୧୯୮୮ମସିହାରୁ ବୃକ୍ଷରେ ରାକ୍ଷୀ ବାନ୍ଧି ଆସୁଛନ୍ତି ଗ୍ରାମବାସୀ

ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଆଜି ସର୍ବତ୍ର ରକ୍ଷାବନ୍ଧନ ଉତ୍ସବ ଆନନ୍ଦଉତ୍ସାହର ସହ ପାଳିତ ହୋଇଛି । ଏହି ଉତ୍ସବରେ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧୁଥିବା ବେଳେ ଏକ ନିଆରା ପରମ୍ପରା ଦଶପଲ୍ଲାରେ ଦେଖିବାକୁ ମିଳୁଛି । ଦୀର୍ଘ  ବର୍ଷ ହେଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମବାସୀ ଏହି ନିଆରା ପରମ୍ପରା ସହ ବାନ୍ଧି ହୋଇଯାଇଛନ୍ତି । ଗଛ ମାନବ ସମାଜ ପାଇଁ ସବୁଠାରୁ ଦରକାରୀ ହୋଇଥିବାରୁ ଗ୍ରାମର ବୟସ୍କ ବ୍ୟକ୍ତିମାନେ ରକ୍ଷାବନ୍ଧନ ତିଥିରେ ଗଛରେ ରାକ୍ଷୀ ବାନ୍ଧି ଥାନ୍ତି। ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମରେ ୧୯୮୮ମସିହା ଠାରୁ ଏଭଳି ପରମ୍ପରା ଚାଲି ଆସିଛି । ଅପରାହ୍ନରେ ପ୍ରଥମେ ଗ୍ରାମର ବୟସ୍କ ବ୍ୟକ୍ତି ମାନେ ନୂଆ ଲୁଗା ପିନ୍ଧି ଗଛରେ ରାକ୍ଷୀ ବାନ୍ଧି ସାରିବା ପରେ ଗହ୍ମାଡିଆଁ ପର୍ବ ପାଳନ କରିଥାନ୍ତି।…

Read More

ନୟାଗଡ଼ରୁ ୭୫ମିଟର ଜାତୀୟ ପତାକା ଉଡାଇଲେ ପିସିସି ସଭାପତି

ନୟାଗଡ଼,(ନୟାଗଡ଼ ଦର୍ପଣ): ଦେଶ ସ୍ୱାଧିନତାର ୭୫ବର୍ଷ ପାଇଁ ଜାତୀୟ କଂଗ୍ରେସର ତ୍ୟାଗ ଓ ବଳିଦାନ ସ୍ମୃତିରେ ସ୍ୱାଧିନତାର ଗୌରବ ଯାତ୍ରା ଆଜି ନୟାଗଡ଼ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଦେଶ କଂଗ୍ରେସର ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏବଂ ଏଆଇସିସିର ସଂପାଦକ ଜି ରୁଦ୍ରରାଜୁ ଜାତୀୟ ପତାକା ହଲାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ନୟାଗଡ଼ ଟ୍ରାଫିକ ଛକଠାରେ ସ୍ୱାଧିନତାର ୭୫ବର୍ଷ ପୂର୍ତ୍ତି ର ଖୁସି ମୁହୁର୍ତରେ ୭୫ ମିଟରର ଜାତୀୟ ପତାକା ଉଡାଇ ଦେଶପ୍ରେମ ଏବଂ ଧର୍ମନିରପେକ୍ଷ ଭାରତ ବର୍ଷର ଭାଇଚାରା ଦେଶପ୍ରେମ ଉଦ୍ରେକ କରାଇଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମାତ୍ରାଧିକ ଦରଦାମ ବ୍ରୁଦ୍ଧି, ରନ୍ଧନ ଗ୍ୟାସ ଦରବୃଦ୍ଧି ହାଣ୍ଡିଶାଳେ ଚଡକ, ରୋଜଗାର ନପାଇ କୋଟିକୋଟି ଯୁବକ ବେକାର, ଦେଶର ଅର୍ଥନୀତି ନିମ୍ନଗାମୀ, କଂଗ୍ରେସ ଶାସନ ରେ ପ୍ରତିଷ୍ଠିତ ଲାଭଦାୟକ ରାଷ୍ଟ୍ରୟତ୍ତ…

Read More

ଅନନ୍ୟା ଫାଉଣ୍ଡେସନ୍ ତରଫରୁ ବୃକ୍ଷରୋପଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ୫୦୦ରୁ ଉର୍ଦ୍ଧ୍ବ ବୃକ୍ଷରୋପଣ କରାଯାଇଛି। ଆଜି ନୟାଗଡ଼ ବ୍ଲକ୍ ପ୍ରତାପପ୍ରସାଦର ବିଭିନ୍ନ ଅଞ୍ଚଳ ତଥା ଇଟାମାଟି ଶ୍ମଶାନରୁ କେନାଲ୍ ରୋଡ଼ର ଉଭୟ ପାର୍ଶ୍ଵରେ ପିଜୁଳି, ଶିଶୁ, ଅଁଳା, ଚାକୁଣ୍ଡା, ଶାଗୁଆନ, ଦେଵଦାରୁ, କୃଷ୍ଣଚୂଡ଼ା ଆଦି ଚାରାରୋପଣ କରାଯାଇଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନଙ୍କ ମଧ୍ୟରେ ବୃକ୍ଷରୋପଣ ପାଇଁ ଢ଼େର୍ ଆଗ୍ରହ ଦେଖିବାକୁ ମିଳିଥିଲା। ଅନନ୍ୟା ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ ପାଇଁ ଏକ ଆଧୁନିକ ଗାତ ଖୋଳା ମେସିନ୍ ବ୍ୟବହାର କରା ଯାଉଥିବାର ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଅଧିକରୁ ଅଧିକ କରାଯିବ ବୋଲି ସୂଚନା ମିଳିଛି।

Read More

ଦୁଆଣ୍ଟ ସେତୁରେ ଅଟକିଲା କଂଗ୍ରେସର ପଦଯାତ୍ରା

ରଣପୁର,(ନୟାଗଡ଼ ଦର୍ପଣ): ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଓ କ୍ରାନ୍ତୀ ଦିବସ ଅବସରରେ ଓଡ଼ଗାଁ ବ୍ଳକ କଂଗ୍ରେସ ପକ୍ଷରୁ ବ୍ଳକ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଶରଣକୁଳ ଶ୍ରୀ ଲଡୁବାବାଙ୍କ ପୀଠରୁ ବିଶାଳ ପଦଯାତ୍ରା ଗୋଡ଼ିପଡ଼ା ଅଭିମୁଖେ ବାହାରିଥିଲା । କିନ୍ତୁ ଦୁଃଖ ଓ ପରିତାପର ବିଷୟ ପଦଯାତ୍ରା ଟି ଡିମିଶର ଦୁଆଁଟ ସେତୁ ଠାରେ ଅଟକି ଯାଇଥିଲା । ଆଜକୁ ପ୍ରାୟ ୮ ମାସ ହେଲା ସେହି ଡୁଆଁଟ ସେତୁଟି ଭାଙ୍ଗି ଯାଇଅଛି । ପୁରୀ ନୂଆ ଜଗନ୍ନାଥ ସଡକରେ ଗାଡି ଚଳାଚଳ ବିପର୍ଯ୍ୟସ୍ଥ ହେବା ସହିତ ଜନସାଧାରଣଙ୍କର ଯାତାୟତରେ ଅସୁବିଧା ହେଉଅଛି । ରଣପୁର ବିଧାୟକ, ପୁରୀ ସାଂସଦ ଏବଂ ପ୍ରଶାସନ କୁମ୍ଭକର୍ଣ୍ଣ ନିନ୍ଦ୍ରାରେ ଶୋଇଛନ୍ତି, ଏ ହେଉଛି ରଣପୁର ର ବିକାଶର ଚିତ୍ରର ଜ୍ଵଳନ୍ତ ଉଦାହରଣ । ଆଜିର ଏହି କାର୍ଯକ୍ରମରେ ନୟାଗଡ…

Read More

୬ନମ୍ବର ୱାର୍ଡରେ ମିଶନ ଶକ୍ତି ଗୃହର ଶିଳାନ୍ୟାସ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସପାଲିଟିର ୬ନମ୍ବର ୱାର୍ଡରେ ମିଶନ ଶକ୍ତି ଗୃହର ଶିଳାନ୍ୟାସ ହୋଇଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ହେଉଛି ମିଶନ ଶକ୍ତି। ଏହି ମିଶନ ଶକ୍ତି ଜରିଆରେ ତୃଣମୂଳ ସ୍ତରରୁ ମହିଳା ମହିଳା ମାନଙ୍କୁ କିପରି ସ୍ୱାବଲମ୍ବୀ କରିବା ସହ ଶସକ୍ତ ହୋଇପାରିବେ ଏହି ଲକ୍ଷ୍ୟରେ ଓଡ଼ିଶାର ପ୍ରତ୍ୟେକ ବ୍ଲକରେ ନିର୍ମାଣ ହେଉଛି ମିଶନ ଶକ୍ତି ଗୃହ। ‘ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ’ ଯୋଜନାରେ ଏହି କାର୍ଯ୍ୟ କରାଯାଉଥିବା ଜଣାପଡିଛି। ଏହି ଅବସରରେ ନୟାଗଡ଼ ମୁନିସପାଳିଟିର ୧୬ଟି ୱାର୍ଡରେ ୮ଟି ୱାର୍ଡରେ ଏହି ଗୃହ କାର୍ଯ୍ୟ ସରିଲାଣି। ଆଜି ୱାର୍ଡ ନମ୍ବର ୬ରେ ମିଶନ ଶକ୍ତି ଗୃହର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟ ୱାର୍ଡ ଗୁଡିକରେ ଖୁବଶୀଘ୍ର ଏହି ଗୃହ ନିର୍ମାଣ ହେବ ବୋଲି ପୋୖରାଧ୍ୟକ୍ଷା…

Read More

ଆଦିବାସୀ ଅଧ୍ୟୁଷିତ ଗ୍ରାମ ତୁଲୁବିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତୁଲୁବି ଗାଁରେ ପହଂଚିଛି ସ୍ବାସ୍ଥ୍ୟ ବିଭାଗ। ଲୋକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ବୁଝିବା ସହିତ କୋଭିଡ଼ ଟୀକା ଏବଂ ଡେଙ୍ଗୁ ଉପରେ ଗୁରୁତ୍ବ ଦେଇଛନ୍ତି। କିଛିଦିନ ଧରି ମହାମାରୀ କରୋନା ଏବଂ ଡେଙ୍ଗୁ ଲୋକଙ୍କ ନିଦ ହଜେଇ ଦେଇଛି। କରୋନାର ଚତୁର୍ଥ ଲହର ଚାଲିଥିବା ବେଳେ ଏଥିରେ ଲୋକମାନେ ସଂକ୍ରମିତ ହେଉଛନ୍ତି। ଏହା ସହିତ ଡେଙ୍ଗୁ ରୋଗରେ ଲୋକେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଆଜି ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ତୁଲୁବି ଗ୍ରାମରେ ପହଂଚିଥିଲେ। ଲୋକମାନେ ଥଣ୍ତା, ଜ୍ବର,କାଶ ଆଦି ରୋଗରେ ପିଡିତ ଅଛନ୍ତି କି ନାହିଁ ତାହା ଘର ଘର ବୁଲି ପଚାରି ବୁଝିଥିଲେ। ଥଣ୍ତା ଜ୍ବର ହେଲେ କିମ୍ବା ଜ୍ବର ଛାଡୁନଥିଲେ ତୁରନ୍ତ ଡ଼ାକ୍ତରଙ୍କ ସହ ପରାମର୍ଶ କରିବା କିମ୍ବା…

Read More

୬ଟି ପୁରସ୍କାର ପାଇ ସର୍ବକାଳୀନ ରେକର୍ଡ଼ ସୃଷ୍ଟି କଲେ ଛାତ୍ରଛାତ୍ରୀ

ନୟାଗଡ଼(ନୟାଗଡ଼ ଦର୍ପଣ): ଓଡ଼ିଶା ସାହିତ୍ୟ ଏକାଡେମୀର ୬୫ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ କେବଳ ନୟାଗଡ଼ ଜିଲ୍ଲାର ପ୍ରତିଯୋଗୀମାନେ ମୋଟ ୨୪ଟି ପୁରସ୍କାର ମଧ୍ୟରୁ ୬ଟି ପୁରସ୍କାର ପାଇ ଏକ ବିରଳ କୃତିତ୍ୱ ହାସଲ କରି ସର୍ବକାଳୀନ ରେକର୍ଡ଼ ସୃଷ୍ଟି କରିବା ସହିତ ଜିଲ୍ଲାପାଇଁ ଆଣିଛନ୍ତି ଅନେକ ଗର୍ବ ଓ ଗୌରବ । ବରିଷ୍ଠ ବିଭାଗରେ ୪ଟି ଏବଂ କନିଷ୍ଠ ବିଭାଗରେ ୪ଟି ଏହିପରି ମୋଟ ୮ଟି ବିଷୟରେ ହୋଇଥିବା ଏହି ପ୍ରତିଯୋଗୀତାରେ ଜିଲ୍ଲାରୁ ବରିଷ୍ଠ ବିଭାଗରେ ୪ଟି ଏବଂ କନିଷ୍ଠ ବିଭାଗରେ ୨ଟି ପୁରସ୍କାର ଜିତିଛନ୍ତି । ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି ଏବଂ ସାଧାରଣ ଜ୍ଞାନ ବିଷୟରେ ହୋଇଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋପୀନାଥ ଉଚ୍ଚ ବିଦ୍ୟାଳୟର ଛାତ୍ର ତପନ ସ୍ୱାଇଁ ପ୍ରବନ୍ଧ ପ୍ରତିଯୋଗୀତାରେ ପ୍ରଥମ…

Read More

ଦୁଷ୍କର୍ମ ମାମଲାରେ ପୋଲିସ କର୍ମଚାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ନୟାଗଡ଼,(ନୟାଗଡ଼ ଦର୍ପଣ): ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ନୟାଗଡ଼ ଜିଲ୍ଲା ଫାଷ୍ଟଟ୍ରାକ ବିଚାରପତି ବିରଞ୍ଚି କୁମାର ରଥ ଅଭିଯୁକ୍ତ ପୋଲିସ କର୍ମଚାରୀ ବ୍ରଜକିଶୋର ମଲ୍ଲିକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୬୦ ହଜାର ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନାରେ ଗତ ୨୩.୦୮.୨୦୧୮ରେ ଅଭିଯୋଗକୁ ଭିତ୍ତି କରି ଏହି ଥାନାରେ କେସ ନଂ-୧୬୨/୧୮ ଏକ ମାମାଲା ରୁଜୁ ହୋଇ ଏହାର ତଦନ୍ତ ଆରମ୍ଭ ହୋଇଥିଲା । ଉକ୍ତ ମାମଲାରେ ତତ୍କାଳୀନ ମହିଳା କମିଶନର ହସ୍ତକ୍ଷେପ କରି ନୟାଗଡ଼ ସିଡବ୍ଲୁସିକୁ ସ୍ଥାନାନ୍ତରିତ ହୋଇ ରିପୋର୍ଟ ଆଧାରରରେ ଫତେଗଡ଼ ଥାନାରେ ମାମଲା ରୁଜୁ ହୋଇଥିଲା । ଘଟଣାର ଅନୁସନ୍ଧାନ ପରେ ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିଲା ଏବଂ ମାମଲାର ସତ୍ୟାସତ୍ୟ ଜଣାପଡ଼ିଥିଲା । ଏହି…

Read More

ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦଙ୍କ ବିଦାୟ ତଥା ଓଡ଼ିଶା ୧୫ତମ ନବ ନିଯୁକ୍ତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରିବା ଲାଗି କିଏ କେତେ ପ୍ରକାରେ ଉତ୍ସବ ମନାଇବାରେ ଲାଗି ପଡିଛନ୍ତି। ହେଲେ ପରିବେଶ ସୁରକ୍ଷା ଓ ସମାଜ ସେବା ଦିଗରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓଡ଼ଗାଁ କୁରାଳ ଅରୋମୀରା ଟ୍ରଷ୍ଟ ପକ୍ଷରୁ ଆଜି ଉଭୟ ପରିବେଶ ସୁରକ୍ଷା ରାଷ୍ଟ୍ରପତି ଦ୍ବୟଙ୍କ ସମ୍ମାନାର୍ଥେ କୁରାଳ ଓ କୋମଣ୍ଡ ପଥ ପାର୍ଶ୍ଵ ରାସ୍ତାରେ ଦୁଇଟି ବର ଓ ଅଶ୍ୱତ୍ଥ ଗଛ ସ୍ଥାନୀୟ ଜନ ପ୍ରତିନିଧି ଓ ପରିବେଶ ସାଥିମାନଙ୍କ ସହାୟତାରେ ଶ୍ରଦ୍ଧା ଭକ୍ତି ସହକାରେ ଗଛ ଲଗାଅ ଜୀବନ ବଞ୍ଚାଅ, କଳିଯୁଗର ଶିବ କିଏ ଗଛ ନୁହେଁ ତ ଆଉ କିଏ ଇତ୍ୟାଦି ସ୍ଲୋଗାନ ଦେଇ ବୃକ୍ଷ ରୋପଣ କରିଥିଲେ। କୁରାଳ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଜନ୍…

Read More

ଛାତ୍ରୀଙ୍କୁ ଯୈୖାନ ନିର୍ଯ୍ୟାତନା ଦେଇ ବନ୍ଧା ହେଲେ ଶିକ୍ଷକ

ଓଡ଼ଗାଁ(ନୟାଗଡ଼ ଦର୍ପଣ): ଛାତ୍ରୀଙ୍କୁ ଯୈୖାନ ଶୋଷଣ କରି ଶେଷରେ ବନ୍ଧା ହୋଇଛନ୍ତି ଶିକ୍ଷକ। ଏଭଳି ଘଟଣା ନୟାଗଡ଼ ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇଜଣ ଛାତ୍ରୀଙ୍କ ଅଭିଯୋଗ ପରେ ରଣପୁର ପୁଲିସ ଓଡ଼ଗାଁ ପୁଲିସ ସହାୟତାରେ ଓଡ଼ଗାଁରୁ ଶିକ୍ଷକଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ଓଡ଼ଗାଁ ଥାନା ନନ୍ଦିଘୋର ଗ୍ରାମର ରାଜେଶ ବେହେରା ରାଜସୁନାଖଳା ଫାଣ୍ତି ବିନୋଦପଡା ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ୨୦୧୯ ମସିହାରେ ଶିକ୍ଷକତା ସମୟରେ ଛାତ୍ରୀଙ୍କ ସହ ସଂପର୍କ ସ୍ଥାପନ କରି ପରେ ଛାତ୍ରୀମାନଙ୍କୁ ବ୍ଲାକମେଲ କରୁଥିଲେ। ଛାତ୍ରୀମାନେ ଶିକ୍ଷକଙ୍କ ଏପରି ଆଚରଣକୁ ସହ୍ୟ କରି ପାରୁନଥିଲେ ମଧ୍ୟ କାହା ଆଗରେ ମୁହଁ ଖୋଲି କହି ପାରୁନଥିଲେ। ବିଭିନ୍ନ ପ୍ରଲୋଭନ ଦେଖାଇ ଶିକ୍ଷକ ରାଜେଶ ବେହେରା ଛାତ୍ରୀଙ୍କ ସହ ଯୈୖାନ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ। ଏମିତି ଜଣେ କି…

Read More