ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଥାନାର ଥାନା ଅଧିକାରୀ ବସନ୍ତକୁମାର ସାହୁଙ୍କ ପୁରୀ ଜିଲ୍ଲାକୁ ବଦଳି ହେବା ପରେ ନୂତନ ଥାନା ଅଧିକାରୀ ଭାବେ ମୁକେଶ କୁମାର ବେହେରା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶ୍ରୀ ବେହେରା ପୂର୍ବରୁ ୨୦୨୨ ଏପ୍ରିଲ୍ ମାସଠାରୁ ଜୁନ୍ ମାସ ପର୍ଯ୍ୟନ୍ତ ବାଣିଗୋଛା ଥାନାରେ କାର୍ଯ୍ୟ କରିଥିଲେ । ଏହା ପରେ ସେ ଚାନ୍ଦପୁର ଥାନାକୁ ବଦଳି ହୋଇଥିଲେ। ଚାନ୍ଦପୁର ଥାନାରୁ ଏବେ ଦଶପଲ୍ଲା ଥାନା ଅଧିକାରୀ ଭାବେ ଦାୟିତ୍ଵ ମିଳିବା ପରେ ଦଶପଲ୍ଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସମେତ ବେଧଡ଼କ ନିଶା କାରବାରକୁ ବନ୍ଦ କରିବା ଦିଗରେ ବିଶେଷ ଗୁରୁତ୍ଵ ଦେବେ ବୋଲି ସୂଚନା ଦେଇଛନ୍ତି। ପୋଲିସକୁ ଜନସାଧାରଣ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।
Read MoreCategory: ନୟାଗଡ଼
ସାଇ ଶୁଭମଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ୫୧ ୟୁନିଟ୍ ରକ୍ତ ସଂଗ୍ରହ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜିକାଲିର ଯୁବପୀଢ଼ି ନିଜର ଜନ୍ମଦିନକୁ ଆଧୁନିକ ଚାକଚକ୍ୟ ଆଉ ଆଡମ୍ୱର ପୂର୍ଣ୍ଣ ଭାବେ ପାଳନ କରୁଥିବା ବେଳେ କିନ୍ତୁ ଆମ ନୟାଗଡ଼ ବ୍ଳକ ଅନ୍ତର୍ଗତ ଇଟାମାଟି ଗ୍ରାମର ସାଇ ଶୁଭମ୍ ଏଇ ସବୁର ଉର୍ଦ୍ଧ୍ବରେ ରହି ଆଗାମୀ ଭବିଷ୍ୟତ, ପରିବେଶକୁ ଦୃଷ୍ଟି ରଖି ନିଜ ଜନ୍ମଦିନରେ ସାଙ୍ଗ ସାଥୀଙ୍କ ସହ ବୃକ୍ଷରୋପଣ ଏବଂ ରାଜ୍ୟରେ ରକ୍ତ ଅଭାବ ଦୂର ନିମନ୍ତେ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି। ଏହି ପ୍ରରିପେକ୍ଷୀରେ ସାଇସିଦ୍ଧି ଫାଉଣ୍ଡେସନ, ଦି ସ୍କ୍ୱାର୍ଡ ଗ୍ରୁପ ଏବଂ ଜୀବନ ବିନ୍ଦୁ ସହଯୋଗରେ ବ୍ରଜେନ୍ଦ୍ର ହାଇ ସ୍କୁଲ ପରିସରରେ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ। ଯୁବବର୍ଗଙ୍କ ଏଭଳି…
Read Moreନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ରେଳ ଷ୍ଟେସନରେ ଧାରଣା, ଉଚ୍ଚସ୍ତରୀୟ ବୈଠକ ପରେ ଆନ୍ଦୋଳନ ସ୍ଥଗିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପୂର୍ବ ନିଷ୍ପତ୍ତି ମୁତାବକ ବିଭିନ୍ନ ଦାବି ନେଇ ନୟାଗଡ଼ ନାଗରିକ ମଞ୍ଚ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ନୟାଗଡ଼ ଟାଉନ ରେଳ ଷ୍ଟେସନରେ ଆଜି ସକାଳେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା । ତେବେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନକୁ ଦୁଇମାସ ପାଇଁ ସ୍ଥଗିତ ରଖାଯାଇଛି । ସୂଚନାଯୋଗ୍ୟ ଯେ ଗତ ୧୦ ତାରିଖ ଦିନ ୮ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଖୋର୍ଦ୍ଧାରୋଡ଼ ଡିଭିଜନାଲ ରେଲୱେ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଷ୍ଟେସନ ମ୍ୟାଜେନର ସଞ୍ଜୟ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା । ଏହି ଦାବି ଗୁଡ଼ିକ ମଧ୍ୟରେ ନୟାଗଡ଼ରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନ ବାରମ୍ବାର ଅଚଳ ହେବା, ଅପେକ୍ଷାରତ ଯାତ୍ରୀଙ୍କ ପାଇଁ ବିଶ୍ରାମସ୍ଥଳୀର ସଂପ୍ରସାରଣ, ଯାତ୍ରୀମାନଙ୍କ ପାଇଁ ଥଣ୍ଡାପାନୀୟ ଜଳର ବ୍ୟବସ୍ଥା, ନୟାଗଡ଼ରୁ କଲିକତା ଏବଂ ବିଶାଖାପାଟଣାକୁ ଟ୍ରେନ ଚଳାଚଳ, ନିର୍ମାଣଧିନ…
Read Moreମହିତମା ଫରେଷ୍ଟରଙ୍କ ବଦଳି ନେଇ ଅଞ୍ଚଳ ବାସୀଙ୍କ ଗଣଧାରଣା
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁର ବନାଞ୍ଚଳ ଅଧୀନରେ ଥିବା ମହିତମା ବନପାଳ ରାକେଶ କୁମାର ସାହୁଙ୍କ ତୁରନ୍ତ ବଦଳି ନିମନ୍ତେ ଅଞ୍ଚଳବାସୀଙ୍କ ତରଫରୁ ଗଣଧାରଣା ଦିଆଯାଇଛି । ସୂଚନା ଥାଉକି ମହିତମା ବନପାଳ ରାକେଶ କୁମାର ସାହୁ ଜଙ୍ଗଲକୁ ଠିକ୍ ଭାବେ ଜଗୁନଥିବା ଯୋଗୁଁ କାଠ ମାଫିଆମାନେ ଅବାଧରେ ଗଛ କାଟି ଖୁଲମଖୁଲା ଜଙ୍ଗଲରୁ ଲୁଟ୍ କରୁଛନ୍ତି ଏବଂ ପୁରୁଣା ଘରକୁ ଭାଙ୍ଗି ନୂଆ ପାଚେରି କାମରେ ଲଗାଉଛନ୍ତି। କାମ କରୁନଥିବା ଲୋକମାନଙ୍କଠାରୁ ଜବ କାର୍ଡ ନେଇ ଟଙ୍କା ଉଠାଉଛନ୍ତି। ଏଭଳି ଦୁର୍ନୀତି କରିବା ସହ ରକ୍ଷକ ହୋଇ ଭକ୍ଷକ ସାଜିଛନ୍ତି ମହିତମା ଫରେଷ୍ଟର ରାକେଶ କୁମାର ସାହୁ। ଏ ନେଇ ଫରେଷ୍ଟ ଶ୍ରୀ ସାହୁଙ୍କୁ ତୁରନ୍ତ ବଦଳି କରିବା ନେଇ ଜିଲ୍ଲାପାଳ, ବିଧାୟକ, ଆର.ସି.ଏଫ୍, ପି.ସି.ସି.ଏଫ୍, ଏସ.ପି, ଡି.ଏଫ.ଓଙ୍କୁ ଚଳିତ ମାସ ୧୪…
Read Moreକୋଟି କୋଟି ଟଙ୍କାର ସମ୍ପତ୍ତି ଥାଇ ପ୍ରଭୁ ଗୋପୀନାଥ ଉପାସରେ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣା ସହରରେ ବିଜେ ଗୋପୀନାଥ ଜୀଉଙ୍କ ନାମରେ ଥିବା କୋଟି କୋଟି ଟଙ୍କା ମୂଲ୍ୟର ଭୁସମ୍ପତ୍ତି ନୟାଗଡ଼ କଲେଜ ନିଜ ଅକ୍ତିଆରରେ ଜୋର ଜବରଦସ୍ତ ରଖି କିଛି ଜମିରେ ନିର୍ମାଣ କାର୍ଯ୍ୟ କରିଥିବା ବେଳେ ଠାକୁରଙ୍କୁ ଏକଟଙ୍କା ନଦେବା ପାଇଁ ବିଭିନ୍ନ ଷଡଯନ୍ତ୍ର କରୁଥିବାର ଅଭିଯୋଗ ପରେ ବର୍ତ୍ତମାନ ଠାକୁରଙ୍କ ନାମରେ ଥିବା ନୟାଗଡ଼ ବ୍ଲକ୍ କୃଷ୍ଣପ୍ରସାଦ ଗ୍ରାମରେ ୩ଏକର ୨୦ ଡିସିମିଲ ଯାଗାକୁ ହସ୍ତାନ୍ତର କରିବା ପାଇଁ ନିଜେ ଉପ-ଜିଲ୍ଲାପାଳ ତଥା ଦେବୋତ୍ତର ନିର୍ବାହି ଅଧିକାରୀ ଦୋବୋତ୍ତର କମିଶନରଙ୍କୁ ଆବେଦନ କରିଛନ୍ତି। କାହାକୁ କିମ୍ବା କାହାପାଇଁ ଉକ୍ତ ଜମିକୁ ହସ୍ତାନ୍ତର କରାଯିବ ସେ ସଂକ୍ରାନ୍ତରେ ଅଭିଯୋଗ ଆହ୍ବାନ ଚିଠିରେ କିଛି ସୂଚନା ନଥିବାବେଳେ ଉପଜିଲ୍ଲାପାଳ କାହା ଚାପରେ ଠାକୁରଙ୍କ ଜମି ଅନ୍ୟ କାହାକୁ ଦେବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଏହା ଏକ…
Read Moreଲୋକ ବିଦ୍ୟାପୀଠରେ ରାଣୀ ଲକ୍ଷୀବାଈ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ
ଓଡଗାଁ,(ନୟାଗଡ଼ ଦର୍ପଣ): ଲୋକ ବିଦ୍ୟାପୀଠ, ପଞ୍ଚିରିଡା ମାନପୁରରେ ଦୀର୍ଘ ୧୫ ଦିନ ଧରି ଚାଲିଥିବା ରାଣୀ ଲକ୍ଷୀବାଈ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି। ଏଥି ନିମନ୍ତେ ଆୟୋଜିତ ଉଦଯାପନୀ ଉତ୍ସବରେ ପୌରୋହିତ୍ୟ କରିଥିଲେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ.ସୁରେଶ ଚନ୍ଦ୍ର ବରାଡ଼। ଚଳିତ ମାସ ୧ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ହିସାବରେ ଯୋଗଦେଇଥିଲେ ବିଷ୍ଣୁ ପ୍ରିୟା ପଣ୍ଡା, ପିଇଟି, ଆନନ୍ଦ ସାହୁ ବାଳିକା ବିଦ୍ୟାଳୟ, କୁରାଳ, ଓ ଦୌପଦୀ ମହନ୍ତ, ପିଇଟି, କୁରାଳ ଉଚ୍ଚବିଦ୍ୟାଳୟ, କୁରାଳ। ବିଦ୍ୟାଳୟର ପିଇଟି ମନୋରଞ୍ଜନ ରାଉତ ସମସ୍ତ ଆୟୋଜନ ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀର ୧୦୦ଜଣ ଛାତ୍ରୀ ପ୍ରତିଦିନ ତାଲିମ ଗ୍ରହଣ କରୁଥିଲେ। ପ୍ରଧାନ ଶିକ୍ଷକ ଅଦ୍ବେତ ନାରାୟଣ ରଣସିଂହ…
Read Moreଓଡ଼ଗାଁ ବ୍ଲକର ବିଭିନ୍ନ କ୍ଲଷ୍ଟରରେ ମାସିକ ବୈଠକ
ଓଡ଼ଗାଁ,(ନୟାଗଡ଼ ଦର୍ପଣ)- ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଆଜି ପ୍ରତ୍ୟେକ ବ୍ଲକରେ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ନେଇ ଉକ୍ତ ବୈଠକ ଦିନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କରାଯାଇଥିଲା।ଏ ଅବସରରେ କୋମଣ୍ଡ କ୍ଲଷ୍ଟର ଅନ୍ତର୍ଗତ ଧନୁର୍ଜୟପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ ସେଣ୍ଟ୍ରାଲ୍ ସ୍କୋୟାର୍ ଫାଉଣ୍ଡେସନ ତରଫରୁ ରାଜ୍ୟ ଏଫ୍.ଏଲ୍.ଏନ୍ ମୁଖ୍ୟ ପ୍ରତିନିଧି ମିସ୍ ଶ୍ୱେତା ଡୋଭାଲ୍।ପ୍ରାଥମିକ ବିଦ୍ୟାଳୟରେ ଭାଷା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମର ତଦାରଖ କରିବା ସହ ସେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶିକ୍ଷଣକାର୍ଯ୍ୟ ସମ୍ବନ୍ଧରେ ବିଭିନ୍ନ ପରାମର୍ଶ ଦେଇଥିଲେ।ଏହା ବ୍ୟତୀତ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ଯୋଗଦେଇ ଚଳିତ ଶିକ୍ଷାବର୍ଷ ଠାରୁ ଆରମ୍ଭ କରାଯାଇଥିବା ଛାତ୍ରଛାତ୍ରୀମାନଙ୍କ ନୂତନ ୟୁନିଫର୍ମବଣ୍ଟନ ଓ ୟୁଡାଇସ୍ ପ୍ଲସ୍ ପୂରଣ ଉପରେ…
Read Moreଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ଡିଆରଡିଏ ସୃଜନ ସଭା ଗୃହରେ ଆଜି ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଏଥିରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଉଦଘାଟକ ହିସାବରେ ଯୋଗଦାନ କରି ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଏବଂ ପ୍ରଦୀପ ପ୍ରଜ୍ଜଳନ କରି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦ୍ୟୁମ୍ନ ନନ୍ଦଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷା ଯୁଗ୍ମ ନିର୍ଦ୍ଦେଶିକା ଡ.ପ୍ରୀତି ପ୍ରତିଭା ଭୋଳ ଯୋଗଦାନ ୍କରିଥବା ବେଳେ ସମ୍ମାନୀତ ଅତିଥିଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ,ଶିକ୍ଷକ ସଂଗଠନ ଓଷ୍ଟାର ପ୍ରାକ୍ତନ ସଭାପତି ପଦ୍ମନାଭ ବିଶ୍ୱାଳ,ଜିଲ୍ଲା ପରିଶଦ ସଦସ୍ୟ ସୁବାସ…
Read Moreବନ ମହୋତ୍ସବ ଅବସରରେ ପରିବେଶ ସଚେତନତା ଶୋଭାଯାତ୍ରା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମା’ ଫାଉଣ୍ଡେସନର ସଂପାଦକ ରଂଜନ ରଶ୍ମି ଜେନାଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି ବନ ମହୋତ୍ସବ- ୨୦୨୩। ଏହି ପରିପ୍ରେକ୍ଷୀରେ ଭେଙ୍କଟେଶ୍ବର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ ସ୍କଲାର୍ସ ଫ୍ରିଡମ୍ ଏକାଡେମୀର ଶତାଧିକ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସର ଠାରୁ ବାହାରି ତ୍ରିନାଥ ଛକ ଦେଇ ୧୪ ନଂ ଓ୍ବାର୍ଡ ସ୍ଥିତ ଭବାନୀ ମନ୍ଦିର ପର୍ଯ୍ୟନ୍ତ ଏକ ଜନ ସଚେତନତା ଶୋଭାଯାତ୍ରାରେ ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବିଶିଷ୍ଟ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ଓ ସମ୍ମାନୀତ ଅତିଥିଭାବେ ବରିଷ୍ଠ ସମାଜସେବୀ ଦାମୋଦର ସାହୁ, ମା ଫାଉଣ୍ଡେସନର ସଭାପତି ବସନ୍ତ କୁମାର ମିଶ୍ର, ଓ୍ବାର୍ଡ ନଂ-୧୨ କାଉନସିଲର ଅଳକା ମଞ୍ଜରୀ ନାୟକ, ଓ୍ଵାର୍ଡ ନଂ-୧୧ର…
Read More୧୫ପଞ୍ଚାୟତର ବିଭିନ୍ନ ଗାଁର ଆବଶ୍ୟକତା ବୁଝିବା ସହ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଦେଲେ ବିଧାୟକ ଅରୁଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଗୁରୁବାର ନୟାଗଡ଼ ବ୍ଲକ ୧୫ ପଞ୍ଚାୟତ ଗସ୍ତରେ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ପ୍ରତି ପଞ୍ଚାୟତରେ ବୈଠକ କରି ପ୍ରତି ଗାଁର ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଛନ୍ତି । ଗାଁର ରୂପରେଖ ବଦଳାଇବା ପାଇଁ ଯୋଜନା ପ୍ରସ୍ତୁତ ଚାଲିଥିବା ବେଳେ ମୁରବୀଙ୍କ ନିଷ୍ପତ୍ତିକୁ ଅରୁଣ ପ୍ରାଧାନ୍ୟ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଁ ବିକାଶ ପାଇଁ ଦେଇଥିବା ବାର୍ତ୍ତାକୁ ଲୋକଙ୍କ ପାଖରେ ବିଧାୟକ ଉପସ୍ଥାପନ କରିବା ସହ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର କିଭଳି ବିକାଶ ହୋଇଛି ତାହା ଆଲୋଚନା କରୁଛନ୍ତି। ପ୍ରତି ପଞ୍ଚାୟତ ପାଇଁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବିକାଶ ମୂଳକ କାର୍ଯ୍ୟର ତାଲିକା ପ୍ରସ୍ତୁତି କରାଯାଉଛି । ଗୁରୁବାର ନୟାଗଡ଼ ବିଧାୟକ ଡ. ସାହୁ ନୟାଗଡ଼ ବ୍ଲକର…
Read More