ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ରାମ ଚରିତ ମାନସର ପ୍ରଚାର ପ୍ରସାର କରୁଥିବା ଦଶପଲ୍ଲା ମହାବୀର କ୍ଷେତ୍ର ତଥା “ରାମ ଚରିତ ମାନସ ପ୍ରବଚନ” ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ଦୀନବନ୍ଧୁ ଦାସ(ହିନ୍ଦୀ ସାର)ଙ୍କ ପରଲୋକ।
Read MoreCategory: ନୟାଗଡ଼
ଅଟୋ ପିକ୍ଅପ୍ ଧକ୍କା, ଦଶପଲ୍ଲା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଆହତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ନିକଟସ୍ଥ ଅନ୍ଧାରକୋଟ ଛକ ନିକଟରେ ଅଟୋକୁ ପିଟିଲା ପିକଅପ୍ ଭ୍ୟାନ। ଅଟୋରେ ଥିବା ଆଦର୍ଶ ବିଦ୍ୟାଳୟର ୬ ଜଣ ଛାତ୍ର ୪ ଜଣ ଛାତ୍ରୀ ଆହତ ହୋଇଛନ୍ତି। ସେଥିରେ ଜଣେ ଛାତ୍ରଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି। ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଗୁରୁତର ଆହତ ହୋଇଥିବା ଛାତ୍ର ପରେଶ ବେହେରାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପରେଶ ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ବୋଲି ସୂଚନା ମିଳିଛି। ପରେଶ ବେହେରାଙ୍କ ଘର ସରିଗଣ୍ଡା ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Read Moreଇସ୍ରୋ ମହାକାଶ ଗବେଷଣା କେନ୍ଦ୍ରକୁ ଯିବେ ମଦନମୋହନ
ନୂଆଗାଁ,(ନୟାଗଡ଼ ଦର୍ପଣ): ଟାଟା ଷ୍ଟିଲ୍ ଓ ପଠାଣି ସାମନ୍ତ ପ୍ଲାନେଟୋରିଅମର ମିଳିତ ଉଦ୍ୟମରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଓଡ଼ିଶାର ଶ୍ରେଷ୍ଠ ୨୦ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଉକ୍ତ ୨୦ଜଣଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲାରୁ ଜଣେ ଛାତ୍ର ମଦନ ମୋହନ ମିଶ୍ର ସ୍ଥାନ ପାଇଛନ୍ତି। ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳି ସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ମଦନ ମୋହନ। ପ୍ରକାଶଯୋଗ୍ୟ ଉକ୍ତ ୨୦ଜଣ ଛାତ୍ରଛାତ୍ରୀ ବାଙ୍ଗାଲୋର ସ୍ଥିତ ଇସ୍ରୋ ମହାକାଶ ଗବେଷଣା କେନ୍ଦ୍ରକୁ ଆସନ୍ତା ମଇ ମାସରେ ପରିଭ୍ରମଣର ଯିବେ। ଜନଶକ୍ତି ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ଓ ବିଜ୍ଞାନ ଶିକ୍ଷକଙ୍କ ଗହଣରେ ନୟାଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ କୃତିତ୍ଵ ଅର୍ଜନ କରିଥିବା ଶ୍ରୀମାନ ମଦନମୋହନ ମିଶ୍ରଙ୍କୁ ସମ୍ମାନୀତ କରିଥିଲେ ।
Read Moreଟାକରା ସ୍ବାସ୍ଥ୍ୟକେନ୍ଦ୍ରରେ ଉପକେନ୍ଦ୍ର ସ୍ତରୀୟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଉପକେନ୍ଦ୍ର ସ୍ତରୀୟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇାଯାଇଅଛି । ଉକ୍ତ ମେଳାରେ ଡ଼ା. କାଳୀ ପ୍ରସାଦ ଷଡ଼ଙ୍ଗୀ, ଡ଼ା.ସୋନାଲି ସ୍ବାଗତିକା ପ୍ରୀୟଦର୍ଶୀନୀ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୁନିଲ କୁମାର ମହାକୁଡ଼, ମହିଳା ସ୍ବାସ୍ଥ୍ୟ କର୍ମୀ ରଶ୍ମିତା ସାହୁ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସନ୍ତୋଷ କୁମାର କହଁର, ଫାର୍ମାସିଷ୍ଟ ଜିତେନ୍ଦ୍ର ପୃଷ୍ଟି, ଆଶାସାଥୀ ରଂଜୁବାଳା ଦାଶ୍, ସ୍ଥାନୀୟ ଆଶାକର୍ମୀମାନେ ରହି ସ୍ୱାସ୍ଥ୍ୟ ମେଳାକୁ ସୁଚାରୁ ରୂପେ ସମ୍ପାଦନ କରିବା ସହ ସାହାଯ୍ୟ ସହଯୋଗ କରିଥିଲେ। ଉକ୍ତ ମେଳାରେ ଆଦିବାସୀ ଅଧ୍ୟୁଷିତ ତାବଡା, ପାନାବାରୀ, ମୁଣ୍ଡୁଳୀ, ମଂଜାରୀ, ତିଳାବାଡି ପ୍ରଭୃତି ଦୁର୍ଗମ ଗ୍ରାମର ଶତାଧିକ ଜନସାଧାରଣ,ଯୋଗଦାନ କରି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ…
Read Moreବାଣୀଗୋଛା ଅଞ୍ଚଳରୁ ଘନଘନ ଚୋରି
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ବାଣିଗୋଛା କଲେଜରୁ ବାଇକ ଚୋରୀ, ଲୋକଙ୍କ ପାଟି ଶୁଣି, ଚୋରମାନେ ଆସିଥିବା OD 27 B2440 ପଲସର ମୋଟର ସାଇକେଲ ଛାଡି ଚମ୍ପଟ୍ ମାରିଛନ୍ତି । ଆଜି ଭୋର ସାଢେ ୪ଟା ସମୟରେ ବାଣୀଗୋଛା କଲେଜର ସାଇଟ ଗେଟ ଭାଂଗି ଦୁର୍ବୁତ୍ତମାନେ କଲେଜ ପ୍ରିନ୍ସପାଲଙ୍କ OD O2 8857 ଆପାଚୀ ଗାଡି ଧରି ଚମ୍ପଟ ମାରିଛନ୍ତି। କିନ୍ତୁ ଠିକ ସେହି ସମୟରେ ଲୋକମାନେ ଉଠିପଡିବାରୁ ଚୋରମାନେ, ଆଣିଥିବା ନିଜ ଗାଡି ଛାଡି ପଳେଇ ଯାଇଛନ୍ତି । ପ୍ରକାଶ ଥାଉକି, ବାଣୀଗୋଛା ବଜାରରୁ, ୧ମାସ ପୁର୍ବରୁ ଏକ ବାଇକ ଚୋରୀ ହୋଇଛି ଏବଂ ଗତବର୍ଷ ଏକ ଟ୍ରାକ୍ଟର ଚୋରୀ ହେଇଥିଲା ଏବଂ ୩ମାସ ପୁର୍ବରୁ ଏକ ମାକ୍ସପିକ୍ ଅପ୍ ଚୋରି ହୋଇଥିଲା।
Read Moreହତ୍ୟା କଲା ସ୍ୱାମୀ ଡେମୋ ଦେଖାଇଲା ସ୍ତ୍ରୀ
କଟକରେ ପ୍ରେମ, ନୟାଗଡ଼ରେ ହତ୍ୟା ନୂଆଗାଁ(ନୟାଗଡ଼ ଦର୍ପଣ): ପରିଶେଷରେ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।ଶୈଳେନ୍ଦ୍ର ହତ୍ୟାକାଣ୍ଡର ହୋଇଛି ପର୍ଦାଫାସ। ନୟାଗଡ ଜିଲ୍ଲା ନୂଆଗାଁ ଥାନା ମହିପୁର ନିକଟସ୍ଥ ପାଟୁଳିସାହି ଗ୍ରାମରେ ସୈଳେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ନୂଆଗାଁ ପୁଲିସ ୨୦୨/୨୨ରେ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ଦିପୁ ସାହୁ ଓ ସୁନିତା ସାହୁକୁ ଗିରଫ କରିଛି। ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ପାଟକୁରାର ସୈଳେନ୍ଦ୍ର ଜେନା (୪୦)କଟକ ଲାଲବାଗ ଥାନା ଅର୍ନ୍ତଗତ ସତୀ ଚଉରା ମହାନ୍ତି ପଡ଼ା ଲେନରେ ଘରଭଡ଼ା ନେଇ ରହୁଥିଲେ। କଟକ ଝାଞ୍ଜିରମଙ୍ଗଲାରେ ନୂଆଗାଁ ବ୍ଲକ୍ ମହିପୁର ପାଟୁଳି ସାହି ଗ୍ରାମର ଦିପୁ ଓ ତାର ସ୍ତ୍ରୀ ସୁନିତା ସାହୁ ରହି ଦହିବରା ବ୍ୟବସାୟ କରୁଥିଲେ। ସେଠାରେ ସୈଳେନ୍ଦ୍ରଙ୍କ ସହ ଦିପୁର ବନ୍ଧୁତା ହେବା ପରେ ଦିପୁ ଘରକୁ ସୈଳେନ୍ଦ୍ରର ଯିବା ଆସିବା…
Read Moreମରଣ ଜନ୍ତା ପାଲଟିଛି ଉପର ମଣିନାଗ ରାସ୍ତା, ପାଣିରେ ପଡ଼ିଲା ୪କୋଟି ଟଙ୍କା
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ପାହାଡ଼ ଶିଖରରେ ଥିବା ମଣିନାଗ ପୀଠର ରାସ୍ତାଟି ନିର୍ମାଣର ଅଳ୍ପ କିଛି ବର୍ଷ ମଧ୍ୟରେ ସମ୍ପୂର୍ଣ ନଷ୍ଟ ହୋଇ ଗଲାଣି। ଏହି ରାସ୍ତା ଦେଇ ଯିବାଆସିବା କରିବା ପାଇଁ ପର୍ଯ୍ୟଟକ ସୁରକ୍ଷିତ ମନେ କରୁ ନାହାନ୍ତି। ତଳ ମଣିନାଗ ପୀଠରୁ ଉପର ମଣିନାଗ ପୀଠକୁ ଯିବା ପାଇଁ ତିଆରି ହୋଇଥିଲା ଏହି ୫କିମି ଲମ୍ବର ଘାଟି ରାସ୍ତା। ଏଥିପାଇଁ 4 କୋଟି ଟଙ୍କା ବ୍ୟୟ ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ଏହି ରାସ୍ତାର ଅର୍ଥ ପାଣିରେ ପଡ଼ିଥିବା ଚର୍ଚ୍ଚା ହେଉଛି। ପ୍ରଥମେ ନିର୍ମାଣ କାର୍ଯ୍ୟ ସରିବାର କିଛି ମାସ ପରେ ବ୍ୟବହାର ପୂର୍ବରୁ ରାସ୍ତା ଦୁଇ ଫାଳ ହୋଇ ଧସି ଆସିଥିଲା। ବର୍ଷା ଦିନେ ଏହି ରାସ୍ତା ଦୁଇ କଡ଼ରୁ ପାହାଡ଼ ଧସି ଥାଏ। ତଳୁ ଉପର ପର୍ଯ୍ୟନ୍ତ ମୋଟ…
Read Moreଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ପାଦକଙ୍କ ଆମରଣ ଅନଶନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆଗରେ ଗତ ଅକ୍ଟୋବର ୨୭ତାରିଖ ଦିନ ବିଜୁ ଶ୍ରମିକ ସାମ୍ମୁଖ୍ୟ ନେତୃତ୍ବରେ କାବ୍ୟରତ ନିର୍ମାଣ ଶ୍ରମିକ ମହାସଂଘ ଓ ନିର୍ମାଣ ଶ୍ରମିକ ଫେଡେରେସନ୍ ପକ୍ଷରୁ ଶହ ଶହ ଶ୍ରମିକ ଧାରଣା ଦେଇଥିଲେ । ଶ୍ରମ ବିଭାଗର ଅପାରଗତା ଏବଂ ସ୍ଥାଣୁତାକୁ ନେଇ ଧାରଣା ଦିଆଯାଇଥିବା ବେଳେ ପଡ଼ି ରହିଥିବା ସହାୟତା ରାଶିକୁ ନିର୍ଦ୍ଦିଷ୍ଟ ସମୟ ଭିତରେ ପ୍ରଦାନ କରିବା, ଅନଲାଇନ ଆବେଦନ କାରୀଙ୍କୁ ତୁରନ୍ତ ପରିଚୟ ପତ୍ର ପ୍ରଦାନ, ଅଣସଂଗଠିତ ଶ୍ରମିକମାନଙ୍କୁ ପରିଚୟ ପତ୍ର ଦେବାରେ ପାତରଅନ୍ତର ବନ୍ଦ କରାଯାଉ, ମୃତ୍ୟୁ ସହାୟତା ଏକ ମାସ ମଧ୍ୟରେ ପ୍ରଦାନ କରାଯାଉ, କାବ୍ୟରେ ଅବହେଳା କରୁଥିବା କର୍ମଚାରୀ ବିରୁଦ୍ଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରଯାଇଥିଲା । ଦୀର୍ଘସମୟ ଧରିଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯିବା ପରେ ପ୍ରଭାଗୀୟ…
Read Moreଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଇତିହାସ ବିଭାଗର ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟରେ ମହାଆଡ଼ମ୍ବରରେ ପ୍ରବେଶ ଉତ୍ସବ ପାଳିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ନାନୀତ ଅତିଥି ଭାବେ ଅଧ୍ୟାପକ ନିହାର ରଞ୍ଜନ ପଣ୍ଡାଙ୍କ ସମତେ ଇତିହାସ ବିଭାଗର ଅଧ୍ୟାପକ ଦିଲ୍ଲୀପ କୁମାର ବାରିକ ଓ ଦିବ୍ୟଜ୍ୟୋତି ପ୍ରଧାନ ଏବଂ ଅଧ୍ୟାପିକା ଆଇସା ପର୍ବିନ୍ ଉପସ୍ଥିତ ଥିଲା। ଇତ୍ୟବସରରେ +୩ ଦ୍ଵିତୀୟ ଓ ତୃତୀୟ ବର୍ଷ ଇତିହାସ ବିଭାଗର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତ କରିଥିଲେ। ପାରସ୍ପରିକ ସହଯୋଗ ମନୋବୃତି ରଖି କାର୍ଯ କରିବା ନିମନ୍ତେ ମତପ୍ରକାଶ ପାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read Moreବିପୁଳ ପରିମାଣର କଫ୍ ସିରପ୍ ଜବତ, ଜଣେ ଗିରଫ
ଦଶପଲ୍ଲା,ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଦଶପଲ୍ଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ, ଜଣେ ବ୍ୟବସାୟୀଙ୍କ ଠାରୁ ୧୬୦ ବୋତଲ କଫ ସିରପ ଜବତ କରିବା ସହିତ ତାଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟବସାୟୀ ଜଣଙ୍କ ହେଲେ ଦଶପଲ୍ଲା ଏସ୍ଏସି ଅନ୍ତର୍ଗତ ମହୁଲିଆ ଗ୍ରାମର ଲକ୍ଷ୍ମୀଧର ପ୍ରଧାନ(୩୬)। ସୂଚନାରୁ ପ୍ରକାଶ ଲକ୍ଷ୍ମୀଧର ବେଆଇନ୍ ଭାବେ କଫ ସିରପ ବ୍ୟବସାୟ କରିଆସୁଥିଲେ । ଯାହାକୁ ନେଇ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ ଜିଲ୍ଲା ଅବକାରୀ ବିଭାଗ। ଅବକାରୀ ବିଭାଗର ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ ମହୁଲିଆ ଗ୍ରାମରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଲକ୍ଷ୍ମୀଧର ପ୍ରଧାନଙ୍କ ଠାରୁ ୧୬୦ ବୋତଲ କଫ ସିରପ ଜବତ କରିବା ସହିତ ତାଙ୍କୁ ଅଟକ ରଖ୍ ପଚରା ଉଚୁରା…
Read More