ଛୁଆଁଅଛୁଆଁ ଭେଦଭାବ ଯୋଗୁଁ ପଞ୍ଚମ ଶ୍ରେଣୀର ଦଳିତ ଛାତ୍ର ଭୋଳାନାଥ ମୃତ୍ୟୁ ପାଇଁ କୋଟିଏ ଟଙ୍କା କ୍ଷତିପୂରଣ ଦିଅନ୍ତୁ ମୁଖ୍ୟମନ୍ତ୍ରୀ : କଂଗ୍ରେସ

ଗଣିଆ, (ନୟାଗଡ଼ ଦର୍ପଣ): ଗଣିଆ ବ୍ଲକ ବେଲପଡାପାଟଣା ନୋଡାଲ ୟୁପି ସ୍କୁଲ ପଞ୍ଚମ ଶ୍ରେଣୀ ଛାତ୍ର  ଭୋଳାନାଥ ମଲ୍ଲିକକୁ ଛୁଆଁଅଛୁଆଁ ଭେଦଭାବ ଆଧାରରେ ସ୍କୁଲ ପାଇଖାନା ବ୍ୟବହାର ପାଇଁ ଅନୁମତି ନଦେବା ଯୋଗୁଁ ସମ୍ପୃକ୍ତ ଛାତ୍ର ସ୍କୁଲ ପରିସର ବାହାରକୁ ଝାଡା ଫେରିବା ପାଇଁ ଯାଇ ଏକ ଚୁଆରେ ବୁଡି ମରିଯିବା ଘଟଣା ସମଗ୍ର ଗଣିଆ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ବିଶ୍ୱସନିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ମାନସ କୁମାର ମଲ୍ଲିକ ଆଜି ନୟାଗଡ଼ ଠାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଘଟଣାକୁ ତିନି ସପ୍ତାହ ବିତି ଯାଇଥିଲେ ମଧ୍ୟ ଗଣିଆ ପୋଲିସ ମୃତକ ପରିବାରକୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ କହିଛନ୍ତି। ଦାୟିତ୍ୱରେ ଗୁରୁତର ଅବହେଳା କରିଥିବା…

Read More

ରୋହିବାଙ୍କ ଗ୍ରାମରେ ବନ୍ୟାଗ୍ନୀ ନିରାକରଣ ସଚେତନତା ରାଲି

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଗ୍ରାମରେ ଅନୁଷ୍ଠିତ ହୋଇସାରିଛି ବନ୍ୟାଗ୍ନୀ ନିରାକରଣ ସଚେତନତା ରାଲି। ଓଡଗାଁ ଜଙ୍ଗଲ ଓ ପରିବେଶ ଜଳବାୟୁ ବିଭାଗ ର  ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଅଭିମନ୍ୟୁ ମଲ୍ଲିକ ଓ ଓଡଗାଁ ଗୋଷ୍ଠୀ ଶିକ୍ଷା ବିଭାଗ ନିର୍ଦେଶ କ୍ରମେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ଓ ବିଦ୍ୟାଳୟର ଶିକ୍ଷକ ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ସାହୁ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏହି ରାଲି ରେ ଯୋଗଦେଇଥିଲେ। ଏହି ରାଲିରେ ଅନ୍ୟ ଅତିଥିଭାବେ ଓଡଗାଁ ବନପାଳ ସରିତା ବରାଳ, ବନରକ୍ଷୀ ସୌମ୍ୟରଂଜନ ଦଳେଇ, ଦିପ୍ତିମୟୀ ରାଉଳ, ଉଦ୍ଧବ ପ୍ରଧାନ, ମାନସ ରଞ୍ଜନ ମିଶ୍ର, ଦିଲ୍ଲୀପ କୁମାର ପ୍ରଧାନ ସହିତ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ ନାହାକ, ସୂର୍ଯ୍ୟମଣୀ ନାୟକ, ଖଗେଶ୍ୱର ବେହେରା, ଶିକ୍ଷୟିତ୍ରୀ ଅବନ୍ତୀ ବେହେରା…

Read More

ଆସନ୍ତା ୨୪ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ନୟାଗଡ଼ ବଜାର ବନ୍ଦ

ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘଦିନରୁ ଚାଲିଥିବା ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ଦାବି ଏବଂ  ଓଡିଶା ବଜେଟ ୨୦୨୬-୨୭ରେ ନୟାଗଡରେ ହୋମିଓପ୍ୟାଥିକ ମେଡିକାଲ କଲେଜ ପ୍ରତିଷ୍ଠା ହେବା ନେଇ ଘୋଷଣା ସମ୍ବନ୍ଧେ ଆଜି ଜୟ ନୟାଗଡ଼ ଫାଉଣ୍ଡେସନ ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଭବିଷ୍ୟତ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଅଛି। ହୋମିଓପ୍ୟାଥିକ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା କରିବା ଭଲ କଥା, କିନ୍ତୁ ନୟାଗଡ଼ ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଗତକାଲି ବି ଥିଲା, ଆଜି ବି ଅଛି ଓ ଅସନ୍ତାଦିନରେ ବି ରହିବ। ତେଣୁ ନୟାଗଡ଼ିଆଙ୍କ ହକ ତଥା ଦାବିକୁ ତ୍ୱରାନ୍ୱିତ କରିବା ପାଇଁ ଆସନ୍ତା ତା୨୪.୦୨.୨୦୨୬ରିଖ ସକାଳ ୬ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ନୟାଗଡ଼ ବଜାର ବନ୍ଦ ଡାକରା ଦିଆଯାଇଛି।…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ଆର୍ଟ ଅଫ୍ ଭଲ୍ଯୁଣ୍ଟରଜିମ୍ ଶୀର୍ଷକ ଆଲୋଚନା ଚକ୍ର

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ବେଛାସେବୀ ମାନଙ୍କର ସେବା ଭାବକୁ ବିକାଶ କରିବା ପାଇଁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ସଭାଗୃହରେ ଆର୍ଟ ଅଫ୍ ଭଲ୍ଯୁଣ୍ଟରଜିମ୍ ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ଯ ଆଲୋଚକ ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଜଣେ ସ୍ବେଛାସେବୀ କେଉଁ କେଉଁ ଗୁଣର ଅଧିକାରୀ ହେବା ଆବଶ୍ଯକ ସେ ବିଷୟରେ ଆଲୋକପାତ କରିବା ସହିତ ସମାଜସେବାର ସଜ୍ଞାକୁ ବ୍ଯାପକ ଭାବରେ ଆଲୋଚନା ଓ ପର୍ଯ୍ଯାଲୋଚନା କରିଥିଲେ। ଅନ୍ଯତମ ଆଲୋଚକ ଭାବେ ଗଣିଆ ଉନୟନ କମିଟିର ସଭାପତି ଉଷାରାଣୀ ପଟ୍ଟନାୟକ, ନୟାଗଡ଼ କ୍ଳବ୍ ର ସଭାପତି ଅଶୋକ କୁମାର ନାୟକ, ବରିଷ୍ଠ ଶିକ୍ଷାବିତ୍ ହରିହର ପାତ୍ର , କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ…

Read More

ମାତୃଭାଷାର ଉନ୍ନତି ବିନା ସଂସ୍କୃତି ବଞ୍ଚିବା ଅସମ୍ଭବ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ପ୍ରମୁଖ ଅନୁଷ୍ଠାନ ପରମ୍ପରା, ଜିଲ୍ଲା ଲେଖକ ପରିଷଦ, ମୈତ୍ରୀ ଯୁବ ସଂସଦ,ମା ଫାଉଣ୍ଡେସନ, ଆର୍ଟ ପଏଣ୍ଟ ଏବଂ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସ୍ମୃତି ସଂସଦ ତରଫରୁ ମୈତ୍ରୀ ଯୁବ ସଂସଦରେ ବିଶ୍ଵ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ପରମ୍ପରାର ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ ନୟାଗଡ ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧନୀ ବୃନ୍ଦାବନ ମହାପାତ୍ର ଓ ରଘୁନାଥ ସମବାୟ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମଲିକ୍ ଅତିଥି ରୂପେ ଯୋଗଦେଇ ମାତୃଭାଷାର ଉନ୍ନତି ଓ ପ୍ରସାର ଦିଗରେ ନିଜନିଜର ବକ୍ତବ୍ୟ ରଖିଥିଲେ। ଅତିଥିମାନେ ପ୍ରକାଶ କରିଥିଲେ କି ମାତୃଭାଷାର ଉନ୍ନତି ବିନା ସଂସ୍କୃତି ବଞ୍ଚିବା ଅସମ୍ଭବ।  ଏହି ଅବସରରେ ଏକ କବିତା ପାଠୋତ୍ସବର…

Read More

ଆସୁଛି ଗ୍ରୀଷ୍ମ ଋତୁ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗ୍ରୀଷ୍ମ ପ୍ରବାହ ପରିଚାଳନା ପାଇଁ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ଲୋକମାନଙ୍କୁ କିପରି ସଚେତନ କରାଯାଇପାରିବ ସେଥିରେ ବିଭିନ୍ନ ବିଭାଗରେ ଦାୟିତ୍ଵ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ କଣ୍ଟ୍ରୋଲ ରୁମ ଖୋଲିବା ସହିତ ପରିସ୍ଥିତି ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ଅଧିକ କ୍ରିୟାଶୀଳ କରିବା ସହିତ ଆବଶ୍ୟକତା ଅନୁସାରେ ଜଳ ଯୋଗାଇବା ଓ ଜଳ ଉତ୍ସଗୁଡ଼ିକୁ ନିୟମିତ ବିଶୋଧନ ସହ ଅଧିକ ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମୁଖ୍ୟତଃ ବିଡ଼ିଓ, ପୌର ଓ ଏନ୍.ଏ.ସି. ଅଧିକାରୀମାନଙ୍କୁ ପାନୀୟ ଜଳ ସେବା କେନ୍ଦ୍ର ବ୍ୟବସ୍ଥା କରିବା ସହିତ…

Read More

ନୟାଗଡ ଜିଲ୍ଲାରେ ବ୍ଲକ ସ୍ତରୀୟ ମହିଳା ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ପଞ୍ଚାୟତ ସମିତି ସଭାଗୃହରେ ବ୍ଲକ ସ୍ତରୀୟ ମହିଳା ଆଇନ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମହିଳା ସଶକ୍ତିକରଣ ଓ ମହିଳାଙ୍କ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଉର୍ମିଳା ମହାପାତ୍ର, ଅଧ୍ୟକ୍ଷା, Odisha State Commission for Women ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ, ସମ୍ମାନିତ ଅତିଥି ଭାବେ ମଧୁମିତା ରଥ, ଜିଲ୍ଲାପାଳ, ନୟାଗଡ,  ପୁଷ୍ପଲତା ପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଉପସ୍ଥିତ ଥିବାବେଳେ ମାନସି ପାଢ଼ୀ, ପୂର୍ବତନ CWC ସଦସ୍ୟ  (ରିସୋର୍ସ ପର୍ସନ),  ସୋମ୍ୟ ରଞ୍ଜନ ଦାଶ, ଜିଲ୍ଲା ମହିଳା ସଶକ୍ତିକରଣ ସଂଯୋଜକ, ସୌଦାମିନୀ ପଣ୍ଡା, CDPO, ନୟାଗଡ ବ୍ଲକ ଏବଂ ସଞ୍ଜୁଲତା ପାଣିଗ୍ରାହୀ, ପ୍ରୋଗ୍ରାମ ଅଫିସର ଉପସ୍ଥିତ ଥିଲେ। ମଞ୍ଚାସିନ ଅତିଥିମାନଙ୍କ ସମ୍ମୁଖରେ ସୌମ୍ୟରଞ୍ଜନ ଦାଶ ମଞ୍ଚ…

Read More

ସମର୍ପଣ ବୃଦ୍ଧାଶ୍ରମର ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ଠାରେ ଥିବା ସମର୍ପଣ ବୃଦ୍ଧାଶ୍ରମ ପରିସରରେ  ଅନୁଷ୍ଠାନର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ସମର୍ପଣ ଅନ୍ତେବାସୀ ମାନଙ୍କ ସହିତ କିଛି ସମୟ ଅତିବାହିତ କରିଥିଲେ। ଆୟୋଜିତ ସଭାକୁ ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି ସଂଯୋଜନା କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ ଯୋଗଦେଇ ଥିଲେ। ଏହି ଅବସରରେ ଅନୁଷ୍ଠାନର ସଂପାଦକ ଶ୍ରୀଧର ସାହୁ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ଯ ଅତିଥି ତଥା ସମର୍ପଣ ବୃଦ୍ଧାଶ୍ରମ ପରିଚାଳନା କମିଟିର ସଭାପତି ଶ୍ରୀମତୀ ରଥ କହିଥିଲେ, ମୁଁ ଏ ଅନୁଷ୍ଠାନର ଅତିଥି ନୁହେଁ ମୁଁ ହେଉଛି ଜଣେ ସେବକ। ଆପଣ ମାନଙ୍କର ପୂର୍ଣ୍ଣ…

Read More

ଉଦଯାପିତ ହେଲା ଜିଲ୍ଲାସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ‘ସନ୍ଧାନ’

ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ୪ ଦିନ ବ୍ୟାପି ଚାଲିଥିବା ଜିଲ୍ଲାସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ‘ସନ୍ଧାନ’ ସୋମବାର ଦିନ ଉଦଯାଟିତ ହୋଇଯାଇଛି।  ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର, ନୟାଗଡ଼, ରାଜସୁନାଖଳା ତରଫରୁ ଚାଲିଥିବା ଶିକ୍ଷକ ପ୍ରଶିକ୍ଷଣ ଶିବିରର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ଉତ୍ତମ କାନ୍ତି ଜେନା ଯୋଗଦାନ କରି ପିଲାମାନଙ୍କୁ ବାସ୍ତବ ତଥ୍ୟ ସହିତ ପରିଚିତ କରାଇ ଶିକ୍ଷାଦାନ ପ୍ରଣାଳୀ ଆପଣେଇବାକୁ ଉପସ୍ଥିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଶିକ୍ଷଣ କେନ୍ଦ୍ର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଶିକ୍ଷକ ମନୋରଞ୍ଜନ ଦାସ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ୮ଟି ବ୍ଲକରୁ ୫୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରି ତାଲିମ ପାଇଥିଲେ। ପ୍ରଶିକ୍ଷକ ଦୀପକ…

Read More

ମଡେଲ ଡିଗ୍ରୀ କଲେଜରେ ଦିନିକିଆ ଜିଲ୍ଲାସ୍ତରୀୟ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଯୁବ ରେଡକ୍ରସ ସଂସ୍ଥା ଓ ମଡେଲ ଡିଗ୍ରୀ କଲେଜ ଆନୁକୂଲ୍ୟରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରକ୍ତହୀନତା ପ୍ରଭାବ ଆକଳନ ନିମନ୍ତେ ହେମୋଗ୍ଲୋବିନର ମାତ୍ରା ନିର୍ଣ୍ଣୟ ଉଦ୍ଦେଶ୍ୟରେ ଏକ ଦିନିଆ ଜିଲ୍ଲାସ୍ତରୀୟ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ ଜିଲ୍ଲାର ୧୨ଗୋଟି ମହାବିଦ୍ୟାଳୟରୁ ପାଖାପାଖି ୩୫୦ଛାତ୍ରୀ ଅଂଶଗ୍ରହଣ କରି ନିଜ ରକ୍ତ ନମୁନା ପରୀକ୍ଷା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଶିବିରକୁ ଓଡ଼ିଶା ରାଜ୍ୟ ରେଡକ୍ରସ ମୁଖ୍ୟ ଗଣେଶ ଚନ୍ଦ୍ର ପାତ୍ର ଉଦଘାଟନ କରିଥିବା ବେଳେ ପଦ୍ମଶ୍ରୀ ବିଜେତା ସାବରମତୀ ରକ୍ତହୀନତା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ରାଜଧାନୀ ମହାବିଦ୍ୟାଳୟ, ଭୁବନେଶ୍ବରର ସହକାରୀ ପ୍ରଫେସର ଡକ୍ଟର ବନ୍ଦିତା ରଥ ବୈଷୟିକ ଅଧିବେଶନରେ ରକ୍ତହୀନତାର ବୈଜ୍ଞାନିକ କାରଣ ଏବଂ ଏହାର ନିରାକାରଣ ବିଷୟରେ ସବିଶେଷ ଆଲୋଚନା…

Read More