ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଏକମାତ୍ର ସରକାରୀ ମହାବିଦ୍ୟାଳୟ ଭାବେ ମଡେଲ ଡିଗ୍ରୀ କଲେଜ ୨୦୧୬ ମସିହାରେ ସ୍ଥାପିତ ହୋଇ ବିଜ୍ଞାନ ଓ କଳା ଶ୍ରେଣୀରେ ଶିକ୍ଷାଦାନ ଅବ୍ୟାହତ ରଖିଥିବାବେଳେ ଏଠାରେ ଇଂରାଜୀ ବିଷୟରେ ସମ୍ମାନ ନଖୋଲିବା ଯୋଗୁଁ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ବହୁ ଆବଶ୍ୟକୀୟ ଇଂରାଜୀ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସୂଚନାଯୋଗ୍ୟ ଯେ ସରକାର ଇତି ମଧ୍ୟରେ ଦୁଇଜଣ ଉଚ୍ଚଶିକ୍ଷିତ ଓଡ଼ିଆ ଲୋକସେବା ଆୟୋଗ ଦ୍ବାରା ମନୋନୀତ ଇଂରାଜୀ ଭାଷା ଅଧ୍ୟାପକ କଲେଜରେ ନିଯୁକ୍ତି ଦେଇସାରିଛନ୍ତି। ଇଂରାଜୀ ସମ୍ମାନ ଯୁକ୍ତ ତିନି ଶ୍ରେଣୀରେ ଖୋଲିବା ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ମାନସ ରଞ୍ଜନ ଶତପଥୀ ଗତ ଶିକ୍ଷା ବର୍ଷଠାରୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗକୁ ପତ୍ର ମାଧ୍ୟମରେ ଜଣାଇଥିବା ସୂଚନା ମିଳେ। ଏହା ବ୍ୟତୀତ ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ପୂର୍ବତନ…
Read MoreCategory: ନୟାଗଡ଼
ଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ଶିଳ୍ପ ପରିଭ୍ରମଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀଛାତ୍ରଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି। ଏହି ପରିଭ୍ରମଣରେ ନାରାୟଣ ଉଚ୍ଚ ବିଦ୍ୟାଳୟ(ହବ୍ ସ୍କୁଲ)ର ନବମ ଓ ଦଶମ ଶ୍ରେଣୀର ୬୦ ଶିକ୍ଷାର୍ଥୀ ଏବଂ (ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ୧୮ଜଣ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ଦୁଇଟି ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ପଞ୍ଚିଡ଼ାସ୍ଥିତ ଶିବ ଶକ୍ତି ଏଣ୍ଟରପ୍ରାଇଜେସକୁ ପରିଭ୍ରମଣ କରିଥିଲେ। ପ୍ରତିଷ୍ଠାତା ପ୍ରଫୁଲ୍ଲ ସାହୁ ଏବଂ ନାରାୟଣ ଉଚ୍ଚ ବିଦ୍ୟାଳୟର ପରିଧାନ ବିଭାଗର ପ୍ରଶିକ୍ଷିକା ରୋଜାଲିନ ମିଶ୍ରଙ୍କ ସହାୟତାରେ ବିଭିନ୍ନ ପ୍ରକାର…
Read Moreନୂଆଗାଁ ପଞ୍ଚାୟତ ରେ ସ୍ଵଚ୍ଛତା ଶପଥ ପାଠ କାର୍ଯ୍ୟକ୍ରମ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ନୂଆଗାଁ ଗ୍ରାମ ପଞ୍ଚାୟତରେ ସ୍ଵଚ୍ଛତା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା, ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ, ଅବସର ପ୍ରାପ୍ତ ଶିକ୍ଷକ ଦେବରାଜ ଖଣ୍ଡୁଆଳ, ବରିଷ୍ଠ ବ୍ୟକ୍ତି ଭିକାରୀ ସାସମଲ୍, ମାମାନି ପ୍ରଧାନ, ସମାଜ ସେବୀ ରାଜ କିଶୋର ପ୍ରଧାନ, ପ୍ରଭାତ କୁମାର ପ୍ରଧାନଙ୍କ ସମେତ ଅଞ୍ଚଳର ବରିଷ୍ଠ ବ୍ୟକ୍ତି, ମହିଳା ଯୋଗଦେଇ ନିଜ ଘରକୁ ସଫା ରଖିବା ସହ ଚାରିପାଖ ସଫା ସୁତୁରା ରଖିବି, ପ୍ଲାଷ୍ଟିକ ଓ ପଲ୍ ଥିନର ବ୍ୟବହାର କମ କରିବା ପାଇଁ ସଚେତନ କରାଇବି, ପାଇବା ପାଣି ଓ ଖାଦ୍ୟକୁ ଘୋଡାଇ ରଖିବି, ନିଜକୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ସମସ୍ତ ନିର୍ଦ୍ଦେଶାବଳି ପାଳନ କରିବି ଆଦି ଶପଥ…
Read Moreସାରା ଦିନର ପ୍ରମୁଖ ଖବର
🎡 ଆସୁଛି ଦୁର୍ଗାପୂଜା, ସରିନି କଟକ ଚଣ୍ଡୀ ମନ୍ଦିରର ନବୀକରଣ: ଅଧାରେ ଅଟକିଛି ନିର୍ମାଣ କାର୍ଯ୍ୟ। 🎡 ପୁଣି ଫେରିବ ଏକକ ନିର୍ବାଚନ ପରମ୍ପରା । ସାରା ଦେଶରେ ଗୋଟିଏ ସମୟରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। 🎡 ଦେଶରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ, ଭୟ ବଢାଇଲା ମଙ୍କିପକ୍ସ ସଂକ୍ରମଣ । ୯ ଦିନ ଭିତରେ ଦେଶରେ ଚିହ୍ନଟ ହେଲେ ଦ୍ୱିତୀୟ ସଂକ୍ରମିତ। 🎡 ସୁବର୍ଣ୍ଣରେଖା ବନ୍ୟାରେ ପ୍ରଭାବିତ ବାଲେଶ୍ୱରର ୩ଟି ବ୍ଲକ: ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ତଳିଆ ଅଞ୍ଚଳ ଜଳମଗ୍ନ। 🎡 ନିଦ ଭାଙ୍ଗୁ ଭାଙ୍ଗୁ ମୋବାଇଲ ଦେଖା ବିପଦର କାରଣ ହୋଇପାରେ, ମାନସିକ ସ୍ବାସ୍ଥ୍ୟକୁ କ୍ଷତି ପହଂଚାଇଥାଏ ଏହି ବଦଭ୍ୟାସ। 🎡 ଇ-କେୱାଇସି ଯାଞ୍ଚ ବେଳେ ଧରାପଡୁଛନ୍ତି ଅଯୋଗ୍ୟ ହିତାଧିକାରୀ। ଚିହ୍ନଟ ହେଲେଣି ୨୦ ଲକ୍ଷରୁ ଅଧିକ ଭୂତ ହିତାଧିକାରୀ।…
Read Moreମଣ୍ଡଳ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରଣପୁରରେ ମଣ୍ଡଳ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ, ସମ୍ମାନିତ ଅତିଥି ଭାବେ ଗୋପାଳପୁର ଜିଲ୍ଲା ପରିଷଦ ଲକ୍ଷ୍ମୀପ୍ରିୟା ତରେଇ, ନୟାଗଡ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷକ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତିଲତା ଦେଇ, ଗୋପାଳପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଙ୍ଗଦ କୁମାର ବଳିଆରସିଂ ପ୍ରମୁଖ ଯୋଗ ଦେଇଥିଲେ। ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରାଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବରିଷ୍ଟ ଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିବା ବେଳେ…
Read Moreକେ୍ୱାସୀ ପାଇଁ ମହିଳାଙ୍କ ଜୀବନ ଗଲା
ରଣପୁର,(ନୟାଗଡ଼ ଦର୍ପଣ): ଖାଉଟି ସାମଗ୍ରୀରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଏବେ ସମସ୍ତ ଉପଭୋକ୍ତାଙ୍କୁ କଣ୍ଟ୍ରୋଲ ଦୋକାନ ଓ ପଞ୍ଚାୟତରେ ପରିବାରର ସମସ୍ତେ ଇ-କେ୍ୱାସୀ କରିବାକୁ ବାଧ୍ୟ କରାଯାଇଛି। ଏହି ଇ-କେ୍ୱାସୀ କରିବାକୁ ଯାଇ ଜଣେ ମହିଳାଙ୍କର ଆଜି ଜୀବନ ଚାଲି ଯାଇଥିବା ଜଣାଯାଇଛି। ଖବର ସଂଗ୍ରହ କରିବାରେ ଜଣା ଯାଏ ଯେ, ରଣପୁର ବ୍ଲକ ହଂସରା ପଂଚାୟତ ଆନ୍ତରଗତ ଆନନ୍ଦପୁର ଗ୍ରାମର ପବିତ୍ର କୁମାର ବେହେରା ତାଙ୍କ ଧର୍ମପତ୍ନୀ କୁମାରୀ ବେହେରାଙ୍କୁ ଏକ ବାଇକରେ ବସାଇ ଆଜି ଇ-କେ୍ୱାସୀ କରିବା ପାଇଁ ନିକଟସ୍ଥ ନରସିଂହପୁର ପଂଚାୟତ କାର୍ଯ୍ୟାଳୟକୁ ଯାଉଥିଲେ। କିଛି ବାଟ ଗଲା ପରେ ଏକ ମାଙ୍କଡ଼ ବାଇକ ଉପରକୁ ହଠାତ ଡେଇଁ ପଡିଥିଲା। ଡେଇଁ ପଡିଲା ପରେ ଭାରସାମ୍ୟ ହରାଇ ବାଇକରୁ ଉଭୟେ ଖସି ପଡ଼ିଥିଲେ। ଉଭୟ ଆହତ ହୋଇଥିଲା ବେଳେ ମହିଳାଙ୍କ ମୁଣ୍ଡରୁ…
Read Moreଉଦଘାଟିତ ହେଲା ସୁଭଦ୍ରା ଯୋଜନା ଓ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
ରଣପୁର,(ନୟାଗଡ଼ ଦର୍ପଣ): ଜନ୍ମ ଦିନରେ ଓଡିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସବୁ ଅପେକ୍ଷାର ଅନ୍ତ ଘଟିଛି। ସୁଭଦ୍ରା ଯୋଜନା ଉଦଘାଟିତ ହୋଇ ମହିଳାମାନଙ୍କ ଆକାଉଣ୍ଟକୁ ଯାଇଛି ପ୍ରଥମ କିସ୍ତି ଟଙ୍କା। ରାଜ୍ୟ ସରକାର ରାଜ୍ୟର ସମସ୍ତ ବ୍ଲକରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିଛନ୍ତି। ଏଲଇଡ଼ି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସିଧା ସଳଖ କାର୍ଯ୍ୟକ୍ରମକୁ ସୁଭଦ୍ରା ହିତାଧିକାରୀମାନେ ସାମିଲ ହୋଇଛନ୍ତି। ନୟାଗଡ ଜିଲ୍ଲା ରଣପୁର ବ୍ଲକ ବିଡ଼ିଓ ସୁଧୀର କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଉପାଧ୍ୟକ୍ଷ ବିଶ୍ୱରଂଜନ ପଟ୍ଟନାୟକ, ଗୋପାଳପୁର ଜୋନ ଜିଲ୍ଲା ପରିଷଦ ଲକ୍ଷ୍ମୀପ୍ରିୟା ତରେଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମହିଳାମାନେ କିପରି ଉଦ୍ୟୋଗି ହୋଇପାରିବେ…
Read Moreସୁଭଦ୍ରା ଉଦଘାଟନୀ ଉତ୍ସବ, ମହିଳାଙ୍କୁ ଅସମ୍ମାନ, ବସିବାକୁ ଚେୟାର ନାହିଁ, ଖାଇବାକୁ ଖାଦ୍ୟ ନାହିଁ
ଗଣିଆ, (ନୟାଗଡ଼ ଦର୍ପଣ): ମହିଳାମାନେ ସମ୍ମାନର ସହିତ ବଞ୍ଚିବା ସହ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯାଇଛି । ସରକାରଙ୍କ ଏହି ଲୋକାଭିମୁଖୀ ଯୋଜନା ପାଇଁ ପ୍ରଚାର ପ୍ରସାର ଜୋରଦାର କରିବା ସହିତ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରତ୍ୟେକ ବ୍ଳକ ସ୍ତରରେ ଆଭାସି ମାଧ୍ୟମରେ ମହିଳାମାନଙ୍କୁ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରିବାକୁ ବ୍ୟବସ୍ଥା କରିବାକୁ ବ୍ଳକ ପ୍ରଶାସନକୁ ଦାୟିତ୍ବ ପ୍ରଦାନ କରାଯାଇଥିଲା । ୫ହଜାର ମହିଳା ଯୋଗଦାନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । କିନ୍ତୁ ଗଣିଆରେ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଜଣାପଡ଼ିଛି । ୫ ହଜାର ମହିଳା ଆସିବା ବଦଳରେ ପ୍ରଚାର ପ୍ରସାର ଅଭାବରୁ ମାତ୍ର ୧ ହଜାର ମହିଳା ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହି ୧…
Read Moreବୈଷୟିକ ଶିକ୍ଷାର୍ଥୀଙ୍କ ଶିଳ୍ପାଞ୍ଚଳ ପରିଦର୍ଶନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ବୈଷୟିକ ଶିକ୍ଷା ବିଭାଗ ଛାତ୍ରଛାତ୍ରୀ ମାନଙ୍କର ଶିଳ୍ପାଞ୍ଚଳ ପରିଦର୍ଶନ କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାର ବିଭିନ୍ନ ଶିଳ୍ପ କଳ କାରଖାନାକୁ ବ୍ୟବହାରିକ ଜ୍ଞାନ ଆହରଣ କରିବା ନିମନ୍ତେ ଛାତ୍ରଛାତ୍ରୀ ମାନେ ପରିଦର୍ଶନରେ ଯାଇଥାନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବିଦ୍ୟାଳୟର କମ୍ପ୍ୟୁଟର ଏବଂ ଇଲେକ୍ଟ୍ରୋନିକ୍ସ ବିଭାଗର ଛାତ୍ରମାନେ ନିକଟସ୍ଥ ବିଦ୍ୟୁତ ଶକ୍ତି ସରବରାହ କେନ୍ଦ୍ରକୁ ପରିଦର୍ଶନରେ ଯାଇଥିଲେ। ଏଠାରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତକୁ କିପରି ଭାବରେ ଘରୋଇ ଏବଂ କଳକାରଖାନା ବ୍ୟବହାର ଉପଯୋଗୀ ବିଦ୍ୟୁତକୁ ପରିବର୍ତ୍ତନ କରାଯାଏ ସେ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଏବଂ ଅଧିକାରୀ ମାନେ ପିଲାମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ। ବୈଷୟିକ ଶିକ୍ଷକ ମାନସ ରଞ୍ଜନ ସାହୁ ଏବଂ ସହକାରୀ ଶିକ୍ଷକ ଲକ୍ଷ୍ମୀଧର…
Read Moreଜିଲ୍ଲା ସ୍ତରୀୟ କବାଡି ଓ ଖୋ ଖୋ ମନୋନୟନ ପ୍ରତିଯୋଗିତା ଅନୁଷ୍ଠିତ
ଶରଣକୁଳ, (ନୟାଗଡ଼ ଦର୍ପଣ) ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ନୟାଗଡ଼ ପକ୍ଷରୁ ଏକାଦଶ ତମ ଜିଲ୍ଲା ସ୍ତରୀୟ କବାଡି ଓ ଖୋ ଖୋ ମନୋନୟନ ପ୍ରତିଯୋଗିତା ୨0୨୪ -୨୫ ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବୁଧ ବାର ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡା ଉତ୍ସବକୁ ରଣପୁର ବିଧାୟିକା ତଥା ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ଶ୍ରୀମତୀ ପାଢ଼ୀଙ୍କ ସହିତ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ୩ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ଶରଣକୁଳ ଆରକ୍ଷୀ ଉପଖଣ୍ଡ ଅଧିକାରୀ ସୁଧାକର ସାହୁ, ଓଡଗାଁ ବ୍ଲକ ଶିକ୍ଷା ଅଧିକାରୀ ତଥା ବ୍ଲକ…
Read More