ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେଉଥିବା ଅଷ୍ଟମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ -2024 ଆଜି ଭାପୁର ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାପୁର ସଦର ମହକୁମା ସମେତ ମହୁଲିଆ, ଫତେଗଡ଼ ଆଦି ବିଭିର୍ଣ୍ଣ ପଞ୍ଚାୟତର ବିଭିର୍ଣ୍ଣ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବା ସମିତ ସଦସ୍ୟ ଗୁଲସନ କୁମାର ଦାସ, ବର୍ଷା ପ୍ରିୟଦର୍ଶିନୀ, ଯୁଧିଷ୍ଠିର ବେହେରା, ସୋମ୍ୟା ସ୍ୱୟଂପ୍ରଭା, କାହ୍ନା ସାହୁ, ଅଂଶୁମାନ ସେଠି, ଗୋପାଳ ଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ସାହୁ, ବାପୁନି ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ଏହି ଉତ୍ସବ ମାଧ୍ୟମରେ ସାରା…
Read MoreCategory: ନୟାଗଡ଼
ଓଡ଼ଗାଁ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ଅଧିବେଶନ ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ଅଧିବେଶନ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ବୈଠକରେ ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର, ଓଡିଶା ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ତହସିଲଦାର ମାନସ ରଞ୍ଜନ ଭୋଇ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନଙ୍କ ସମେତ ୩୬ ଗୋଟି ପଞ୍ଚାୟତର ଜନପ୍ରତିନିଧି ଉପସ୍ଥିତ ଥିଲେ। ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟରହିଲେ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ବ୍ଳକର ୩୬ଗୋଟି ପଞ୍ଚାୟତର ୪୭୫୮୩ ଜଣ ହିତାଧିକାରୀଙ୍କ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ…
Read Moreଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ରକ୍ତ ଦାନ କଲେ ସାଂସଦ ଡକ୍ଟର ସମ୍ବିତ୍ ପାତ୍ର
ନୟାଗଡ଼, (ନୟାଗଡ଼ ଦର୍ପଣ) : ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଗୃହରେ ଦୈନିକ ଖବର କାଗଜ ‘ସମାଜ’ ଓ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ମିଳିତ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଅନୁଷ୍ଠିତ ଏହି ରକ୍ତ ଦାନ ଶିବିରରେ ମୁଖ୍ଯ ଅତିଥି ଭାବେ ପୁରୀର ମାନ୍ଯବର ସାଂସଦ ଡକ୍ଟର ସମ୍ବିତ୍ ପାତ୍ର ଯୋଗଦେବା ସହିତ ନିଜେ ରକ୍ତ ଦାନ କରି “ରକ୍ତ ଦାନ ମହତ ଦାନ ” ବାର୍ତ୍ତା ଦେଇଥିଲେ। ନୟାଗଡ଼ ରକ୍ତ ଭଣ୍ଡାରରେ ଆବଶ୍ଯକତା ଠାରୁ ବହୁତ କମ୍ ରକ୍ତ ଥିବାରୁ ନିଜେ ରକ୍ତ ଦାନ କରି ନୟାଗଡ଼ ଜନସାଧାରଣ ତଥା ଯୁବବର୍ଗଙ୍କୁ ରକ୍ତ ଦାନ କରି ଅନ୍ୟ ମୁହଁରେ ହସ ଫୁଟାଇ…
Read Moreନୟାଗଡ଼ରେ ସୁନାବେଶ ଭଜନ ସମାରୋହ
ନୟାଗଡ଼,(ନୟାଗଡ଼ ଦର୍ପଣ): ବଡ଼ ଦାଣ୍ଡ ଭାରି ଭିଡ଼ ଟିକେ ହାଉଲେ ଯିବୁ, ନରେନ୍ଦ୍ର ପୋଖରୀ ଚହଲି ପଡିବ ମାଇଲେ ଖପରା କାତି ସଙ୍ଗୀତରେ ଭାବମୟ ହୋଇ ପଡିଛନ୍ତି ଭକ୍ତ ଏବଂ ଶ୍ରଦ୍ଧାଳୁ। ନୟାଗଡ଼ରେ ବାହୁଡ଼ା ଯାତ୍ରା ଅବସରରେ ବଡ଼ ଏକାଦଶୀ ଦିନ ଚତୁର୍ଦ୍ଧାମୂର୍ତ୍ତୀ ସୁନାବେଶରେ ରଥ ଉପରେ ଦର୍ଶନ ଦେବା ଅବସରରେ ଭଜନ ଅମୃତ ଧାରାରେ ଭିଜିଥିଲେ ଭକ୍ତବୃନ୍ଦ । ଜିଲ୍ଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଭଜନ ସନ୍ଧ୍ୟାକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନାଟ୍ୟ ଭୁଷଣ ଡକ୍ଟର ବିଜୟ କୁମାର ଚୌଧୁରୀ ଏବଂ ଦେବୋତ୍ତର ମ୍ୟାନେଜର ତାପସ କୁମାର ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ସ୍ଥାନୀୟ କଳାକାର ସଙ୍ଗୀତ ପ୍ରେମୀ ବୁଲୁ ମିଶ୍ରଙ୍କ ସଂଯୋଜନାରେ “ଅନୁଗୁଳସ୍ଥିତ ଶ୍ରୀ ଜଗନ୍ନାଥ ଭଜନ ସନ୍ଧ୍ୟା” ଦଳ ଭଜନ ପରିବେଷଣ କରିଥିଲେ। ସ୍ବନାମଧନ୍ୟ…
Read Moreଗଣିଆରେ ସେବା ଉତ୍ସବ, ମାଗଣା ସ୍ବାସ୍ଥ୍ୟ ଶିବିରରେ ସାମିଲ ହେଲେ ୨ଶହ ରୋଗୀ
ଗଣିଆ, (ନୟାଗଡ଼ ଦର୍ପଣ):- ଗଣିଆରେ ଅନୁଷ୍ଠିତ ହେଲା ସେବା ଉତ୍ସବ। ଚଳିତ ମାସ ୧୫ ତାରିଖ ଠାରୁ ୨୫ ତାରିଖ ଯାଏଁ ଦଶ ଦିନ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ସେବା ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଅଷ୍ଟମ ବାର୍ଷିକ ସେବା ମହୋତ୍ସବ କାର୍ଯ୍ୟକ୍ରମ ଆଜି ଗଣିଆ ବ୍ଲକର କୁଞ୍ଜବିହାରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ଆସିଥିବା ୨ ଶହ ରୋଗୀ ଉପସ୍ଥିତ ରହି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ସୁବିଧା ପାଇଥିଲେ । ସେବା ଉତ୍ସବ ସମିତି ପକ୍ଷରୁ ପ୍ରତିବର୍ଷ ଗଣିଆ ବ୍ଲକର ବିଭିନ୍ନ ଅପହଂଚ ଅଂଚଳରେ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଥିବା ବେଳେ ଚଳିତ…
Read Moreଗୁରୁକବି ଶ୍ରୀଯୁକ୍ତ ସୋମନାଥ ରାଜଗୁରୁଙ୍କୁ ସମର୍ପିତ ସୃଜନୀର ‘ସ୍ମୃତି ଶ୍ରଦ୍ଧାଞ୍ଜଳି’
ନୟାଗଡ଼, (ନୟାଗଡ଼ ଦର୍ପଣ): ସୃଜନୀ ପରିବାର (ଚେନ୍ନାଇ) ଦିବଂଗତ ଗୀତିକାର, ସ୍ୱର ସଂଯୋଜକ, କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ ଗୁରୁକବି ସୋମନାଥ ରାଜଗୁରୁଙ୍କ ୮୪ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସମର୍ପିତ “ସ୍ମୃତି ଶ୍ରଦ୍ଧାଞ୍ଜଳି” କାର୍ଯ୍ୟକ୍ରମ “ ଗୀତି ଭାରତୀ”ସହ ଭଜନ ସନ୍ଧ୍ୟା “ଶରଧାବାଲି” କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ପ୍ରମୁଖ ବକ୍ତା ତଥା ଆଲୋଚକ ଭାବରେ ଜାତୀୟ ସଂସ୍କୃତ ମହାବିଦ୍ୟାଳୟ (ତିରୁପତି) ର ଉପ-ନିର୍ଦ୍ଦେଶକ ପ୍ରାଧ୍ୟାପକ ଡ଼ଃ ଭାରତ ଭୂଷଣ ରଥ ଏବଂ ସାହିତ୍ୟିକ ତଥା ଗବେଷକ ଶ୍ରୀଯୁକ୍ତ ଚନ୍ଦ୍ରବିଜୟୀ ମିଶ୍ର ଉପସ୍ଥିତ ରହି ପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତି , ପରମ୍ପରା ଓ ବାହୁଡା ଯାତ୍ରାର ମାହାତ୍ମ୍ୟ ପ୍ରସଙ୍ଗରେ ଆଲୋଚନା କରିବା ସହ ଶ୍ରୀ ଜଗନ୍ନାଥ ସଂସ୍କୃତି କୁ ଉଦ୍ଜୀବିତ କରିବା ଓ ଓଡ଼ିଆ ସଂଗୀତ ଜଗତକୁ ଗୁରୁକବି ସୋମନାଥ ରାଜଗୁରୁଙ୍କ ଅବଦାନ…
Read Moreଶ୍ରୀଗୁଣ୍ଡିଚା ଭଜନ ସମାରୋହର ୧୦ମ ସନ୍ଧ୍ୟା, ଗୀତିକାର ଶରତ ପାତ୍ରଙ୍କୁ ସଙ୍ଗୀତଧାରା ସମ୍ମାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରୀଗୁଣ୍ଡିଚା ଭଜନ ସମାରୋହର ଦଶମ ସନ୍ଧ୍ୟାରେ ସଂଗୀତାନୁଷ୍ଠାନ ସଙ୍ଗୀତଧାରା,ନୟାଗଡ଼ ପକ୍ଷରୁ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ସୁର ଗନ୍ଧର୍ବ କଣ୍ଠଶିଳ୍ପୀ ନବକିଶୋର ମିଶ୍ର,ଗୁରୁ ପ୍ରଭାତ କୁମାର ଦାଶ, ଗୁରୁ ରଜନୀକାନ୍ତ ମହାପାତ୍ର, ଡ.ଆଶୁତୋଷ ମିଶ୍ର,ପ୍ରଦୀପ୍ତ କୁମାର ରଥ, ବିଜୟାନନ୍ଦ ମହାପାତ୍ର, କାଳିଦାସ ମହାପାତ୍ର,ଭୂମିକା ମହାପାତ୍ର, ମାଧବ ଡାକୁଆ,ସୁଚିସ୍ମିତା ଦୋରା, ଓମ ପ୍ରକାଶ ପାତ୍ର,ଗୋପୀନାଥ ସେଠି ପ୍ରମୁଖ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ ନୟାଗଡ଼ ଜିଲ୍ଲାର ପ୍ରତିଷ୍ଠିତ ଭକ୍ତି ସଙ୍ଗୀତ ଗୀତିକାର ଶରତ ପାତ୍ରଙ୍କୁ ସଙ୍ଗୀତଧାରା ସମ୍ମାନ-୨୦୨୪ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଗୋପୀନାଥ ସେଠି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମୁଖ୍ୟ ପୃଷ୍ଠପୋଷକ ପ୍ରମୋଦ ପଟ୍ଟନାୟକ, ସଭାପତି ଡ. ବିଜୟ କୁମାର ଚୌଧୁରୀ, ସମ୍ପାଦକ ପ୍ରଶାନ୍ତ କୁମାର…
Read Moreନୟାଗଡ଼ରେ କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ର ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦ ସୃଜନ୍ ସଭାଗୃହରେ ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଉନ୍ନୟନ ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସ୍ୱଧା ଦେବ ସିଂ ସମସ୍ତଙ୍କୁ ସ୍ୱାଗତ ଜଣାଇ ଏହି ବୈଠକର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ କହିଥିଲେ ଯେ, ସମସ୍ତ ବିଭାଗ ସେମାନଙ୍କ ବିଭାଗର କାର୍ଯ୍ୟ ତାଲିକା ପ୍ରଦାନ କରିଛନ୍ତି । ତଥାପି ନିଜ ନିଜ ବିଭାଗର ଚାଲୁ ରହିଥିବା ପ୍ରକଳ୍ପ, ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇଥିବା ପ୍ରକଳ୍ପ ତଥା ବିଭାଗମାନଙ୍କର ବିଭିନ୍ନ ସମସ୍ୟା ଓ ଆବଶ୍ୟକ ସଂକ୍ଷେପରେ ପ୍ରଦାନ କରିବା ପାଇଁ କହିଥିଲେ । ଏହାପରେ ସେ ମାନ୍ୟବର ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ ଆଜିର ବୈଠକ ଉପରେ ସମ୍ୟକ୍ ବାର୍ତ୍ତା ଉପସ୍ଥିତ…
Read Moreବାହୁଡ଼ା ଦଶମୀରେ ପରମ୍ପରା ପକ୍ଷରୁ ଭଜନ ସମାରୋହ
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ପରିଷଦ “ପରମ୍ପରା” ର କଣ୍ଠଶିଳ୍ପୀ ମାନେ ବାହୁଡ଼ା ଦଶମୀ ରେ ମାଉସୀ ମା ଙ୍କ ନିକଟ ମଞ୍ଚରେ ଭଜନ ପରିବେଷଣ କରିଥିଲେ ।ଏହି ଭଜନ ସମାରୋହକୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଦାମୋଦର ସାହୁ ଓ ସଙ୍ଗୀତ ଗୁରୁ ପ୍ରଭାତ କୁମାର ଦାସ ଉପସ୍ଥିତ ରହି ନୟାଗଡ ଐତିହ, ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ। ପରମ୍ପରା ପରିଷଦ ର କଣ୍ଠଶିଳ୍ପୀ ରଞ୍ଜନ କୁମାର ଦାଶ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ବିଜୟାନନ୍ଦ ମହାପାତ୍ର, ଭୂମିକା ମହାପାତ୍ର, ବୈଦୁର୍ଯ୍ୟନାଥ କର, ରାମ ପ୍ରସାଦ ମଲ୍ଲିକ, ପୁରୁଷୋତ୍ତମ ମହାପାତ୍ର, ନୈନିକା ପଟ୍ଟନାୟକ ଓ ଶିଶୁ କଣ୍ଠଶିଳ୍ପୀ ଆରୟାନ୍ ରାଜ ସେଠୀ, ସୃଜନିକା ଦାଶ ଭଜନ ପରିବେଷଣ କରିଥିଲେ। ଏହାକୁ ସଂଯୋଜନା…
Read Moreନିଶା ସେବନ ବିରୋଧରେ ସଚେତନତା ସୃଷ୍ଟି ଅଭିଯାନ
ନୟାଗଡ଼,(ନୟାଗଡ଼ ଦର୍ପଣ): କେନ୍ଦ୍ର ସରକାରଙ୍କ ପାଇଁ “ନଶା ମୁକ୍ତ ଭାରତ” ଏକ ଚ୍ୟାଲେଞ୍ଜ ଥିବାବେଳେ, ବିଭିନ୍ନ ରାଜ୍ୟରେ ଅନୈତିକ ଡ୍ରଗ୍ସ୍ କାରବାର ଦେଶର ମେରୁଦଣ୍ଡକୁ ଦୁର୍ବଳ କରିଦେଉଛି। ଏଇ ଅନୈତିକ ନିଶା କବଳରେ ଓଡ଼ିଶାର ଛାତ୍ର ଓ ଯୁବପିଢୀ ଦିନକୁ ଦିନ ଛନ୍ଦି ହୋଇ ଯାଉଛନ୍ତି। ଏହି ନିଶା ପାଇଁ କେହି କେହି କ୍ୟାନ୍ସର, କିଡନୀ ଜନିତ ରୋଗ ଏବଂ ମାନସିକ ବିକାରଗ୍ରସ୍ତ ପ୍ରଭୃତିର ଶିକାର ହେଉଥିବା ବେଳେ କେହି କେହି ଯୁବକ ଅପରାଧ ଦୁନିଆକୁ ଆପଣେଇ ନେଉଥିବା ଦେଖିବାକୁ ମିଳୁଛି। ସରକାର ଏଥିପ୍ରତି କଠୋର ଆଇନ୍ ବ୍ୟବସ୍ଥା କରିଥିଲେ ମଧ୍ୟ, ସଚେତନତା ଅଭାବ ଯୋଗୁଁ ଏହାର ପ୍ରଭାବ ନିମ୍ନଗାମୀ। ଏଭଳି ସ୍ଥିତିରେ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ “ମାଆ ଫାଉଣ୍ଡେସନ” ଓ “ବାଣୀଧାରା” ନୟାଗଡ଼ ଠାରେ ଅନୈତିକ ନିଶା ସେବନ ବିରୋଧରେ ଏକ ସଚେତନତା କାର୍ଯ୍ୟକ୍ରମ…
Read More