ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ୱର ସର୍ବପୁରାତନ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସର ୧୪୦ତମ ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଦଳୀୟ ଅରଟ ଚିହ୍ନିତ ପତାକା ସ୍ଥାନୀୟ ଛାୟାପଥ ଖେଳପଡିଆ ଠାରେ ଦଳୀୟ କାର୍ଯ୍ୟକର୍ତ୍ତା ସେବାଦଳ କର୍ମୀମାନଙ୍କ ଉପସ୍ଥିତିରେ ଉତ୍ତୋଳନ କରିଥିଲେ। ମଧ୍ୟାହ୍ନରେ ଗଣିଆ ଗାନ୍ଧୀ ଛକ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କ୍ଷୀର ସ୍ନାନ କରାଇ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା। ରାଜୀବଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଜିଲ୍ଲା ସଂଯୋଜକ ସୁକାନ୍ତ ଶତପଥିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିଷ୍ଠା ଦିବସ ସଭାରେ ଜିଲ୍ଲା ସଭାପତି ଶ୍ରୀ ଦାଶ, ୧୮୮୫ ଡିସେମ୍ବର ୨୮ ତାରିଖ ମୁମ୍ବାଇର ଗୋକୁଳଦାସ ତେଜପାଳ ସଂସ୍କୃତ ମହାବିଦ୍ୟାଳୟରେ କଂଗ୍ରେସ ଦଳ ସୃଷ୍ଟି ହୋଇ ୧୯୨୦-୪୭ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅହିଂସା ଅସ୍ତ୍ରରେ ଇଂରେଜ ମାନଙ୍କ ଶାସନ ହଟାଇ…

Read More

ପିଲାଦିନର ଅଭୁଲା ସ୍ମୃତିକୁ ମନେ ରଖିବାର ସ୍ଵତନ୍ତ୍ର ପ୍ରୟାସ

ନୟାଗଡ଼, (ନୟାଗଡ଼ ଦର୍ପଣ): ପୁରୁଣା ସ୍ମୃତିକୁ ମନେ ପକାଇବା ପାଇଁ ନୟାଗଡ଼ ବ୍ଲକ ଚନ୍ଦ୍ରଶେଖର ପୁରରେ ଏକାଠି ହେଲେ ୨୦୦ରୁ ଉର୍ଦ୍ଧ୍ବ ଝିଅ। ପ୍ରସିଦ୍ଧ ନୀଳକଣ୍ଠେଶ୍ଵର ମହାଦେବ ଓ ଦୁଆଣ୍ଟ ନଦୀକୂଳର ସୁଲୁସୁଲିଆ ପବନ, ଗାଁ ମାଟିର ମହକ ସମସ୍ତ ଝିଅ ବୋହୂମାନଙ୍କୁ ଆକୃଷ୍ଟ କରିଛି। ଦୂରଦୂରାନ୍ତରେ ଝିଅମାନେ ବିବାହ ହୋଇଥିବାରୁ ଗୋଟିଏ ସମୟରେ ଏକାଠି ହୋଇପାରୁ ନଥିଲେ। ପୁରୁଣା ବର୍ଷକୁ ବିଦାୟ ଦେବା, ନୂତନ ବର୍ଷକୁ ସ୍ଵାଗତ କରିବା ପାଇଁ କନିଷ୍ଠ ବରିଷ୍ଠଙ୍କୁ ଏକାଠି କରି ଗ୍ରାମର ଲାଇବ୍ରେରୀ ଘରର ପରିସର ଭିତରେ ନିଜେ ଝିଅମାନେ ଭୋଜିଭାତ ଓ ନାଚଗୀତ ର ଆୟୋଜନ କରିଥିଲେ। ଏହାର ସମସ୍ତ ଖର୍ଚ୍ଚ ସୁଜାତା ତ୍ରିପାଠୀ ଖୁସିରେ ଦେଇଥିଲେ ଓ ନିଜେ ଖୁସି ଅନୁଭବ କରିଥିଲେ। ଏଥିରେ ସହଯୋଗ କରିଥିଲେ ସୁଶାନ୍ତି ପୃଷ୍ଟି, ସଂଯୁକ୍ତା ନନ୍ଦ, ରଞ୍ଜୁବାଳା ନନ୍ଦ, ମମତା…

Read More

ସରକାରୀ ମେଧାବୃତ୍ତି ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଶତପ୍ରତିଶତ ସଫଳତା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକର ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା- ୨୦୨୪-୨୫ର ରେଜଲ୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ବାଜିମାତ କରି ଏକ ନୂଆ ଇତିହାସ ରଚନା କରିଛି । ବିଦ୍ଯାଳୟର ଜ୍ଯୋତି ରଂଜନ ସାହୁ ୩ୟ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାର ଉତ୍କର୍ଷ ତାଲିକାରେ(Merit List) ସର୍ବୋଚ୍ଚ ନମ୍ବର ରଖି ଜନ୍ମ ତାରିଖ ଆଧାରରେ ଦ୍ବିତୀୟ ସ୍ଥାନ ଓ ରୌନକ ପାତ୍ର ୪ର୍ଥ ସ୍ଥାନ ଅଧିକାର କରି ଆମ ବିଦ୍ଯାଳୟ ପାଇଁ ଗୌରବ ଅର୍ଜନ କରିଥିବା ବେଳେ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାର ଉତ୍କର୍ଷ ତାଲିକାରେ ( Merit list) ଅରଜିତ୍ ମହାପାତ୍ର ଓ ଅନୁଷ୍କା ବିଶ୍ବାଳ ଯଥାକ୍ରମେ ୫ମ ଓ…

Read More

ରୋଟାରି କ୍ଲବ ଏକ୍ସଲେନ୍ସୀ ପକ୍ଷରୁ ଉତ୍କଳ ବାଳାଶ୍ରମରେ କୁନିକୁନି ପିଲାଙ୍କୁ ପାଠ୍ୟ ଉପକରଣ ବଣ୍ଟନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡରେ ନୂତନ କରି ଗଢି ଉଠିଥିବା ନୂତନ ରୋଟାରି କ୍ଲବ ଏକ୍ସଲେନ୍ସୀ ଆନୁକୂଲ୍ୟରେ ଉତ୍କଳ ବାଳାଶ୍ରମରେ କୁନିକୁନି ଛାତ୍ରଛାତ୍ରୀ ଅନ୍ତେବାସୀ ମାନଙ୍କୁ ପାଠ୍ୟ ଉପକରଣ ଯଥା ଖାତା, ପେନ, ପେନସିଲ, ଏବଂ କମ୍ପାସ ପ୍ରଦାନ କରାଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଶ୍ରଦ୍ଧାର ସହିତ ଏହି ସବୁ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଲବର ପ୍ରତିଷ୍ଠାତା ସଭାପତି ପ୍ରମୋଦ ପଟ୍ଟନାୟକ, କ୍ଲବ ସମ୍ପାଦକ ତଥା ସ୍ଥାନୀୟ କେସି କ୍ଲବ ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ, ରୋଟାରୀଆନ ତଥା ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶ, କମଳ ଚରଣ ସାହୁ, ସରଜେଣ୍ଟ ଆର୍ମସ ଶେଖ ମସଜୁଦ ହୁସେନ ଏବଂ ଅନୁଷ୍ଠାନିକ ଯତ୍ନ ଅଧିକାରୀ ସତ୍ୟରଞ୍ଜନ ଦାଶ, ବାଳାଶ୍ରମ ପରିଚାଳକ ଜ୍ୟୋତରଞ୍ଜନ…

Read More

ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୧ତମ ବାର୍ଷିକ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୧ତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ସହପ୍ରାନ୍ତ ସେବାପ୍ରମୁଖ ବେଲେଶ୍ୱର ସାହୁ, ସଭାଧ୍ୟକ୍ଷ ସ୍ଥାନୀୟ ବିଦ୍ୟାଳୟର ମୁଖ୍ୟ ପ୍ରଶାସକ ହରେକୃଷ୍ଣ ମୁଦୁଲି, ପ୍ରଶାସକ ଡ଼. କୃପାସିନ୍ଧୁ କରଣ ଓ ପ୍ରଧାନାଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମଞ୍ଚାସୀନ ଥିଲେ। ପ୍ରଶାସକ ଡ଼. କୃପାସିନ୍ଧୁ କରଣ ଅତିଥି ପରିଚୟ କରାଇଥିଲେ। ପ୍ରଧାନାଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟବକ୍ତା ବେଲେଶ୍ୱର ସାହୁ ଆଜିର ସମାଜରେ “ପଞ୍ଚ ପରିବର୍ତ୍ତନ”ର ଆହ୍ବାନ ଦେଇଥିଲେ। ସେଗୁଡ଼ିକ ଯଥାକ୍ରମେ ସ୍ଵବୋଧ, କୁଟୁମ୍ବ ପ୍ରବୋଧକ ,ସାମଜିକ ସମରସତା, ପର୍ଯ୍ୟାବରଣ ଓ ନାଗରିକର କର୍ତ୍ତବ୍ୟ ଇତ୍ୟାଦି ବହୁ ଉଦାହରଣ ମାଧ୍ୟମରେ ଦର୍ଶକମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ।…

Read More

ମନରେଗା ଯୋଜନରୁ ମହାତ୍ମା ଗାନ୍ଧଙ୍କ ନାମ ଏବଂ ନିୟମ ପରିବର୍ତ୍ତନ କରିଥିବା ବିଜେପି ସରକାର ବିରୁଦ୍ଧରେ କଂଗ୍ରେସ ବିକ୍ଷୋଭ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଜେପି ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗାରଣ୍ଟି ଆଇନ (MGNREGA) କୁ ରଦ୍ଦ କରିବା ପାଇଁ ଏକ ବିଲ୍ ଆଣି ଏକ ଭୟାବହ ଏବଂ ଯୋଜନାବଦ୍ଧ ପଦକ୍ଷେପ ଗ୍ରହଣ କରିଛି। ଏହା କୌଣସି ସାଧାରଣ ବିଧାନମୂଳକ ପ୍ରକ୍ରିୟା ନୁହେଁ। ଏହା ଏକ ରାଜନୈତିକ ଚକ୍ରାନ୍ତ, ଯାହାର ଉଦ୍ଦେଶ୍ୟ ଏକ ଐତିହାସିକ, ଅଧିକାର-ଆଧାରିତ ଜନକଲ୍ୟାଣ ଆଇନକୁ ଦୁର୍ବଳ କରିବା ଏବଂ ଭାରତର ସବୁଠାରୁ ପରିଚିତ କଲ୍ୟାଣକାରୀ ଆଇନରୁ ମହାତ୍ମା ଗାନ୍ଧୀଙ୍କ ନାମ ଓ ମୂଲ୍ୟବୋଧକୁ ମିଟାଇଦେବା ଭଳି ହୀନ ଉଦ୍ୟମ କରି ବିଜେପି ସରକାର ସଂସଦ ଶେଷ ଦିବସରେ ଗୃହରେ ଆଲୋଚନା କାରନଯାଇ ତରବରିଆ ଭାବେ ତାଳି ମାରି ଗୃହୀତ କରାଯାଇ ଥିବାରୁ ଆଜି ପିସିସି ଆହ୍ୱାନ କ୍ରମେ ମଧ୍ୟାହ୍ନ ରେ ଗାନ୍ଧଙ୍କୁ ପୁଷ୍ପମାଲ୍ୟ ଦେଇ କଂଗ୍ରେସ କର୍ମୀ ମାନେ ଶୋଭାଯାତ୍ରାରେ…

Read More

ଜାନୁୟାରୀ ୫ରୁ ୯ପର୍ଯ୍ୟନ୍ତ ପାଞ୍ଚ ଦିନିଆ ମହା ଆୟୋଜନ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁରର ସାଂସ୍କୃତିକ ପରମ୍ପରାକୁ ଆଉ ଏକ ମାଇଲସ୍ଟୋନ୍‌ ଯୋଗାଇବାକୁ ଯାଉଛି ଆସନ୍ତା ‘ଅର୍ଜୁନ–୨୦୨୬’ ରଣପୁର ମହୋତ୍ସବ। ଆସନ୍ତା ଜାନୁୟାରୀ ୦୫ରୁ ୦୯ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଏହି ମହାମେଳା ଆୟୋଜିତ ହେବ ବୋଲି ମହୋତ୍ସବ କମିଟି ସୂଚନା ଦେଇଛି।ସୋମବାର ସ୍ଥାନୀୟ ମା ମଣିନାଗ କଲ୍ୟାଣୀ ମଣ୍ଡପରେ ଏହି ମହୋତ୍ସବକୁ ସଫଳ କରିବା ନିମିତ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକଟି କମିଟିର ସଭାପତି, ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି  ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ସମ୍ପାଦକ  ସ୍ୱରାଜ ମହାନ୍ତିଙ୍କ ସହଯୋଗରେ କମିଟି ସଦସ୍ୟ, ସାମ୍ବାଦିକ, ଆଇନଜୀବୀ, ବୁଦ୍ଧିଜୀବୀ ଓ ଆଗ୍ରହୀ ଜନସାଧାରଣ ଉପସ୍ଥିତ ରହି ମହୋତ୍ସବର ସମସ୍ତ  ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବକୁ ଏ ବର୍ଷ ଆହୁରି ଆକର୍ଷଣୀୟ,…

Read More

ଛାତ୍ରଛାତ୍ରୀଙ୍କ ପ୍ରତିଭାର ପ୍ରତିଫଳନ: ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା, ବିଜ୍ଞାନର ମେଳାରେ ୧୩୬ ପ୍ରକଳ୍ପର ପ୍ରଦର୍ଶନ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପୂର୍ବାହ୍ନ ୧୦ଟା ସମୟରେ ୩୫ତମ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଭବ୍ୟ ଭାବେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ଉପ-ନିର୍ଦ୍ଦେଶିକା ବିନିତା ସେନାପତି ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ବନଲତା ବେହେରା, ଗୀତାଞ୍ଜଳି ସାହୁ, ସନ୍ଧ୍ୟାରାଣୀ ରାଉତ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ ଚନ୍ଦ୍ର ସାହୁ, ଜିଲ୍ଲା ଶିକ୍ଷା ସଂଯୋଜିକା କୃଷ୍ଣାରାଣୀ ମାଝୀ ଓ ନୟାଗଡ ବ୍ଲକ ଭାରପ୍ରାପ୍ତ ଶିକ୍ଷା ଅଧିକାରୀ ଉମାକାନ୍ତ ସେଠି ପ୍ରମୁଖ ଯୋଗ ଦେଇଥିଲେ।ଲାଠିପଡା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା।…

Read More

ମାର୍ଚ୍ଚ ୧୫ରୁ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ
ମହୋତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ମାର୍ଚ୍ଚ ୧୫ରୁ ସପ୍ତାହବ୍ୟାପୀ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ-୨୦୨୬ ପଠାଣି ସାମନ୍ତ ଅଡିଟୋରିଅମ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ବିଗତ ବର୍ଷ ମାନଙ୍କ ଭଳି ମାର୍ଚ୍ଚ ୧୫ ରୁ ୨୧ ତାରିଖ ଯାଏଁ ନାଟକ ମହୋତ୍ସବ ଆୟୋଜନ କରିବ । ଚଳିତ ବର୍ଷ ଭୁବନେଶ୍ବର, ସମ୍ବଲପୁର, କଟକ, ବରଗଡ଼, ବାଲେଶ୍ୱର ଏବଂ ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନଙ୍କ ସହିତ ନାଟକ ମଞ୍ଚସ୍ଥ ନିମନ୍ତେ ଯୋଗାଯୋଗ କରାଯାଉ ଅଛି । ପ୍ରତ୍ୟହ ସନ୍ଧ୍ୟା ୭ ଘ.୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ ଥିଏଟର ଶୈଳୀରେ ପ୍ରଦର୍ଶିତ ହୋଇ ସର୍ବାଧିକ ଦୁଇ ଘଣ୍ଟା ଅବଧି ମଧ୍ୟରେ ପରିସମାପ୍ତ ହେବ । ନାଟକ ସମୂହ ସାଂପ୍ରତିକ ସମାଜ ଭିତ୍ତିକ ହୋଇ ଦର୍ଶକୀୟ ଆଦୃତି ଲାଭ…

Read More

“ମନରେଗା” ବଦଳରେ “ଜୀ ରାମ ଜୀ”କୁ ନେଇ ନୟାଗଡ଼ରେ ସିପିଆଇଏମର ବିକ୍ଷୋଭ

ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ର ମୋଦି ସରକାର ବିକଶିତ ଭାରତ ଜୀ ରାମଜୀ ଯୋଜନା ପ୍ରବର୍ତ୍ତନ ଆଳରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ କବର ଦେଇ ଉପା ସରକାରଙ୍କ ପ୍ରଣୀତ ଜନବାଦୀ କାର୍ଯ୍ୟକ୍ରମକୁ ହଟେଇ ଦେଇଛନ୍ତି। ଆଉ ଗଡସେପନ୍ଥୀ ପ୍ରତିକ୍ରିୟାଶୀଳ ନୀତିର ପୃଷ୍ଠପୋଷକତାରେ ଗାନ୍ଧିଜୀଙ୍କ ନାମକୁ ମୂଳପୋଛ କରିବାର ହୀନଚକ୍ରାନ୍ତ କରିଛନ୍ତି। ଏହାର ଦୃଢ଼ ବିରୋଧ କରି ସିପିଆଇ ଏମ୍ ପକ୍ଷରୁ ନୟାଗଡ଼ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କର୍ମୀମାନେ ମନରେଗା ଯୋଜନାର ପୁନଃ ପ୍ରଚଳନ କରିବା ସହିତ କର୍ମ ଦିବସ ୨୦୦ଦିନକୁ ବୃଦ୍ଧି କରିବାର ଦାବି ନେଇ ସହର ପରିକ୍ରମା କରିଥିଲେ ଏବଂ ଏହି ମର୍ମରେ ଜିଲ୍ଲାପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ବରିଷ୍ଠ ସିପିଆଇ ଏମ୍ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ ସଭାରେ…

Read More