ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଜେମାଦେଇପୁର ଶାସନରେ ଗତ ୨ ତାରିଖରୁ ଚାଲିଥିବା ୪ତମ ଗ୍ରାମ୍ୟ ଜୟନ୍ତୀ ଉତ୍ସବ ଉଦ୍ଯାପିତ ହୋଇଯାଇଛି। ଉତ୍ସବର ପ୍ରତିଷ୍ଠାତା ସମ୍ପାଦକ ମୁରଲୀଧର ଆଚାର୍ଯ୍ୟଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୁରୀ ସଂସଦ ଡ଼ ସମ୍ବିତ ପାତ୍ର, ମୁଖ୍ୟବକ୍ତା ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, କନ୍ଧମାଳର ପୂର୍ବତନ ସଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ, ଜିଲ୍ଲା ପରିଷଦ ସଦସ୍ୟ ସୁବାସଚନ୍ଦ୍ର କହଁର, କ୍ରିଦାଶପୁର ସରପଞ୍ଚ ସଂଯୁକ୍ତା ବିଶ୍ଵାଳ ପ୍ରମୁଖ ଯୋଗଦେଇ ସାମାଜିକ ଜୀବନରେ ଗ୍ରାମ୍ୟ ସଂସ୍କୃତି ଓ ବର୍ଷକେ ଥରେ ସମସ୍ତେ ଭାଇଚାରା ନେଇ ଏକାଠି ହେବାର ଅଭିନବ ପ୍ରୟାସ ଗ୍ରାମ୍ୟ ଜୟନ୍ତୀର ପରିକଳ୍ପନାକୁ ଭୂୟସୀ ପ୍ରଶଂସା କରିଥିଲେ। ଏଥିରେ ଗ୍ରାମ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର…
Read MoreCategory: ନୟାଗଡ଼
ଖଣ୍ଡପଡ଼ା ଏସଡିପିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ପରିସ୍ଥିତି ନସୁଧୁରିଲେ ହେବ ବଡ଼ ଜନ ଆନ୍ଦୋଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ପ୍ରମୂଖ ବିଜେଡି ନେତାମାନେ ଆଜି ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କୁ ସାକ୍ଷାତ କରି ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଏହା ସହିତ ପୁଲିସର ଏକପାଖିଆ ନୀତିକୁ ବିରୋଧ କରିଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବରିଷ୍ଠ ନେତ୍ରୀ ଇରାନୀ ରାୟ, ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ, ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ । ଖଣ୍ଡପଡ଼ା ପୁଲିସ ଉପଖଣ୍ଡରେ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ…
Read Moreଉତ୍ସର୍ଗ ନ୍ୟୁଜର ପ୍ରଥମ ସ୍ଵନକ୍ଷତ୍ର ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଅଗ୍ରଣୀ ୱେବ ଚ୍ୟାନେଲ ଉତ୍ସର୍ଗ ନ୍ୟୁଜକୁ ଆଜି ୧ବର୍ଷ ପୂର୍ତ୍ତି ଅବସରରେ ଦଶପଲ୍ଲା ବ୍ଲକର କିଛି ଆଭ୍ୟନ୍ତରୀଣ ଅଞ୍ଚଳରେ କୁନିକୁନି ପିଲାଙ୍କୁ ବର୍ଣ୍ଣବୋଧ ବହି ଏବଂ ଖାତା,ପେନ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘ, ଗଣିଆ ଶାଖା କୋର୍ଡିନେଟର ତଥା ଦୈନିକ ଖବର କାଗଜ ସକାଳ ଗଣିଆ ବ୍ଲକ ପ୍ରତିନିଧି ଦେବୀ ପ୍ରସାଦ ଦାସ, ଦୈନିକ ଖବର କାଗଜ ହୀରାଞ୍ଚଳର ଦଶପଲ୍ଲା ପ୍ରତିନିଧି ରତ୍ନାକର ହୋତା, ଦୈନିକ ଖବର କାଗଜ ତୀର୍ଥକ୍ଷେତ୍ରର ଗଣିଆ ବ୍ଲକ ପ୍ରତିନିଧି ସାହେବ ସେନାପତି ପ୍ରମୁଖ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ଉତ୍ସର୍ଗ ନ୍ୟୁଜର ଷ୍ଟାଫ ଚିତ ରଞ୍ଜନ ମିଶ୍ର ପରିଚାଳନା କରିଥିବା ବେଳେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟର ସଭ୍ୟ ବିଦ୍ୟାଧର ମୁଦୁଲି, ନିହାର ରଞ୍ଜନ ମହାନ୍ତି, ସନ୍ତୋଷ କୁମାର ସାହୁ, ନାରାୟଣ ସାହୁ,…
Read Moreମିଶନ ଶକ୍ତି ବିଭାଗ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଅବମାନନା ବିରୋଧରେ ଗର୍ଜିଲା ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ
ନୟାଗଡ, (ନୟାଗଡ଼ ଦର୍ପଣ): ଓଡ଼ିଶାର ମିଶନ ଶକ୍ତି ବିଭାଗ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ଭଳି ଅପରାଧ କରି ଆଇନର ଶାସନକୁ ଧୂଳିସାତ କରୁଥିବା ଅଭିଯୋଗରେ ଆଜି ନୟାଗଡ଼ ଜିଲ୍ଲାରେ ହଜାର ହଜାର ମିଶନ ଶକ୍ତି ଇସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଅବମାନନା ଵନ୍ଦ କରିବାପାଇଁ ଦାବି କରି ଶକ୍ତିଶାଳୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୂଚନା ଯୋଗ୍ୟ ଯେ ଗ୍ରାମାଞ୍ଚଳର କୋଟି କୋଟି ମହିଳାଙ୍କୁ ଜୀବିକା ଅର୍ଜନର ରାହା ଦେଖାଇ ସ୍ଵାଵଲମ୍ଵନଶୀଳ କରାଇବା ପାଇଁ ପ୍ରଥମେ ସ୍ଵର୍ଣ୍ଣ ଜୟନ୍ତୀ ସର୍ଵ ରୋଜଗାର ଯୋଜନା ଓ ପରେ ଜାତୀୟ ଜୀବିକା ମିଶନ ମାଧ୍ଯମରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମ ଭିତ୍ତିରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନକରି ଏହି ମହିଳାମାନେ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାର ସଞ୍ଚୟ ଜମା ରଖିଲେ। ଏହି…
Read Moreଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକାରୀଙ୍କୁ ୪୮ଘଣ୍ଟା ମଧ୍ୟରେ ଗିରଫ କରିବା ପାଇଁ ନୟାଗଡ଼ ଓକିଲ ସଙ୍ଘର ଦାବୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ସଭ୍ୟ ତଥା ବ୍ରହ୍ମପୁର ଲୋକପ୍ରିୟ ଆଇନଜୀବୀ ସ୍ବର୍ଗତ ପୀତବାସ ପଣ୍ଡାଙ୍କୁ ଗତ ୬ ଅକ୍ଟୋବର ରାତ୍ର ୧୦ ଘଟିକା ସମୟରେ ବର୍ବରଚିତ୍ତ ହତ୍ୟାକୁ ନୟାଗଡ଼ ଜିଲ୍ଲା ଓକିଲ ସଙ୍ଘ ସଦସ୍ୟ ମାନେ ତୀବ୍ର ନିନ୍ଦା କରିଛନ୍ତି। ହତ୍ୟାକାରୀଙ୍କୁ ୪୮ଘଣ୍ଟା ମଧ୍ୟରେ ଗିରଫ କରିବା ସହିତ ମାନ୍ୟବର ଓଡିଶା ହାଇକୋର୍ଟ ନ୍ୟାୟମୁର୍ତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ କରାଯିବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଚାର ପ୍ରକ୍ରିୟା ସମାପ୍ତ ପାଇଁ ସମୟ ଧାର୍ଯ୍ୟ କରାଯାଉ। ସ୍ବର୍ଗତ ପଣ୍ଡାଙ୍କ ପରିବାରକୁ ରାଜ୍ୟ ସରକାର ୧ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ରାଜ୍ୟର ଅନ୍ୟାନ୍ୟ ପୀଡିତା ଆଇନଜୀବୀ ପରିବାରଙ୍କୁ ମଧ୍ୟ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉ ଏବଂ ସାରା ରାଜ୍ୟର ୫୦ ହଜାର ଆଇନଜୀବୀଙ୍କ ସୁରକ୍ଷା ପାଇଁ…
Read Moreପଥଚାରୀଙ୍କୁ ଲୁଟିଲା ବେଳେ ପୋଲିସ ହାତରେ ଧରା ପଡ଼ିଲା ଲୁଟେରା ରାଜା, ଖସିଗଲା ସହଯୋଗୀ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ବର୍ତ୍ତମାନ ସମୟରେ ରାତାରାତି କୋଟିପତି ହେବାର ନିଶା ଘାରିଛି ଯୁବପିଢ଼ିଙ୍କୁ। ସେଥିପାଇଁ କୌଣସି ବି କାର୍ଯ୍ୟ କରିବାକୁ ପଛଉ ନାହାଁନ୍ତି ଏହି ଯୁବକ ମାନେ। ୨୦ବର୍ଷରୁ ୩୫ବର୍ଷୀୟ ଯୁବକ ମାନେ ପାଦ ଥାପୁଛନ୍ତି ଅପରାଧ ଦୁନିଆରେ। ଦୈନିକ ଘଟୁଛି ଅଭାବନୀୟ ଘଟଣା। ଟେର ପାଉନଥିଲା ସ୍ଥାନୀୟ ପୋଲିସ। ପୋଲିସକୁ ମାସିକ ହାଟଗୁଂଜା ଦେଇ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ଦଶପଲ୍ଲା ଥାନା ମଧ୍ଯଖଣ୍ଡ ଅଞ୍ଚଳର କିଛି ଯୁବକ। କନ୍ଧମାଳରୁ ବାଇକ୍ ଓ କାର୍ ଯୋଗେ ଆସୁଥିବା ଯାତ୍ରୀଙ୍କୁ ଗଞ୍ଜେଇ ମାଫିଆ ଭାବି ଲୁଟ୍ରାଜ୍ ଚଳାଇ ଆସିଥିବା ଗ୍ୟାଙ୍ଗକୁ ସାବାଡ଼ କରିବା ପାଇଁ ଆକ୍ସନ୍ ମୋଡ଼କୁ ଆସିଛି ଦଶପଲ୍ଲା ପୁଲିସ। ଏହି ଲୁଟେରାଙ୍କ ଦ୍ବାରା ସାଧାରଣ ଯାତ୍ରୀ ଲୁଟ୍ର ଶିକାର ହେଉଥିବା ବେଳେ ଆଜି ଜଣେ ଲୁଟେରାକୁ କାବୁ କରିଛି ଦଶପଲ୍ଲା ପୁଲିସ। ଗିରଫ…
Read Moreଅବସରପ୍ରାପ୍ତ ଶିକ୍ଷକ ସଂଘର କର୍ମକର୍ତ୍ତା ଚୟନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ପଞ୍ଚାୟତର ଅବସର ପ୍ରାପ୍ତ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପ୍ରଫୁଲ୍ଲ ସାହୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଏହି ଚୟନ ପ୍ରକ୍ରିୟା ସଭାରେ ସର୍ବସମ୍ମତି କ୍ରମେ ଡ. ସୁକାନ୍ତି ମହାନ୍ତି ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ପ୍ରକାଶ କୁମାର ପଟ୍ଟନାୟକ ,ସମ୍ପାଦକ ରାଜକିଶୋର ନାୟକ ,ସହ ସଂପାଦକ ରବି ନାରାୟଣ ପାତ୍ର ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର ,ହିସାବ ସମୀକ୍ଷକ ବୃନ୍ଦାବନ ଜେନା, ସଂଯୋଜକ ନିରଞ୍ଜନ ମହାପାତ୍ର ଏବଂ ଉପଦେଷ୍ଟା ଭାବେ ଚକ୍ରଧର ପଟ୍ଟନାୟକ, ପ୍ରସନ୍ନ କୁମାର ଦାଶ, ସୁଧୀର କୁମାର ଦାସ, ପ୍ରମୋଦ କୁମାର ମହାପତ୍ର, ବୈକୁଣ୍ଠ ନାଥ ସାହୁ ପ୍ରମୁଖ ମନୋନୀତ ହୋଇଥିଲେ।
Read Moreଚିନ୍ମୟ ମିଶନ ପକ୍ଷରୁ ୧୮ରେ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ, ନୟାଗଡ଼ ଶାଖା ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀମଦ୍ ଭଗବତଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଚଳିତ ମାସ ୧୮ ତାରିଖରେ ପିଟିଏସ୍ ରୋଡ଼ରେ ଅବସ୍ଥିତ ଭାରତ ବିକାଶ ପରିଷଦ ଭବନରେ ଅନୁଷ୍ଠିତ ହେବ। ଜୁନିୟର ଏବଂ ସିନିୟର ଦୁଇଟି ବିଭାଗରେ ଅନୁଷ୍ଠିତ ହେବାକୁ ଥିବା ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଚିନ୍ମୟ ମିଶନ ପକ୍ଷରୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯିବ। ଜିଲ୍ଲାସ୍ତରରେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଏହି ପ୍ରତିଯୋଗିତାରେ ନର୍ସରୀ ଶ୍ରେଣୀ ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ଭଗବତ ଗୀତାର ୧୫ତମ ଅଧ୍ୟାୟର ଶ୍ଳୋକ ପାଠ କରିବେ । ଏ ନେଇ…
Read Moreବରିଷ୍ଠ ଆଇନଜୀବୀ ବୃନ୍ଦାବନ ପଣ୍ଡାଙ୍କ ଦ୍ଵାଦଶାହା ସ୍ମୃତିଚାରଣ ସଭା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓକିଲ୍ଲ ସଙ୍ଘର ପୂର୍ବତନ ସଭାପତି ତଥା ଜିଲ୍ଲାର ଖ୍ୟାତନାମା ଆଇନଜୀବୀ ସ୍ବର୍ଗତ ବୃନ୍ଦାବନ ପଣ୍ଡାଙ୍କ ଦ୍ୱଦଶାହ ଅବସରରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୀଳମାଧଵ ହୋଟେଲ ଠାରେ ସ୍ମୃତିସଭା ଆୟୋଜିତ ହୋଇଯାଇଛି। ସ୍ମୃତି ସଭାରେ ସ୍ବର୍ଗତ ପଣ୍ଡାଙ୍କ ଘନିଷ୍ଠ ସହପାଠୀ ପୂର୍ବତନ ମନ୍ତ୍ରୀ ତଥା ଆଠଗଡ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟ ଇଂ. ଦେବାଶିଷ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ବ୍ରଜକିଶୋର ପ୍ରଧାନ, କୈଳାସ ଚନ୍ଦ୍ର ପଟ୍ଟନାୟକ, ମନୋରଞ୍ଜନ ମହାପାତ୍ର, ସ୍ବର୍ଗତ ପଣ୍ଡାଙ୍କ ସମୁଦୀ ନାରାୟଣ ମହାପାତ୍ର ପ୍ରମୁଖ ସ୍ବର୍ଗତ ବୃନ୍ଦାବନ ପଣ୍ଡାଙ୍କ ଅମର ଆତ୍ମାର ସଦଗତି କାମନା କରିଵା ସହ ସ୍ମୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ…
Read Moreସମର୍ପଣ ଗୃହରେ ଆନ୍ତର୍ଜାତିକ ଜରା ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ଗୃହରେ ଆନ୍ତର୍ଜାତିକ ଜରା ଦିବସ ପାଳନ ହୋଇଯାଇଛି। ଅକ୍ଟୋବର ୦୧ ତାରିଖ ହେଉଛି ଆନ୍ତର୍ଜାତିକ ଜରା ଦିବସ। ସରକାରଙ୍କ ତରଫରୁ ସପ୍ତାହବ୍ୟାପୀ ଏହି ଦିବସ ପାଳନ ହେବାକୁ ଥିବା ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ସ୍ବାସ୍ଥ୍ଯ ସମିତି ତରଫରୁ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପୁଷ୍ପା ନିଳିମା ଲାକ୍ରା,ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଅଶୋକ କୁମାର ସାହୁ, ନୟାଗଡ଼ ଓଲ୍ଡଟାଉନ୍ ସ୍ବାସ୍ଥ୍ଯକେନ୍ଦ୍ରର ଫାର୍ମାସିଷ୍ଟ ବେଦବ୍ୟାସ ପ୍ରଧାନ ସସମର୍ପଣରେ ପହଞ୍ଚି ସମସ୍ତ ଅନ୍ତେବାସୀ ମାନଙ୍କୁ ଫୁଲ ଚନ୍ଦନ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।ତାପରେ ସମସ୍ତ ଅନ୍ତେବାସୀ ମାନଙ୍କର ସ୍ବାସ୍ଥ୍ଯ ପରୀକ୍ଷା କରିବା ସହିତ ସ୍ବାସ୍ଥ୍ଯ ସୁରକ୍ଷା ଓ ବାର୍ଦ୍ଧକ୍ଯ ଜନିତ ବିଭିନ୍ନ ସମସ୍ଯାର…
Read More