଙ୍କ ପାଠପଢ଼ାର ଦାୟିତ୍ଵ ରୋଟାରୀ କ୍ଲବ, ନୟାଗଡ଼ ନେବା ପାଇଁ ପ୍ରସ୍ତୁତ ଅଛି ବୋଲି ସଭାପତି ବସିରନ ବିବି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ରଶ୍ମିତାଙ୍କ ବାପାଙ୍କ ଦେହାନ୍ତ ପରେ ତାଙ୍କ ପାଠପଢ଼ା ଖର୍ଚ୍ଚ ପାଇଁ ଅସୁବିଧା ସୃଷ୍ଟି ହେଉଥିବା ଖବର ପାଇ ରୋଟାରୀ କ୍ଲବ ସହାୟତାର ହାତ ବଢ଼ାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ କଲେଜ ଅଧ୍ୟକ୍ଷ ବିପିନ ପଟ୍ଟନାୟକ, ଅଧ୍ୟାପକ ଦିଲ୍ଲୀପ ମିଶ୍ର, ଆଶୁତୋଷ ମିଶ୍ର, ରୋଟାରୀ କ୍ଲବ ଉପସଭାପତି ମଦନ ମୋହନ ମହାପାତ୍ର ଏବଂ ସଂପାଦକ ଅବିନାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ରୋଟାରୀ କ୍ଲବ…

Read More