ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର, ନୟାଗଡ଼ ଠାରେ ପଵିତ୍ର ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।ବିଦ୍ୟାଳୟ ର ପ୍ରଧାନଚାର୍ୟ୍ଯ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ପଟନାୟକ ଅତିଥି ପରିଚୟ କରାଇଥିଲେ। ଏହି ପବିତ୍ର ଉଛବ ରେ ମୂଖ୍ୟ ଅତିଥିଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ କେଶବ ଚନ୍ଦ୍ର ରାଉତରାୟ ଦ୍ୱୀପ ପ୍ରଜ୍ୱଳନ କରି,ଶିକ୍ଷକ ବl ଗୁରୁ ଯିଏକି ଶିଶୁ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ଓ ଶିଶୁ ମାନଙ୍କୁ ଉତ୍ତମ ଶିକ୍ଷା ଦାନ ସହିତ ଭବିଷ୍ୟତରେ ଜଣେ ଭଲ ମଣିଷ ଭାବେ ଗଢିତୋଳିବା ପାଇଁ ବିଭିନ୍ନ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା ଜରିଆରେ ଶିକ୍ଷlଦାନ ଦେବା ଉଚିତ ବୋଲି ମତ ପ୍ରକାଶ କରିଥିଲେ। ବିଦ୍ୟାଳୟ ର ଆଚାର୍ଯ୍ୟ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସ୍ୱାଇଁ ମୁଖ୍ୟ ବକ୍ତା ଭାବେ…
Read MoreCategory: ନୟାଗଡ଼
ଶିକ୍ଷକ ଅଟନ୍ତି ଯୁଗ ନିର୍ମାତା- ଛାତ୍ରଛାତ୍ରୀ ରାଷ୍ଟ୍ର ଭାଗ୍ଯ ବିଧାତା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଜୟନ୍ତୀ ତଥା ଗୁରୁଦିବସ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ପାଳିତ ହୋଇ ଯାଇଛି। ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଜନାର୍ଦ୍ଦନ ପରିଡ଼ା ପ୍ରଦୀପ ପ୍ରଜ୍ବଳନ କରି ରାଧାକ୍ରିଷ୍ଣନଙ୍କ ପ୍ରତିଛବିରେ ଧୂପ ପୁଷ୍ପ ଅର୍ପଣ କରିଥିଲେ। ଛାତ୍ରୀ ଶ୍ରଦ୍ଧା ସୁମନ, ଶୁଭସ୍ମିତା ପଣ୍ଡା ଓ କେ. ଦେବସ୍ମିତା ଏକ ସୁନ୍ଦର ଭକ୍ତିଭାବ ପୂର୍ଣ୍ଣ ଗୁରୁବନ୍ଦନା ଟିଏ ଗାନ କରିଥିଲେ। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନ ଆଦର୍ଶ ଆଲୋଚନା ହେବା ସହିତ ଉତ୍ତମ ମଣିଷ ଗଠନ କରିବାରେ ଶିକ୍ଷକ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ବିଷୟରେ ଆଲୋଚନା ହୋଇଥିଲା।ଛାତ୍ରଛାତ୍ରୀ ମାନେ ରାଷ୍ଟ୍ରର ଭାଗ୍ଯ ବିଧାତା ହେଲାବେଳେ ଶିକ୍ଷକ ମାନେ ହେଉଛନ୍ତି ଯୁଗ ନିର୍ମାତା ବୋଲି ଆଲୋଚନା ସଭାରେ ମତ ପ୍ରକାଶ ପାଇଥିଲା। ସେବାବ୍ରତୀ ଆଚାର୍ଯ୍ୟ…
Read Moreନୟାଗଡ଼ ଜିଲ୍ଲା ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘ ପକ୍ଷରୁ ବିକ୍ଷୋଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତା ସଂଘ ପକ୍ଷରୁ ଆଜି ଜୀବନ ବୀମା କାର୍ଯ୍ୟାଳୟ ପରିସରରେ ଆନ୍ଦୋଳନ ଓ ଭିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୨୪ ଦାବି ସମ୍ବଳିତ ଦାବି ପତ୍ରର ସମାଧାନ ପାଇଁ ଦାବି ରଖୁଛନ୍ତି । ସଂଘର ସଭାପତି ଶ୍ରୀକାନ୍ତ କୁମାର ପଟ୍ଟନାୟକ, ସମ୍ପାଦକ ରୁଦ୍ରନାରାୟଣ ବରାଡ଼, କୋଷାଧ୍ୟକ୍ଷ ଚୈତନ୍ୟ ସାହୁ ଓ ବୀମା ଏଜେଣ୍ଟ ପ୍ରଭାତ କୁମାର ମହାପାତ୍ର, ଚନ୍ଦନ କୁମାର ସାହୁ, ବଳଭଦ୍ର ସାହୁ, ଶତ୍ରୁଘ୍ନ ସାହୁ, ପ୍ରମୋଦ ଆଚାର୍ଯ୍ୟ ଓ ବହୁ ଏଜେଣ୍ଟ ଆନ୍ଦୋଳନ ଜାରି ରଖିଛନ୍ତି । ସଂଘର ଦାବୀ ହେଉଛି – ୧. ବୀମାଧାରୀଙ୍କୁ ଅଧିକ ବୋନସ୍ ପ୍ରଦାନ କରାଯାଉ, ୨. ପଲିସି ରୂଣର ସୁଧହାର କମ୍ କରାଯାଉ, ୩. ଗ୍ରାହକ ମାନଙ୍କୁ ଉତ୍ତମ ମାନର ସେବା ଯୋଗାଇ ଦିଆଯାଉ, ୪.…
Read Moreଆସନ୍ତା ୧୦ ଓ ୧୧ତାରିଖରେ କେସି କ୍ଳବରେ ଦୁଇଦିନିଆ ବ୍ରିଜ ଟୁର୍ଣ୍ଣାମେଣ୍ଟ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ମଧ୍ୟରେ ଥିବା ସର୍ବ ପୁରାତନ କେ.ସି କ୍ଲବରେ ଚଳିତ ମାସ ୧୦ ଓ ୧୧ତାରିଖରେ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ବ୍ରିଜ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଖେଳାଳୀ ମାନେ ଅଂଶଗ୍ରହଣ କରିପାରିବେ। ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଟିମ ପାଇଁ ପ୍ରବେଶିକା ଫି ବାବଦକୁ ୮୦୦/-ଟଙ୍କା ଧାର୍ଯ୍ୟ କରାଯାଇଅଛି ଏବଂ (ଡୁପ୍ଲିକଟେ) ପାଇଁ ୨୦୦/- ଟଙ୍କା (ଯୋଡି) ପାଇଁ ଧାର୍ଯ୍ୟ କରାଯାଇଛି । ଏଥିରେ ବିଜେତା ଦଳକୁ ପୁରସ୍କାର ରାଶି ଦିଆଯିବାକୁ ମଧ୍ୟ ସ୍ଥିର କରାଯାଇଅଛି । ଏହି ଅବସରରେ ଆଜି କେ.ସି କ୍ଲବ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। କେ.ସି. କ୍ଲବର ସଭାପତି ଭାଗିରଥି ଦାସ, ସମ୍ପାଦକ ସଂଗ୍ରାମ କେଶରୀ ଗୁମାନ ସିଂ, କେ.ସି. କ୍ଲବର ଗଣମାଧ୍ୟମ ମୁଖ୍ୟ ରାମକୃଷ୍ଣ ରଥ,…
Read Moreସ୍ଵେଚ୍ଛାସେବୀ ସଂଗଠନ ‘ସୋହମ୍’ର ୯ମ ବାର୍ଷିକୋତ୍ସବ
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ସୋହମ୍”ର ୯ମ ବାର୍ଷିକୋତ୍ସବ ତାରିଣୀ ନଗର ସ୍ଥିତ କାର୍ଯ୍ୟାଳୟ ଠାରେ ସଭାନେତ୍ରୀ ଡଃ. କବିତା ମିଶ୍ରଙ୍କ ସଭାପତିତ୍ବରେ ଏହାର ସଦସ୍ୟ, ସ୍ଵେଚ୍ଛାସେବୀ, ଅତିଥି ଓ ଶୁଭେଚ୍ଛୁ ମାନଙ୍କ ଗହଣରେ ଅନୁଷ୍ଠିତ ହୋଯାଇଅଛି । ଏଥିରେ ନୟାଗଡର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ହରପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି “ସୋହମ୍” ସଙ୍ଗଠନ ର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ପ୍ରଶଂସା କରି ଏହାର ଗୌରବ ସୁଦୂର ପ୍ରସାରି ବୋଲି ମତବ୍ୟକ୍ତ କରିଥିଲେ। ସଙ୍ଗଠନ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସଙ୍ଗଠନର ସ୍ମରଣିକା “ସଂଯୋଗ” ଓ ଗରିବ ପିଲାମାନଙ୍କ ଶିକ୍ଷା ର ବିକାଶ ପାଇଁ IDEAS ନାମକ ପ୍ରକଳ୍ପ ସଭାନେତ୍ରୀ, ମୁଖ୍ୟଅତିଥି, ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ…
Read Moreଓଡ଼ଗାଁରେ ଜିଲ୍ଲା ଲେଖକ ପରିଷଦର ବର୍ଷାକାଳୀନ କବିତା ଆସର
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ବ୍ଲକ୍ ସମ୍ମିଳନୀ କକ୍ଷରେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଓ ସ୍ଥାନୀୟ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ମିଳିତ ଆନୁକୂଲ୍ୟରେ ବର୍ଷାକାଳୀନ ସାହିତ୍ୟ ଆସର ତଥା ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ ମୁଖ୍ୟଅତିଥି ରୂପେ ଯୋଗଦେଇଥିବା ବେଳେ ଓଡ଼ଗାଁ ସମ୍ବାଦ ସାହିତ୍ୟଘର ସଭାପତି ଦିବାକର ନାୟକ ବିଶେଷ ଅତିଥି, ଡଃ କୈଳାସ ବାଣ୍ଠ ମୁଖ୍ୟବକ୍ତା ଏବଂ ଜିଲ୍ଲା ଲେଖକ ପରିଷଦ ସମ୍ପାଦକ ଶେଖ୍ ଅବଦୁଲ ଖାଲିକ୍, ରଘୁନାଥ ସାରସ୍ଵତ ସଂସଦର ସଭାପତି ପଞ୍ଚାନନ ପଣ୍ଡାଙ୍କ ସମେତ ସ୍ଥାନୀୟ ସମସ୍ତ ସାମ୍ବାଦିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଲେଖକ ପରିଷଦର ସଭାପତି ପ୍ରଧାନୀ ବୄନ୍ଦାବନ ମହାପାତ୍ରଙ୍କ ସଭାପତିତ୍ୱରେ ଉକ୍ତ ସଭାରେ ବରିଷ୍ଠ କବି ଗୋଦାବରୀଶ ମିଶ୍ର, ନିର୍ମଳଚନ୍ଦ୍ର ଶୂରଦେଓ,ନୀଳିମା ନନ୍ଦ,…
Read Moreଗଣେଶ ପୂଜାରେ ଦୁଇ ଭାଇଙ୍କ ଶଲୀଳ ସମାଧି
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଗଣେଶ ଚତୁର୍ଥୀରେ ଅଘଟଣ। ନୟାଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟୁବନ୍ଧ ପଞ୍ଚାୟତ ଷଠିଆପଲ୍ଲୀ ଗ୍ରାମରେ ଘଟିଛି ଅଘଟଣ। ଆଜି ଗଣେଶ ପୂଜାରେ ସ୍କୁଲରୁ ଭୋଜି ଖାଇ ଘରକୁ ଫେରି ପୋଖରୀକୁ ଝାଡା ଯାଇଥିବା ଅବସ୍ଥାରେ ଦୁଇଭାଇଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଷଠିଆପଲ୍ଲୀ ଗ୍ରାମର କୃଷ୍ଣଚନ୍ଦ୍ର ସ୍ବାଇଁଙ୍କ ପୁତ୍ର ଚନ୍ଦ୍ରଶେଖର ସ୍ବାଇଁ (୮ବର୍ଷ) ଓ ରୁଦ୍ରମାଧବ ସ୍ଵାଇଁ (୫ବର୍ଷ) ନିକଟସ୍ଥ ଷଣ୍ଡଖାଲିଆ ପୋଖରୀକୁ ଯାଇଥିଲେ । ପାଣି ଭିତରେ ଗୋଡ଼ ଖସିଯିବାରୁ ଉଭୟଙ୍କର ମୃତ୍ୟୁ ହୋଇଛି । ଜଣେ ଗ୍ରାମବାସୀ ପୋଖରୀକୁ ଯାଇଥିବା ବେଳେ ଏହି ଘଟଣାକୁ ଦେଖିଥିଲେ । ପରିବାର ଲୋକଙ୍କୁ ଖବର ଦେବା ପରେ ଦୁଇ ଭାଇଙ୍କୁ ପୋଖରୀରୁ ଉଦ୍ଧାର କରି ନୟାଗଡ଼ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା କିନ୍ତୁ ବିଡମ୍ବନାର ବିଷୟ ଡାକ୍ତର ସେମାନଙ୍କୁ ମୃତ୍ ଘୋଷଣା…
Read Moreନୟାଗଡ଼ ମୁନିସିପାଲିଟି ପକ୍ଷରୁ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସମସ୍ତ ଏନ୍ଏସି ସହିତ ନୟାଗଡ଼ ମୁନିସିପାଲିଟି ପକ୍ଷରୁ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ-2022 ମହାସମାରୋହରେ ପାଳିତ ହୋଇଯାଇଛି। ନୟାଗଡ ସହରସ୍ଥିତ ପଠାଣି ସାମନ୍ତ ସାଂସ୍କୃତିକ ଭବନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲାପାଳ ଡ. ପୋମା ଟୁଡୁ, ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋରଚନ୍ଦ୍ର ସାହୁ, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଉନ୍ନୟନ ଅଧିକାରୀ ସୁବାସ ଚନ୍ଦ୍ର ରାୟ ଅତିଥି ଭାବେ ଯୋଗଦେଇଥିଲେ। ମୁନିସିପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ ସଭାରେ ଅଧ୍ୟକ୍ଷତା କରିଥିଲେ। ନୟାଗଡ଼ ସହରରେ ଟ୍ରାଫିକ ସମସ୍ୟା ଏକ ପ୍ରମୁଖ ସମସ୍ଯାଭାବେ ଉଭା ହୋଇଥିବା ବେଳେ ଏହି ସମସ୍ୟା ଖୁବ୍ ଶୀଘ୍ର ଦୂର ହେବ ବୋଲି ବିଧାୟକ ଓ ଜିଲ୍ଲାପାଳ ଉଭୟ ତାଙ୍କ ବକ୍ତବ୍ୟରେ କହିଥିଲେ। ବଡ଼ପଣ୍ଡୁସରଠାରୁ…
Read Moreଅଧ୍ୟୟନ ଓ ଗବେଷଣା ପାଇଁ ସମର୍ପିତ ଥିଲା ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନ
ଡ୍ରଇଁ ଶିକ୍ଷକରୁ କଲିକତା ବିଶ୍ଵବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ନୟାଗଡ଼,(ନୟାଗଡ଼ ଦର୍ପଣ): ସାରା ଜୀବନ ଅଧ୍ୟୟନ ଓ ଗବେଷଣାରେ ନିମଗ୍ନ ଥିବା ମହାନ୍ ସାହିତ୍ୟିକ ପଣ୍ଡିତ ବିନାୟକ ମିଶ୍ର ସାମାଜିକ, ଆର୍ଥିକ, ପାରିବାରିକ ଦୁଃଖକଷ୍ଟକୁ ଭୃକ୍ଷେପ ନକରି ସାହିତ୍ୟ ଗବେଷଣାକୁ ଜୀବନର ବ୍ରତ ଭାବେ ଗ୍ରଦଣ କରିଥିଲେ । ମାତ୍ର ସପ୍ତମ ଶ୍ରେଣୀ ପାଠ ପଢିମଧ୍ୟ ନିଜର ଅସାଧାରଣ ଜ୍ଞାନ ପାଇଁ କଲିକତା ବିଶ୍ଵବିଦ୍ୟାଳୟର ଅଧ୍ୟାପକ ହୋଇପାରିଥିଲେ । କିନ୍ତୁ ସେଠାରେ ମିଳୁଥିବା ଦରମାକୁ ସେ ଖର୍ଚ୍ଚ କରିଦେଊଥିଲେ ପୁସ୍ତକ କିଣା ଓ ଗବେଷଣା କାର୍ଯ୍ୟରେ ଫଳରେ ଜୀବନର ଅନ୍ତିମ ସମୟରେ ରହିବା, ଖାଇବା ସହ ଅସୁସ୍ଥତା ଯୋଗୁଁ ଔଷଧ ପାଇଁ ମଧ୍ୟ କଷ୍ଟ ସହିବାକୁ ପଡିଥିଲା।ସେ ଥିଲେ ସ୍ୱାଭିମାନୀ,କାହାପାଖରେ ହାତପାତିବାକୁ ପସନ୍ଦ କରୁନଥିଲେ। ବାସ୍ତବରେ ଜୀବନର ଭଂଗା ଦୀପର ଉଜ୍ଜ୍ୱଳତମ ଶିଖା ଥିଲେ ପଣ୍ଡିତ ବିନାୟକ ମିଶ୍ର।…
Read Moreଡ୍ରଇଁ ଶିକ୍ଷକରୁ କଲିକତା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ପଣ୍ଡିତ ବିନାୟକ ମିଶ୍ର
ପଣ୍ଡିତ ବିନାୟକ ମିଶ୍ରଙ୍କ ଜନ୍ମସ୍ଥାନ ଶରଣକୁଳ (ମାଳିସାହି), ଜନ୍ମ -୧୮୯୪, ଗଣେଶ ଚତୁର୍ଥୀ, ଦେହାନ୍ତ-୦୫ ଅଗଷ୍ଟ ୧୯୭୧ ନୟାଗଡ଼,(ନୟାଗଡ଼ ଦର୍ପଣ): ଶିକ୍ଷାଗତ ଯୋଗ୍ୟତା ମାତ୍ର ସପ୍ତମ ଶ୍ରେଣୀ ଓ କଟକ ନର୍ମାଲ୍ ଟ୍ରେନିଂ ପାସ୍। ‘କାବ୍ୟ ଶାସ୍ତ୍ରବିନୋଦେନ କାଳୋଗଚ୍ଛତି ଧୀମତାମ୍ ‘ ସାରା ଜୀବନ ଶାସ୍ତ୍ର ଚର୍ଚ୍ଚାରେ କଟିଥିଲା ପଣ୍ଡିତ ବିନାୟକ ମିଶ୍ରଙ୍କର।ପ୍ରଥମରୁ ଯଦିଓ କବିତା, ଗଳ୍ପ ଲେଖୁଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଭାଷା, ସାହିତ୍ୟର ଗବେଷକ ଭାବେ ଖ୍ୟାତି ଅର୍ଜନ କରିଥିଲେ।ତାଙ୍କ ରଚିତ ପୁସ୍ତକ ଗୁଡ଼ିକ ହେଉଛି – ଗଜପତି ଜେମା, ଉପେନ୍ଦ୍ର ଭଞ୍ଜ (ଯାତ୍ରା ପୁସ୍ତକ); ବରଣମାଳା(କବିତା ପୁସ୍ତକ); ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ସାହିତ୍ୟର ଇତିହାସ, ଓଡ଼ିଆ ସାହିତ୍ୟ ପ୍ରକାଶ (୧ମ,୨ୟ), ଭାରତୀୟ ଦର୍ଶନ ପ୍ରବେଶିକା, Dynasties of Medieval Orissa, Orissa under Bhauma king,Indian culture and cult of…
Read More