ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ,ଓଡିଶାର ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ଯାଳୟର କୁନି କୁନି ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ଏହି ବିଜ୍ଞାନ ମେଳାରେ ମୋଟ ୭୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହି ଉତ୍ସବରେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଅନାଦି ଚରଣ ମହାନ୍ତି ମୁଖ୍ଯ ଅତିଥି ଭାବେ ଯୋଗଦେଇ କୁନିକୁନି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଜ୍ଞାନ ଯୁଗରେ ପ୍ରତ୍ଯେକ ଛାତ୍ରଛାତ୍ରୀ ବିଜ୍ଞାନ ଅନୁସନ୍ଧିତ୍ସୁ ହେବା ପାଇଁ ପରାମର୍ଶ ଦେଇଥିଲେ। ବିଜ୍ଞାନ ମେଳାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଆଜିର ବିଜ୍ଞାନ ମେଳା…
Read MoreCategory: ନୟାଗଡ଼
ନୟାଗଡ଼ ଜିଲ୍ଲା “ଇନର ହ୍ୱିଲ୍ କ୍ଲବ”ର ଜିଲ୍ଲା ଚେୟାରମ୍ୟାନ୍ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ପ୍ରଥମ ଓ ଅଗ୍ରଣୀ ମହିଳା କ୍ଲବ, ଇନର ହ୍ୱିଲ୍ କ୍ଲବର ଜିଲ୍ଲା ଚେୟାରମ୍ୟାନ୍ ପରିଦର୍ଶନ କାର୍ଯ୍ୟକ୍ରମ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୩୨୬ ଇନର ହୁଇଲ କ୍ଳବର ଜିଲ୍ଲା ଅଧ୍ୟକ୍ଷ, ମଧୁସ୍ମିତା ତ୍ରିପାଠୀ ଏବଂ ତାଙ୍କ ସହିତ Rotary R I D 3262ର ଗଭର୍ଣ୍ଣର ମନୋଜ କୁମାର ତ୍ରିପାଠୀଙ୍କୁ କ୍ଲବ ତରଫରୁ ପୁଷ୍ପଗୁଛ ପ୍ରଦାନ କରାଯାଇ ଭବ୍ୟ ସ୍ୱାଗତ ସହ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକ ଏବଂ କ୍ଲବର ୨୫ଜଣ ସଦସ୍ୟା ମଧୁସ୍ମିତା ତ୍ରିପାଠୀଙ୍କୁ ସ୍ୱାଗତ କରି କ୍ଲବ ପରିସର ମଧ୍ୟକୁ ପାଛୋଟି ନେଇଥିଲେ । ରୋଟାରୀ କ୍ଲବ ପରିସରରେ ଆୟୋଜିତ ହୋଇଥିବା ସପ୍ତମ ବାର୍ଷିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । କ୍ଲବର ସଭାପତି,…
Read Moreଜାତୀୟ ଆଇନ ସେବା ପ୍ରାଧିକରଣ ଦିବସ-୨୦୨୫ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ, ଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦେଶ ରେ ସଚିବ, ଅଞ୍ଜଳି ମଛଖଣ୍ଡ ଙ୍କ ପ୍ରତେକ୍ଷ ତତ୍ୱାବଧାନ ରେ ଜାତୀୟ ଆଇନ ସେବା ପ୍ରାଧିକରଣ -୨୦୨୫ ଶତାଧିକ ବ୍ରଜେନ୍ଦ୍ର ଉଚ ବିଦ୍ୟାଳୟ, ପୋଲିସ ତାଲିମ ବିଦ୍ୟାଳୟ ର ଛାତ୍ର, ଅଧିକାର ମିତ୍ର,କୋର୍ଟ କର୍ମଚାରୀ, ଆଇନ ସେବା ପ୍ରାଧିକରଣ କର୍ମଚାରୀ ଏବଂ ଆଇନ ଯିବି ମାନଙ୍କୁ ନେଇ ପାଳିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ ଦିବସ ପାଳନ ଉପଲକ୍ଷେ ଜିଲ୍ଲା କୋର୍ଟ ପରିସରରୁ ଏକ ସଚେତନତା ପଦଯାତ୍ରା ବାହାରି ପଥ ପ୍ରାନ୍ତ ଜନସାଧାରଣ ଙ୍କୁ ପ୍ରଚାର ପତ୍ର ବଣ୍ଟନ ଏବଂ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇ ପଦଯାତ୍ରା କୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ସମାପ୍ତ କରାଯାଇଥିଲା। ଉକ୍ତ ପଦ ଯାତ୍ରା କୁ ଅତିରିକ୍ତ…
Read Moreସରସ୍ବତୀ ଶିଶୁମନ୍ଦିର ମାଳିସାହିର ବାର୍ଷିକ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ମାଳିସାହି ସରସ୍ବତୀ ଶିଶୁମନ୍ଦିରର ତ୍ରୟୋବିଂଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି। ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ମନୋରଞ୍ଜନ ପଣ୍ଡା ସଭାପତିତ୍ୱ କରିବା ସହିତ ସ୍ୱାଗତ ଅଭିଭାଷଣ ଏବଂ ବାର୍ଷିକ ବିବରଣୀ ପାଠ କରିଥିଲେ। ଶିଶୁମାନେ ଭବିଷ୍ୟତରେ ଭଲମଣିଷ ହୋଇ ସମୃଦ୍ଧ ଦେଶ ଗଠନରେ ସହାୟକ ହେବାକୁ ଅଭିଭାବକମାନେ ଯତ୍ନଶୀଳ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ମୁଖ୍ୟଅତିଥି ଭାବେ ନୟାଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼ଃ. ଜ୍ୟୋତିରଞ୍ଜନ ସାମନ୍ତରାୟ, ମୁଖ୍ୟବକ୍ତାଭାବେ ବିଶିଷ୍ଟ ଶିକ୍ଷାବିତ୍ ଅଶୋକ କୁମାର ନାୟକ, ସମ୍ମାନିତ ଅତିଥିଭାବେ ଓଟିଭିର ଉପସ୍ଥାପକ ତଥା ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ଯୋଗଦେଇ ଶିଶୁମନ୍ଦିରର ଶିକ୍ଷାଦାନ ବ୍ୟବସ୍ଥା ଶିଶୁର ସାମଗ୍ରିକ ବିକାଶରେ ସହାୟକ ବୋଲି ମତବ୍ୟକ୍ତ କରିବା ସହିତ ଶିଶୁମାନଙ୍କୁ ଯଥାସମ୍ଭବ ମୋବାଇଲ ଫୋନର ବ୍ୟବହାରରୁ ନିବୃତ୍ତ ରଖିବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ପରିଚାଳନା…
Read Moreନୟାଗଡ଼ ରୋଟାରୀ କ୍ଲବର ୩୬ତମ ପ୍ରତିଷ୍ଠା ଦିବସ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରୋଟାରୀ କ୍ଲବ ନୟାଗଡ଼ ତାର ୩୬ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ରୋଟାରୀ କ୍ଲବ, ନୟାଗଡ଼ ୩୬ ବର୍ଷ ଧରି ସମାଜ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା, ସ୍ବଳ୍ପ ମୂଲ୍ୟରେ ଆମ୍ବୁଲାନ୍ସ ସେବା, ନୟାଗଡ଼ ଡ଼ାକ୍ତରଖାନାରେ ଗରମ ପାଣିର ବ୍ୟବସ୍ଥା, ବୃକ୍ଷ ରୋପଣ, ରକ୍ତଦାନ ଶିବିର, ଚିକିତ୍ସା ଶିବିର, ମାଗଣା ଚଷମା ବଣ୍ଟନ, କୃତ୍ରିମ ଅଙ୍ଗ ପ୍ରତିରୋପଣ, ମାଗଣା ଶ୍ରବଣ ଯନ୍ତ୍ର ବଣ୍ଟନ ଇତ୍ୟାଦି ଅନେକ ସାମାଜିକ କାର୍ଯ୍ୟକ୍ରମରେ ସର୍ବଦା ଆଗରେ ରହିଛି ନୟାଗଡ଼ର ରୋଟାରୀ କ୍ଲବ୍। ଏହି ପ୍ରତିଷ୍ଠା ଦିବସରେ ରୋଟାରୀ କ୍ଲବ ଅନେକ କାର୍ଯ୍ୟକ୍ରମ କରିଥିଲା, ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବୃକ୍ଷରୋପଣ, ସମର୍ପଣ ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କୁ ଚାଲିବାରେ ସହାୟକ ବାଡ଼ି ବଣ୍ଟନ ସହିତ “ଥିଲେ…
Read Moreବାଜି ମାରିଲେ କେ.ଏସ.ବି.ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀ, ୧୨ଜଣ ପାଇଲେ ରାଜ୍ୟ ସ୍ତରୀୟ ମେଧାବୃତ୍ତି
ଶରଣକୁଳ, (ନୟାଗଡ଼ ଦର୍ପଣ): ଶିକ୍ଷା ପରିଷଦ,ଓଡିଶା ପକ୍ଷରୁ ଚଳିତ ୨୦୨୫ ଶିକ୍ଷା ବର୍ଷର ତୃତୀୟ, ପଞ୍ଚମ ଓ ସପ୍ତମ ଶ୍ରେଣୀ ରାଜ୍ୟ ସ୍ତରୀୟ ମେଧାବୃତ୍ତି ଫଳାଫଳ ପ୍ରକାଶ ପାଇଥିବା ବେଳେ ଏଥିରେ କେ.ଏସ.ବି. ପବ୍ଲିକ ସ୍କୁଲ ଶରଣକୁଳର ଛାତ୍ରଛାତ୍ରୀ ମାନେ ବାଜିମାତ କରିଛନ୍ତି। ଏହି ସ୍କୁଲର ତୃତୀୟ, ପଞ୍ଚମ ଓ ସପ୍ତମ ଶ୍ରେଣୀର ୧୨ ଜଣ ଛାତ୍ରଛାତ୍ରୀ ବୃତ୍ତି ହାସଲ କରିବା ସହିତ ତୃତୀୟ ଶ୍ରେଣୀ ଛାତ୍ର ମହାବୀର ମହିମା ମୁଦୁଲି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ତୃତୀୟ ଶ୍ରେଣୀରେ ମହାବୀର ମହିମା ମୁଦୁଲିଙ୍କ ସହିତ ସାଇ ସମ୍ବିତ, ଆୟୁଷ ସ୍ୱୟଂଜୀତ ସ୍ୱାଇଁ, ପ୍ରିନସେସ ସାହୁ, ପଞ୍ଚମ ଶ୍ରେଣୀରେ ଯଶସ୍ୱିନୀ ଦାଶ, ଅଜିତ ଦାଶ, ଆଲୋକ କୁମାର ଦୋରା, ସ୍ୱୟମ ଓଁକାର ପ୍ରସାଦ ପ୍ରଧାନ ଓ ସପ୍ତମ ଶ୍ରେଣୀରେ ଆଦ୍ୟାଶ୍ମିତା…
Read Moreମଦର ଆବାସିକ ବିଦ୍ୟାଳୟର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ଼ କଳାପରିଷଦ ଶିଶୁଯତ୍ନ ପ୍ରତିଷ୍ଠାନ ଗୃହ ଭୂମି ଖନନ ଓ ମଦର ଆବାସିକ ବିଦ୍ୟାଳୟ ସଭାଗୃହ ଉଦଘାଟନ ଉତ୍ସବ ପାଳନ ଅବସରରେ ମୁଖ୍ୟ ଉଦଘାଟକ ବଂଶୀଧର ସାହୁ ଉପସ୍ଥିତ ଥିବାବେଳେ, ମୁଖ୍ୟ ଅତିଥିଭାବେ କସ୍ତୁରୀ ମହାପାତ୍ର, ସମାଜସେବୀ, ସମ୍ନାନୀତ ଅତିଥିଭାବେ ସିବିଲ ସୋସାଇଟିର ସଭାପତି ଗୋଦାବରୀ ସାହୁ, ତୈଳ ସମାଜ ସଭାପତି ଶିଶିର ସାହୁ, ଶିଶୁସୁରକ୍ଷା ୟୁନିଟର ପ୍ରୋଟେକ୍ସନ ଅଫିସର ସତ୍ୟରଞ୍ଜନ ଦାଶ, ବିଦ୍ୟାଳୟର ଉପ ସଭାପତି ବିଦ୍ୟାଧର ଆଚାର୍ଯ୍ୟ, ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଭାସିନୀ ନନ୍ଦ ଉପସ୍ଥିତ ଥିଲେ। ପିଲାଙ୍କର ଉର୍ନତି ଅନୁଷ୍ଠାନର କିଭଳି ଉନ୍ନତି ହେବ, ସରକାରଙ୍କ ଯଦି ସାହାଯ୍ୟ ରହିବ ତା’ହେଲେ ଅନୁଷ୍ଠାନ ଭବିଷ୍ୟତରେ ଆହୁରି ଆଗକୁ ଯିବ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଉଚିତ ବୋଲି କହିଥିଲେ ଏବଂ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ…
Read Moreଭାରତ ସ୍କାଉଟ ଗାଇଡ଼ ପ୍ରତିଷ୍ଠାଦିବସରେ ରୋହିବାଙ୍କ ଓ ଓଡଗାଁ ବାଳିକା ଉଚ୍ଚ ବିଦ୍ୟାଳୟର ଗାଇଡ଼ମାନେ ବାଣ୍ଟିଲେ ସେବାବ୍ରତ ସଚେତନତା
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଭାରତ ବର୍ଷରେ ସ୍କାଉଟ ଗାଇଡ଼ ଭଳି ଅନ୍ତର୍ଜାତୀୟ ଅନୁଷ୍ଠାନ ନଭେମ୍ବର ୭ଦିନ ପ୍ରତିଷ୍ଠା ହୋଇଥିବାରୁ ଆଜିର ଦିନକୁ ପ୍ରତିଷ୍ଠାଦିବସ ଭାବେ ପାଳନକଲେ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଗାଇଡ଼ ଛାତ୍ରଛାତ୍ରୀମାନଙ୍କ ସହ ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ସାହୁ ଓ ଗାଇଡ଼ କ୍ୟାପଟେନ ଅବନ୍ତୀ ବେହେରା ଆଜିର ଦିବସର ତାତ୍ପର୍ଯ୍ୟକୁ ବୁଝାଇଥିବାବେଳେ ନୂତନ ପିଲାଙ୍କୁ ସେବା ମୂଳକ କାର୍ଯ୍ୟପାଇଁ ପ୍ରବର୍ତ୍ତାଇବା ସହିତ ଏଭଳି କାର୍ଯ୍ୟରେ ଯୋଗଦେବାକୁ କହିଥିଲେ। ସେହିଭଳି ପି ଏମ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଗାଇଡ଼ କ୍ୟାପଟେନ ଜ୍ୟୋତିର୍ମୟୀ ଦାସ ଙ୍କ ତତ୍ୱାବଧାନରେ ୧୫ରୁ ଅଧିକ ଗାଇଡ଼ମାନେ ନିଜ ବିଦ୍ୟାଳୟରେ ଭାରତ ସ୍କାଉଟ ଗାଇଡ଼ ପ୍ରତିଷ୍ଠାଦିବସ ପାଳନ କରିବା ସହିତ ଉଭୟ ବିଦ୍ୟାଳୟର ଗାଇଡ଼ମାନେ ୭୫ବର୍ଷ ପ୍ରତିଷ୍ଠା ଦିବସର ଟୋକନ ଫ୍ଲାଗ…
Read Moreରାଷ୍ଟ୍ରଗୀତ “ବନ୍ଦେ ମାତରଂ”ର ୧୫୦ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜିର ଏହି ଐତିହାସିକ ଦିନଟି, ସମସ୍ତଙ୍କ ପାଇଁ ଏକ ମହାସଙ୍କଳ୍ପର କ୍ଷଣ। ଯେଉଁ ଚିରନ୍ତନ ବାଣୀ “ବନ୍ଦେ ମାତରମ୍” ଭାରତକୁ ଏକ ଅଖଣ୍ଡ ଶକ୍ତି ଭାବରେ ଦେଖିବାର ସ୍ୱପ୍ନ ସଞ୍ଚାର କରିଥିଲା, ଆଜି ତା’ର ୧୫୦ ବର୍ଷ ପୂର୍ତ୍ତି। ଏହା କେବଳ ମାତ୍ର ଏକ ଐତିହାସିକ ଦିନଟିଏ ନୁହେଁ; ଏହା ହେଉଛି ଆମ ପୂର୍ବପୁରୁଷମାନଙ୍କର ବଳିଦାନ ଏବଂ ତ୍ୟାଗରୁ ଜନ୍ମ ନେଇଥିବା ଏକ ଜାତୀୟ ସଙ୍କଳ୍ପକୁ ମନେପକାଇବାର ଦିନ। ଋଷି ବଙ୍କିମ ଚନ୍ଦ୍ରଙ୍କ ଲେଖନୀରୁ ସୃଷ୍ଟି ହୋଇ, ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ କଣ୍ଠରେ ଶକ୍ତି ପାଇଥିବା ଏହି ଗୀତ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ମୃତ୍ୟୁଞ୍ଜୟ ମନ୍ତ୍ର ଥିଲା। ରାଷ୍ଟ୍ରପ୍ରେମର ଏହି ମହାମନ୍ତ୍ର ସ୍ୱାଧୀନତା ସଂଗ୍ରାମର ଶହ ଶହ କ୍ରାନ୍ତିକାରୀଙ୍କୁ ଫାଶୀ ଖୁଣ୍ଟରେ ବିଜୟର ସ୍ମିତହାସ୍ୟ ଦେଇଥିଲା। ଯେତେବେଳେ ଇଂରେଜ ସରକାର ଏହାକୁ…
Read Moreଭାରତରେ ହକି ଖେଳର ୧୦୦ବର୍ଷ ପୂର୍ତି ଉପଲକ୍ଷେ ଜିଲ୍ଲାସ୍ତରୀୟ ଉତ୍ସବ ଆୟୋଜନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତରେ ହକି ଖେଳର ଶତବାର୍ଷିକ ପୂର୍ତିକୁ ଉଦ୍ଦେଶ୍ୟ କରି ନୟାଗଡ଼ ଜିଲ୍ଲାରେ ଏକ ବିଶେଷ ଉତ୍ସବ ଆୟୋଜନ କରାଯାଇଛି। ଏହି ଶୁଭ ଅବସରରେ ରଣପୁର ହକି ଗ୍ରାସ ରୁଟ ସେଣ୍ଟରରେ ପ୍ରାତ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଆକର୍ଷଣ ସମୂହ ରାଲି ସହ ପୁରୁଷ ଓ ମହିଳା ବିଭାଗର ପ୍ରଦର୍ଶନୀ ହକି ମ୍ୟାଚ, ଯାହା ମାଧ୍ୟମରେ ଜିଲ୍ଲାର ଉଦୀୟମାନ ଓ ଅନୁଭବୀ ଖେଳାଳିମାନେ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ, ନୟାଗଡ଼ ଓ ବି.ସି. ହାଇ ସ୍କୁଲ୍, ରଣପୁରର ପ୍ରଧାନ ଶିକ୍ଷକ ଅତିଥି ଭାବେ ଉପସ୍ଥିତ ଥିଲେ। ସେମାନେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ହକି ଖେଳର ଉନ୍ନତି ସମ୍ପର୍କରେ ନିଜର ମତାମତ ରଖିଥିଲେ। ଶେଷରେ, ଜିଲ୍ଲା…
Read More