ନୟାଗଡ,(ନୟାଗଡ଼ ଦର୍ପଣ): ନବଗଠିତ “ନୟାଗଡ ଜିଲ୍ଲା ଟ୍ରେଡ ୟୁନିୟନ୍ ସମନ୍ବୟ କମିଟି”ର ଦ୍ବିତୀୟ ସାଧାରଣସଭା ନୟାଗଡ ପୁରୁଣା ସହରସ୍ଥିତ ଶ୍ରୀ ଜଗନ୍ନାଥ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସର୍ବସମ୍ମତିକ୍ରମେ ୧୧ ଜଣିଆ ସ୍ଥାୟୀ ପରିଚାଳନା କମିଟି ମନୋନୟନ କରାଯାଇଥିଲା। ଶ୍ରମିକନେତା ଶୂନ୍ୟଜୟୀ ମିଶ୍ର(ସଭାପତି), ବରିଷ୍ଠ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ(ଉପ-ସଭାପତି), ଯୁବ ସଂଗଠକ ବସୁଦେବ ମହାନ୍ତି (ସାଧାରଣ ସଂପାଦକ), ସମରେନ୍ଦ୍ର ଦାସ(ସହ-ସଂପାଦକ), ରମେଶ ଚନ୍ଦ୍ର ପଣ୍ଡା(କୋଷାଧ୍ୟଖ୍ୟ) ଏବଂ ପ୍ରମୋଦ ମହାରଣା, ରଘୁନାଥ ମହାରଣା, ସଂଜୟ ଦାସ, ସବିତାରାଣୀ ସାଥୁଆ, ପବିତ୍ର ମହାପାତ୍ର, ସନ୍ତୋଷ ନାୟକଙ୍କୁ ଏକଜିକ୍ୟୁଟିଭ୍ ମେମ୍ବରଭାବେ ସର୍ବସମ୍ମତିକ୍ରମେ ମନୋନିତ କରାଯାଇଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ସୁପରିଚାଳନା, ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ସ୍ବାର୍ଥରଖ୍ୟା ଉଦ୍ଦେଶ୍ୟରେ ଏକ ମିଳିତ ଆଲୋଚନା ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ…
Read MoreCategory: ନୟାଗଡ଼
ନୟାଗଡ଼ ଜିଲ୍ଲା ଦାୟିତ୍ୱ ନେଲେ ନୂତନ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲାରେ ଯୋଗଦାନକରିଛନ୍ତି ନୂତନ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ। ସେ ପୂର୍ବରୁସମ୍ବଲପୁରର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ରାଜ୍ୟ ସରକାରତାଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ବ ପ୍ରଦାନ କରିଛନ୍ତି। ଏଠାରେ ପୂର୍ବରୁ କାର୍ଯ୍ୟରତ ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କର ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ଜିଲ୍ଲାପାଳ ଯୋଗଦେବା ପରେ ବିଭିନ୍ନ ମହଲରୁ ସ୍ବଗାତ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ରୋଜିନା ଦାସ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ନୂତନ ଜିଲ୍ଲାପାଳଙ୍କୁ ସ୍ବାଗତ କରିଛନ୍ତି।
Read Moreନୟାଗଡ଼ରେ “ପୁନଶ୍ଚ ପୃଥିବୀ ଓ କ୍ଲାଇମେଟ ପଞ୍ଚାୟତ” ସଚେତନତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟର ଅଗ୍ରଣୀ ଖବର କାଗଜ ସମ୍ବାଦ ଗ୍ରୁପ ତରଫରୁ ଆରମ୍ଭ ହୋଇଛି “ପୁନଶ୍ଚ ପୃଥିବୀ ଓ କ୍ଲାଇମେଟ ପଞ୍ଚାୟତ” ସଚେତନତା କାର୍ଯ୍ୟକ୍ରମ। ନୟାଗଡ଼ ଜିଲ୍ଲା ସମ୍ବାଦ ତରଫରୁ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ, ନୟାଗଡ଼ ଜିଲ୍ଲାପାଳଙ୍କ ବାସ ଭବନ ସମ୍ମୁଖରେ ଥିବା ସୁନ୍ଦର ପରିବେଶ ଭିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ ଯୋଗ ଦେଇ ପରିବେଶ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। ସମସ୍ତେ ସଚେତନତା ହୋଇ ଅନ୍ୟମାନଙ୍କୁ ସଚେତନତା କରିବା ପାଇଁ ପରାମର୍ଶ ଦେଇ ଥିଲେ। ଅନେକ ଲୋକ ସଚେତନଥିଲେ ମଧ୍ୟ ପରିବେଶ ପ୍ରତି ସ୍ୱତନ୍ତ୍ର ଭାବେ ଦାୟିତ୍ୱ ନେଉ ନାହାନ୍ତି। ପ୍ରଥମେ ନିଜେ ଦାୟିତ୍ୱ ବାନ ହେବା ସହିତ ଅନ୍ୟକୁ ଦାୟିତ୍ୱ ବାନ କରିବା ପାଇଁ…
Read Moreକନ୍ଧ ନୟାଗଡ-ଟାଙ୍ଗି ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପର ଶିଳାନ୍ୟାସ
ରଣପୁର,(ନୟାଗଡ଼ ଦର୍ପଣ): କନ୍ଧ ନୟାଗଡ଼ – ଟାଙ୍ଗି ୪କି.ମି ରାସ୍ତା ପ୍ରଶସ୍ତିକରଣ ପ୍ରକଳ୍ପର ଶୁଭ ଉଦ୍ଘାଟନ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ଯୋଗଦେଇଥିଲେ ଏବଂ ତାଙ୍କ ସହିତ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୁରୀ ସାଂସଦ ସମ୍ବିତ ପାତ୍ର, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଚାନ୍ଦପୁର ମଣ୍ଡଳ ସଭାପତି ସୁବର୍ଣ୍ଣ ସିଂହ, ଗୋପାଳପୁର ମଣ୍ଡଳ ସଭାପତି ନିର୍ମଳ ମତ୍ତ ଗଜସିଂହ, ରଣପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ପରେଶ ମିଶ୍ର, ଚାନ୍ଦପୁର ମଣ୍ଡଳ ଉପ ସଭାପତି ଗଣେଶ୍ୱର ମାନ୍ଧାତା, ଚମ୍ପାଗଡ ପଞ୍ଚାୟତ ସଭାପତି ରବିନ୍ଦ୍ର ସାମନ୍ତ ସହଯୋଗ କରିଥିଲେ। ସୂଚନା ଥାଉ କି, ଏହି ପ୍ରକଳ୍ପରେ ମୋଟ୍ ୪କି.ମି ରାସ୍ତା ପାଇଁ ୧୪ କୋଟି ଟଙ୍କା ମଞ୍ଜୁର କରାଯାଇଥିବା…
Read Moreସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଲୁକ୍କାୟିତ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣିବାକୁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଆୟୋଜନରେ ସ୍ଥାନୀୟ ସରକାରୀ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ସହ ବିଭିନ୍ନ ବର୍ଗର ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା, କବି ଗୋଦାବରୀଶ ମିଶ୍ର ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକରୁ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀ ପ୍ରଥମେ ବ୍ଲକ ସ୍ତରରେ କୃତକାର୍ଯ୍ୟ ହେବା ପରେ ସେମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ଚୟନ ହୋଇଥିଲେ। ବଜେନ୍ଦ୍ର ହାଇସ୍କୁଲର…
Read Moreନୟାଗଡ଼ ବିଜେପି ପକ୍ଷରୁ ମା କାଉଁରୀ ପୀଠରେ ସ୍ୱଚ୍ଛ ଭାରତ ଅଭିଯାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତର ଯଶଶ୍ଵୀ ପ୍ରଧାନମନ୍ତ୍ରୀ ମୋଦି ଜିଙ୍କ ଆହ୍ବାନରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ବାଲୁଗାଁ ମଣ୍ଡଳ ତରଫରୁ ଗଦାଧର ପ୍ରସାଦ ନୟାଗଡର ପ୍ରସିଦ୍ଧ ‘ମା କାଉଁରୀ ପୀଠ’ରେ ବଡ଼ ଧରଣର ସ୍ୱଚ୍ଛ ଭାରତ ଅଭିଯାନ କରାଯାଇଥିଲା। ନୟାଗଡ଼ ଜିଲ୍ଲାର ବରିଷ୍ଟ ବିଜେପି କାର୍ଯ୍ୟକର୍ତ୍ତା ସନ୍ତୋଷ ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ବସନ୍ତ ପଟ୍ଟନାୟକ, ରାଜ୍ୟ ଯୁବମୋର୍ଚ୍ଚା ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରୋହିତ କୁମାର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ପଣ୍ଡା, ଗଦାଧର ପ୍ରସାଦର ପୂର୍ବତନ ସରପଞ୍ଚ ସୁବାଷ ଚନ୍ଦ୍ର ସ୍ୱାଇଁ, ବସନ୍ତ ନାୟକ, ବେଣୁ ପ୍ରଧାନ, ଯୋଗେନ୍ଦ୍ର ପ୍ରଧାନ, ବିଜୟ ନାୟକ, ନିରଞ୍ଜନ ବିଶ୍ୱାଳ, ସର୍ବେଶ୍ଵର ପ୍ରଧାନ ଭଳି ଅନେକ କାର୍ଯ୍ୟକର୍ତ୍ତା ମନ୍ଦିର ପରିବେଶକୁ ସଫା କରିବା ସହିତ ସଚେତନତା ସୃଷ୍ଟି କରାଇଥିଲେ।
Read Moreନିଫା ପକ୍ଷରୁ ରକ୍ତଦାତାମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ୱେଚ୍ଛାସେବୀ ସଂଗଠନ ନିଫା ଏବଂ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ମାଛିପଡ଼ାର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ରକ୍ତଦାନ କରିଥିବା ରକ୍ତଦାତା ମାନଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ଯୋଗଦାନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଭକ୍ତବଲ୍ଲବ ବଟକୃଷ୍ଣ ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ରିତାରଣୀ ମିଶ୍ର, ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ଧୂପ ପୁଷ୍ପମାଲ୍ୟ ଅର୍ପଣ…
Read Moreରାଜ୍ୟସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ଦୁଇ ଶିକ୍ଷୟିତ୍ରୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଭାଷା ଏବଂ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର,ଭୁବନେଶ୍ୱର ଏବଂ ଅଜିମ ପ୍ରେମଜି ବିଶ୍ୱବିଦ୍ୟାଳୟ, ବାଙ୍ଗାଲୋର ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ୫ ଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲାରୁ ଦୁଇ ଜଣ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ସ୍ତରରେ ଇଂରାଜୀ ଭାଷା ଶିକ୍ଷାର ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଶିକ୍ଷକ ମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଛି। ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ନାରାୟଣୀ ହାଇସ୍କୁଲର ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର ଏବଂ ନୂଆଗାଁ ବ୍ଲକ ଅନ୍ତର୍ଗତ ଖଣ୍ଡୁଗାଁ ସରକାରୀ ହାଇସ୍କୁଲ ଶିକ୍ଷୟିତ୍ରୀ ପ୍ରଭାତୀ ମିଶ୍ର ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଅଜିମ ପ୍ରେମଜି ବିଶ୍ୱବିଦ୍ୟାଳୟର ପ୍ରଫେସର ମିସ ଆଲେକ୍ସ ଜେନି ଏବଂ ପ୍ରଫେସର ପାର୍ଥ ସାରଥି ମିଶ୍ର ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
Read Moreରଣପୁରରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ
ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଇଟାମାଟିର ‘ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ୍ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ୍’ ଓ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା ‘ବ୍ୟଙ୍ଗ କଲମ’ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଏକାଦଶ ଦିବସରେ ରଣପୁର ବ୍ଲକ୍ ଅନ୍ତର୍ଗତ ଖଇରପଲ୍ଲୀ ଓ ରାଜ ସୁନାଖଳା ଗ୍ରାମ ପଞ୍ଚାୟତରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଖଇରପଲ୍ଲୀ ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ଏବଂ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ତାରିଆ ଠାରେ ବୃକ୍ଷ ରୋପଣ, ବାଲିଆ ଗ୍ରାମ ଏବଂ ରାଜସୁନାଖଳା ଗ୍ରାମ ପଞ୍ଚାୟତର କୋଟଗଡ଼ ଗ୍ରାମରେ ପ୍ରତି ଘରକୁ ଘର ଯାଇ ଦୁଇ ଅନୁଷ୍ଠାନର ସଦସ୍ୟ ଓ ସ୍ଵେଚ୍ଛାସେବୀ ମାନେ ଆମ୍ବ,…
Read Moreନୟାଗଡ଼ରେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ସମସ୍ତ ଜନସାଧାରଣଙ୍କ ଭାବନାରେ ଜାତୀୟତାବୋଧର ଜାଗରଣ କରିବା ସହିତ ଏକତା ଓ ଦେଶଭକ୍ତିରେ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ଚଳିତ ଅଗଷ୍ଟ ୯ତାରିଖ ରୁ ୧୫ତାରିଖ ପର୍ଯ୍ୟନ୍ତ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଅଭିଯାନ ପରିପ୍ରେକ୍ଷୀରେ ଆଜି ଦିବା ଘ.୧୨.୩୦ମି. ସମୟରେ ନୟାଗଡ଼ ଜିଲ୍ଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ତର୍କ, କୁଇଜ୍, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗିତ ଇତ୍ୟାଦିର ପ୍ରତିଯୋଗିତା କରାଯାଇଥିଲା । ଏଥି ନିମନ୍ତେ ତ୍ରିରଙ୍ଗା ପଟ୍ଟଚିତ୍ର, ତ୍ରିରଙ୍ଗା ସେଲଫି ପଏଣ୍ଟ , ଷ୍ଟାଣ୍ଡି ଇତ୍ୟାଦି କରାଯାଇଛି। ଗ୍ରାମାଂଚଳର ପ୍ରତ୍ୟେକ ପରିବାରକୁ ପଞ୍ଚାୟତ ସମିତି ମାଧ୍ୟମରେ ଏବଂ ସହରାଞ୍ଚଳର ପ୍ରତ୍ୟେକ ପରିବାରକୁ ଏନ.ଏ.ସି ଓ ପୌରପାଳିକା ମାଧ୍ୟମରେ ତ୍ରିରଙ୍ଗା ପତାକା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ପରିବାରର ସଦସ୍ୟମାନେ ପତାକା…
Read More