ନୟାଗଡ଼ରେ ଜିଲ୍ଲାସ୍ତରୀୟ ଯୁବୋତ୍ସବ- ୨୦୨୬ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଡାଇମଣ୍ଡ ଜୁବୁଲି ଅଡିଟୋରିୟମ ଠାରେ ଜିଲ୍ଲା ପ୍ରଶାସନ, ନୟାଗଡ଼ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୁବୋତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ ଅଭିଯାନର ଅଂଶବିଶେଷ ଭାବେ ଆୟୋଜିତ ଏହି ଉତ୍ସବର ମୁଖ୍ୟ ବାର୍ତ୍ତା ଥିଲା ‘ପ୍ରଗତିର ସାରଥୀ… ଆମ ଯୁବ ଶକ୍ତି’। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ପୁରୀ ସାଂସଦ ଡା. ସମ୍ବିତ ପାତ୍ର, ଖଣ୍ଡପଡ଼ା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ସ୍ୱୟଂଶାସିତ…

Read More

ନୟାଗଡ଼ରେ  ନୂତନ ଆଧାର ସେବା କେନ୍ଦ୍ର ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଦୁର୍ଗାପ୍ରସାଦ ଠାରେ ଏକ ନୂତନ ଆଧାର ସେବା କେନ୍ଦ୍ର ଜିଲ୍ଲାପାଳ ମଧୁମିତା ରଥଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ  ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି, ଡେପୁଟି ଜେନେରାଲ ମ୍ୟାନେଜର ନିହାର ରଞ୍ଜନ ନାୟକ, ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ, ଅପେରସନ ହେଡ ମନୋଜ କୁମାର ସାମଲ, ମାନସ କୁମାର ସାସମଲ ଆଦି ଉପସ୍ଥିତ ଥିଲେ। ଆଧାର ସମ୍ବନ୍ଧୀୟ କୌଣସି କାର୍ଯ୍ୟ କିମ୍ବା ଅଭିଯୋଗର ସମାଧାନ ପାଇଁ ନୟାଗଡ଼ବାସୀଙ୍କୁ ଆଉ ଭୁବନେଶ୍ୱରସ୍ଥିତ ୟୁଆଇଡିଏଆଇ ରାଜ୍ୟ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । ଏହି ନୂତନ ଆଧାର ସେବା କେନ୍ଦ୍ରଟି ଜନସାଧାରଣଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଏକ ସ୍ୱତନ୍ତ୍ର ସେବା କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଏଠାରେ ନୟାଗଡ଼ ଜିଲ୍ଲା ସମେତ ଆଖପାଖ ଅଞ୍ଚଳର ଲୋକମାନେ ବିଭିନ୍ନ…

Read More

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ମହାସମାରୋହରେ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ଜାତୀୟ ଆଇନ ସେବା ଦିବସ (National Legal Services Day) ମହାସମାରୋହରେ ପାଳନ କରାଯାଇଥିଲା। ମାନ୍ୟବର ଅଜନ୍ତା ଷଡ଼ଙ୍ଗୀ, ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରା ଜଜ୍, ନୟାଗଡ଼ଙ୍କ ସଦୟ ଅନୁମତିକ୍ରମେ ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅଞ୍ଜଳି ମଛଖଣ୍ଡଙ୍କ ଦକ୍ଷ ନେତୃତ୍ୱ ଓ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା।ଏହି ଅବସରରେ ବିଚାର ବିଭାଗୀୟ ଅଧିକାରୀ, ପୋଲିସ ଅଧିକାରୀ ଓ ଆଇନଜୀବୀମାନେ ଅତିଥି ଭାବେ ଯୋଗଦେଇଥିବା ବେଳେ ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲର ପ୍ରଶିକ୍ଷାର୍ଥୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ପାରା ଲିଗାଲ୍ ସ୍ୱେଚ୍ଛାସେବୀ (PLVs), ୱାନ୍ ଷ୍ଟପ୍ ସେଣ୍ଟରର କର୍ମଚାରୀ, ସାଧାରଣ ଜନତା ଏବଂ ସେବା (SEVA) ଅନୁଷ୍ଠାନର ଅନ୍ତେବାସୀମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଆଇନ ସଚେତନତା ସମ୍ବନ୍ଧୀୟ ବିଭିନ୍ନ ଆକର୍ଷଣୀୟ ଓ ଶିକ୍ଷଣୀୟ…

Read More

ଯୁବ ମହୋତ୍ସବରେ ବିଚାରକଙ୍କ ମୂଲ୍ୟାୟନକୁ ନେଇ ବିବାଦ

ଲାଇଭ୍ ପରିବେଷଣକୁ ପଛରେ ପକାଇ ରେକର୍ଡ ଗୀତରେ ନୃତ୍ୟ କରିଥିବା ପ୍ରତିଯୋଗୀଙ୍କୁ ପ୍ରଥମ ପୁରସ୍କାର! ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି ନୟାଗଡ଼,(ନୟାଗଡ଼ ଦର୍ପଣ): ଯୁବ ପ୍ରତିଭାଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଯୁବ ମହୋତ୍ସବରେ ବିଚାରକଙ୍କ ମୂଲ୍ୟାୟନ ପ୍ରକ୍ରିୟାକୁ ନେଇ ଏବେ ବିବାଦ ଦେଖାଦେଇଛି। ଲାଇଭ୍ ପରିବେଷଣକୁ ଗୁରୁତ୍ୱ ଦିଆଯିବାର ନିୟମ ଥିବା ସତ୍ତ୍ୱେ ରେକର୍ଡ ଗୀତରେ ନୃତ୍ୟ ପରିବେଷଣ କରିଥିବା ପ୍ରତିଯୋଗୀଙ୍କୁ ପ୍ରଥମ ପୁରସ୍କାର ମିଳିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଲାଇଭ୍ ପରିବେଷଣ କରିଥିବା ପ୍ରତିଯୋଗୀଙ୍କୁ ଦ୍ୱିତୀୟ ସ୍ଥାନରେ ରଖାଯାଇଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠିଛି।ସୂଚନା ଅନୁଯାୟୀ, ଆଜି ମହାବିଦ୍ୟାଳୟରେ ଅନୁଷ୍ଠିତ ଯୁବ ମହୋତ୍ସବରେ ଫୋକ୍ ଡ୍ୟାନ୍ସ ଓ ଫୋକ୍ ସଙ୍ଗ୍ ପ୍ରତିଯୋଗିତା ପାଇଁ ଲାଇଭ୍ ପରିବେଷଣର ନିୟମ ରହିଥିବା କୁହାଯାଉଛି। କିନ୍ତୁ କେତେକ ପ୍ରତିଯୋଗୀ ରେକର୍ଡ ଗୀତର ସହାୟତାରେ ନିଜର ପରିବେଷଣ କରିଥିଲେ…

Read More

ରାଜ୍ୟସ୍ତରୀୟ ‘ଚେତନା’ ଶିବିରରେ ଚମକିଲେ ରୋହିବାଙ୍କର ଦୁଇ ଛାତ୍ରୀ

ଆଲିଶା ଓ ସନ୍ଧ୍ୟାରାଣୀଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ, ପ୍ରତିଭାରେ ମନ ଜିଣିଲେ ଆଲିଶା ଓଡ଼ଗାଁ,(ନୟାଗଡ଼ ଦର୍ପଣ): ପ୍ରତିଭା, ସୃଜନଶୀଳତା ଓ କଳାତ୍ମକ ଚିନ୍ତାଧାରାର ଅନନ୍ୟ ନିଦର୍ଶନ ଦେଖାଇ ରାଜ୍ୟସ୍ତରରେ ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଓଡ଼ଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଦୁଇ ନବମ ଶ୍ରେଣୀ ଛାତ୍ରୀ ଆଲିଶା ପ୍ରିୟଦର୍ଶିନୀ ବେହେରା ଓ ସନ୍ଧ୍ୟାରାଣୀ ନାୟକ। ଭୁବନେଶ୍ୱରସ୍ଥିତ ଓଡ଼ିଶା ଭାରତ ସ୍କାଉଟ୍ସ ଓ ଗାଇଡ୍ସର ମୁଖ୍ୟ କାର୍ଯ୍ୟାଳୟରେ ନଭେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟସ୍ତରୀୟ ‘ଚେତନା’ ଶିବିରରେ ଉଭୟ ଛାତ୍ରୀ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଶିବିରରେ ଆୟୋଜିତ ‘ଅଦରକାରୀ ଜିନିଷରୁ ଉପଯୋଗୀ ଓ ସୁନ୍ଦର ବସ୍ତୁ ପ୍ରସ୍ତୁତି’ ପ୍ରତିଯୋଗିତାରେ ଛାତ୍ରୀମାନେ ନିଜର ଅସାଧାରଣ ସୃଜନଶୀଳତାର ପରିଚୟ ଦେଇଥିଲେ। ପଲିଥିନ୍ ବ୍ୟବହାର ପରିବର୍ତ୍ତେ କାଗଜରେ ପ୍ରସ୍ତୁତ ସାମଗ୍ରୀ, ଟିସୁ କାଗଜରେ ଫୁଲ ବୁକେ,…

Read More

୪୧ ବର୍ଷ ପରେ ନ୍ୟାୟ ପାଇଲେ ଗ୍ରାମଦେବତୀ ମା’ ପାଟଚଣ୍ଡୀ

ନୟାଗଡ଼ ଜିଲ୍ଲାପାଳଙ୍କ ରିଭିଜନାଲ୍ କୋର୍ଟର ଐତିହାସିକ ରାୟ, ସଂଶୋଧନ ହେବ ଜମିର ରେକର୍ଡ ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ୪୧ ବର୍ଷର ଅପେକ୍ଷା ଓ ଆଇନଗତ ଲଢ଼େଇର ଅନ୍ତ ଘଟିଛି। ଶେଷରେ ନ୍ୟାୟ ପାଇଛନ୍ତି ବାଉଁଶିଆପଡ଼ା ମୌଜା ଅନ୍ତର୍ଗତ ବଳରାମପୁର ସାହିର ଗ୍ରାମଦେବତୀ ମା’ ପାଟଚଣ୍ଡୀ ଠାକୁରାଣୀ। ୧୯୮୫ ମସିହାରେ ପ୍ରକାଶିତ ହାଲ୍ ରେକର୍ଡରେ ଦେବୀଙ୍କ ନାମ ଓ ପରିଚୟରେ ହୋଇଥିବା ତ୍ରୁଟିକୁ ସଂଶୋଧନ କରିବାକୁ ନୟାଗଡ଼ ଜିଲ୍ଲାପାଳଙ୍କ ରିଭିଜନାଲ୍ କୋର୍ଟ ଐତିହାସିକ ରାୟ ପ୍ରଦାନ କରିଛନ୍ତି।ପ୍ରାପ୍ତ ସୂଚନା ଅନୁସାରେ, ବାଉଁଶିଆପଡ଼ା ମୌଜାର ସାବକ ଖାତା ନଂ-୬୧୮ରେ ମା’ ପାଟଚଣ୍ଡୀ ଠାକୁରାଣୀଙ୍କ ପରିଚୟ ଗ୍ରାମଦେବତୀ ଭାବେ ରେକର୍ଡଭୁକ୍ତ ଥିବାବେଳେ ୧୯୮୫ ମସିହାରେ ପ୍ରକାଶିତ ହାଲ୍ ରେକର୍ଡରେ ଦେବୀଙ୍କ ପରିଚୟ ପରିବର୍ତ୍ତନ ହୋଇ ଅନ୍ୟ ଭାବରେ ଲିପିବଦ୍ଧ ହୋଇଥିଲା। ଏହି ତ୍ରୁଟିର ସଂଶୋଧନ ଦାବିରେ ବଳରାମପୁର ସାହିର ଗ୍ରାମବାସୀ…

Read More

କାର୍ତ୍ତିକ ମାସରେ ଦଶପଲ୍ଲା–ପୁରୀ ମେମୁ ଟ୍ରେନ୍‌ରେ ଅତିରିକ୍ତ ବଗି ସଂଯୋଗ ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ ଓ ସାଧାରଣ ଯାତ୍ରୀଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଦଶପଲ୍ଲା–ପୁରୀ ମେମୁ ଟ୍ରେନ୍‌ରେ ଅତିରିକ୍ତ ବଗି ସଂଯୋଗ ଅଥବା ସ୍ୱତନ୍ତ୍ର କାର୍ତ୍ତିକ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରାଇବାକୁ ଦାବି କରିଛି ନୟାଗଡ଼ ନାଗରିକ ମଞ୍ଚ । ଏ ସମ୍ପର୍କରେ ନାଗରିକ ମଞ୍ଚର ସଭାପତି ପ୍ରମୋଦ ପଟ୍ଟନାୟକ ଓ ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କ ସମେତ ଉପସଭାପତି ପ୍ରଦୀପ କୁମାର ସାହୁ ସହ ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକ, ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ନାୟକ, କୈଳାସ ଚନ୍ଦ୍ର ରଥ, ସୁରେନ୍ଦ୍ର କୁମାର ପ୍ରଧାନ, ଉମାକାନ୍ତ ମିଶ୍ର, ଦେବରାଜ ପଣ୍ଡା ପ୍ରମୁଖ ଆଜି ପୂର୍ବାହ୍ନରେ ନୟାଗଡ଼ ଟାଉନ୍ ଷ୍ଟେସନ୍‌ରେ ପହଞ୍ଚି ଷ୍ଟେସନ୍ ପରିଚାଳକ ପ୍ରତାପ ଚନ୍ଦ୍ର ସାହୁଙ୍କ ଜରିଆରେ ଖୋର୍ଦ୍ଧା ରୋଡ୍ ଡିଭିଜନ୍‌ର ଡିଭିଜନାଲ ରେଳ ପ୍ରବନ୍ଧକ (ଡିଆର୍‌ଏମ୍‌)ଙ୍କ ଉଦ୍ଦେଶ୍ୟରେ ଏକ…

Read More

ରୋଟାରୀ କ୍ଲବ ନୟାଗଡ଼ର ୩୭ତମ ପ୍ରତିଷ୍ଠା ଦିବସ ପାଳିତ

ମା’ ରାମଚଣ୍ଡୀ ମନ୍ଦିରରେ ଥଣ୍ଡା ପାନୀୟ ଜଳ ବଣ୍ଟନ ବ୍ୟବସ୍ଥା ଆରମ୍ଭ ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ର ୩୭ତମ ପ୍ରତିଷ୍ଠା  ଦିବସ ଆଜି ନୟାଗଡ଼ସ୍ଥିତ ରୋଟାରୀ ଭବନଠାରେ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ବି. ସୂର୍ଯ୍ୟ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କ୍ଲବର ସଭାପତି ବାସୁଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କ୍ଲବର ଚାର୍ଟର ସଦସ୍ୟ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଓ ଗୋଦାବରୀଶ ସାହୁଙ୍କୁ ସେମାନଙ୍କ ଅବଦାନ ଓ ଦୀର୍ଘଦିନର ସମର୍ପିତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ରୋଟାରିଆନମାନେ ରୋଟାରୀ ସହ ଜଡ଼ିତ ନିଜ ନିଜର ଅନୁଭୂତି ଓ ସ୍ମୃତି ବଖାଣିବା ସହ ସମାଜସେବା କ୍ଷେତ୍ରରେ ରୋଟାରୀର ଭୂମିକା ଏବଂ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।…

Read More

ସାଇକେଲ ଚଳାଇ ସୁସ୍ଥ ରୁହନ୍ତୁ ଓ ଶକ୍ତି ସଂରକ୍ଷଣ ବାର୍ତ୍ତା ପ୍ରଦାନକଲେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ସାଇକେଲ ଚଳାନ୍ତୁ ନିଜକୁ ସୁସ୍ଥ ରଖିବା ସହିତ ଦେଶର ଶକ୍ତି ସଂରକ୍ଷଣ ପାଇଁ ହାତବଢାନ୍ତୁ ର ବାର୍ତ୍ତା ପ୍ରଦାନ କଲେ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ସୂଚନା କ୍ରମେ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ର ପ୍ରାୟ ଏକ ଶହ ରୁ ଅଧିକ ଛାତ୍ର ଛାତ୍ରୀଙ୍କ ସହିତ ବିଦ୍ୟାଳୟର ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ  ବିଦ୍ୟାଳୟ ରୁ ରୋହିବାଙ୍କ ପରେ ବାଘୁଆଛକ ପର୍ଯ୍ୟନ୍ତ ସାଇକେଲ ଚଳାଇ ନିଜକୁ ସୁସ୍ଥ ରଖନ୍ତୁ ଓ ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ସରନ୍ତି ଶକ୍ତିର ସଂରକ୍ଷଣ କରନ୍ତୁ ବାର୍ତ୍ତା ଦେଇ ସାଇକେଲ ରାଲି କରିଥିଲେ। ଏହି ରାଲିରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ସେନାପତି, ଓଡଗାଁ…

Read More

ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’: ଜିଲ୍ଲାସ୍ତରୀୟ ବକ୍ତୃତାରେ ଆଦ୍ୟାଶକ୍ତି ପ୍ରଥମ, ସଂସଦ ପ୍ରତିଯୋଗିତା ପାଇଁ ଚୟନ

ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ‘ମାଇଁ ଭାରତ’ (MY Bharat), ନୟାଗଡ଼ ଶାଖା ଏବଂ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ସ୍ଥାନୀୟ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ – ୨୦୨୭’ ଏବଂ ଦେଶର ସଂସଦ ପାଇଁ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି l ଦେଶ ଗଠନରେ ଯୁବଶକ୍ତିର ଦାୟିତ୍ୱ, ସଂଳାପ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୁବ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ” ଏକ ଦେଶ ଏକ ନିର୍ବାଚନ “ଉପରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ନୟାଗଡ଼ ମାଇଁ ଭାରତ କେନ୍ଦ୍ରର ଯୁବ ଅଧିକାରୀ ସାହିଲ କୁମାର କୁଣ୍ଡୁଙ୍କ ପୌରୋହିତ୍ୟରେ ଏବଂ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି…

Read More