ଲକଡାଉନ 2.0

ଚାଂହିଥା ଆକାଶକୁହେଲେ ଦେଖିବନି ଇନ୍ଦ୍ରଧନୁସାତରଙ୍ଗ ଏଵେ ସଟଡାଉନ କବ୍ଜାରେକାହାର କାଶ, ଥଣ୍ଡାକାହାର ଜ୍ଵରକାହାର ଛାତି ଯନ୍ତ୍ରଣାରେ l ପାଠପଢା ସବୁ ଚୁଲିକୁ ଯାଉବଂଚିଥିଲେ ପଢିବ ଢେରସମସ୍ତେ ନୂଆ କଥା ଶୁଣନୂଆ କଥା ଦେଖପ୍ରଥମେ ବିକାଗଲା ମାଟିତାପରେ ପାଣିଏଵେ ପବନ କିଣାବିକା ଢେର ଉଚ୍ଚାରେଶିକ୍ଷିତ ମଣିଷ ଏଵେଗଛ କଟାକୁ ପବନ ବିକାରେ l ଅଟୋ ଷ୍ଟାଣ୍ଡରେ ଅଟୋ ନମ୍ବର ପରିଶବ ଏଵେ ଚିତା ଅପେକ୍ଷାରେଶାଗ କଡେଇଟା ତରଳି ଯାଉଛିତତଲା ଲୁହରେ l ଗାଁ ପାଲଟିଛି ଏଵେ ଶବବୋହୂ ଚୋରି, ଖପରକାତି ସବୁ ଖେଳ ଏଵେ ବନ୍ଦଚଷା ପୁଅ ବସିଚି ଶଗଡ଼ ଗୁଳାରେ l ଛୋଟ ପଡିଗଲା ମହାଭାରତର ଯୁଦ୍ଧକିଏ ହସୁଥିଲା ତ, କିଏ କାନ୍ଦୁଥିଲାକରୋନା ମହାମାରୀଙ୍କୁ ଦିଅ ଡକାୟତ ତାଲିକାର ଶୀର୍ଷ ସ୍ଥାନସଭିଙ୍କୁ କନ୍ଦାଇ ଏକା ହସୁଥିଲା l ନୟାଗଡ, ମୋ- ୭୯୭୮୫୮୮୧୭୭

Read More

ନୟାଗଡ଼ ଏକ କ୍ଷୁଦ୍ର ଆଲୋକପାତ

ସାନ୍ତନୁ ବିଶୋଇ ଅଜା ଡାକୁଥିଲେ କୁନାକୁ ସଧିରେବୁଲିବାକୁ ଛୁଟି ଦିନେ,ଅବକାଶ ଦେଖି କୁନା ବି କହିଲାବୁଲି ଯିବାପରା ପଡୁନିକି ତମ ମନେ ??ଅଜା ବାହାରିଲେ ବୁଲିଯିବା ପାଇଁକୁନାକୁ ସାଥିରେ ନେଇ,ପହଁଚିଲେ ଯାଇ ଓଡ଼ଗାଁ ଠାରେରଘୁନାଥ ଦେଖା ପାଇଁ ।ବୁଲିଲେ ମନ୍ଦିର ଭକ୍ତି ଭାବ ନେଇସାଗର ପୋଖରୀ ଗଲେରାମସାଗରର ଉଦ୍ୟାନକୁ ଦେଖିଉଭୟେ ପ୍ରୀତ ହୋଇଲେ ।ତରତର ହୋଇ ଶରଣକୁଳକୁଯିବାକୁ ହେଲେ ତତ୍ପର,ଲଡୁବାବାଙ୍କ ସେ କରିବେ ଦର୍ଶନସୁପ୍ରସିଦ୍ଧ ଶୈବ କ୍ଷେତ୍ରା ।ସଦାନନ୍ଦ ବ୍ରହ୍ମା ଜନମ ମାଟି ସେଭିକାରୀ ପଡା ତା’ ନାଁସେଇ ବାଟ ଦେଇ ରଣପୁର ଯିବେଦେଖିବାକୁ କିଛି ନୂଆଁ । ।ପାହାଡ ଉପରେ ମଣିନାଗ ଉଭାସୁନ୍ଦର ମନ୍ଦିର ଅଛିବୀର ସହିଦ ସେ ରଘୁ ଦିବାକରେଏଇ ମାଟି ପ୍ରସବିଛି । ।ଆସୁ କବି ସିଏ ଉତ୍କଳର ଘଣ୍ଟଯଦୁମଣି ମହାପାତ୍ର,ଇଟାମାଟି ଘର ଅଟଇ ତାଙ୍କରମନେ ମନେ ତାଙ୍କୁ ସ୍ମର । ।ଦକ୍ଷିଣକାଳୀ…

Read More

ଅଚ୍ଛେଦିନ୍ ଓ ବିକାଶ ଏବେ କୋଉଠି?

ଅଚ୍ଛେଦିନ୍ ଓ ବିକାଶ ଏବେ କୋଉଠି?ଗାଁ ମୁଣ୍ଡ ବରଗଛ ତଳ ଚାନ୍ଦିନୀରେ ଶୋଇବାକୁ ଖରାଦିନ ଚାରିମାସ ବହୁତ ଭିଡ । ଘରେ କାହାର ରହିବାକୁ ଇଚ୍ଛା ହୁଏନି । ଛୁଆଠାରୁ ବୁଢ।।ଏ ସମସ୍ତେ ଦଶଟାରୁ ଅଖା କି ଶପ ଖଣ୍ଡେଖଣ୍ଡେ କାଖରେ ଯାକି ସେଠି ହାଜର । ଘଂଚ ବରଗଛର ବହଳ ଅନ୍ଧାରୁଆ ଛାଇକୁ ନଦୀପଠାରୁ ପାଣିଉପର ଦେଇ ଆସୁଥିବା ସୁଲୁସୁଲିଆ ଥଣ୍ଡା ପବନ ନିଦମାଉସୀକୁ ଡାକିଆଣେ । ଯିବା ଆସିବା ଲୋକ ଘଡିଏ ବସିଗଲେ ଢୁଳାଇବାକୁ ଆରମ୍ଭ କରନ୍ତି । ମଫସଲଲୋକଙ୍କର ଗାଁ ଗଣ୍ଡାରେ ଆଉ ଆଜିକାଲି ବିଶେଷକିଛି କାମନାହିଁ । ଟଙ୍କିକିଆ ଚାଉଳର ବାସିପଖାଳ ଅମୃତପରିକା ଲାଗୁଛି । ସାଙ୍ଗରେ କୋଳିଖଟ୍ଟା କି ଆମ୍ବୁଲ ଫାଳକୁ ଧାନୁଆ କଂଚାଲଙ୍କା ଲୁଣଦେଇ ଦଳିଦେଲେ ବେଲାଏ ଦେଢବେଲା ଉଠିବାକୁ ଭାରି ସହଜ । “ବାହ୍ୟ ମଳମୁକ୍ତ ଗାଁ”…

Read More

ନୟାଗଡ଼ ଅତୀତ ନାଟ୍ୟ ପରମ୍ପରା

ଗୋଦାବରୀଶ ମିଶ୍ରସୃଷ୍ଟିର ପ୍ରାରମ୍ଭରୁ ମାନବ ଖୋଜିଚାଲିଛି ଆବେଗିକ ଭାବରେ ଜୀବନକୁ, ପ୍ରକୃତିକୁ ଆଉ ସ୍ଥାବର ଜଙ୍ଗମକୁ । ଖୋଜିବାର ଅନ୍ତ ନାହିଁ । ସତରେ କଳ୍ପନା କରିହେବ ନାହିଁ ପିପାସିତ ପ୍ରାଣର ଅନ୍ତର୍ବେଦନାକୁ । ବେଦନା ଅବ୍ୟକ୍ତ, ଅନନ୍ତ । ବାଟ ଚାଲୁଚାଲୁ ଗୀତ ଗାଇଥିବ । ହସିଥିବ, ନାଚିଥିବ, ଝୁଣ୍ଟିଥିବ, ଉଠିଥିବ । ଦେହରୁ ଧୂଲିଝାଡ଼ି ହେଇଥିବ, ମାଟି କାଦୁଆ, ବିଭିନ୍ନ ରଙ୍ଗେବେରଙ୍କୁ ଦେଖି ସେ ଚକିତ ହୋଇଥିବ । ସମୟ କ୍ରମେ ମନର କଥାକୁ ବ୍ୟକ୍ତ କରିବାକୁ ମାଧ୍ୟମ ଖୋଜିଥିବ । କାରଣ ଏତେକଥା କୁହାଗଲାପରେ ମଧ୍ୟ ଲେଖାଚାଲିଛି ଅଜାଚିତ ଭାବରେ । ଏବେ ମଧ୍ୟ ଖୋଜାଚାଲିଛି ଜୀବନକୁ… ଏହାର ସଂଜ୍ଞାକୁ । ସହଜରେ ଅନୁମେୟ କରିହୁଏ ଏସବୁର ଇତିବୃତ୍ତିକୁ । ଆଉ ଏହାର ମଧୁମୟ ପରଂପରାକୁ । ଖୁସିରେ ଜୀବନ କାଟିବା ଏକ…

Read More

ଭାଷା ହୃଦୟର

ସୁକାନ୍ତି ମହାନ୍ତି ନୁହଁଇ କବି ମୁଁ ନୁହେଁ ସାହିତ୍ୟିକା ନୁହଁଇ ସୃଜନକାରୀନୂଆ ସୃଷ୍ଟି କରି ତୋଷିବି ସଭିଙ୍କୁ ଦେଖାଇବି ବାହାଦୂରୀ ।1।ହୃଦୟ ବେଦନା ନିଛକ ସତ୍ୟକୁ ପରଷିବା ମୋର ଲକ୍ଷ୍ୟସୃଷ୍ଟି ସମ୍ଭାରରେ ଶବ୍ଦ ସଂଯୋଜନା କରିବାରେ ନୁହେଁ ଦକ୍ଷ ।2।ସରଳ ଭାଷାର କୁହୁକ ପେଡ଼ିକୁ ଥୋଇବାରେ ମୋର ମନଛୋଟିଆ ଦୀପଟେ ଦିବସେ ଜାଳିଲେ ଆଲୋକ ହେବ କି ଦିନ ।3।ଜନସଚେତନ ଅବା ଆଲୋଚନା ଶୋଷଣ କଷଣ କେତେଅନ୍ୟାୟ ଅନୀତି ଅବା ପ୍ରିୟା ପ୍ରୀତି ସମାଜେ ରହିଛି ଯେତେ ।4।କ୍ରାନ୍ତିକାରୀ ପରି ଲେଖନୀ ମୁନରେ ଆଙ୍କିଲେ ଦି ଧାଡ଼ି ଲେଖାଦୂର ନ ହେଲେ ବି ଦୁର୍ନୀତି ଆବର ଖୋଲି ଯିବ ଦିନେ ମୁଖା ।5।ଆସ ସାଥୀ ଆସ ଦି ଧାଡ଼ି ଲେଖିବା ଆମ ଗାଁ, ସହର କଥାସୁଖୀ ନ ହେଲେ ବି ଦୁଃଖୀ ତ ହେବନି ମନରୁ ହରିବ…

Read More

ମୋବାଇଲ୍ ଯନ୍ତ୍ର

ମାନସ ରଞ୍ଜନ ନାୟକଭାଇରେ ଏ କି ଯୁଗ ହେଲା,ମୋବାଇଲି ଯନ୍ତ୍ର କାହୁଁ ଅଇଲା!ପିଲାଠାରୁ ବୁଢା ପୁରୁଷଠୁ ନାରୀଭେଣ୍ଡିଆ ଟୋକାଙ୍କୁ ପାଗଳ କଲା ।ା ଘୋଷା ।ାସବୁ ଏବେ ହୋଇଛି ପରମୋବାଇଲି ଏକା ନିଜରଶୋଇଲେ, ବସିଲେ, ଝାଡାପ୍ରସା ଗଲେପାଖୁ ଛାଡନ୍ତିନି ଆଜିକା ପିଲା ।ା୧।।ଇୟର୍‌୍‌କର୍ଡ କାନରେ ମାଡିଗଫିଗଫି ଚଲାନ୍ତି ଗାଡିଲକ୍ଷ୍ୟଭ୍ରଷ୍ଟ ହୋଇ ଆକ୍ସିଡେଂଟ କରିଭିଆଣ କରନ୍ତି ତୁଛା ଝାମେଲା ।ା୨।।ସ୍କୁଲ୍ କଲେଜ ଛାତ୍ରଛାତ୍ରୀସୁବିଧାରେ ପାଇଲେ ସାଥୀରାତିରେ ନଶୋଇ ଚାଟିଂ କରନ୍ତିପାଠପଢା ତାଙ୍କ ଚୁଲିକି ଗଲା ।ା୩।।ନୂଆ ବୋହୂ କୋଣରେ ରହି ପୂର୍ବ ସ୍ମୃତି ମନେ ପକାଇପୂରୁଣା ପ୍ରେମିକ ସାଥେ ଗଫୁଗଫୁସୁବିଧା ଦେଖିକି ଛୁ.. ମାରିଲା ।ା୪।।କାଲି ଜନ୍ମ ହୋଇବା ଛୁଆ କାନ୍ଦଇ ଯେବେ କୁଆଁକୁଆଁମା କ୍ଷୀର ଦେଲେ ତୁନି ହୁଏ ନାହିଁମୋବାଇଲି ଶୁଣି ଶୁଅଇ ଭଲା ।ା୫।।ଯନ୍ତ୍ର ନୁହେଁ ଜାଲଟେ ଏତ ବିଛାଇଛି ସାରା ଜଗତଗୋଟିଏ ଜାଲରେ ସଭିଙ୍କୁ…

Read More

ବନ୍ଦ କବାଟ

ରଚିତା ପରିଡାଙ୍କ ଲିଖିତ ଗଳ୍ପ ବନ୍ଦ କବାଟ : ଭସା ମେଘର ସବାରିରେ ବର୍ଷାରାଣୀ ତା’ କଳା ଓଢ଼ଣୀ ଫାଙ୍କରୁ ଚାହିଁ ମୁରୁକି ହସମାରୁଛି, ବିଜୁଳିର ରୋଷଣି ଆଉ ଘଡଘଡିର ଆତସବାଜିକୁ ଡରି ସୂର୍ଯ୍ୟ ବାଦଲ ଭିତରେ ଲୁଚିଯାଇଛି । ଦୂର ଦିଗ୍‌ବଳୟଟା ପୂରା ଅନ୍ଧାର ଦିଶୁଛି । ସନ୍ଧ୍ୟା ହେବା ପୂର୍ବରୁ କିଏ ଯେମିତି ଆକଶଟାକୁ କଳା ରଙ୍ଗରେ ରଙ୍ଗେଇ ଦେଇଛି ।ଝରକା ଫାଙ୍କରୁ ଏସବୁ ଦୃଶ୍ୟ ଦେଖିବାକୁ ତାକୁ ଭାରି ଭଲଲାଗୁଛି । ରିମ୍‌ଝିମ୍ ବର୍ଷା ତାଳରେ ନାଚିବାକୁ ତାକୁ ବି ଇଚ୍ଛା ହେଉଛି । ଥଣ୍ଡା ପବନଟାଏ ଝରକା ଦେଇ ଯେବେ ତା’ଦେହରେ ବାଜିଯାଉଛି ତାକୁ ଲାଗୁଛି ସେ ଯେମିତି ତାକୁ ହାତଠାରି ଡାକୁଛି । କିନ୍ତୁ ଏ ବନ୍ଦ କବାଟ ଖୋଲିଲେ ସିନା । ବାହାରକୁ ଯିବା ତା ପାଇଁ ସମ୍ପୂର୍ଣ୍ଣ…

Read More