ନୟାଗଡ଼ ମୁନିସିପାଲିଟିରେ ଭୋଟର ତାଲିକା ସଂଶୋଧନ ଏସ୍‌ଆଇଆର୍ କାର୍ଯ୍ୟ ଠିକ୍ ଭାବେ ଚାଲିନଥିବା ଅଭିଯୋଗ କଲା କଂଗ୍ରେସ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍) କାର୍ଯ୍ୟ ସଠିକ୍ ଭାବେ ପରିଚାଳିତ ହେଉନଥିବା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଗୁରୁତର ଅଭିଯୋଗ ଉଠାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଏକ ପ୍ରେସ୍ ବାର୍ତ୍ତାରେ କହିଛନ୍ତି ଯେ, ନୟାଗଡ଼ ମୁନିସିପାଲିଟିର ୭୭ ନମ୍ବରରୁ ୯୪ ନମ୍ବର ବୁଥ ପର୍ଯ୍ୟନ୍ତ ଅଧିକାଂଶ ବିଏଲଓ ଏପର୍ଯ୍ୟନ୍ତ ୫୦ ପ୍ରତିଶତ ଘରକୁ ଯାଇନାହାନ୍ତି କିମ୍ବା ପୋଲିଂ ବୁଥରେ ଉପସ୍ଥିତ ରହୁନାହାନ୍ତି। ଶ୍ରୀ ଦାଶଙ୍କ ଅଭିଯୋଗ ଅନୁଯାୟୀ, ବିଏଲଓମାନେ ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ବିଏଲଏ-୧ ଓ ବିଏଲଏ-୨ଙ୍କ ସହ ଆଲୋଚନା କରୁନାହାନ୍ତି। ବରଂ ଘରେ ବସି କିଛି ନିର୍ଦ୍ଦିଷ୍ଟ ଦଳର ବିଏଲଏଙ୍କ ପରାମର୍ଶରେ ମନଇଚ୍ଛା ଫର୍ମ ପୂରଣ କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି। କଂଗ୍ରେସ ପକ୍ଷରୁ ନିଯୁକ୍ତ ବିଏଲଏ-୧…

Read More

ଗରିବ ପରିବାରର ଦୁଇ ଶିଶୁଙ୍କ ଜୀବନରେ ନୂଆ ଆଲୋକ; ସମାଜସେବୀ ପ୍ରଭାସିନୀ ନନ୍ଦଙ୍କ ମାନବିକ ପଦକ୍ଷେପକୁ ପ୍ରଶଂସା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌରାଞ୍ଚଳର ଓଲ୍ଡ ଟାଉନସ୍ଥିତ ଭୋଇ ସାହିର ଆରତୀ ଦେଇ ନାମକ ଜଣେ ଅସହାୟ ମହିଳା ଜରି, ପ୍ଲାଷ୍ଟିକ ଓ ବୋତଲ ଗୋଟାଇ ଜୀବିକା ନିର୍ବାହ କରୁଥିଲେ। ପରିବାରର ଆର୍ଥିକ ଅଭାବ ଯୋଗୁଁ ତାଙ୍କର ଦୁଇ ପୁଅ ଚନ୍ଦନ ଓ ଆୟୁଷ ମଧ୍ୟ ପାଠପଢ଼ା ଛାଡ଼ି ଏହି କାମରେ ମା’ଙ୍କୁ ସହଯୋଗ କରୁଥିଲେ। ଏହି ଦୁଃଖଦ ପରିସ୍ଥିତି ସମ୍ପର୍କରେ ତ୍ରିନାଥ ଛକ, ଯଦୁମଣି ନଗରର ବାସିନ୍ଦା ସୂର୍ଯ୍ୟମଣୀ ପ୍ରଧାନ ସମାଜସେବୀ ପ୍ରଭାସିନୀ ନନ୍ଦଙ୍କୁ ଅବଗତ କରାଇଥିଲେ। ଖବର ପାଇବା ପରେ ସୁଶ୍ରୀ ନନ୍ଦ ତୁରନ୍ତ ଆରତୀ ଦେଇ ଓ ତାଙ୍କ ଦୁଇ ପୁଅଙ୍କୁ ଡାକି ସେମାନଙ୍କ ସହ ଆଲୋଚନା କରିଥିଲେ। ସେ ପିଲାମାନଙ୍କୁ ଶିକ୍ଷାର ଗୁରୁତ୍ୱ ବୁଝାଇ ପାଠପଢ଼ା ଜାରି ରଖିବାକୁ ପ୍ରେରଣା ଦେଇଥିଲେ। ଏହା ସହ ସେ ପିଲାମାନଙ୍କର ରହିବା, ଖାଇବା, ପଢ଼ିବା…

Read More

ଚାମେଲିଙ୍କ ସମର୍ଥନରେ ନୟାଗଡ଼ ସରପଞ୍ଚ ସଂଘ, ବିକ୍ଷୋଭ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ବିଡିଓଙ୍କ ଚ୍ୟାମ୍ବରରେ ର୍ଦୁବ୍ୟବହାର, ପୁଲିସ ଲଗାଇ ମିଥ୍ୟା ମାମଲା ରୁଜୁ, ଗିରଫ କରାଯିବାକୁ ବିରୋଧ କରି ଆଜି ନୟାଗଡ଼ ସରପଞ୍ଚ ସଂଘ ବିକ୍ଷୋଭ ପଦର୍ଶନ କରିବା ସହ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କୁ ଦାବିପତ୍ର ପ୍ରଦାନ କରିଛି । ନୟାଗଡ଼ ଜିଲ୍ଲା ସରପଞ୍ଚ ସଂଘ ସଭାପତି ନିରଞ୍ଜନ ବିଧାର, ନୟାଗଡ଼ ବ୍ଲକ ସଂଘ ସଭାପତି ମନୋଜ କୁମାର ନାୟକଙ୍କ ନେତୃତ୍ୱରେ ଆଜି ଶତାଧିକ ସରପଞ୍ଚ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରିଥିଲେ । ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ଜନପ୍ରତିନିଧିଙ୍କ ବିରୁଦ୍ଧରେ ଆକ୍ରୋଶ ମୂଳକ ପଦକ୍ଷେପ ଗ୍ରହଣକୁ ବିରୋଧ କରାଯାଇଥିଲା । ଏହା ସହିତ ରାଜ୍ୟପାଳଙ୍କ…

Read More

ଓଡ଼ଗାଁରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି; ୧୨୫ଟି ଅଭିଯୋଗ ମଧ୍ୟରୁ ୬୨ଟିର ତୁରନ୍ତ ସମାଧାନ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଓଡ଼ଗାଁଠାରେ ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ। ଆଜିର ଶିବିରରେ ମୋଟ ୧୨୫ଟି ଅଭିଯୋଗପତ୍ର ଦାଖଲ ହୋଇଥିଲା। ସେଥିମଧ୍ୟରୁ ୯ଟି ଗ୍ରାମୀଣ ସମସ୍ୟା ସମ୍ବନ୍ଧୀୟ, ୧୧୪ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୧ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ସମ୍ପର୍କିତ ଆବେଦନ ରହିଥିଲା। ପ୍ରଶାସନର ତତ୍ପରତା ଫଳରେ ଶିବିରରେ ହିଁ ୬୨ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏଭଳି ଜନଅଭିଯୋଗ ଶୁଣାଣି…

Read More

ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ବ୍ଲକ ଶିକ୍ଷାଧିକାରୀଙ୍କ ଲିଖିତ ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗାତେରି ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନ ଧରି ଶିକ୍ଷକ ଅଭାବ ଯୋଗୁଁ ପାଠପଢ଼ା ବ୍ୟାହତ ହେଉଥିବାରୁ ସୋମବାର ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ରାସ୍ତାକୁ ଓହ୍ଲାଇଥିଲେ। ଶିକ୍ଷକ ପଦବୀ ପୂରଣ ଦାବିରେ ସେମାନେ ଗାତେରି ନିକଟରେ ମହିପୁର–ବାହାଡ଼ାଝୋଲା ପୂର୍ତ୍ତ ବିଭାଗ ରାସ୍ତାକୁ ଅବରୋଧ କରି ଧାରଣାରେ ବସିଥିଲେ। ଫଳରେ ଦୀର୍ଘ ସମୟ ଧରି ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିବା ସହ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ସୂଚନା ଅନୁସାରେ, ଶିଶୁବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। କିନ୍ତୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ସ୍ୱାଇଁ ଯୋଗଦାନ ପରଠାରୁ ଗତ ତିନି ବର୍ଷ…

Read More

ରଣପୁର ଇଣ୍ଡୋର ଷ୍ଟାଡିୟମ ପରିସରରେ ଯୋଗାଭ୍ୟାସ କଲେ ବାଚସ୍ପତି ସୁରମା ପାଢ଼ୀ

ରଣପୁର,(ନୟାଗଡ଼ ଦର୍ପଣ): ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସକାଳ ୬ଟାରେ ରଣପୁର ଇଣ୍ଡୋର ଷ୍ଟାଡିୟମ ପରିସରରେ ଏକ ବିଶାଳ ଯୋଗ ଶିବିର ଆୟୋଜିତ ହୋଇଥିଲା। ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ସେ କହିଥିଲେ ଯେ, ଯୋଗ ଆମର ଦୈନନ୍ଦିନ ଜୀବନଶୈଳୀକୁ ଶୃଙ୍ଖଳିତ କରିବା ସହିତ ସୁସ୍ଥ ଓ ସମୃଦ୍ଧ ଜୀବନର ମୂଳ ଆଧାର ହୋଇଥାଏ। ଏହି ଯୋଗ ଶିବିରରେ ପ୍ରାୟ ୧୫୦ରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ବାଚସ୍ପତିଙ୍କ ସହ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ବ୍ଲକ ସିଡିପିଓ, କନିଷ୍ଠ ଯନ୍ତ୍ରୀ, ଅନ୍ୟାନ୍ୟ ସରକାରୀ କର୍ମଚାରୀ, ହକି ଓ ବାସ୍କେଟବଲ ଖେଳାଳି, ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ଥାନୀୟ ନାଗରିକମାନେ ଉପସ୍ଥିତ ରହି…

Read More

ଅନ୍ତର୍ଜାତୀୟ ଯୋଗ ଦିବସରେ ନୟାଗଡ଼ରେ ଯୋଗ ଶିବିର ଆୟୋଜିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ଯୋଗ ଦିବସ ଅବସରରେ ରବିବାର ନୟାଗଡ଼ ଅଟୋନମସ ମହାବିଦ୍ୟାଳୟ ପରିସରରେ ଡାଇମଣ୍ଡ ଜୁବୁଲି ହଲରେ ଜିଲ୍ଲାସ୍ତରୀୟ ଯୋଗ ଶିବିର ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଯୋଗ ମହୋତ୍ସବ ସମିତିର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଅଧିକାରୀ, କର୍ମଚାରୀ ଓ ଯୋଗପ୍ରେମୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ନୟାଗଡ଼ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରିଣୀ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରିଣୀ ସୁଜାତା ସାହୁ ପ୍ରମୁଖ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ। ଯୋଗ ମାଧ୍ୟମରେ ଶାରୀରିକ ଓ ମାନସିକ ସୁସ୍ଥତା ହାସଲ କରାଯାଇପାରିବ ବୋଲି ବକ୍ତାମାନେ…

Read More

ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ  ଯୋଗ ଦିବସ ପାଳିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ସୁସ୍ଥ ଶରୀର  ବିଦ୍ୟାଧ୍ୟୟନରେ ସହାୟକ । ସୁସ୍ଥ ଶରୀର ପାଇଁ ଯୋଗ ଓ ବ୍ୟାୟାମ ନିତ୍ୟାନ୍ତ ଆବଶ୍ୟକ। ସୁସ୍ଥ ଶରୀର ସୁସ୍ଥ ମନ ସୃଷ୍ଟି କରେ ଯାହା କି ବିଦ୍ୟାର୍ଥୀ ମାନଙ୍କ ପାଇଁ ଅତି ଜରୁରୀ। ସେଥିପାଇଁ ପ୍ରତି ବିଦ୍ୟାଳୟରେ ଶାରୀରିକ କ୍ରୀଡା ଶିକ୍ଷକ ନିଯୁକ୍ତି କରାଯାଇଛି। ଆଜି  ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ସାରିଛି। ରାଜ୍ୟସରକାରଙ୍କ ସୂଚନା କ୍ରମେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ଙ୍କ ନିର୍ଦେଶରେ ଶାରୀରିକ  ଶିକ୍ଷକ ଆଲୋକ ନାୟକ ଓ ସହଯୋଗୀ ଶିକ୍ଷକ ପ୍ରକୃତି ବନ୍ଧୁ  ସନ୍ତୋଷ କୁମାର ସାହୁ ପ୍ରାୟ  ଉପସ୍ଥିତ 37 ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ହତା ପଡିଆରେ ଯୋଗ ଦିବସ ପାଳନ କରାଯାଇଥିଲା। ସମସ୍ତ…

Read More

ବିଶ୍ୱ ଯୋଗ ଦିବସରେ ନୟାଗଡ଼ରେ ରେଡକ୍ରସ ଓ ରେଡକ୍ରସ ଭଲ୍ୟୁଣ୍ଟାରୀ ଫୋରମ ପକ୍ଷରୁ ଯୋଗ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ଯୋଗ ଦିବସ ଅବସରରେ ନୟାଗଡ଼ ପୁରୁଣା ସହର ସାଗର ପୁଷ୍କରିଣୀ ନିକଟସ୍ଥ ମୁନିସିପାଲିଟି ବୁଦ୍ଧ ମଣ୍ଡପ ପରିସରରେ ରେଡକ୍ରସ ଓ ରେଡକ୍ରସ ଭଲ୍ୟୁଣ୍ଟାରୀ ଫୋରମର ସହଯୋଗରେ ଶ୍ରୀରଘୁନାଥ ଯୋଗାପୀଠ ପକ୍ଷରୁ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳ ୬ଟାରେ ଆରମ୍ଭ ହୋଇଥିବା ଏହି ଶିବିରରେ ଶତାଧିକ ଯୋଗପ୍ରେମୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସମାଜସେବୀ ତଥା ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିୟମିତ ଯୋଗାଭ୍ୟାସର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିବେଦିତା ପତି, ଜିଲ୍ଲାର ୧୫ଟି ଯୋଗ ଶିବିରର ପରିଚାଳକ ଯୋଗଗୁରୁ ପ୍ରତାପ ରଣଶିଙ୍ଗ, ରେଡକ୍ରସ ଭଲ୍ୟୁଣ୍ଟାରୀ ଫୋରମର କନଭେନର ସୁନିତା ରାଣୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଫୋରମର ବିଭିନ୍ନ ପଦାଧିକାରୀ କମଳିନୀ ବେହେରା, ମହାମନ୍ତ୍ରୀ,…

Read More

ଲଡୁବାବାଙ୍କ ପୀଠରେ ଶୀତଳ ଷଷ୍ଠୀ : ଦେବଦମ୍ପତିଙ୍କ ନଗର ପରିକ୍ରମା,
ଆଶୀର୍ବାଦ ପାଇଁ ୧୬ଶମ୍ଭୁଙ୍କ ମିଳନ

ଶରଣକୁଳ,(ନୟାଗଡ଼ ଦର୍ପଣ): ଶୈବ ଓ ବୈଷ୍ଣବ ଧର୍ମର ସମ୍ମିଳିତ ପ୍ରସିଦ୍ଧ କ୍ଷେତ୍ର ଶରଣକୁଳ ଲଡୁବାବାଙ୍କ ପୀଠରେ ଶୀତଳଷଷ୍ଠୀ ମହା ସମାରୋହରେ ପାଳିତ ହୋଇଯାଇଛି। ଗୁରୁବାର ଦିନ ଶିବ ବିବାହ ପରେ ଦେବଦମ୍ପତିଙ୍କ ନଗର ପରିକ୍ରମା ଲାଗି ଲଡୁବାବାଙ୍କ ନିମନ୍ତ୍ରଣ ପାଇ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଶରଣକୁଳ ଅଂଚଳର ବିଭିନ୍ନ ଗ୍ରାମରେ ଥିବା ଠାକୁର ମାନେ ଲଡୁବାବାଙ୍କ ମନ୍ଦିରରେ ଏକତ୍ରିତ ହୋଇ ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା। ମନ୍ଦିରରେ ସମସ୍ତ ଠାକୁରଙ୍କୁ ପୂଜା ଅର୍ଚ୍ଚନା କରିବା ପରେ ଲଡୁବାବାଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର, ମା ପାର୍ବତୀ, ଗୋପୀନାଥ, ଲଷ୍ମୀ ନାରାୟଣ, ଶ୍ରୀ ରଘୁନାଥ, ଜୟଦୁର୍ଗା, ଦଧିବାମନ, ମା ବିରଜାଇ, ମା ରାମଚଣ୍ଡୀ , ମା ନାରାୟଣୀ,ସନୃସିଂହନାଥ , ମା ସନ୍ତୋଷୀ, ଦୁର୍ଗା , ଅର୍ଦ୍ଧନାରୀଶ୍ୱର , ରାଧାକୃଷ୍ଣ ଓ ଉମା ମହେଶ୍ୱର ଶୋହଳଟି ବିମାନରେ ଉପବେଶନ କରି ମନ୍ଦିରର…

Read More