ନୟାଗଡ଼,(ନୟାଗଡ଼ ଦର୍ପଣ): ବର୍ତ୍ତମାନ ବନାରସ୍ ହିନ୍ଦୁ ୟୁନିଭରସିଟିରେ ସଂସ୍କୃତ ବିଭାଗର ପ୍ରଫେସର ଥିବା ଖ୍ୟାତନାମା ସାହିତ୍ୟିକ, ଗବେଷକ ପ୍ରଫେସର ଗୋପବନ୍ଧୁ ମିଶ୍ର ପାଇବେ ସାହିତ୍ୟ ଏକାଡେମୀ ପୁରସ୍କାର। ମହାନ୍ କଥାକାର “ମନୋଜ ଦାସ” ଙ୍କ ଉପନ୍ୟାସ “ଅମୃତର ଫଳ”ର ଅନୁବାଦ ” ଅମୃତ ଫଳମ୍” ପାଇଁ ସଂସ୍କୃତ ଭାଷାର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। ପ୍ରଫେସର ମିଶ୍ର ଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲା ର ବିରୁଡା ଗାଁ ମୋର ସୈାଭାଗ୍ୟ ଯେ ଏମିତି ଜଣେ ପ୍ରଥିତଯଶା ବ୍ୟକ୍ତିଙ୍କ ସହ ମିଶିବାର ସୁଯୋଗ ପାଇଛି। ଏହା ପୂର୍ବରୁ ପ୍ରଫେସର ମିଶ୍ର ଶ୍ରୀ ସୋମନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ମଧ୍ୟ ଥିଲେ।
Read MoreCategory: ନୟାଗଡ଼ ବ୍ୟକ୍ତିତ୍ୱ
“ଓଟିଭି”ର ନୟାଗଡ଼ ଜିଲ୍ଲା ସାମ୍ବାଦିକ ଭାବେ ଯୋଗଦେଲେ ଜୟେନ୍ଦ୍ର
ନୟାଗଡ଼:,(ନୟାଗଡ଼ ଦର୍ପଣ): ‘ଓଟିଭି’ ରେ ଯୋଗଦେଲେ ଯୁବ ସାମ୍ବାଦିକ ଜୟେନ୍ଦ୍ର। ନୟାଗଡ଼ ଜିଲ୍ଲା ପ୍ରତିନିଧି ଭାବେ ଦାୟିତ୍ୱ ନେଇଛନ୍ତି ।ଆଜି ଠାରୁ ଆନୁଷ୍ଠାନିକ ଭାବେ ସେ କାର୍ଯ୍ୟାରମ୍ଭ କରିଛନ୍ତି। ପୂର୍ବରୁ ଜୟେନ୍ଦ୍ର ବେହେରା ” ଇଟିଭି ଭାରତ “ରେ କାର୍ଯ୍ୟ କରୁଥିଲେ। ତେବେ ଇଟିଭି ନେଟୱାର୍କ ଛାଡ଼ି ଆଜି ଠାରୁ ‘ଓଟିଭି’ରେ କାର୍ଯ୍ୟଆରମ୍ଭ କରିଛନ୍ତି ସେ । ଏ ନେଇ ଅନେକ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
Read Moreପଠାଣି ସାମନ୍ତଙ୍କ ୧୮୮ତମ ଜୟନ୍ତୀ: କୁମାର ବାପି ଏବଂ ରବିନ୍ଦ୍ର ମହାପାତ୍ରଙ୍କ ଭଜନରେ ଝୁମିଲେ ଦର୍ଶକ
ନୟାଗଡ଼,(ନୟାଗଡ଼ ଦର୍ପଣ): ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ,ନୟାଗଡ଼ ପକ୍ଷରୁ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖରଙ୍କ ୧୮୮ତମ ଜନ୍ମ ଜୟନ୍ତୀ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସାମନା ଯଦୁମଣି ମଣ୍ଡପରେ ମହା ସମାରୋହରେ ପାଳିତ ହୋଇ ଯାଇଅଛି। ଶ୍ରୀଜଗନ୍ନାଥ ମନ୍ଦିର ସାମନାରେ ଅନୁଷ୍ଠିତ ଭଜନ ସମାରୋହରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ କୁମାର ବାପି ଏବଂ ରବିନ୍ଦ୍ର ମହାପାତ୍ର ଭଜନ ପରିବେଶଣ କରିଥିବା ବେଳେ ଉପସ୍ଥିତ ଦର୍ଶକମାନେ ବେଶ ବିମୋହିତ ହୋଇଥିଲେ । ପ୍ରଥମେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ଜୟନ୍ତୀ ସମାରୋହକୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଯୋଗଦାନ କରି ଉଦଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଆୟକର କମିଶନର ଶରତ ଚନ୍ଦ୍ର ଦାଶ ଏବଂ ବିଶିଷ୍ଟ ଅତିଥିଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ବିଶିଷ୍ଟ ସାମ୍ବାଦିକ କିଶୋର ଦ୍ୱିବେଦୀ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ…
Read Moreବିଦେଶ ମାଟିରେ ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତି ରଂଜନଙ୍କ ଆଉଏକ ସଫଳତା
ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଲା ସଫଳତାର କାହାଣୀ ଦଶପଲ୍ଲା,(ନୟାଗଡ଼ ଦର୍ପଣ); ଆମେରିକାରେ ଗବେଷଣାରତ ଓଡିଆ ବୈଜ୍ଞାନିକ ତଥା ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତି ରଂଜନ ବେହେରାଙ୍କୁ ମିଳିଛି ଆଉଏକ ସଫଳତା। ତାଙ୍କର ସଫଳତାର କାହାଣୀ ଇଷ୍ଟ୍ ଟେନିସ ଷ୍ଟେଟ୍ ୟୁନିଭର୍ସିଟିର ବାର୍ଷିକ ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଛି। ଯାହାକି ସମଗ୍ର ରାଜ୍ୟ ତଥା ଦେଶପାଇଁ ଏହା ଗୈାରବର ବିଷୟ। ଏହି ପତ୍ରିକାରେ କେବଳ ଗବେଷଣାରେ ଉଲ୍ଲେଖନୀୟ ତଥ୍ୟ ହାସଲ କରିଥିବା ଯୁବ ବୈଜ୍ଞାନିକଙ୍କ କାହାଣୀ ପ୍ରକାଶ କରିଥାଏ। ଯାହାକି ଚଳିତ ୨୦୨୨ ମସିହାରେ ସମଗ୍ର ବିଶ୍ବର ୨ଜଣ ବୈଜ୍ଞାନିକଙ୍କ କାହାଣୀ ପ୍ରକାଶ ପାଇଛି। ଜ୍ୟୋତିଙ୍କ ସମେତ ଅନ୍ୟ ଜଣେ ବୈଜ୍ଞାନିକ ହେଉଛନ୍ତି ଆଫ୍ରିକା ମହାଦେଶର। ଜ୍ୟୋତି ରଂଜନଙ୍କ ଗବେଷଣା ମୁଖ୍ୟତଃ ଖାଦ୍ୟ ନିରାପତ୍ତା ଉପରେ ପର୍ଯ୍ୟବେଷିତ। ସେ ଗଛ ମାନଙ୍କରୁ କିଭଳି ତୈଳ ଉତ୍ପାଦନ…
Read Moreପ୍ରତିଦିନ ପାଞ୍ଚଜଣ ଅସହାୟଙ୍କ ନିମନ୍ତେ ଜଳଖିଆ ବ୍ୟବସ୍ଥାର ଶୁଭାରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତିଦିନ ପାଞ୍ଚଜଣ ଅସହାୟ ଦୁଃଖିରଙ୍କି ଲୋକମାନଙ୍କ ପାଇଁ ମାଗଣାରେ ସକାଳ ଜଳଖିଆ ବଣ୍ଟନ ବ୍ୟବସ୍ଥା ଆଜି ପୁରୁଣା ସହରସ୍ଥିତ “ଶିବ କ୍ୟାଣ୍ଟିନ” ଦୋକାନରେ ଶୁଭାରମ୍ଭ ହୋଇଯାଇଛି। ଜଳଖିଆ ବଣ୍ଟନ ବ୍ୟବସ୍ଥାର ଆରମ୍ଭ କରିଥିବା ଉଦ୍ୟୋଗୀ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏ ଦିଗରେ ହେବାକୁଥିବା ସମସ୍ତ ଖର୍ଚ୍ଚ ନିଜେ ବହନ କରିବେ ବୋଲି ସୂଚନା ଦେଇଛନ୍ତିମ ପ୍ରତ୍ୟେକ ଦିନ ଜଣକୁ ୨୦ ଟଙ୍କା ହିସାବରେ ପାଞ୍ଚ ଜଣଙ୍କୁ ଶହେ ଟଙ୍କା ଖର୍ଚ୍ଚରେ ଜଳଖିଆ ଯୋଗାଇ ଦିଆଯିବ। ଶ୍ରୀ ପଟ୍ଟନାୟକ ବଞ୍ଚିଥିବା ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମ ଚାଲୁ ରଖିବେ ବୋଲି ଘୋଷଣା କରିଥିଲେ । ଉକ୍ତ ମହତ କାର୍ଯ୍ୟକ୍ରମରେ ସହରର ବହୁ ବରେନ୍ୟ ବ୍ୟକ୍ତି ଯୋଗଦେଇ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିରୁପମା ପଟ୍ଟନାୟକ, କାଉନସିଲର କିଷାନ କୁମାର ଦାସ, ଲକ୍ଷ୍ମୀଧର ମହାପାତ୍ର, ନୟାଗଡ଼ ପୋୖରାଧ୍ୟକ୍ଷାଙ୍କ…
Read Moreଜିଲ୍ଲା ଦାୟିତ୍ୱ ନେଲେ ନୂତନ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଭାବେ ଆଜି ରବୀନ୍ଦ୍ର କୁମାର ସାହୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ କରିଥିବା ଜଣାଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟଙ୍କ ସମେତ ବହୁ ଅଧିକାରୀଙ୍କ ଉପସ୍ଥିତିରେ ବରିଷ୍ଠ ଆଏଏସ ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର ସାହୁ ନୟାଗଡ଼ ଜିଲ୍ଲା ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଜଣାଯାଇଛି।
Read Moreଜାତୀୟ ଶିକ୍ଷାରତ୍ନ ସମ୍ମାନ ପାଇଲେ ଶିକ୍ଷକ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ୍ କୁରାଳ କ୍ଲଷ୍ଟର ଅଧୀନ ସରକାରୀ ଉ.ପ୍ରା. ବିଦ୍ୟାଳୟର ଶିକ୍ଷକ ଯଶୋବନ୍ତ ପଟ୍ଟନାୟକ ପାଇଲେ ଜାତୀୟ ଶିକ୍ଷାରତ୍ନ ସମ୍ମାନ।ନବାଚାରୀ ଗତିବିଧି ସମୁହ ସଂଗଠନ,ଛତିଶଗଡ଼ ପକ୍ଷରୁ ଗତ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ଏକ ଶୈକ୍ଷିକ କାର୍ଯ୍ୟକ୍ରମରେ ଉଭୟ ଲିଖିତ ଓ ମୌଖିକ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହେବାସହ ଭର୍ଚୁଆଲ୍ ମାଧ୍ୟମରେ ୟୁଟ୍ୟୁବ ଲାଇଭ୍ ଆସି ଓଡ଼ିଶା ରାଜ୍ୟ ତରଫରୁ ଉକ୍ତ ସଂଗଠନର ଶୈକ୍ଷିକ ଓ୍ୱବିନାରରେ କୋଭିଡ୍ ସମୟରେ ସେ କରିଥିବା ଗୁଣାତ୍ମକ ଶିକ୍ଷାର ପ୍ରଚାର ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସେ କରିଥିବା ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ଏବଂ ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟରେ ଯୋଗଦାନ ପାଇଁ ସଂଗଠନ ପକ୍ଷରୁ ସେ ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।…
Read Moreଓମ୍ସା ରାଜ୍ୟ ଉପସଭାପତି ହେଲେ ନୟାଗଡ଼ର ଜଣାଶୁଣା ଡାକ୍ତର ଆଶିଷ ଦୀକ୍ଷିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ମେଡିକାଲ ସେବା ସଂଘ କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି(ଓମ୍ସା)ର ଶପଥ ଗ୍ରହଣ ଉତ୍ସବ ଭୁବନେଶ୍ଵରରେ ଥିବା ଓମସା ଭବନରେ ଅନୁଷ୍ଠିତ ହୋଇଯାଇଛି। ଓମ୍ସାର ରାଜ୍ୟ ଉପସଭାପତି (ସେଣ୍ଟ୍ରାଲ ଜୋନ୍) ପଦବିରେ ନୟାଗଡ଼ର ଜଣାଶୁଣା ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଆଶିଷ ଦୀକ୍ଷିତ ଉପ ସଭାପତି ପଦରେ ନିର୍ଦ୍ଧ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଏଥିରେ ରାଜ୍ୟ ସଭାପତି ଡାକ୍ତର ନାରାୟଣ ରାଉତ, ସାଧାରଣ ସମ୍ପାଦକ ଡାକ୍ତର ବିଶ୍ବଜିତ ସାମଲ, କୋଷାଧକ୍ଷ ଡାକ୍ତର କ୍ଷୀରୋଦ ଚନ୍ଦ୍ର ପାଲ, ଉପସଭାପତି ପଶ୍ଚିମାଞ୍ଚଳ ଡାକ୍ତର ସମୀର କୁମାର ପାତ୍ର, ଉପସଭାପତି ଦକ୍ଷିଣାଞ୍ଚଳ ଡାକ୍ତର ମହମ୍ମଦ ଅବଦୁଲ ମାଳିଦ, ଯୁଗ୍ମ ସମ୍ପାଦକ ଡାକ୍ତର ମାନସ ରଞ୍ଜନ ପାଣି, କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର କ୍ଷେତ୍ରମୋହନ କାଣ୍ଡ, ଡାକ୍ତର ସଂଜୀବ କୁମାର ପ୍ରଧାନ, ଡାକ୍ତର ସରୋଜ ରଞ୍ଜନ ନାୟକ ଓ…
Read Moreଦାସିଆ ଅଜାଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ତଥା ପ୍ରସିଦ୍ଧ ସାରସ୍ବତ ସାଧକ ଏବଂ ନୟାଗଡ଼ ମାଟିର ଗର୍ଵ ଓ ଗୌରବ ସ୍ବର୍ଗତ ଦାଶରଥି ପଟ୍ଟନାୟକ ସମସ୍ତଙ୍କ ପ୍ରିୟ ଦାଶିଆ ଅଜାଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦାସିଆ ଅଜା ସ୍ମୃତି କମିଟି ପକ୍ଷରୁ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଦାସିଆ ଅଜା ଅମର ରହେ, ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇଥିଲା। ସ୍ମୃତି କମିଟି ଅଧ୍ୟକ୍ଷ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟିରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ କମ୍ରେଡ଼ ବିଶ୍ୱନାଥ ମହାପାତ୍ର, ବିଶିଷ୍ଟ ସମାଜସେବୀ ଦାମୋଦର ସାହୁ, ସନ୍ତୋଷ ପ୍ରଧାନ, ଆଇନଜୀବୀ ରଣଜିତ ଦାଶ, ଅରୁଣ ମହାପାତ୍ର, ପ୍ରତାପ ନନ୍ଦ, ସୁରେନ୍ଦ୍ର ମହାପାତ୍ର,…
Read Moreସାମ୍ବାଦିକ କିଶୋର ମହାପାତ୍ରଙ୍କ ଉଦ୍ଦେଶ୍ଯରେ ସାମ୍ବାଦିକ ଭବନରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ସାମ୍ବାଦିକ କିଶୋର ମହାପାତ୍ରଙ୍କ ଉଦ୍ଦେଶ୍ଯରେ ନୟାଗଡ ସାମ୍ବାଦିକ ଭବନରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଅମର ଆତ୍ମାର ସଦଗତି ଉଦ୍ଦେଶ୍ଯରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଭବନର ସଭାପତି ବୈଦ୍ଯଭୂଷଣ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ନିଶିକାନ୍ତ ରଥ, ରାମକୃଷ୍ଣ ରଥ, ରଜତ ପଟ୍ଟନାୟକ, ଲୋକନାଥ ମିଶ୍ର, ପ୍ରଶାନ୍ତ ଜେନା, ଅନୱର ଅଲ୍ଲି, ଚନ୍ଦ୍ର ବିଜୟୀ ମିଶ୍ର, ପ୍ରଭାତ ମହାପାତ୍ର, ନବକିଶୋର ମିଶ୍ର, ଯଯାତି କେଶରୀ ମହାପାତ୍ର, ବିଭୁତି ଭୂଷଣ ସ୍ୱାଇଁ, ବିଶ୍ୱଜିତ ନାୟକ, ନିହାର ପଟ୍ଟନାୟକ, ବିଶ୍ୱନାଥ ନାୟକ, ଜୟନ୍ତ ମିଶ୍ର, ମାନସ କୁମାର, ଜିତୁନ ମହାପାତ୍ର ପ୍ରମୁଖ ଯୋଗଦେଇ କିଶୋରଙ୍କ ସ୍ମୃତିଚାରଣ କରିଥିଲେ । କିଶୋରଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସାମ୍ବାଦିକଙ୍କ ପାଇଁ ରହିଥିବା ସମସ୍ତ ଆର୍ଥିକ ସାହାଯ୍ଯ ଯୋଗାଇଦେବାପାଇଁ ଜିଲ୍ଲା…
Read More