ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ବିଭାଗର ସମସ୍ତ ମୁଖ୍ୟ ବିତରଣୀୟ ଉପରେ ସମୀକ୍ଷା କରିବା ବୈଠକ ଅନୁଷ୍ଠିତ ହେଇଥିଲା। ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କରିବା ସହିତ, ସମସ୍ତ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚାଇବା ତଥା ଜିଲ୍ଲାକୁ ରାଜ୍ୟସ୍ତରରେ ଏକ ଉତ୍ତମ ସ୍ଥାନରେ ପହଞ୍ଚାଇବା ଉପରେ ଜିଲ୍ଲାପାଳ ଜୋର୍ ଦେବା ସହିତ ସମସ୍ତ ସ୍ୱାସ୍ଥ୍ୟ ବିଭାଗର ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ତାଗିତ କରିଥିଲେ। ବିଶେଷ କରି ତୃଣମୂଳ ସ୍ତରରେ ଯଥା ମମତା ଦିବସ, ଟୀକାକରଣ ଦିବସ ଆଦିକୁ ଉତ୍ତମ ରୂପେ ପରିଚାଳନା ପାଇଁ ଉଭୟ ଗୋଷ୍ଠୀ ତଥା ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁ ହ୍ରାସ କରିବା ପାଇଁ ଆଶା ତଥା ସ୍ବାସ୍ଥ୍ୟକର୍ମୀମାନଙ୍କୁ ଅନବରତ…
Read MoreCategory: ନୟାଗଡ଼
ନିଶାମୁକ୍ତ ସମାଜ ଓ ଆମର ଭୂମିକା ଆଲୋଚନା ଚକ୍ର ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର କୌଶଳୀ କ୍ଲବ୍ ଛାତ୍ରଛାତ୍ରୀମାନଙ୍କୁ ନେଇ “ନିଶାମୁକ୍ତ ସମାଜ ଗଠନରେ ଆମର ଭୂମିକା” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କୌଶଳୀ କ୍ଲବର ଦୁଇ ସଂଯୋଜିକା ତଥା ସହକାରୀ ଶିକ୍ଷୟିତ୍ରୀ ରଶ୍ମୀ ରଞ୍ଜିତା ବେହେରା ଓ ସୁଷମା ବିଶ୍ଵାଳଙ୍କ ଦ୍ଵାରା ସଂଯୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ଉଦଘାଟନ କରି ନିଶା ସେବନର ଭୟାବହତା ତଥା ନିଶା ହିଁ ସର୍ବନାଶର କାରଣ ଉପରେ ଆଲୋକପାତ କରାଇଥିଲେ। ଏଥି ସହିତ ବରିଷ୍ଠ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ଜୀବନରେ ନିଶା ସେବନ ନକରିବା ତଥା ନିଶାସକ୍ତ ମଣିଷ ମାନଙ୍କୁ ବୁଝାଇ ଏଥିରୁ ନିବୃତ୍ତ ରଖିବା ପାଇଁ ସଦା ଆଗଭର ହୋଇ କାର୍ଯ୍ୟକରିବା ଉପରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ଶପଥ ପାଠ କରାଇବା ସହିତ ଧନ୍ୟବାଦ ଅର୍ପଣ…
Read Moreପଣ୍ଡିତ ବିନାୟକ ମିଶ୍ର ସାହିତ୍ୟ ସମ୍ମାନ ପାଇବେ ସାହିତ୍ୟିକ ଶତ୍ରୁଜିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ସପ୍ତମ ଶ୍ରେଣୀ ପାଠ ପଢି ଡ୍ରଇଂ ଶିକ୍ଷକରୁ ଅଧ୍ୟାପକ ହେବା ସହ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଅନେକ ଗବେଷଣାତ୍ମକ ପୁସ୍ତକ ରଚନା କରିଥିବା ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ ଅନନ୍ୟ ସାରସ୍ଵତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ ୧୩୨ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଅଗଷ୍ଟ ୨୭ ତାରିଖ ୨୦୨୫ ରେ ନୟାଗଡ଼ଠାରେ ଅନୁଷ୍ଠିତ ହେବ। ସମାରୋହରେ ଚଳିତ ବର୍ଷ ତଥାସ୍ତୁ ତରଫରୁ କବି, ପ୍ରାବନ୍ଧିକ ଓ ସଂପାଦକ ଶତ୍ରୁଜିତଙ୍କୁ ପଣ୍ଡିତ ବିନାୟକ ମିଶ୍ର ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ। ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ପାଳନ ପାଇଁ କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତଥାସ୍ତୁର ସଭାପତି ବସିରନ୍ ବିବିଙ୍କ ଅଧ୍ୟକ୍ଷତାରେ ଏବଂ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ…
Read Moreଭାରତର ଗଣତାନ୍ତ୍ରିକ ଯୁବ ଫେଡେରେଶନ (DYFI)ର ନୟାଗଡ଼ ଜିଲ୍ଲା ସମ୍ମିଳନୀ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେଶନ (DYFI)ର ଦଶମ ଜିଲ୍ଲା ସମ୍ମିଳନୀ ଦଶପଲ୍ଲାର ଇଲେଭେନ ଷ୍ଟାର କ୍ଳବ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀର ପ୍ରାରମ୍ଭରେ ସଂଗଠନର ଜିଲ୍ଲା କମିଟି ସଭାପତି ବିରଞ୍ଚି ପ୍ରଧାନ ପତାକା ଉତ୍ତୋଳନ କଲାପରେ ସମାଜପାଇଁ ଜୀବନ ଦେଇଥିବା ସହିଦମାନଙ୍କ ଉଦ୍ଦେଶ୍ୟରେ ସହିଦ ବେଦିରେ ସମସ୍ତ ପ୍ରତିନିଧି ଓ ଅତିଥିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ପୁଷ୍ପ ପ୍ରଦାନ କରି ସମ୍ମିଳନୀ କକ୍ଷରେ ପ୍ରବେଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଥୀ ବିରଞ୍ଚି ପ୍ରଧାନ, ପ୍ରକାଶ ମଣ୍ଡଳ ଓ ଧିରେନ ପାତ୍ରଙ୍କୁ ନେଇ ଏକ ସଭାପତି ମଣ୍ଡଳୀ ସମ୍ମିଳନୀ ପରିଚାଳନା କରିଥିଲେ। ସମ୍ମିଳନୀକୁ ଓଡ଼ିଶା ରାଜ୍ୟ ସଭାପତି ସରୋଜ କୁମାର ନାୟକ ଉଦଘାଟନ କରି ଯୁବ ଆନ୍ଦୋଳନକୁ ଜିଲ୍ଲାରେ ଜୋରଦାର୍ କରିବାକୁ ଆହ୍ବାନ ଦେଇଥିଲେ। ଜିଲ୍ଲା ସମ୍ପାଦକ ବିପିନ୍ ବିହାରୀ ବାଜୁ ଏକ ରାଜନୈତିକ…
Read Moreଡ. ସୁରେଶ ବରାଡ଼ଙ୍କ ଉପନ୍ୟାସ ‘ଡଙ୍ଗରରେ ନିଆଁ’ ଲୋକାର୍ପିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଜାଜ୍ଵଲ୍ୟମାନ ସାରସ୍ବତ ସାଧକ, କବି, ପ୍ରାବନ୍ଧିକ, ଗାଳ୍ପିକ, ଔପନାସିକ ତଥା ଲେଖକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଉପନ୍ୟାସ ‘ଡଙ୍ଗରରେ ନିଆଁ’ ପୁସ୍ତକ ଲୋକାର୍ପିତ ହୋଇ ଯାଇଛି। ସ୍ବାଧୀନତା ଦିବସ ଅବସରରେ ଗ୍ରାମ ସଭାପତି ଭରତ ସାହୁଙ୍କ ପୌରୋହିତ୍ୟରେ ଥୁଆବାରୀ ଗ୍ରାମବାସୀମାନଙ୍କ ଦ୍ଵାରା ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ମାନଙ୍କ କରକମଳରେ ଏହି ଉପନ୍ୟାସ ପୁସ୍ତକର ଲୋକାର୍ପଣ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ, ସମ୍ମାନିତ ଅତିଥି ରୂପେ ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ପାରାଢ଼ିପି ସରପଞ୍ଚ ବିଭୂତି…
Read Moreପଠାଣି ସାମନ୍ତ ଆବାସିକ ଉଚ୍ଚ ବିଦ୍ୟାଳୟରେ ୭୯ତମ ସ୍ୱାଧୀନତା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ୭୯ତମ ସ୍ବାଧୀନତା ଦିବସ ଅବସରରେ ନୟାଗଡ଼ ସହରରେ ଅବସ୍ଥିତ ପଠାଣି ସାମନ୍ତ ଉଚ୍ଚ ବିଦ୍ୟାଳୟରେ ମହାସମାରୋହରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଭାରତୀୟ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏଥିରେ ୧ମ ଓ ୨ୟ ବର୍ଷର ଛାତ୍ରଛାତ୍ରୀ ସହ ଅଧ୍ୟାପକଙ୍କ ଦ୍ଵାରା ମହାସମାରୋହରେ ପାଳନ କରାଯାଇଛି। ବିଦ୍ୟାଳୟର ସମ୍ପାଦିକା ତନୁଜା ମିଶ୍ର, ଅଧ୍ୟକ୍ଷ ସୌମ୍ୟରଞ୍ଜନ ପରିଡ଼ା, ନିର୍ଦ୍ଦେଶକ ଦେବାଶିଷ ମିଶ୍ର, ଅଧ୍ୟାପକ କେଦାର ଚନ୍ଦ୍ର ନାୟକ, ଦେବାଶିଷ ମିଶ୍ର, ବିପିନ ପ୍ରଧାନ, ଦିଲ୍ଲୀପ ବରାଡ ପ୍ରମୁଖ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଥିଲା।
Read More୭୯ତମ ସ୍ୱାଧୀନତା ଦିବସରେ ସାଇ ସିଦ୍ଧି ଫାଉଣ୍ଡେସନ ତରଫରୁ ଶିକ୍ଷଣ ସାମଗ୍ରୀ ଓ ଖାଦ୍ୟ ବଣ୍ଟନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ୭୯ତମ ସ୍ବାଧିନତା ଦିବସ ଅବସରରେ ସାଇ ସିଦ୍ଧି ଫାଉଣ୍ଡେସନ ତରଫରୁ ନୟାଗଡ଼ ନୂତନ ବସ ଷ୍ଟାଣ୍ଡ ନିକଟରେ ଥିବା “ସେବା” ବୌଦ୍ଧିକ ଭିନ୍ନକ୍ଷମ ଶିଶୁମାନଙ୍କ ସ୍ଵତନ୍ତ୍ର ବିଦ୍ୟାଳୟ ଠାରେ କାର୍ଯକ୍ରମ କରାଯାଇଥିଲା। ଅସହାୟଙ୍କର ପ୍ରତିଟି ସେବାରେ ସମର୍ପିତ ସହ ଏକାଠି ହୋଇ ନିରୀହ ଶିଶୁଙ୍କ ମୁହେଁ ହସ ଫୁଟାଇବା ସାଇ ସିଦ୍ଧି ଫାଉଣ୍ଡେସନ ପରିବାରର ନିଆରା ପ୍ରୟାସରେ “ସେବା” ସ୍ଵତନ୍ତ୍ର ବିଦ୍ୟାଳୟ ଠାରେ ସମସ୍ତ ଭିନ୍ନକ୍ଷମ ପିଲାମାନଙ୍କ ସହ ସମୟ କାଟିବା ସହ ଶିକ୍ଷଣ ସାମଗ୍ରୀ ଓ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନ ଅଧକ୍ଷ ସାଇ ଶୁଭମ, ଶଙ୍କର୍ଷଣ ବେହେରା, ଶୁଭାଶିଷ ନାୟକ, ଆଲୋକ କୁମାର ଦାସ, ବିକାଶ ଦାସ, ରାଜେଶ ସାହୁ, ସାଇ ସ୍ବରାଜ, ତାପସ କୁମାର ସାହୁ, ଓମ, ବିକାଶ, ସଂକେତ, ସୁମିତ୍ ପ୍ରମୁଖ ସହଯୋଗ କରିଥିଲେ। ସ୍ଵତନ୍ତ୍ର…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ୭୯ ତମ ସ୍ବାଧିନତା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ୭୯ତମ ସ୍ବାଧିନତା ଦିବସ ପାଳନ ପାଇଁ ସମଗ୍ର ଦେଶ ଉତ୍ସବ ମୁଖର। ପୁରପଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା। ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପାଳିତ ହୋଇଥିବା ସ୍ବାଧିନତା ଦିବସରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବିଚାରପତି ଅଞ୍ଜଳୀ ମଛଖଣ୍ଡ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାପରେ ବିଦ୍ଯାଳୟ ପଡିଆରେ ସମ୍ମିଳିତ ଛାତ୍ରଛାତ୍ରୀଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରି ସ୍ବାଧିନତା ଦିବସର ମହାନତା ବିଷୟରେ ଆଲୋକପାତ କରିଥିଲେ । ଆଜିର ଛାତ୍ର କାଲିର ନାଗରିକ। ତେଣୁ ଭଲ ପାଠ ପଢିବା ସହିତ ଭଲ ମଣିଷ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ…
Read Moreସମର୍ପଣ ବୃଦ୍ଧାଶ୍ରମରେ ପତାକା ଉତ୍ତୋଳନ କଲେ ପୂର୍ବତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ମହାସମାରୋହରେ ପାଳିତ ହୋଇଯାଇଛି ୭୯ତମ ସ୍ବାଧିନତା ଦିବସ। ରଣପୁରର ପୂର୍ବତନ ବିଧାୟକ ସତ୍ଯନାରାୟଣ ପ୍ରଧାନ ଅତିଥି ଭାବେ ଯୋଗଦେଇ ଆଶ୍ରମ ଅନ୍ତେବାସୀ ଓ ସଦସ୍ଯମାନଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରି ମହାନ୍ ଦେଶଭକ୍ତ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ କରିବା ସହିତ ଆଶ୍ରମ ପରିଚାଳନା କମିଟି ସଦସ୍ଯ ମାନଙ୍କ ସେବା ଓ ସମୟଦାନ ପାଇଁ ସାଧୁବାଦ ଜଣାଇଥିଲେ। ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଶ୍ରୀଧର ସାହୁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ, ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ, ପ୍ରଦୀପ କୁମାର ପ୍ରୁଷ୍ଟି, ଶ୍ରୀକାନ୍ତ ପଟ୍ଟନାୟକ, ଦୁର୍ଯ୍ଯୋଧନ ସାହୁଙ୍କ ସମେତ ପ୍ଳେସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।
Read Moreଚିନ୍ମୟ ମିଶନ ପକ୍ଷରୁ ହନୁମାନ ଚାଳିଶା ପଠନ ଏବଂ ସମୂହ ପ୍ରସାଦ ସେବନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ତ୍ରିନାଥ ଛକସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ହନୁମାନ ଚାଳିଶା ପଠନ ଏବଂ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ପବିତ୍ର ରେଖା ପଞ୍ଚମୀ ଅବସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ସଭାପତି ସୁରେନ୍ଦ୍ରନାଥ ମହାପାତ୍ର ଏବଂ ସମ୍ପାଦକ ଘନଶ୍ୟାମ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଦସ୍ୟ ଥରେ ଥରେ ହନୁମାନ ଚାଳିଶା ପାଠ କରି ସର୍ଵମଙ୍ଗଳ କାମନା କରିଥିଲେ। ପରେ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଏବଂ ଭକ୍ତମାନେ ପ୍ରସାଦ ସେବନ କରିଥିଲେ। ଅନୁଷ୍ଠାନର ସଂଯୋଜିକା ଶ୍ରାବଣୀ ମିଶ୍ରଙ୍କ ସମେତ ସଦସ୍ୟ ସତ୍ୟ ନାରାୟଣ ସାହୁ, ଅରୁଣ କୁମାର ମହାନ୍ତି, ହରିହର ମିଶ୍ର, ରବୀନ କୁମାର ମହାପାତ୍ର, କୃଷ୍ଣପ୍ରିୟା ଦାଶ, ପ୍ରସନ୍ନ କୁମାର ବସନ୍ତିଆଙ୍କ ସମେତ ଅନେକ ଭକ୍ତ ଏବଂ…
Read More