ତାଳପତ୍ର ପୋଥି ସଂଗ୍ରହ ନିଶାରେ ଯୁବ ସଂଗ୍ରାହକ ସଞ୍ଜୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଗଣେଶ ପୂଜା ପୂର୍ବ ଦିନ ଏକ ବିରଳ ଚିତ୍ରକଳା/ଚିତ୍ର ଖୋଦିତ ତାଳପତ୍ର ପୋଥିକୁ ସଂଗ୍ରହ କରିଛନ୍ତି ନୟାଗଡ଼ ନିକଟସ୍ଥ ଦୁରୁଦୁରା ଗ୍ରାମର ଯୁବ ସଂଗ୍ରାହକ ସଞ୍ଜୟ କୁମାର ସାହୁ । ଉକ୍ତ ପୋଥିକୁ ଭୁବନେଶ୍ୱରରେ ଵାସ କରୁଥିବା ଆକ୍ସିସ୍ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ବିଶ୍ବଜିତ ରାୟ ଏହାକୁ ସୁରକ୍ଷିତ ଭାବେ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଅନୁଷ୍ଠାନକୁ ସ୍ଵେଚ୍ଛାକୃତ ଭାବେ ଦାନ କରିଛନ୍ତି। ଏହି ଅନୁଷ୍ଠାନର ସଂଗ୍ରହ କରାଯାଉଥିବା ସାମଗ୍ରୀ ଦେଖି ଶ୍ରୀ ରାୟ ବେଶ୍ ଖୁସି ଅନୁଭବ କରିବା ସହ ଅନୁଷ୍ଠାନ ସହ ଜଡ଼ିତ ରହି ଆଗକୁ ସହୋଯୋଗ କରିବା ପାଇଁ ଆଶା ଦେଇଛନ୍ତି। ଏହା ସହ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ପାଠାଗାର ଅନୁଷ୍ଠାନ ପକ୍ଷରୁ ବିଶ୍ବଜିତ ରାୟଙ୍କୁ କୃତଜ୍ଞତା ଦେବା ସହ ଆଗକୁ ରାୟ ପରିବାର ନାମରେ ଏକ…

Read More

ବିଦେଶରୁ ଫେରିବା ପରେ ବିଭିନ୍ନ ପଦରୁ ଇସ୍ତଫା ଦେଲେ ବନୁ ଭାଇ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଭିନ୍ନ ସାଙ୍ଗଠନିକ ପଦ ପଦବୀରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଲେ ସମାଜସେବୀ ପ୍ରମୋଦ ପଟ୍ଟନାୟକ (ବନୁ ଭାଇ) । ଶ୍ରୀଯୁକ୍ତ ପଟ୍ଟନାୟକ ବିଦେଶ ଗସ୍ତ ପୂର୍ବରୁ ଇସ୍ତଫା ସମ୍ପର୍କରେ ମେ’ମାସ ୨୨ ତାରିଖରେ ପୁର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ନୟାଗଡ଼ ଡ଼ଃ. ଅରୁଣ କୁମାର ସାହୁଙ୍କୁ ଲିଖିତ ଭାବେ ଅବଗତ କରିଥିଲେ । ଗତ ତିନି ମାସ ଧରି ଶ୍ରୀ ପଟ୍ଟନାୟକ ବିଦେଶ ଗସ୍ତରେ ରହି ଏବେ ନୟାଗଡ଼ରେ ପହଞ୍ଚିବା ପରେ ଆଜି ଆନୁଷ୍ଠାନିକ ଭାବେ “ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ”, ମୋ ସ୍କୁଲ ଯୋଜନା ସଂଯୋଜକ, ମୋ କଲେଜ ଷ୍ଟିଅରିଂ କମିଟି ସଭ୍ୟ , ନୟାଗଡ଼ କ୍ଲବ୍ ସଭାପତି ଏବଂ ବିଭିନ୍ନ ଅନୁଷ୍ଠାନର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ଏପ୍ରିଲ ୩୦…

Read More

ସ୍ୱାଧୀନତା ସଂଗ୍ରାମୀଙ୍କୁ ଭୁଲିଗଲା ପ୍ରଶାସନ, ଦଶପଲ୍ଲା ପ୍ରେସ କ୍ଳବ କଲା ସମ୍ବର୍ଦ୍ଧିତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦେଶ ସ୍ବାଧୀନତାର ୭୫ବର୍ଷପୂର୍ତ୍ତି ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଯେଉଁ ବୀରମାନଙ୍କ ପାଇଁ ଏହି ସ୍ୱାଧୀନତାର ସୌଭାଗ୍ୟ ଆମକୁ ମିଳିଚି ସେମାନଙ୍କୁ ଭୁଲିଗଲା ପ୍ରଶାସନ। ଦଶପଲ୍ଲା ଏନ୍‌ଏସି ଅନ୍ତର୍ଗତ ଜଗଦେବ ପାଟଣାରେ ୧୯୩୦ମସିହାରେ ଜନ୍ମ ଲାଭ କରିଥିବା ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମଣ ସାହୁ ମାତ୍ର ୧୭ବର୍ଷ ବୟସରେ ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ରାଜତନ୍ତ୍ର ଆକ୍ରୋଶର ଶିକାର ହୋଇ ଜେଲ ଯାଇଥିଲେ। ବହୁବାର ଗୋରାଙ୍କର ଲାଠି ମାଡ଼ ଖାଇବା ସହ ରାଜଦ୍ରୋହର ଆଖ୍ୟା ବହନ କରି କାରାବରଣ କରିଥିଲେ। ପରେ ଦେଶ ସ୍ବାଧୀନ ହେବା ପରେ ତାଙ୍କୁ ସ୍ବାଧୀନତା ସଂଗ୍ରାମୀର ମୁକୁଟ ମିଳିଲା । ଶ୍ରୀଯୁକ୍ତ ସାହୁ ଏବେ ୯୨ବର୍ଷ ବୟସରେ ପାଦ ଦେଲେଣି। ସରକାର ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ବାସ୍ତବରେ…

Read More

ବିଶ୍ୱରେ ପ୍ରଥମ ଦଶପଲ୍ଲାର ଯୁବକ ଜ୍ୟୋତି ରଂଜନ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଆମେରିକାରେ ଚମକ ଦେଖାଇଛନ୍ତି ଦଶପଲ୍ଲାର ପୁଅ। ଆମେରିକାର ପୋର୍ଟଲ୍ୟାଣ୍ଡ ଠାରେ ପୃଥିବୀର ସମସ୍ତ ଦେଶର ଉଦ୍ଭିଦ ବୈଜ୍ଞାନିକଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏକ ଶିଖର ସମ୍ମିଳନୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ନୟାଗଡ ଜିଲ୍ଲା ଦଶପଲ୍ଲା ଏନ୍‌ଏସି ଅଧୀନସ୍ଥ ଜରିପାଟଣା ଗ୍ରାମର ଜୟକୃଷ୍ଣ ବେହେରାଙ୍କ ପୁଅ ଜ୍ୟୋତି ରଂଜନ ବେହେରା(୨୬)। ଏବେ ସେ ଆମେରିକାର ଇଷ୍ଟ ଟେନେସି ଷ୍ଟେଟ୍ ୟୁନିଭରସିଟିର ବାୟୋଲୋଜିକାଲ୍ ପିଏଚ୍ଡି ଗବେଷଣାରେ ଅଧ୍ୟୟନରତ ଅଛନ୍ତି। ଗତ ୯ ତାରିଖ ଠାରୁ ପୋର୍ଟଲ୍ୟାଣ୍ଡ ଠାରେ ଏକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ପୃଥିବୀର ପ୍ରାୟ ଦେଶର ୧ହଜାର ୫ଶହ ବୈଜ୍ଞାନିକ ଭାଗ ନେଇଥିଲେ। ଦିନକୁ ଦିନ ପୃଥିବୀର ତାପମାତ୍ରା ବୃଦ୍ଧି ପାଇବା ସହ ଜଳବାୟୁ ପରିବର୍ତ୍ତନ ହୋଇ ଚାଲିଥିବା ବେଳେ ଏହାକୁ କିଭଳି ପ୍ରତିକାର କରାଯାଇପାରିବ ତାହାରି ଉପରେ ସମାଧାନର…

Read More

ଦଶ ପଇସାର ରଜା ଦାସିଆ ଅଜାଙ୍କ ୧୧୫ ତମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(ନୟାଗଡ଼ ଦର୍ପଣ): ବାଞ୍ଛାନିଧି ପାଠାଗାର, ଶ୍ରୀ ଅରବିନ୍ଦ ସଂଗ୍ରହାଳୟ, ଯଦୁମଣି ସାହିତ୍ୟ ସଂସଦର ସ୍ରଷ୍ଟା ଓଡ଼ିଶା ପାଠାଗାର ଓ ସଂଗ୍ରହାଳୟ ଆନ୍ଦୋଳନର ପ୍ରବାଦ ପୁରୁଷ ପୁଜ୍ୟ ଦାଶରଥି ପଟ୍ଟନାୟକ ତଥା ଦଶ ପଇସାର ରଜା ଦାସିଆ ଅଜାଙ୍କ ୧୧୫ ତମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି। ଖୁଣ୍ଟା ବାଡି ତାଡି ନିଜେ ମୁଣ୍ଡରେ ବୋହି ବୋହି କିଆରିକୁ ସମତଳ କରିଥିବାରୁ ‘ଖୁଣ୍ଟାତଡା ରଜା’ ଭାବେ ମଧ୍ୟ ସେ ବେଶ୍ ପରିଚିତ। ଗୋଟେ ପୁରୁଣା ଟିଣ ଟ୍ରଙ୍କରୁ ଆରମ୍ଭ କରିଥିଲେ ବାଞ୍ଛାନିଧି ପାଠାଗାର,ଆଜି ସେଇ ପାଠାଗାର ଦେଶ ବିଦେଶରେ  ପ୍ରଶିଦ୍ଧି ପାଇପାରିଛି। ବିରଳ ବ୍ୟକ୍ତିତ୍ବ ଥିଲେ ଆମ ଗର୍ବ ଓ ଗୌରବ ଦାସିଆ ଅଜା। ଆଜି ଲଗାତର ବର୍ଷା ସତ୍ତ୍ୱେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହ ନୟାଗଡ଼ର ସାହିତ୍ୟିକ, ବୁଦ୍ଧିଜୀବୀମାନେ ନୟାଗଡ଼ କଚେରୀ ବଜାର ଠାରେ ଥିବା ଦାସିଆ ଅଜାଙ୍କ…

Read More

ରଣପୁର ଅଞ୍ଚଳର ଗୌରବ ସହିଦ୍ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ରଣପୁର,(ନୟାଗଡ଼ ଦର୍ପଣ): ପ୍ରଜାମେଳି ଆନ୍ଦୋଳନର ପୁରୋଧା, ସ୍ଵତନ୍ତ୍ରତା ସେନାନୀ, ବେଜେଲଗେଟ ଭଳି ଅତ୍ୟାଚାରୀ ଇଂରେଜ ଶାସକ ବିରୁଦ୍ଧରେ ଲଢ଼େଇ କରି ଆଜିର ଦିନରେ ଫାଶି ପାଇଥିବା ରଣପୁର ଅଞ୍ଚଳର ଗୌରବ ସହିଦ୍ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା। ବିଭିନ୍ନ ସ୍ଥାନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ବିଧାୟକ ସତ୍ୟନାରାୟଣ ପ୍ରଧାନ, ରଣପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଏପରି କାର୍ଯ୍ୟକ୍ରମମାନଙ୍କରେ ସାମିଲ ହୋଇଥିଲେ । ସହିଦ ରଘୁନାଥ ମହାନ୍ତି ୧୯୧୪ ମସିହା ଜୁଲାଇ ମାସ ୦୧ ତାରିଖରେ ବାଦଭୂଇଁ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ବେଳେ ସ୍ଥାନୀୟ ଗଡବାଣିକିଲୋ ଗ୍ରାମରେ ୧୯୧୧ ମସିହା ନଭେମ୍ବର ୩୦ ତାରିଖରେ…

Read More

ନାଟକ ସମଗ୍ର ରେ ପ୍ରକାଶିତ ହୋଇଛି ନୟାଗଡ଼ର ନାଟ୍ୟକାରଙ୍କ ନାଟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କୋଲକାତା ତଥା ଓଡ଼ିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ନାଟ୍ୟ ଉତ୍ସବ ପୂର୍ବ ରଂଗ ର ଉଦଯାପନୀ ସଂଧ୍ୟାରେ ଉନ୍ମୋଚିତ ହୋଇଯାଇଛି ଓଡ଼ିଶାର ୫ ଜଣ ନାଟ୍ୟକାରଙ୍କ ନାଟକ ଗ୍ରନ୍ଥାବଳୀ ‘ ନାଟକ ସମଗ୍ର ‘। ଏହି କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଜଂନ କୁମାର ଦାସ, ସଂଗୀତ ନାଟକ ଏକାଡେ଼ମୀ ସଭପତି ଅରୁଣା ମହାନ୍ତି,ସଚିବ ପ୍ରବୋଧ କୁମାର ରଥ, ଉପସଭାପତି ମନ୍ମଥ ଶତପଥୀ, ନାଟ୍ୟ ସଂଘର ସଭାପତି ହରେନ ସାହୁଙ୍କ ସହ ପାଞ୍ଚ ଜଣ ନାଟ୍ୟକାର ଉପସ୍ଥିତ ରହି ନାଟକ ସମଗ୍ର ର ଉନ୍ମୋଚନ କରିଥିଲେ।ନାଟକ ସମଗ୍ର ରେ ନୟାଗଡ଼ର ବିଶିଷ୍ଟ…

Read More

ଡ. ଅରୁଣ କୁମାର ସାହୁଙ୍କ ସମ୍ପାଦିତ ପୁସ୍ତକ ‘ଯୌବନ’ ଲୋକାର୍ପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପକ୍ଷୀଘର ଆନୁକୁଲ୍ୟରେ ଆଜି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ସମ୍ପାଦିତ ଗଳ୍ପ ପୁସ୍ତକ ‘ଯୌବନ’ ଲୋକାର୍ପିତ ହୋଇଯାଇଛି । ଜୁମ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରମୂଖ କବି ଓ ସାହିତ୍ୟିକମାନେ ଯୋଡ଼ି ହୋଇଥିବା ବେଳେ ନୟାଗଡ଼ ଦଳୀୟ କାର୍ଯ୍ୟାଳୟଠାରୁ ଶତାଧିକ ସାହିତ୍ୟିକ ଏବଂ ପ୍ରଶଂସକଙ୍କ ଗହଣରେ ପୁସ୍ତକ ଉନ୍ମୋଚନ ତଥା ଲୋକର୍ପଣ କାର୍ଯ୍ୟ ସମାପନ ହୋଇଛି । ଓଡ଼ିଆ ଗଳ୍ପ ସାହିତ୍ୟର ଧୂରୀଣ ସ୍ରଷ୍ଟା ଡ. ବିଭୂତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁସ୍ତକକୁ ଲୋକର୍ପିତ କରିବା ସହ କର୍ମ ଓ ଧର୍ମରେ ରାଜନେତା ଅରୁଣଙ୍କ ସାହିତ୍ୟ ପ୍ରତି ଥିବା ରୁଚି ଏବଂ ଭଲପାଇବାକୁ ଭୂରି ଭୂରି ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି…

Read More

ସ୍ମରଣିକା “ଅଫେରା ତୁମେ” ଲୋକାର୍ପିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଅବସରପ୍ରାପ୍ତ ଶିକ୍ଷକ, କବି, ପରିବେଶବିତ୍ ତଥା ସମାଜସେବୀ ସ୍ୱର୍ଗତ ଲକ୍ଷ୍ମୀକାନ୍ତ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ତାଙ୍କ ନିଜ ଗ୍ରାମ ଓଡ଼ଗାଁବ୍ଲକ ଅନ୍ତର୍ଗତ କୁରୁମବାଙ୍କତରା ଗ୍ରାମରେ ପାଳିତ ହୋଇଯାଇଛି। ଏ ଅବସରରେ ଅନୁଷ୍ଠିତ ହୋଇଥିବା ସ୍ମୃତିସଭା କାର୍ଯ୍ୟକ୍ରମରେ ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ୍ ଅଶୋକ କୁମାର ମହାପାତ୍ର, ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ସାରସ ମିଶ୍ର, ଗଣେଶ୍ୱର ସାହୁ, ଅର୍ଜୁନ ସାହୁ, ବରିଷ୍ଠ କବି ଲୋକନାଥ ମିଶ୍ର(ଭରଦ୍ୱ।ଜ), ଶିବ ମିଶ୍ର, ରଘୁନାଥ ପ୍ରଧାନ, ଅବକାଶ ସାହୁ, ପଞ୍ଚାନନ ପଣ୍ଡା, ରଞ୍ଜନ କୁମାର ଦାଶ, ବିଶିଷ୍ଟ ଶିଶୁସାହିତ୍ୟିକା ବସିରନ୍ ବିବି, ଅବସରପ୍ରାପ୍ତ ଶିକ୍ଷକ ଜନାର୍ଦ୍ଦନ ପ୍ରଧାନ, ଶେଷଦେବ ସାହୁ, ଜଗନ୍ନାଥ ପଟ୍ଟନାୟକ, ଆନନ୍ଦ ଚନ୍ଦ୍ର ପରିଡ଼ା, ଦାଶରଥି ସାହୁ, ବ୍ରଜବନ୍ଧୁ ସାହୁ, ନବକିଶୋର ସାହୁ, ଘନଶ୍ୟାମ ସାହୁ, ରମାକାନ୍ତ ପ୍ରଧାନ ଆଦି ବହୁ…

Read More

ଲତା ମଙ୍ଗେସକରଙ୍କ ସ୍ମୃତିରେ ଶୋକସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସହର ସ୍ଥିତ ମୈତ୍ରୀ ଯୁବ ସଂସଦ ସଭାଗୃହରେ ଭାରତ ରତ୍ନ ତଥା ସ୍ୱର ସାମାଂଗ୍ରୀ ଲତା ମଙ୍ଗେସକରଙ୍କ ସ୍ମୃତିରେ ମୈତ୍ରୀ ଯୁବ ସଂସଦ, ଶ୍ରୀ ସୃଜନ ଓ ସୋହମ ସଙ୍ଗଠନର ମିଳିତ ଆନୁକୁଲ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଯାଇଛି । ଏହି ସଭାରେ ନୟାଗଡର ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ନାଟ୍ୟ ଭୁଷଣ ଡ. ବିଜୟ ଚୌଧୁରୀ ଅତିଥି ରୂପେ ଯୋଗଦାନ କରିଥଲେ । ଲତା ମଙ୍ଗେସକରଙ୍କର ମହନୀୟ ଗୁଣାବଳୀ ବିଷୟରେ ଅତିଥିମାନଙ୍କ ସହିତ ମୈତ୍ରୀର ସମ୍ପାଦକ ପ୍ରଦୀପ କୁମାର ସାହୁ, ମମତା ମଞ୍ଜରୀ ଦେବୀ, ହରପ୍ରିୟା ଦ୍ବିବେଦୀ ଓ ସୌଭାଗ୍ୟ ମଞ୍ଜରୀ ମହାପାତ୍ର ପ୍ରମୁଖ ଆଲୋଚନା କରିଥିଲେ । ସଭା ପ୍ରାରମ୍ଭରେ ଲତା ଦିଦିଙ୍କ ଉଦ୍ଦେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତତ୍ପରେ ଶ୍ରୀ ସୃଜନର…

Read More